September 10, 2024

Odia Express

Here, There and Everywhere

ଜୀବନ ପାଇଁ ଚାଣକ୍ୟଙ୍କ ଆବେଗ ପୂର୍ଣ୍ଣ ଉପଦେଶ – ସଫଳ ହେବ ପାଇଁ ଏହି କଥା ଜାଣିବା ନିହାତି ଦରକାର ଅଟେ.

ମନୁଷ୍ୟ ଜୀବନ ଏକ ଅଙ୍କାବଙ୍କା ତଟସ୍ୱିନୀ ସହିତ ତୁଳନୀୟ।ମାନବ ଜୀବନରେ କେବେ ସୁଖର ପ୍ରବହ ମାନ ଜୁଆର ତ କେତେବେଳେ ଦୁଃଖର ଅଜସ୍ର ବନ୍ୟା।ବେଳେବେଳେ ମଣିଷ ଜୀବନରେ ଏମିତି ପରିସ୍ଥିତି ଆସିଥାଏ ଯେଉଁଠି ମଣିଷ ଠିକ ଆଉ ଭୁଲର ବିଚାର ହରେଇ ବସେ।ଏହି ପରିସ୍ଥିତିରେ କେବଳ ଐଶ୍ୱରୀୟ ଆଶୀର୍ବାଦ ହିଁ ମଣିଷକୁ ଦିଏ ଆଶ୍ରୟ।ମନୁଷ୍ୟକୁ କଣ କରିବା ଉଚିତ ଓ କଣ କରିବା ଅନୁଚିତ ତାହା ଗ୍ରନ୍ଥ ପୁରାଣରେ ବର୍ଣ୍ଣିତ ହୋଇଛି।ମନୁଷ୍ୟ ସେସବୁକୁ ଅନୁସରଣ କରିବା ଦ୍ୱାରା ଜୀବନ ମଧୁମୟ ହୋଇଥାଏ ଓ ସତ ମାର୍ଗରେ ପରିଚାଳିତ ହୋଇଥାଏ।ସେହିପରି ଦେବିଗ୍ରନ୍ଥ ପୁରାଣରେ ମଧ୍ୟ ଏସବୁ ବର୍ଣ୍ଣିତ ହୋଇଛି।ଏହି ଲବନ୍ୟମୟୀ ସୃଷ୍ଟିରେ ମନୁଷ୍ୟର ଜନ୍ମ ହେଉଛି ଦୁର୍ଲ୍ଲଭ ତଥା ଅନନ୍ୟ।ଦୈବିକ ଆଶୀର୍ବାଦ ମନୁଷ୍ୟ ଜୀବନକୁ ସୁନ୍ଦର ଓ ମଧୁମୟ କରିଥାଏ।ଚଣକ୍ୟଙ୍କ ପ୍ରଦତ୍ତ ଅମୃତମୟ ଉପଦେଶ ଯାହାକି ମନୁଷ୍ୟ ଜୀବନକୁ ବାସ୍ତବ ଖୁସି ପ୍ରଦାନ କରେ ତାହା ନିମ୍ନରେ ବର୍ଣ୍ଣିତ ହୋଇଛି।

