ସୁସ୍ଥ ଓ ସୌନ୍ଦର୍ଯ୍ୟର ବରଦାନ ଭାବେ ରହିଛି ସୋରିଷ ତେଲ।ଜାଣନ୍ତୁ ସୋରିଷ ତେଲ ବ୍ୟବହାର କରିବାର ୧୦ଟି ଉପକରିତା
ଆଜିର ମାନବ ଜାତି ସୁସ୍ଥ ସବଳ ଓ ସୌନ୍ଦର୍ଯ୍ୟ ରହିବା ପାଇଁ ବହୁତ ପ୍ରକାର ଖାଦ୍ୟ,ମେଡ଼ିସିନ,ବିଭିନ୍ନ କସମେଟିକ ଇତ୍ୟାଦି ବ୍ୟବହାର କରନ୍ତି କିନ୍ତୁ ଆପଣ ଜାଣି ଆଚମ୍ବିତ ହୋଇଯିବେ କି କିଛି ତେଲ ରହିଛି ଯାହା ଆପଣଙ୍କୁ ସୁସ୍ଥ ସବଳ ରଖିଥାଏ ଓ ଆପଣଙ୍କ ସୌନ୍ଦର୍ଯ୍ୟକୁ ମଳିନ ପଡ଼ିବାକୁ ଦିଏନାହିଁ।ଲୋକମାନେ ମଧ୍ୟ କିଛି ଅଛନ୍ତି ଯଉଁମାନେ ଏହି ପ୍ରକ୍ରିୟାକୁ ଜାଣିଥାନ୍ତି କିନ୍ତୁ ବ୍ୟବହାର କରନ୍ତି ନାହିଁ କିନ୍ତୁ ଯିଏ ଏହାର ଫଳ ପାଇଛନ୍ତି ସେମାନେ କେବେହେଲେ ଏହାକୁ ଛାଡିନଥାନ୍ତି।ଆଜି ଆମେ ଆଲୋଚନା କରିବାକୁ ଯାଉଛେ ସୋରିଷ ତେଲ ଉପରେ ବହୁତ ଲୋକ ଏହି ତେଲକୁ ରୋଷେଇ କରିବାରେ ବ୍ୟବହାର କରିନଥାନ୍ତି କିନ୍ତୁ ବହୁତ ଲୋକ ଏହି ତେଲକୁ ବ୍ୟବହାର କରିଥାନ୍ତି।ଆସନ୍ତୁ ଜାଣିବା ଏହାର ୧୦ଟି ଉପକରିତା ସମ୍ପର୍କରେ।
ସୋରିଷ ତେଲରେ ବହୁତ ପରିମାଣରେ ପୁଷ୍ଟିକ ରହିଥାଏ।ଯାହାକୁ ଆମେ ବ୍ୟବହାର କରିବା ଦରକାର।ଏହା କୁ ଗରମ କରି କିଛି ଜିନିଷ ଖାଇଲେ ଏହା ଥଣ୍ଡା ଇତ୍ୟାଦି ଲକ୍ଷଣରୁ ଆମକୁ ଦୁରେଇ ରଖେ।
ଏହି ସୋରିଷ ତେଲ ଦେହରେ ମାଲିସ କରିବା ଦ୍ୱାରା ଦେହର ହାଡ ଓ ମାଂଶ ଇତ୍ୟାଦି ଦୃଢ଼ ରହିଥାଏ।ଦେହର ରକ୍ତ ସଞ୍ଚାଳନ ମଧ୍ୟ ଭଲ ଭାବେ ହୋଇଥାଏ।ଦେହକୁ ସବୁବେଳେ ଗରମ ରଖିଥାଏ।
ସୋରିଷ ତେଲକୁ କିଛି ଲୁଣ ସହ ମିଶାଇ ଦଣ୍ତମାର୍ଜନ କଲେ ଦାନ୍ତ ର ଥିବା ସବୁ କଷ୍ଟ ଦୂର ହୋଇଥାଏ।ଏହି ପ୍ରକ୍ରିୟାକୁ କରିବା ଦ୍ୱାରା ମଧ୍ୟ ଦାନ୍ତ ଅଧିକ ଶକ୍ତ ରୁହେ।
ଚର୍ବି ଜାତୀୟ ରୋଗରେ ଏହା ବିଶେଷ ଫାଇଦା ଦେଇଥାଏ।ଏହାକୁ ଗରମ କରି ଦେହରେ ମାରିବା ଦ୍ୱାରା ଦେହରେ ବଢୁଥିବା ଫଙ୍ଗଲ ଗୁଡିକ ମରିଯାଏ।ଦେହ ସୁସ୍ଥ ରହେ।
ସୋରିଷ ତେଲରେ ଓଲିକ ଏସିଡ ଓ ଲିନୋଲିକ ଏସିଡ ରହିଥାଏ।ଯାହା ଆମ ବାଳକୁ ମଜବୁତ କରେ।ଏହା ଛଡା ଆମ ବାଳ ଅଧିକ ଝଡିନଥାଏ।
ଏହି ତେଲ କୁ କିଛି ଲୋକ ଏକ ଟନିକ ରୂପେ ବ୍ୟବହାର କରିଥାନ୍ତି।ଏହା ଶରୀରର କାର୍ଯ୍ୟ କ୍ଷମତାକୁ ବଢ଼େଇଦେଇଥାଏ ଓ ସମସ୍ତ କମଜୁର ଦୂର କରିଥାଏ।ଏହି ତେଲକୁ ମାରି ଗାଧୋଇବା ଦ୍ୱାରା ଦେହ ସୁସ୍ଥ ରହିବା ସହ ଚମଡା ମଜବୁତ ରହେ।
ଏହି ତେଲ ଶୀତଦିନରେ ବହୁତ ଫାଇଦା ଦେଇଥାଏ।ଏହାକୁ ଗରମ କରି ମାଲିସ କରିବା ଦ୍ୱାରା ଶୁଖିଥିବା ଚମଡା ମୁଲାୟମ ଓ ନରମ ହୋଇଯାଏ।
ସୋରିଷ ତେଲରେ ଭିଟାମିନ ଇ ରହିଥାଏ।ଯାହା ଆମ ଚର୍ବିକୁ ଅଲ୍ଟ୍ରାବିଅଲେଟ ରଶ୍ମିରୁ ରକ୍ଷା କରେ ଓ ବିଭିନ୍ନ ପୋଲୁସନ ରୁ ରକ୍ଷା କରେ।
ଭୋକ ଲାଗୁନଥିଲେ ଆପଣ ଏହି ସୋରିଷ ଟେଲକୁ ନିଜ ଖାଦ୍ୟ ବନେଇବା ସମୟରେ ବ୍ୟବହାର କରନ୍ତୁ ଦେଖିବେ ଭୋକ ଠିକ ସମୟରେ ଲାଗିବ।ଏହା ଛଡା ଆମ ପାଚନ ତନ୍ତ୍ରକୁ ଭଲ ଭାବେ ଚାଳିବାରେ ଏହାର ମୁଖ୍ୟ ଭୂମିକା ରହିଥାଏ।
ଏହି ତେଲ ଅନେକ ସମୟରେ ପେଟର ଉପଚାର କରିବା ପାଇଁ ମଧ୍ୟ ଖିଆଯାଇଥାଏ।ଏହା ଛଡା ଗର୍ଭବତୀ ମହିଳା ମନେ ଏହି ତେଲ କୁ ପ୍ରତିଦିନ ନିଜ ଦେହରେ ଲଗେଇବା ଉଚିତ।