September 9, 2024

Odia Express

Here, There and Everywhere

ଶୀଘ୍ର ଶୀଘ୍ର ଉଚ୍ଚତା ବୃଦ୍ଧି କରିବାର ସବୁଠାରୁ ଭଲ ଓ ପ୍ରଭାବଶାଳୀ ଉପାୟ – ନିଶ୍ଚୟ ସମସ୍ତେ ଜାଣନ୍ତୁ ଏହି ଉପାୟଗୁଡିକ ବିଷୟରେ

ନମସ୍କାର ବନ୍ଧୁଗଣ,ଆଜି ଆମେ ଜାଣିବା କିପରି ଉପାୟର ପ୍ରୟୋଗ କରି ଆପଣ ମାନେ ନିଜର ଉଚ୍ଚତା କେଉଁ କେଉଁ ପ୍ରଣାଳୀ ମାଧ୍ୟମରେ କରି ପାରିବେ।ଏଥି ପାଇଁ ସ୍ୱୟଂ ଯୋଗ ଗୁରୁ ବାବା ରାମଦେବ କିଛି ମହତ୍ୱପୂର୍ଣ୍ଣ ଉପଚାର ଓ କିପରି ଆପଣ ଶୀଘ୍ର ଶୀଘ୍ର ନିଜର ଉଚ୍ଚତା ବଢ଼ାଇ ପାରିବେ ସେହି ବିଷୟରେ କିଛି ପ୍ରଶ୍ନର ଉତ୍ତର ଦେଇଛନ୍ତି।ଆସନ୍ତୁ ଜାଣିବା ସେହି ପ୍ରଶ୍ନ କଣ ଓ ଗୁରୁ ରାମଦେବ କେଉଁ ଉପାୟ ସବୁ ବର୍ଣ୍ଣନା କରିଛନ୍ତି।ପ୍ରଶ୍ନ ହେଉଛି ,ଆମ ପିଲା ଏବେ ବାର ବର୍ଷର ହୋଇ ଯାଇଛି କିନ୍ତୁ ତାର ଉଚ୍ଚତା ଏବେ ମଧ୍ୟ ବଢୁ ନାହିଁ।ସେଥିପାଇଁ ଆମେ ତାକୁ କେଉଁ ଔଷଧ ଖାଇବାକୁ ଦବୁ ଜାଣି ପାରୁନାହୁଁ?

ଏବେ ଏହାର ଉତ୍ତରରେ ବାବା ରାମଦେବ କହିଲେ କି, ପିଲା ମାନଙ୍କର ଉଚ୍ଚତା ନ ବୃଦ୍ଧି ହେବାର ମୁଖ୍ୟତଃ ତିନୋଟି କାରଣ ରହି ଥାଏ।ପ୍ରଥମ କାରଣ ଯାହା କାରଣରୁ ତାଙ୍କ ଉଚ୍ଚତା ବଢେ ନାହିଁ ତାହା ହେଉଛି, ଯେଉଁ ପିଲା ମାନଙ୍କୁ ଥାଇରାଏଡ଼ ଓ ପାରା ଥାଇରଏଡ଼ର କିଛି ସମସ୍ୟା ଥାଏ ସେ କାରଣରୁ ଉଚ୍ଚତା ବଢି ନଥାଏ।ତେବେ ସେଥିପାଇଁ ପିଲା ମାନଙ୍କୁ ଶୀର୍ଷାସନ ,ସର୍ବାଙ୍ଗସନ ହଳାସନ, ଚକ୍ରାସନ,ପଶ୍ଚିମ ଉତ୍ତା ଆସନ ଏହି ପାଞ୍ଚଟି ମୁଖ୍ୟ ଆସନ ଗୁଡିକୁ ନିଶ୍ଚିତ ଭାବରେ କରିବାକୁ କୁହନ୍ତୁ ଆପଣ ସେମାନଙ୍କର ସାହାଯ୍ୟ କରନ୍ତୁ।ଏହା ଦ୍ଵାରା ଥାଇରଏଡ଼ ,ପାରା ଥାଇରାଏଡ଼ ଓ ପିସୁଟିକଁ ଗ୍ରନ୍ଥିର ଯେଉଁ ସବୁ ମଧ୍ୟ ଅନିୟମତା ହୋଇ ଥିବ ତାହା ଠିକ ହୋଇଯିବ।ଏହା ସମ୍ପୂର୍ଣ୍ଣ ପରୀକ୍ଷିତ କଥା ଅଟେ।ଏହା ବିଜ୍ଞାନ ଅନୁସାରେ ମଧ୍ୟ ପ୍ରମାଣିତ ଅଟେ।