ଯେଉଁ ପୁରୁଷ କାମନା ଶୂନ୍ୟ ହୋଇଥାଏ ଅର୍ଥାତ କ୍ରୋଧ ରହିତ, ଅହଂକାର ରହିତ, ଓ ଲାଳସା ରହିତ ହୋଇଥାଏ ସେ ମୋକ୍ଷ ପ୍ରାପ୍ତି ହୋଇଥାଏ।ଏବଂ ଅତି ନିକଟରୁ ଭଗବାନଙ୍କ ସତ୍ତା ଅନୁଭବ କରିଥାଏ।ଯେଉଁ ବ୍ୟକ୍ତି ପ୍ରତ୍ୟେକ ପରିସ୍ଥିତିକୁ ସମାନ ମନେ କରିଥାଏ; ସୁଖ ଦୁଃଖ, ହାନି ଲାଭ ଆଦିରେ ବିଚଳିତ ହୁଏନାହିଁ ସେ ପ୍ରକୃତ ଜ୍ଞାନୀ ଅଟେ। ମୋକ୍ଷର ଦ୍ୱାର ଦେଶ ତା ପାଇଁ ଉନ୍ମୁକ୍ତ ହୋଇଥାଏ।ଯେଉଁ ବ୍ୟକ୍ତି କାହାକୁ ଶତ୍ରୁ ମନେ କରେନାହିଁ କି କାହା ଠାରୁ କିଛି ଆଶା ରଖେ ନାହିଁ ସେ ପରମାନନ୍ଦ ପ୍ରାପ୍ତି ହୋଇଥାଏ।ରାଗ ଦ୍ୱେଷ ରହିତ ମନୁଷ୍ୟ ପ୍ରକୃତ ଜ୍ଞାନୀ ଅଟେ।ଯେଉଁ ବ୍ୟକ୍ତି ପ୍ରଣୀ ମାନଙ୍କ ସହ ହିଂସା କରେ ନାସ୍ତିକ ଲୋକର ଘରେ ରୁହେ ଭୁଲ ମାର୍ଗରେ ଯାଏ, ସେ ନିଶ୍ଚୟ ନର୍କ ପ୍ରାପ୍ତି ହୋଇଥାଏ। ଏସବୁରୁ ଦୂରରେ ରହିଥିବା ବ୍ୟକ୍ତି ସ୍ୱର୍ଗ ପ୍ରାପ୍ତି ହୋଇଥାଏ।

ତେଜବାନ ଓ ଶକ୍ତିଶାଳୀ ପୁରୁଷ ସେ ହୋଇଥାନ୍ତି ଯିଏ ତିନି ଲୋକରେ ବିଜୟ ଲାଭ କରି ପାରିବ।ସେପରି ପୁରୁଷ ସେହି ହୋଇଥାଏ ଯିଏ ନାରୀର କଟାକ୍ଷ ଚାହାଣୀରେ ଆଦୋୖ କବଳିତ ହୁଏନାହିଁ ଓ ନିଜ ମନ ଉପରେ ଆୟତ୍ତ ରଖିଥାଏ।ସେହି ଚକ୍ରବର୍ତ୍ତୀ ପୁରୁଷ ହିଁ ସର୍ବତ୍ର ବିଜୟୀ ହୋଇଥାନ୍ତି।

ତେଣୁ ପ୍ରତ୍ୟେକ କାର୍ଯ୍ୟ ମନଲଗାଇ କରିବା ଉଚିତ।ତେଣୁ ସଫଳତା ମିଳିଥାଏ।ଆଶା କରୁଛି ଏହି ଶିକ୍ଷା ଆପଣଙ୍କ ପାଇଁ ପ୍ରେରଣାତ୍ମକ ହେବ।ଓ ଆପଣମାନଙ୍କୁ ଭଲ ଲାଗିବ।
ଯେଉଁ ପୁରୁଷ କାମନା ଶୂନ୍ୟ ହୋଇଥାଏ ଅର୍ଥାତ କ୍ରୋଧ ରହିତ, ଅହଂକାର ରହିତ, ଓ ଲାଳସା ରହିତ ହୋଇଥାଏ ସେ ମୋକ୍ଷ ପ୍ରାପ୍ତି ହୋଇଥାଏ।ଏବଂ ଅତି ନିକଟରୁ ଭଗବାନଙ୍କ ସତ୍ତା ଅନୁଭବ କରିଥାଏ।ଯେଉଁ ବ୍ୟକ୍ତି ପ୍ରତ୍ୟେକ ପରିସ୍ଥିତିକୁ ସମାନ ମନେ କରିଥାଏ; ସୁଖ ଦୁଃଖ, ହାନି ଲାଭ ଆଦିରେ ବିଚଳିତ ହୁଏନାହିଁ ସେ ପ୍ରକୃତ ଜ୍ଞାନୀ ଅଟେ। ମୋକ୍ଷର ଦ୍ୱାର ଦେଶ ତା ପାଇଁ ଉନ୍ମୁକ୍ତ ହୋଇଥାଏ।

Leave a Reply

Your email address will not be published. Required fields are marked *