September 11, 2024

Odia Express

Here, There and Everywhere

ମୂଷା କୁ ଘରୁ ବାହାର କରିବାର ସହଜ ଉପାୟ – ଏହି ଉପାୟ ଜାଣିଦେଲେ ଆପଣଙ୍କ ଘର ଆଡ଼କୁ ଭୁଲ ରେ ମଧ୍ୟ ମୂଷା ଆସିବେ ନାହିଁ..

ମୂଷା ମାନେ ନା କେବଳ ମଇଳା କରନ୍ତି ଯାହା ଦ୍ୱାରା ରୋଗ ହେଇଥାଏ ଏମାନେ ଆମ କପଡା ଓ କାଗଜ କାଟି ପକାନ୍ତି ଯାହା ଫଳରେ ଆମକୁ ବହୁତ ଅସୁବିଧା ର ସାମନା ହେବାକୁ ପଡିଥାଏ। କିଛି ଘରୋଇ ଜିନିଷ ବ୍ୟବହାର କରି ଆମେ ମୂଷା ମାନଙ୍କୁ ବାହାର କରିପାରିବା।

୧:ପିଆଜ– କିଛି ପିଆଜ କୁ ଆମେ କାଟି ଆମେ ସେହି କଟା ପିଆଜକୁ ରୋଷେଇ ଘରେ କିମ୍ଵା ରୋଷେଇଘର ପାଖରେ କିମ୍ବା ମୂଷା ଆତଯାତ କରୁଥିବା ଜାଗା ମାନଙ୍କରେ ରଖିଦେବା। ପିଆଜ ମୂଷା ମାନଙ୍କୁ ଭଲଲାଗେନି ତେଣୁ ସେମାନେ ସେହି ରାସ୍ତା ରେ ଆଉ ଆସିବେନାହିଁ।

୨:ଲଙ୍କା ଗୁଣ୍ଡ– ମୂଷା ଗାତ ମୁହଁରେ କିମ୍ବା ମୂଷା ଆସୁଥିବା ରାସ୍ତାରେ ଲଙ୍କା ଗୁଣ୍ଡ ବିଛେଇଦିଅନ୍ତୁ କିମ୍ବା ରୋଷେଇଘର ବନ୍ଧ ରେ ଲଙ୍କା ଗୁଣ୍ଡ ପକେଇଦିଅନ୍ତୁ,ଯଦି ଥରେ ମୂଷା ଏହି ଲଙ୍କା ଗୁଣ୍ଡ କୁ ଖାଇଦିଏ କିମ୍ବା ତା ଆଖିରେ ଲଙ୍କା ଗୁଣ୍ଡ ଚାଲିଗଲା ତାପରଠୁ ମୂଷା ଆଉ ଆସିବେନି।

୩:ଗୋଲମରିଚ ଗୁଣ୍ଡ– ଗୋଲମରିଚ ଗୁଣ୍ଡ ର ବାସ୍ନା ମୂଷା କୁ ପସନ୍ଦ ହେଇନଥାଏ କିମ୍ବା ମୂଷା ଯଦି ଗୋଲମରିଚ ଖାଇଦିଏ ତା ପେଟରେ ଅସୁବିଧା ହେଇଥାଏ ଯାହାଫଳରେ ମୂଷା ଘରୁ ବହାରିଯାଏ।

୪:ଗନ୍ଧକର୍ପୁର– ଗନ୍ଧକର୍ପୁର କୁ ନିଜର କପଡା ଭିତରେ ରଖନ୍ତୁ। ଏହାର ବାସ୍ନା ମୂଷା ମାନଙ୍କୁ ଭଲ ଲାଗିନଥାଏ ତେଣୁ ମୂଷା ମାନେ କପଡା ପାଖକୁ ଆସିବେ ନାହିଁ ଓ ଆପଣଙ୍କ କପଡା, ବସ୍ତ୍ର ସୁରକ୍ଷିତ ରହିବ।

୫:ତେଜପତ୍ର– ତେଜପତ୍ର କୁ ଛୋଟ ଛୋଟ ଟୁକୁଡା କରି ରୋଷେଇଘରେ କିମ୍ବା ରୋଷେଇଘର ପଖରେ କିମ୍ବା ମୂଷା ଗାତ ପାଖରେ ରଖିଦିଅନ୍ତୁ ଯାହାଫଳରେ ମୂଷା ଆଉ ଆସିବେ ନାହିଁ।

୬:ପେପରମିଣ୍ଟ ତୈଳ– ଏହା ବଜାର ରେ ବହୁତ ସହଜରେ ମିଳିଯାଇଥାଏ। ଏହାକୁ ସେହି ଜାଗମାନଙ୍କରେ ପକେଇଦିଅନ୍ତୁ ଯେଉଁ ଜାଗାରେ ମୂଷା ଆତଯାତ କରିଥାଏ ଯାହାଫଳରେ ମୂଷା ଆଉ ଆସିବ ନାହିଁ।

