ମୁହଁରେ ପଡୁଥିବା ଛାଲାକୁ ଚୁଟକିରେ ଦୂର କରନ୍ତୁ – ଆପଣାନ୍ତୁ ଏହି ଘରୋଇ ଉପଚାର…
1 min read
ନମସ୍କାର ବନ୍ଧୁଗଣ,ପ୍ରାୟ ଗରମ ଜିନିଷ ଖାଇବା ଦ୍ଵାରା କିମ୍ବା ଶରୀର ଗରମ ହେବା ଦ୍ଵାରା ଆମ ଓଠ ଉପରେ ଓ ଜିଭରେ ଛାଲା ପଡି ଯାଇଥାଏ।ଯାହା ଦ୍ଵାରା ହେଉଥିବା ପୋଡା ଓ କଷ୍ଟ ଏତେ ହୋଇଥାଏ କି ତାହା ଆମକୁ ଦିନସାରା କଷ୍ଟ ଦିଏ।ଏହା ସହିତ ଆମେ ଭଲ ଭାବରେ କିଛି ଖାଇ ମଧ୍ୟ ପାରୁନାହିଁ।କେତେ ସମୟରେ ତ ଏହା ୧୦-୧୫ ଦିନ ପର୍ଯ୍ୟନ୍ତ ରହିଥାଏ।ଏହା ହେବାର ବହୁତ କାରଣ ଅଛି।ପେଟ ଖରାପ ହେବାରୁ ଆରମ୍ଭ କରି ହରମୋନ ଅସନ୍ତୁଳନ ହେବା, ଓ ଅଧିକ ଗରମ ଖାଦ୍ୟ ଖାଇବା ପାଇଁ ହୁଏ।ଯଦି ଅଧିକ ସମୟ ପର୍ଯ୍ୟନ୍ତ ଏହି ଛାଲା ଠିକ ନହୁଏ ତେବେ କ୍ୟାନ୍ସର ଭଳି କେତେକ ଗମ୍ଭୀର ରୋଗ ହେବାର ଆଶଙ୍କା ଥାଏ।କିନ୍ତୁ ଏହି ଉପଚାରକୁ କେବଳ ଦୁଇ ଦିନ ଧରି ଲଗାଇଲେ ଆପଣଙ୍କ ମୁହଁର ଛାଲା ପୁରାପୁରି ଠିକ ହୋଇଯିବ।ପ୍ରଥମ ଥର ଯେବେ ଆପଣ ଏହାକୁ ଲଗାଇବେ ଏହାର ପ୍ରଭାବ ଆପଣଙ୍କୁ ଅନୁଭବ ହେବ।ଏବଂ ମାତ୍ର ଦୁଇ ଦିନରେ ହିଁ ଏହା ଭଲ ହୋଇଯିବ।ଏହାକୁ ଆପଣ କିପରି ତିଆରି କରିବେ ଆସନ୍ତୁ ଜାଣିବା ।
ପ୍ରଥମେ ଆପଣଙ୍କୁ ନେବାର ଅଛି ଜଷ୍ଟିର ଗୁଣ୍ଡ।ମୁହଁର ଛାଲା ଯେଉଁ କାରଣରୁ ହୋଇଥାଉ ନା କାହିଁକି ଏହା ତାକୁ ଠିକ କରିବ।ଏହା ଆପଣଙ୍କୁ ଯେକୌଣସି ଦୋକାନରେ ମିଳିଯିବ।କିମ୍ବା ଜଷ୍ଟି ଆଣି ଏହାକୁ ଗୁଣ୍ଡ କରିପାରିବେ।ଅଳ୍ପ ମାତ୍ରାରେ ଏହି ଗୁଣ୍ଡକୁ ଏକ ପାତ୍ରରେ ଆଣନ୍ତୁ।ଏହାପରେ ଯେଉଁ ପରବର୍ତ୍ତୀ ଜିନିଷ ଯାହାକୁ ଏଥିରେ ମିଶାଇବାର ଅଛି ତାହା ହେଉଛି ମହୁ।ଧ୍ୟାନ ରଖନ୍ତୁ କି ଯେଉଁ ମହୁକୁ ଆପଣ ବ୍ୟବହାର କରୁଛନ୍ତି ତାହା ସମ୍ପୂର୍ଣ୍ଣ ଭାବେ ପ୍ରାକୃତିକ ହୋଇଥିବ ଓ ଏଥିରେ କୌଣସି ରସାୟନିକ ବସ୍ତୁ ମିଶିନଥିବ।