ପ୍ରତିଦିନ ଖାଆନ୍ତୁ ବାଦାମ ,ହୃଦୟରୁ ନେଇ କ୍ୟାନ୍ସର ପର୍ଯ୍ୟନ୍ତ ସମସ୍ତ ରୋଗ ପାଇଁ ହେବ ଲାଭଦାୟକ – ଜାଣନ୍ତୁ କିପରି ଦେବ ଉପକାର
ନମସ୍କାର ବନ୍ଧୁଗଣ,ଆଜି ଆମେ ଆପଣଙ୍କୁ ଜଣାଇବୁ ବାଦାମ ଖାଇବାର ଅନେକ ଫାଇଦା ବିଷୟରେ।ବାଦାମରେ ସ୍ୱାଦ ସହ ଅନେକ ପ୍ରକାରର ସ୍ୱାସ୍ଥ୍ୟକୁ ଫାଇଦା ଦେବା ଭଳି ଗୁଣ ମଧ୍ୟ ଥାଏ।ଏହାକୁ ବିଭିନ୍ନ ପ୍ରକାରରେ ବ୍ୟବହାର କରାଯାଏ।ଏହାର ତେଲ ମଧ୍ୟ ସ୍ୱାଦ ଓ ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ।ବାଦାମ ଆମ ଦେଶରେ ବହୁତ ପ୍ରକାର ଖାଦ୍ୟରେ ବ୍ୟବହାର ହୁଏ।ଏହା ଅତି ସହଜରେ ଉପଲବ୍ଧ ଥାଏ।ଏଥିରେ ଥିବା ବିଭିନ୍ନ ପ୍ରକାରର ପୋଷକ ତତ୍ଵ କାରଣରୁ ଏହା ସ୍ୱାସ୍ଥ୍ୟ ପ୍ରତି ହିତକାରକ ଅଟେ।ଏଥିରେ ଭିଟାମିନ,ମିନେରଲ,ପୋଷାକ ତତ୍ଵ ଓ ଆଣ୍ଟି ଅକ୍ସିଡେଣ୍ଟ ମଧ୍ୟ ଥାଏ।ଏହା ଦ୍ଵାରା ଆପଣ ନିଜ ଶରୀରକୁ ସୁସ୍ଥ ରଖିବା ସମ୍ଭବ ହୋଇଥାଏ।ଏଥିରେ ଭିଟାମିନ ବି କମ୍ପ୍ଲେକ୍ସ, ନିଆଚିନ,ନିବୋ ଫ୍ଲେବିନ, ଥିଆମିନ, ଭିଟାମିନ ବି୬,ଭିଟାମିନ ବି୯,ଭିଟାମିନ ସି,ଓ ପେଣ୍ଟଓଥେନିକ ଏସିଡ ମିଳିଥାଏ।ଏବଂ ଏହାର ପୁଷ୍ଟିରେ ଲାଭ ମିଳିଥାଏ।ଆସନ୍ତୁ ଜାଣିବା ଆଉ କିଛି ଉପକାରିତା ସମ୍ବନ୍ଧରେ।
ଏହା ଶରୀର ଉପରେ ବହୁତ ଶୀଘ୍ର କାର୍ଯ୍ୟ କରିଥାଏ।ଏହା ଶରୀରରୁ ଖରାପ କୋଲେଷ୍ଟ୍ରଲକୁ ହ୍ରାସ କରି ଥାଏ ଓ ଭଲ କୋଲେଷ୍ଟ୍ରଲକୁ ବୃଦ୍ଧି କରିଥାଏ।ଏଥିରେ ମୋନୋ ଅନସଚୁରେଟେଡ଼ ଏସିଡ ଖାସ ଭାବରେ ଏଲାଇକ ଏସିଡ ଉପସ୍ଥିତ ଥାଏ।ଯାହା ଫଳରେ ହୃଦୟ ସମ୍ବନ୍ଧିତ ରୋଗ କବଳରୁ ମୁକ୍ତି ମିଳିଥାଏ।
ବାଦାମ ପ୍ରୋଟିନର ଏକ ବହୁତ ଭଲ ସୂତ୍ର ଅଟେ।ଏଥିରେ ଥିବା ଏମିନୋ ଏସିଡ ଶରୀରର ବୃଦ୍ଧି ପାଇଁ ବହୁତ ଭଲ ଓ ଉପକାରୀ ହୋଇଥାଏ।ଏବଂ କେବଳ ଏଥିପାଇଁ ଏହା ଶିଶୁ ମାନଙ୍କ ପାଇଁ ବହୁତ ଅଧିକ ଲାଭଦାୟକ ହୋଇ ଥାଏ।
