September 9, 2024

Odia Express

Here, There and Everywhere

ଦୁନିଆ ର ସବୁଠୁ ସହଜ ଉପାୟ ମୁଣ୍ଡ ବିନ୍ଧା କମାଇବାର – ଏହି କଥା ଗୁଡିକ ନିଶ୍ଚୟ ଜାଣିରଖନ୍ତୁ…

ଆଜିକାଲି ଲୋକମାନେ ଆଗକୁ ବଢ଼ିବାରେ ବ୍ୟସ୍ତ ହୋଇପଡୁଛନ୍ତି ଓ ଜଣେ ଅନ୍ୟ ଜଣ ଠୁ ଆଗକୁ ଯିବାପାଇଁ ଲାଗିପଡୁଛନ୍ତି ଏହାଦ୍ୱାରା ମୁଣ୍ଡ ବିନ୍ଧା ହେବା ଏକ ସାମାନ୍ୟ କଥା।ମୁଣ୍ଡ ବିନ୍ଧା ଆଜିକାଲି ସମସ୍ତଙ୍କୁ ହୋଉଛି ସେ ଛୋଟ ପିଲା ହେଉ କି ବଡ ଲୋକ।ଏହାର କାରଣ ହେଉଛି ଚିନ୍ତା।ବହୁତ ଲୋକ ଆଜିକାଲି ଚିନ୍ତା ରେ ରହୁଛନ୍ତି ଯାହାଫଳରେ ମୁଣ୍ଡ ବିନ୍ଧା ଦେଖାଦେଉଛି।ବହୁତ ଲୋକ ଔଷଧ ବ୍ୟବହାର କରିଥାନ୍ତି ଏହାଦ୍ୱାରା ମୁଣ୍ଡ ବିନ୍ଧା ତ ଠିକ ହୋଇଯିବ କିନ୍ତୁ ଅନ୍ୟ ପ୍ରଭାବ ମଧ୍ୟ ପକାଇବ।ତେଣୁ ଆମକୁ ଘରୋଇ ଉପଚାର କରିବା ଉଚିତ।

ପ୍ରଥମେ ଏକ ପାତ୍ର ରେ କିଛି ଗୋଲମରିଚ ଗୁଣ୍ଡ ନିଅନ୍ତୁ ସେଥିରେ ଏକ ଲେମ୍ୱୁ କୁ କାଟି ଏହାର ରସ ମିସାଇଦିଅନ୍ତୁ ଓ ସେଥିରେ ଅଳ୍ପ ପାଣି ମିଶାଇ ଦିଅନ୍ତୁ।ଏହାପରେ ଏହାକୁ ଭଲ ଭାବେ ଚମଚରେ ଗୋଳାଇ ଦିଅନ୍ତୁ।ଏକ ଛଣା ସାହାଯ୍ୟରେ ଛାଣି ଏହି ପାଣିକୁ ପି ଦିଅନ୍ତୁ।ଏହାପରେ ଆପଣଙ୍କ ମୁଣ୍ଡ ବିନ୍ଧା କମିଯିବ।ଏହା ଏକ ସହଜ ଓ ସରଳ ଉପଚାର ଏହା କୋୖଣସି ପ୍ରକାର ଦୁପ୍ରଭାବ ପକାଇବ ନାହିଁ ଓ ମୁଣ୍ଡ ବିନ୍ଧା ମଧ୍ୟ ଭଲ କରିଦେବ।

ବହୁତ ବାର ଚିନ୍ତା ରେ ରହିଲେ, ଭୋକ ରେ ରହିଲେ, ଥକା ପଣ ଯୋଗୁଁ କିମ୍ବା ଅଧିକ ଗରମ ଯୋଗୁଁ ମୁଣ୍ଡ ବିନ୍ଧା ହୋଇଥାଏ।ଅନେକ ସମୟରେ ଶାରୀରିକ କାରଣରୁ ଯେପରିକି ଜ୍ୱର ଥଣ୍ଡା ଯୋଗୁଁ ମଧ୍ୟ ମୁଣ୍ଡ ବିନ୍ଧା ହୋଇଥାଏ।