ଏହା ଆପଣଙ୍କ ପାଇଁ ବହୁତ ଲାଭଦାୟକ ରହିବ।ଏଥିରେ ସେତିକି ହିଁ ମହୁ ମିଶାନ୍ତୁ ଯାହାଦ୍ଵାରା ଏହି ଗୁଣ୍ଡ ଏଥିରେ ମିଶିବ।ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ।ଏବଂ ଏହାର ଏକ ଲେପ ପ୍ରସ୍ତୁତ କରି ଦିଅନ୍ତୁ।ଏହି ଲେପ କାରଣରୁ ଏହା ଆପଣଙ୍କ ମୁହଁରେ ଲଗାଇବା ପରେ ଏହା ଖସିବ ବି ନାହିଁ।ଏବଂ ବହୁତ ଶୀଘ୍ର ପ୍ରଭାବ ଦେଖାଇବ।ଆସନ୍ତୁ ଜାଣିବା ଏହାକୁ କେତେ ପରିମାଣରେ, କେତେ ଥର ଓ କିପରି ଭାବରେ ବ୍ୟବହାର କରିବାର ଅଛି।
ପ୍ରାୟତଃ ଏହା ଗରମ ଖାଦ୍ୟ ଓ ପେଟ ଗରମ ହେବା ପାଇଁ ହୋଇଥାଏ। ତେଣୁ ଏସବୁ ହେବା ଠାରୁ ଟିକେ ସାବଧାନ ରୁହନ୍ତୁ।ଯଦି ଆପଣଙ୍କର ପେଟ ସବୁବେଳେ ଖରାପ ରହୁଛି ତେବେ ସକାଳେ ଉଠି ଖାଲି ପେଟରେ ଗରମ ପାଣିର ସେବନ କରନ୍ତୁ।
ଏହା ଦ୍ଵାରା ଆପଣଙ୍କ ପେଟ ସଫା ହେବାରେ ବହୁତ ସାହାଯ୍ୟ ମିଳିବ।ଆପଣ ଏହାକୁ ମୁହଁର ଛାଲା ଉପରେ ଯେଉଠି ଆପଣଙ୍କୁ ମୁହଁରେ ପୋଡା ହେଉଛି ସେହି ସ୍ଥାନରେ ଏହାକୁ ଆଙ୍ଗୁଠି ସାହାଯ୍ୟରେ ଏହି ଲେପକୁ ଲଗାନ୍ତୁ।ଆପଣ ଏହା ଟିକେ ଧ୍ୟାନ ରଖନ୍ତୁ କି ଆପଣଙ୍କର ଛାଲା ଏହି ଲେପ ଦ୍ଵାରା ସମ୍ପୁର୍ଣ୍ଣ ଭାବରେ ଲାଗି ଯାଇଥିବ।
ଏହାକୁ ଲଗାଇବା ପରେ ଆପଣଙ୍କ ମୁହଁରେ ଲାଳ ସୃଷ୍ଟି ହେବା ଆରମ୍ଭ ହେବ।ତେଣୁ ମୁହଁକୁ ବନ୍ଦ ନକରି ଖୋଲିକରି ରଖନ୍ତୁ ଯାହାଦ୍ଵାରା କି ଲାଳ ମୁହଁରୁ ବାହହାରୁଥିବ ହେଲେ ଆପଣଙ୍କ ଲେପ ସୁରକ୍ଷିତ ଥିବ।ପ୍ରଥମ ଥର ଯେବେ ଏହାକୁ ଲଗାଇବେ ଆପଣ ଅନୁଭବ କରିବେ କି ଆପଣଙ୍କ ମୁହଁ ଥଣ୍ଡା ଲାଗୁଛି।ଆପଣଙ୍କ ପୋଡା କମିଯିବ।ଓ ଛାଲାରେ କଷ୍ଟ ହେବା ବନ୍ଦ ହୋଇଯିବ।ଏହି ଲେପକୁ ୨ରୁ ୩ମିନିଟ ପର୍ଯ୍ୟନ୍ତ ନିଜ ଛାଲା ଉପରେ ଲଗାଇ ରଖନ୍ତୁ।ଧନ୍ୟବାଦ।