ଏହାର ତୃତୀୟ ଲାଭ ହେଉଛି, ବାଦାମ ମଧ୍ୟରେ ପ୍ରଚୁର ପରିମାଣରେ ପୋଲିନ, ଫେନୋଲିକ,ଆଣ୍ଟି ଅକ୍ସିଡେଣ୍ଟ ଓ କାମେରିକ ଉପସ୍ଥିତ ଥାଏ।ଏହା ପେଟରେ କ୍ୟାନ୍ସରର ସମ୍ଭାବନାକୁ ହ୍ରାସ କରିବାର ଗୁଣ ମଧ୍ୟ ଉପସ୍ଥିତ ଥାଏ।ଏହା ଫଳରେ ଏହାର ସେବନ କରିବା ପରେ ଆପଣ ଏହି ଭଳି ରୋଗ ଠାରୁ ଦୂରରେ ରହିବେ।
ଏହାର ଚର୍ତୁଥ ଲାଭ ହେଉଛି, ବାଦାମ ମଧ୍ୟରେ ପ୍ରଚୁର ପରିମାଣରେ ଆଣ୍ଟି ଅକ୍ସୀଡେଣ୍ଟ ଉପସ୍ଥିତ ଥାଆନ୍ତି।ଯାହା ଏହି ବାଦାମକୁ ଶିଝେଇବା ଦ୍ଵାରା ଆହୁରି ଅଧିକ ସକ୍ରିୟ ହୋଇ ଯାଇଥାନ୍ତି।ଏଥିରେ ଉପସ୍ଥିତ ବାଇଓ ଚଉନିଂ ଏ ଆଉ ଦୁଇ ଗୁଣ ଏବଂ ଜେନିଟାଇନ ଆଉ ଚାରି ଗୁଣ ବଢି ଯାଇଥାଏ।ଯାହା ଫଳରେ ଆପଣଙ୍କ ଶରୀରର ଅନ୍ତ ସଫା ସୁତୁରା ଓ ନିୟମିତ ଭାବରେ ସୁସ୍ଥ ହୋଇ ରହିଥାଏ।
ଏହାର ସେବନ କରିବାର ପଞ୍ଚମ ଫାଇଦା ହେଉଛି,ପ୍ରକୃତରେ ବାଦାମକୁ କେବଳ ଶସ୍ତା କାଜୁ ଏଥିପାଇଁ କୁହାଯାଏ ନାହିଁ କାରଣ ଏହା କାଜୁ ଭଳି ଧଳା ହୋଇଥାଏ।ବରଂ କେତେଥର ଏହା କାଜୁ ବଦଳରେ ମଧ୍ୟ ବ୍ୟବହାର କରା ଯାଇଥାଏ।ଏହା କାଜୁ ହିଁ ହୋଇଥାଏ।ଏଥିରେ ବାଦାମ ଭଳି ଭିଟାମିନ ଏ ଭରପୁର ମାତ୍ରାରେ ଉପଲବ୍ଧ ଥାଏ।ଏବଂ ଏହା ଦ୍ଵାରା ଆପଣଙ୍କର ବହୁତ ଭଲ ତ୍ୱଚା ଓ ଭଲ ଚୁଟି ପାଇବାର ସ୍ୱପ୍ନ ସତରେ ପରିଣତ ହୋଇ ଯାଇପାରେ।
ଏହାର ଷଷ୍ଠ ଫାଇଦା ହେଉଛି, ଏଥିରେ ପୋଟାସିୟମ, ମ୍ୟାଗ୍ନେସିୟମ, କପର, କ୍ୟାଲସିୟମ, ଆଇରନ, ସେଲେନିୟମ ଓ ଜ଼ିଙ୍କ ଭଳି ଅତି ଆବଶ୍ୟକୀୟ ମିନେରଲସ ମିଳିଥାଏ।ଯାହାକି ଶରୀରରେ ହେଉ ଥିବା ବିଭିନ୍ନ ପ୍ରକାରର କାର୍ଯ୍ୟ ପାଇଁ ବହୁତ ଜରୁରୀ ହୋଇଥାଏ।ଏଥିରେ ଏକ ଖାସ ଗୁଣ ଏହା ହୋଇଥାଏ କି ଯେଉଁ ମହିଳା ବାଦାମକୁ ଏକ ସପ୍ତାହରେ ଅତିକମରେ ଦୁଇଥର ଖାଆନ୍ତି ତାଙ୍କର ଓଜନ ବଢିବାର ସମସ୍ୟା ଦୂର ହୋଇଥାଏ।ଏହା ରକ୍ତରେ ସୁଗାରର ମାତ୍ରା ହ୍ରାସ କରିଥାଏ।