ଦ୍ୱିତୀୟ କାରଣ ଯେଉଁଥି ପାଇଁ ଆପଣଙ୍କ ପିଲା ମାନଙ୍କର ଉଚ୍ଚତା ବଢି ପାରୁନାହିଁ ତାହା ହେଉଛି, ଆପଣଙ୍କ ଶିଶୁ ମାନଙ୍କୁ ନ୍ୟୁଟ୍ରିଏଣ୍ଟସ ଓ ମାଇକ୍ରୋ ନ୍ୟୁଟ୍ରିଏଣ୍ଟସ ଯେତିକି ଆବଶ୍ୟକ ସେତିକି ପରିମାଣରେ ମିଳିପାରି ନଥାଏ।ମୁଁ ଦେଶ ବିଦେଶରେ ଦେଖିଛି କି,ଯେଉଁ ଘରେ ପିଲାମାନଙ୍କୁ ସମ୍ପୂର୍ଣ୍ଣ ପୋଷଣ ମିଳିଥାଏ ତାଙ୍କୁ କ୍ୟାଲସିୟମ,ଫସଫରସ, ପ୍ରୋଟିନ, ଭିଟାମିନ,ନ୍ୟୁଟ୍ରିଏଣ୍ଟସ,ମାଇକ୍ରୋ ନ୍ୟୁଟ୍ରିଏଣ୍ଟସ ଶରୀରର ବିକାଶ ପାଇଁ ମିଳିଥାଏ ।କାରଣ ହାଡ଼ ବଢିବା ଦ୍ଵାରା ହିଁ ଉଚ୍ଚତା ଆପଣଙ୍କର ବୃଦ୍ଧି ହୋଇଥାଏ।

ତେବେ ହାଡକୁବଢାଇବା ପାଇଁ କ୍ଷୀର ଓ କ୍ଷୀର ଠାରୁ ମଧ୍ୟ ଅଧିକ ଦହି ଉପଯୋଗୀ ହୋଇଥାଏ।ଏହା ସମ୍ପୂର୍ଣ୍ଣ ଭାବରେ ପରୀକ୍ଷିତ କଥା ଅଟେ।ସେଥିପାଇଁ ଆପଣ ନିଜ ପିଲାମାନଙ୍କୁ ଦହି ନିଶ୍ଚିତ ଭାବରେ ଖାଇବାକୁ ଦିଅନ୍ତୁ।ଆପଣ ସକାଳେ ଓ ଖରାବେଳେ ଦୁଇଟି ସମୟରେ ଦହି ଖାଇବାକୁ ଦେଇପାରନ୍ତି।ଏବଂ ତାଙ୍କୁ ରାତିକୁ କ୍ଷୀର ପିଇବାକୁ ଦେଇପାରନ୍ତି।ସେହି କ୍ଷୀରରେ ସେମାନଙ୍କୁ ଆପଣ ସତାବର କିମ୍ବା ଅଶ୍ୱଗନ୍ଧା ମଧ୍ୟ ଦେଇ ପାରନ୍ତି।କିମ୍ବା ଏହି ଦୁଇଟି ଜିନିଷକୁ ମିଶାଇ ଏକ ଏକ ଗିଲାସ ପିଇବାକୁ ଦେଇ ପାରନ୍ତି।କାରଣ ଏହା ଦ୍ଵାରା ସେମାନଙ୍କୁ ତାଙ୍କ ଶରୀର ଅନୁଯାୟୀ ଆବଶ୍ୟକୀୟ ପୋଷଣ ସମ୍ପୂର୍ଣ୍ଣ ଭାବରେ ମିଳି ପାରିବ।ଓ ସେମାନଙ୍କର ଉଚ୍ଚତା ଶୀଘ୍ର ଶୀଘ୍ର ବୃଦ୍ଧି ହେବ।

ତୃତୀୟ କାରଣ ଯେଉଁଥି ପାଇଁ ଉଚ୍ଚତା ବୃଦ୍ଧି ହୋଇନଥାଏ ତାହା ହେଉଛି, କିଛି କିଛି ଶିଶୁଙ୍କୁ ବଂଶ ଅନୁସାରେ ଉଚ୍ଚତା କମ ହୋଇଥାଏ।ତେବେ ସେଥିରେ ମଧ୍ୟ ସୁଧାରର ଆଶା ଅଛି ଅର୍ଥାତ ଯେଉଁ ମାନଙ୍କର ମାତା ପିତାଙ୍କର ଉଚ୍ଚତା କମ ଥାଏ ସେମାନଙ୍କର ପିଲାମାନେ ଅଧିକ ଉଚ୍ଚତାର ହୋଇଥାନ୍ତି।ଏଥିରେ କିଛି ଚିନ୍ତା କରିବାର ନାହିଁ ସେମାନଙ୍କର ମଧ୍ୟ ଉଚ୍ଚତା ଆମେ କହିଥିବା ଉପାୟର ପ୍ରୟୋଗ ଦ୍ଵାରା ବୃଦ୍ଧି ହୋଇପାରିବ।ନିଜ ହାତର ବୃଦ୍ଧାଙ୍ଗୁଳି ତଳେ ଥିବା ଅଂଶକୁ ଓ ଟିପକୁ ଧୀରେ ଧୀରେ ଦାବନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *