December 1, 2024

Odia Express

Here, There and Everywhere

ଗୋଟେ ଥରରେ ମୁକ୍ତି ପାଆନ୍ତୁ ଦାନ୍ତ ବିନ୍ଧାରୁ – ଏହି ଉପାୟ ଆପଣ ଘରେ କରିବା ଦରକାର ଓ ଦାନ୍ତ ବିନ୍ଧ ରୁ ମୁକ୍ତି ପାଇବେ..

1 min read

ବନ୍ଧୁଗଣ ଆପଣଙ୍କ ହସ କୋଟିକରେ ଗୋଟିଏ ହୋଇଥାଏ।କିନ୍ତୁ କିଛି ଲୋକ ନିଜେ ଖୋଲିକି ହସି ପାରି ନଥାନ୍ତି।ଏହାର କାରଣ ହେଉଛି ଦାନ୍ତରେ ଥିବା କଷ୍ଟ ଓ ମଇଳା ଦାନ୍ତ।ଯଦି ହସିଲା ସମୟରେ ଆପଣଙ୍କ ଦାନ୍ତ ହୀରା ଭଳି ଚମକୁ ଥାଏ ତାହେଲେ ଆପଣ ହୃଦୟ ଖୋଲି ହସି ପାରିଥାନ୍ତି।

ଏହା ସହ ଦାନ୍ତର କଷ୍ଟ ସବୁଠୁ ଅଧିକ ପୀଡ଼ା ଦାୟକ ହୋଇଥାଏ।ନା ଆପଣ ଟିକେ ଖୋଲିକି ହସି ପାରୁଥିବେ, ନା ଆପଣ କିଛି ଖାଇବାକୁ ମନ ଭରି ଖାଇ ପାରୁଥିବେ।କହିବା ପାଇଁ ଖାଲି କଷ୍ଟ ଦାନ୍ତରେ ଥାଏ କିନ୍ତୁ ଅନୁଭବ କରୁଥିବା ଲୋକ ଜାଣି ପାରୁଥିବେ କି ସେ କଷ୍ଟଟି ମୁଁହ, ବେକ, ଶିରା ସବୁ ଜାଗାରେ କଷ୍ଟ ଦେଇଥାଏ।ଦାନ୍ତରେ ହଉଥିବା କଷ୍ଟ ପାଇଁ ବହୁତ୍ ଲୋକ ବହୁତ୍ କିଛି ଉପାୟ ଆପଣାଇଥାନ୍ତି କିନ୍ତୁ କିଛିବି ଉପକାରୀ ହୋଇ ନଥାଏ।ତେବେ ଆଜି ଆପଣମାନଙ୍କୁ ଆମେ ଏପରି ଏକ ଉପଚାର ବତେଇବୁ ଯାହାକୁ ବ୍ୟବହାର କରି ଆପଣ ଏହି ଦାନ୍ତର କଷ୍ଟରୁ ୨-୩ ଦିନରେ ମୁକ୍ତି ପାଇବେ ଆଉ ମନ ଖୋଲିକି ହସି ପାରିବେ।ଖୁସିର ସହ ନିଜ ପ୍ରିୟ ଖାଦ୍ୟକୁ ଖାଇ ପାରିବେ।

ବନ୍ଧୁଗଣ ଆପଣଙ୍କ ଟୁଥପେଷ୍ଟରେ ଲୁଣ ଥାଉ କିମ୍ବା ନଥାଉ କିନ୍ତୁ ଦାନ୍ତ ବିନ୍ଧା ହେଉଥିଲେ, ଗରମ ପାଣିରେ ଲୁଣ ପକାଇ ଭଲଭାବରେ ଗଳ ଗଳ କରିଦେଲେ ବହୁତ୍ ଆରାମ ମିଳିଥାଏ।ଏଠାରେ ଆମେ ଆପଣଙ୍କ ପାଇଁ ଏମିତି ହିଁ ଘରୋଇ ଉପଚାର ଆଣିଛୁ ଯାହା ଦ୍ଵାରା ଆପଣ ଦାନ୍ତ ବିନ୍ଧାରୁ ମୁକ୍ତି ପାଇବେ।

