September 10, 2024

Odia Express

Here, There and Everywhere

ମନ ବହୁତ ଦୁଃଖ ଥିଲେ କଣ କରିବା ଉଚିତ – ଆପଣ ଏହି କଥା ଜାଣିଦେଲେ ଆଉ ଜୀବନରେ ଦୁଃଖ ଆସିବା ନାହିଁ..

ଈଶ୍ବରଙ୍କ ବିରଚିତ ସୃଷ୍ଟିରେ ମନୁଷ୍ୟ ଦୁର୍ଲ୍ଲଭ ଅଟେ। ହେଲେ ସାଧାରଣ ମନୁଷ୍ୟ ମାନଙ୍କ ମଧ୍ୟରେ କେତେକ ମନୁଷ୍ୟ ଦେବତୁଲ୍ୟ ହୋଇଥାନ୍ତି। କାରଣ ସେମାନଙ୍କ ପାଖରେ ଲୁକ୍କାୟିତ କିଛି ଅସାଧାରଣ ପ୍ରତିଭା ଥାଏ।ସେମାନେ କେବଳ କୌଣସି ଜିନିଷକୁ ଅନୁଭବ ନୁହେଁ; ସ୍ୱୀକାର କରିଥାନ୍ତି।ତେଣୁ ସେମାନେ ଅସାଧାରଣ ଅଟନ୍ତି।କିଛି ଅଲଗା କରିବାର ପ୍ରୟାସ ମଣିଷକୁ ସାଧାରଣରୁ ଅସାଧାରଣ ରୂପେ ପ୍ରତିଭାତ କରିଥାଏ।

ମନୁଷ୍ୟକୁ କଣ କରିବା ଉଚିତ ଓ କଣ କରିବା ଅନୁଚିତ ତାହା ଗ୍ରନ୍ଥ ପୁରାଣରେ ବର୍ଣ୍ଣିତ ହୋଇଛି।ମନୁଷ୍ୟ ସେସବୁକୁ ଅନୁସରଣ କରିବା ଦ୍ୱାରା ଜୀବନ ମଧୁମୟ ହୋଇଥାଏ ଓ ସତ ମାର୍ଗରେ ପରିଚାଳିତ ହୋଇଥାଏ।ସେହିପରି ଦେବିଗ୍ରନ୍ଥ ପୁରାଣରେ ମଧ୍ୟ ଏସବୁ ବର୍ଣ୍ଣିତ ହୋଇଛି।ଏହି ଲବନ୍ୟମୟୀ ସୃଷ୍ଟିରେ ମନୁଷ୍ୟର ଜନ୍ମ ହେଉଛି ଦୁର୍ଲ୍ଲଭ ତଥା ଅନନ୍ୟ।ଦୈବିକ ଆଶୀର୍ବାଦ ମନୁଷ୍ୟ ଜୀବନକୁ ସୁନ୍ଦର ଓ ମଧୁମୟ କରିଥାଏ।ଦୁଃଖ ସମୟରେ ମନୁଷ୍ୟ କିପରି ରହିବା ଉଚିତ ଓ କଣ କରିବା ଉଚିତ ତାହା ନିମ୍ନରେ ଏକ ସୁନ୍ଦର କାହାଣୀ ସାହାଯ୍ୟରେ ବର୍ଣ୍ଣିତ ହୋଇଛି।

ଏକ ଗ୍ରାମରେ ଏକ କୃଷକ ରହୁଥିଲା।ଗୋଟିଏ ବର୍ଷ ତାର ଚାଷ ବହୁତ ଖରାପ ହେଲା ଓ ସେ ମାନସିକ ସ୍ତରରେ ବହୁତ ମ୍ରିୟମାଣ ହୋଇପଡିଲା।ଦିନେ ସେହି ଗ୍ରାମକୁ ବୁଦ୍ଧଦେବ ଆସିଥିଲେ।ଓ ଲୋକ ମାନଙ୍କୁ ବହୁତ ଭଲ ଉପଦେଶ ଦେଉଥିଲେ।ଏହି ଲୋକଟି ତାର ଦୁଃଖ ଜଣାଇବାକୁ ବୁଦ୍ଧଦେବଙ୍କ ନିକଟକୁ ଗଲା ଓ ସମସ୍ତ ଦୁଃଖ କହିଲା।ସେ କହିଲାକି ତାର ସ୍ତ୍ରୀ ଓ ପିଲାମାନେ ତାକୁ ଭଲ ବ୍ୟବହାର କରୁନାହାନ୍ତି।ଚାଷ ଖରାପ ହେଉଛି।ଏହିପରି ବହୁତ କାରଣ ପାଇଁ ସେ ଦୁଃଖରେ ଅଛି।

ତା କଥା ଶୁଣି ବୁଦ୍ଧଦେବ କହିଲେ ଏହା ତ ବିଶ୍ବରେ ସମସ୍ତଙ୍କ ଦୁଃଖ।ଖାଲି ତୁମର ନୁହେଁ।ତେଣୁ ମୁଁ ଏହାର କିଛି ସମାଧାନ କରି ପାରିବି ନାହିଁ।ଏହା ଶୁଣି ଚାଷୀ ଜଣକ ଆହୁରି ମନଦୁଃଖ କଲା।କିଛି ସମୟ ପରେ ବହୁତ ବର୍ଷା ହେଲା।ଓ ବୁଦ୍ଧଦେବ ତାଙ୍କ ପାଇଁ କିଛି ଜଳ ଆଣିବାକୁ ଲୋକଟିକୁ କହିଲେ।ତେଣୁ ସେ ସେଠାରେ ଏକ ପୋଖରୀ ନିକଟକୁ ଗଲା।ଦେଖିଲା ପାଣି ଗୋଳିଆ ଅଛି।ତେଣୁ ସେ ଫେରି ଆସିଲା ଓ ବୁଦ୍ଧଦେବଙ୍କୁ ସେହି କଥା କହିଲା।କିଛି ସମୟ ପାଇଁ ବୁଦ୍ଧ ଧ୍ୟାନରେ ବସିଲେ ଓ ପୁଣି ତାକୁ ପାଣି ଆଣିବାକୁ କହିଲେ।ସେ ପୁଣି ସେହି ପୋଖରୀରୁ ପାଣି ଆଣିଲା ଓ ବୁଦ୍ଧ ପିଇଲେ।

ଏଥିରୁ ଶିଖିବାକୁ ମିଳେକି ଦୁନିଆରେ ସମସ୍ୟା ସବୁବେଳେ ଲାଗିରହିଛି।ଓ ଏହା ସମସ୍ତଙ୍କ ଜୀବନରେ ଥରେ ନା ଥରେ ଆସେ।ତେଣୁ ଏହି ଚିନ୍ତାଧାରାକୁ ମନରେ ରଖିବାକୁ ପଡିବ।ଓ ଧୈର୍ଯ୍ୟର ସହିତ ରହିବାକୁ ପଡିବ।ଏବଂ ଈଶ୍ବରଙ୍କ ଉପରେ ଯଥେଷ୍ଟ ଭରଷା ରଖିବାକୁ ପଡିବ।ଏପରି କରିବା ଦ୍ୱାରା ଜୀବନର ସବୁ ଦୁଃଖ ଓ ସମସ୍ୟା ଅନେକାଂଶରେ କମି ଯାଇଥାଏ।

Leave a Reply

Your email address will not be published. Required fields are marked *