୭:ବେବୀ ପାଉଡର– ଏହାକୁ ଆପଣ ବିଞ୍ଚିଦିଅନ୍ତୁ ମୂଷା ଆସୁଥିବା ଜାଗା ରେ ମୂଷା ଆଉ ଆସିବ ନାହିଁ।

ଘରେ ବିଲେଇ ରଖିଲେ ମୂଷାମାନେ ରୁହନ୍ତିନାହିଁ।ଯଦି କିଛି ଚୁଟି ମୂଷା ଗାତ କିମ୍ବା ମୂଷା ଆସୁଥିବା ଜାଗାରେ ରଖିଦିଅନ୍ତି ମୂଷା ଏହି ଚୁଟି କୁ ଖାଇଥାଏ ଓ ତା ପେଟରେ ଅସୁବିଧା ଦେଖାଦେଇଥାଏ ଯାହାଫଳରେ ମୂଷା ବାହାରକୁ ବହାରିଯାଇଥାଏ।

ବେକିଙ୍ଗ ସୋଡ଼ା କୁ ଘର ର ବନ୍ଧ କିମ୍ବା ରୋଷେଇଘର ର ବନ୍ଧ ରେ ବିଞ୍ଚି ଦିଅନ୍ତୁ ଯାହାଫଳରେ ମୂଷା ଏହାକୁ ଖାଇଲେ ତା ପେଟରେ ଅସୁବିଧା ହେଇଥାଏ ଓ ସେ ମରିଯାଏ।

୨ ଚାମଚ ଅଟା ରେ ୧ ଚାମଚ ପିଓପି ପାଉଡର ଓ ଟିକିଏ ଲୁଣ ମିସାଇଦିଅନ୍ତୁ ଏହାକୁ ଭଲ ଭାବେ ଚକଟି ଗୁଳା ବନେଇଦିଅନ୍ତୁ ଓ ଏହାର ଛୋଟ ଛୋଟ ଗୁଳା କୁ ଘର ର ସବୁ ଜାଗାରେ ରଖିଦିଅନ୍ତୁ। ଯେତେବେଳେ ମୂଷା ଏହାକୁ ଖାଇବ ତାକୁ ଶୋଷ ଲାଗିବ ଓ ପାଣି ନମିଳିବାରୁ ସେମାନେ ଘରୁ ବହାରିଯାଇଥାନ୍ତି।

ପୋଦିନା ପତ୍ର ର ବାସ୍ନା ରେ ମୂଷା ମାନେ ଘରୁ ବହାରିଯାଇଥାନ୍ତି, ଯଦି ପୋଦିନା ପତ୍ର ଘର ର ସବୁଜାଗରେ ପକେଇଦିଅନ୍ତି କିମ୍ବା ଏହାକୁ ସିଝାଇ ଏହାର ପାଣି କୁ ସବୁଜାଗାରେ ସ୍ପ୍ରେୟ କରିଦିଅନ୍ତି ମୂଷାମାନେ ଘରୁ ବହାରିଯାଇଥାନ୍ତି।

୧ ଚାମଚ ପିଓପି ପାଉଡର ରେ ୧ ଚାମଚ ଚକଲେଟ ପାଉଡର ମିସାଇଦିଅନ୍ତୁ ଓ ଏହାର ଛୋଟ ଛୋଟ ଗୋଲା ବନାଇ ଘରେ ରଖିଦିଅନ୍ତୁ ଏହାକୁ ଖାଇବା ପରେ ମୂଷା ଘରୁ ବାହାରି ଯାଇଥାନ୍ତି କାରଣ ପିଓପି ପାଉଡର ଯୋଗୁଁ ମୂଷା କୁ ଶୋଷ ଲଗିଥାଏ ଓ ମୂଷା ପାଣି ପିଇବା ପାଇଁ ଘରୁ ବାହାର କୁ ପଳେଇଥାଏ।

ଆଜିକାଲି ମୂଷା ମାନଙ୍କୁ ଧରିବା ପାଇଁ ବଜାର ରେ ର୍ୟାଟ ଟ୍ରାପ ମିଳୁଛି।ଏହା ଏକ ଅଠାଳିଆ ପଦାର୍ଥ।ଏହାଉପରେ ମୂଷା ଚଢ଼ିଗଲେ ମୂଷା ଲାଗିଯାଇଥାଏ ଓ ଆମେ ମୂଷା କୁ ନେଇ ବାହାରେ ଫୋପାଡ଼ି ଦେଇଥାଉ।ଏହା ଦ୍ୱାରା ମୂଷା ଆଉ ଘରକୁ ଆସନ୍ତି ନାହିଁ।

ଓଟ ର ଡାହାଣ ଗୋଡ ର ନଖ ମୂଷା ଆସୁଥିବା ଜାଗାରେ ରଖିଲେ ମୂଷା ଏହାକୁ ଛୁଇଁଲେ ଆଉ ଆସିବେ ନାହିଁ।ଏହା ଟିକେ କଷ୍ଟ କାମ କିନ୍ତୁ ଏହାଦ୍ୱାରା ମୂଷା ଘରୁବାହାରିଯାଇଥାଏ।

Leave a Reply

Your email address will not be published. Required fields are marked *