ମୁଣ୍ଡ ବିନ୍ଧା ର ବହୁତ ପ୍ରକାର ମଧ୍ୟ ଅଛି।ଯେପରିକି ଅଧିକ ଚିନ୍ତା ଗ୍ରସ୍ତ ରହିଲେ, ମୈଗ୍ରେନ ମୁଣ୍ଡ ବିନ୍ଧା, କ୍ଲସ୍ତର ମୁଣ୍ଡ ବିନ୍ଧା ଓ ସାଇନସ ମୁଣ୍ଡ ବିନ୍ଧା।ମୁଣ୍ଡ ବିନ୍ଧା ର ଲକ୍ଷଣ ହେଉଛି ଅଧିକ ନିଶା କରିଲେ, ଚିନ୍ତା କରିଲେ,ଅଧିକ ରକ୍ତ ଚାପ ହେଲେ କିମ୍ବା ପେଟ ଠିକ ନରହିଲେ ମୁଣ୍ଡ ବିନ୍ଧା ହୋଇଥାଏ।

ମସ୍ତିଷ୍କ ରେ ରକ୍ତ କୋଶିକା ଓ ଶିରା ର ମାଡ ହେଲେ ମୁଣ୍ଡ ବିନ୍ଧା ହୋଇଥାଏ।ମୁଣ୍ଡ ବିନ୍ଧା ସମୟରେ ଏକ ନିଷ୍କ୍ରିୟ ଶିରା ଓ ମୁଣ୍ଡ ର ମାଂସପେଶୀ ସକ୍ରିୟ ହୋଇଥାଏ ଓ ମସ୍ତିଷ୍କ କୁ ମୁଣ୍ଡ ବିନ୍ଧା ର ସଂକେତ ପଠେଇଥାଏ ଜାହାଦ୍ୱାର ମୁଣ୍ଡ ବିନ୍ଧା ହୋଇଥାଏ।

ଯେତେବେଳେ ମଣିଷ କୌଣସି କଥା କୁ ନେଇ ଅଧିକ ଭାବିଥାଏ ଓ ଚିନ୍ତା ଗ୍ରସ୍ତ ରହିଥାଏ ଏହା ମୁଣ୍ଡ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ ଓ ମୁଣ୍ଡ ବିନ୍ଧା ହୋଇଥାଏ।

ମସ୍ତିଷ୍କ ର ରକ୍ତ ବାହିନୀର ହେଉଥିବା କଷ୍ଟ କୁ ମୁଣ୍ଡ ବିନ୍ଧା କୁହାଯାଏ ଏହାକୁ ମୈଗ୍ରେନ ବୋଲି କୁହାଯାଏ।ଜାହାଦ୍ୱାର ଗ୍ୟାସ ଓ ବାନ୍ତି ହୋଇଥାଏ।ଛୁଞ୍ଚି ଫୋଡିଲା ପରି ମୁଣ୍ଡ ବିନ୍ଧା ହୋଇଥାଏ।ଅଧିକ ଆଲୋକ ରେ କଷ୍ଟ ଅନୁଭବ ହେଲେ କିମ୍ବା ଅଧିକ ଧ୍ୱନୀରେ କଷ୍ଟ ଅନୁଭବ ହେଲେ, ଭଲଭାବେ ନିଦ ନ ଆସିଲେ, ଭୋକ ନଲାଗିଲେ ମୈଗ୍ରେନ ମୁଣ୍ଡ ବିନ୍ଧା ହୋଇଥାଏ।

କିଛି ମହିଳା ହରମୋନ କାରଣ ରୁ ମୁଣ୍ଡ ବିନ୍ଧା ର ଶିକାର ହୋଇଥାନ୍ତି।ମାସିକ ଧର୍ମ ଠିକ ଭାବେ ନହେଲେ କିମ୍ବା କୌଣସି ଅସୁବିଧା ଥିଲେ ମଧ୍ୟ ମୁଣ୍ଡ ବିନ୍ଧା ହୋଇଥାଏ।

ଦାନ୍ତ ବିନ୍ଧା ଯୋଗୁ ମଧ୍ୟ ମୁଣ୍ଡ ର ଶିରା ବିନ୍ଧା ହୋଇଥାଏ। ଚା ଓ କଫି ପିଉଥିବା ଲୋକ ଙ୍କୁ ଯଦି ସମୟରେ ଚା ଓ କଫି ନମିଳେ ସେମାନଙ୍କ ମୁଣ୍ଡ ବିନ୍ଧା ହୋଇଥାଏ।

Leave a Reply

Your email address will not be published. Required fields are marked *