ପ୍ରଥମେ ଗୋଟେ ଗାଜର ଟିଏ ନିଅନ୍ତୁ।ଆପଣ ମାନେ ଜାଣି ନଥିବେ କିନ୍ତୁ ଗାଜରରେ କ୍ୟାଲୋରୀ, ତନ୍ତୁ, ଶ୍ଵେତସାର, ସୋଡ଼ିଅମ୍, ପୋଟାସିୟମ, କ୍ୟାଲସିୟମ, ଲୌହ, ଭିଟାମିନ ସି ଏବଂ ଭିଟାମିନ A ରହିଥାଏ।ଏହି ସବୁ ଗୁଡିକ ଆମ ଦାନ୍ତର କଷ୍ଟକୁ ଦୂର କରିଥାଏ।ଗାଜରଟିକୁ ଗୋଟେ ଛୁରୀ କିମ୍ବା ପନିକି ସାହାଯ୍ୟରେ ତାହାର ବାହାର ପ୍ରସ୍ତଟିକୁ ଛଡେଇ ଦିଅନ୍ତୁ।କାରଣ ବାହାର ପ୍ରସ୍ତରେ କେତେ କଣ ମଇଳା ଓ ଜୀବାଣୁ ଲାଗିଥାଏ।ଏହାପରେ ଚପରରେ ଗାଜରଟିକୁ ଛୋଟ ଛୋଟ ଖଣ୍ଡ କରିଦିଅନ୍ତୁ।ଏହାପରେ ଗୋଟେ ଛଣା ଦ୍ଵାରା ତା ରସ କାଢ଼ି ଦିଅନ୍ତୁ।ଗୋଟେ ଗାଜରରୁ ପାଖାପାଖି ଗୋଟେ ଚାମଚ୍ ଗାଜର ରସ ବାହାରି ଥାଏ।

ଏହାପରେ ଆମେ ସେଇ ରସରେ ଲେମ୍ବୁ ମିଶେଇବା।ଗୋଟେ ଚାମଚ୍ ରସରେ ପ୍ରାୟେ ଗୋଟେ ଚାମଚ୍ ହିଁ ଲେମ୍ବୁ ରସ ମିଶେଇ ଦିଅନ୍ତୁ।ଏବେ ଆମେ ଏଥିରେ ଟିକେ ହିଁ ହଳଦୀ ଗୁଣ୍ଡ ପକାଇ ଦେବା। ସର୍ବଶେଷରେ ଆମେ ଏଥିରେ ଟୁଥପେଷ୍ଟ୍ ପକାଇବା, ଆଉ ଆପଣଙ୍କ ଘରେ ଯେକୌଣସି ଟୁଥପେଷ୍ଟ୍ ବ୍ୟବହାର କରୁଥାନ୍ତି, ତାହା ଏଥିରେ ପକାଇ ପାରିବେ।ଏହାପରେ ଏହି ସବୁକୁ ଭଲ ଭାବେ ମିଶାଇ ଦିଅନ୍ତୁ।ଭଲରେ ମିଶେଇବା ପରେ ଗୋଟେ ପେଷ୍ଟ୍ ତିଆରି ହେଇ ଯାଇଥିବ।

ଏବେ ବ୍ରଶରେ ଲଗାଇ ଭଲ ଭାବରେ ଦାନ୍ତ ଗୁଡ଼ିକୁ ଘସନ୍ତୁ।ଏହି ଭଳି ପେଷ୍ଟରେ ଦିନକୁ ୨ ଥର ବ୍ରଶ କଲେ ଆପଣ ନିଜ ଦାନ୍ତ ସମସ୍ୟାରୁ ଦୂର ପାଇବେ।ଏହି ଉପଚାର ଦ୍ଵାରା କେବଳ ଦାନ୍ତର କଷ୍ଟ ନୁହଁ, ଦାନ୍ତର ହଲଦିଆପଣ, ପୋକଖିଆ ଦାନ୍ତ,ମାଢ଼ିର କଷ୍ଟ ସବୁ କିଛି ଦୂର ହେଇଯାଏ।

Leave a Reply

Your email address will not be published. Required fields are marked *