October 24, 2024

Odia Express

Here, There and Everywhere

ଆସନ୍ତୁ ଜାଣିବା ପଙ୍କଜ ତ୍ରିପାଠୀଙ୍କ ଜୀବନ ଶୈଳୀ ବିଷୟରେ – ତାଙ୍କ ବିଷୟରେ ଏହି କଥା ପ୍ରାୟ ୯୦ ପ୍ରତିଶତ ଲୋକ ଜାଣି ନଥିବେ..

ପଙ୍କଜ ତ୍ରିପାଠୀ ନିଜ ପ୍ରାକୃତିକ ଅଭିନୟ ପାଇଁ ସମ୍ପୂର୍ଣ୍ଣ ଭାରତରେ ବିଖ୍ୟାତ ଅଟନ୍ତି କିନ୍ତୁ ମିର୍ଜାପୁରରେ କାଲିନ ଭଇଆ ଓ ଗ୍ୟାଙ୍ଗ ଅଫ ବାସେପୁରରେ ସୁଲତାନ ଭଳି ରିଏଲାଷ୍ଟିକ ଅଭିନୟ କରୁଥିବା ପଙ୍କଜ ତ୍ରିପାଠୀଙ୍କର ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସଫର ଏତେ ସୁବିଧା ଜନକ ହୋଇ ନାହିଁ।ପଙ୍କଜ ତ୍ରିପାଠୀଙ୍କର ଜନ୍ମ ୫ ସେପ୍ଟେମ୍ବର ୧୯୭୬ରେ ବିହାର ଠାରେ ହୋଇଥିଲା।ଆଉ ୨୦୨୦ ହିସାବରେ ତାଙ୍କର ବୟସ ବର୍ତ୍ତମାନ ୫୦ ବର୍ଷ ହେଉଛି।ସେ ନିଜର ବିଦ୍ୟାଳୟର ପାଠ ପଢା ଡି.ପି.ଏଚ ବିଦ୍ୟାଳୟ ବିହାର ଠାରେ କରେଇ ଥିଲେ।ଆଉ ସେ ଦିଲ୍ଲୀର ନେସନାଲ ବିଦ୍ୟାଳୟ ଠାରେ ଅଭିନୟ ଶିଖି ଥିଲେ।ଆଉ ନିଜ କ୍ୟାରିଅର ଆରମ୍ଭରେ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଥିଲା।ସେ ନିଜର କଠିନ ପରିଶ୍ରମ ଦ୍ୱାରା ସମ୍ପୂର୍ଣ୍ଣ ଭାରତ ବର୍ଷରେ ନିଜର ପରିଚୟ ସୃଷ୍ଟି କରି ପାରିଥିଲେ।ତାଙ୍କର ଜନ୍ମ ଛୋଟ ଗ୍ରାମରେ ହୋଇଥିଲେ ମଧ୍ୟ ତାଙ୍କର ସ୍ୱପ୍ନ ବହୁତ ବଡ଼ ଥିଲା।

ତାଙ୍କ ଗ୍ରାମରେ ବେଳେ ବେଳେ ନାଟକ ହେଉଥିଲା ଆଉ ସେ ସେଠାରେ ମଝିରେ ମଝିରେ ପୁଅ ଓ ଝିଅର ଅଭିନୟ କରୁଥିଲେ।ଆଉ ତାଙ୍କର ସୁନ୍ଦର ଅଭିନୟ ଦେଖି ଗାଁର ଲୋକ ତାଙ୍କୁ ବଲିଉଡ ଯିବା ପାଇଁ ଉପଦେଶ ଦେଉଥିଲେ।ଆଉ ଏହା ପରେ ସେ ନିଶ୍ଚିତ କଲେକି ସେ ଏହି କ୍ଷେତ୍ରରେ ନିଜର କ୍ୟାରିଅର ବନେଇବେ।ସେ ପେଷାରେ ଜଣେ ଆକ୍ଟର,ପ୍ରଡ୍ୟୁସର ଓ ମଡେଲ ଅଟନ୍ତି।ପଙ୍କଜ ତ୍ରିପାଠି ୧୯୯୯ ରେ ଦିଲ୍ଲୀ ଚାଲିଗଲେ।ସେ ୨୦୦୪ ରେ ଦିଲ୍ଲୀ ସ୍କୁଲ ଅଫ ଡ୍ରାମରେ ଗ୍ରାଜୁଏଟ ହେଲେ।ଆଉ ତାପରେ ସେ ସେହି ବର୍ଷ ବାହା ହୋଇଗଲେ ଆଉ ତାଙ୍କର ସ୍ତ୍ରୀଙ୍କର ନାମ ହେଉଛି ମୃଦୁଳା।ତାପରେ ସେ ମୁମ୍ବାଇ ଚାଲିଗଲେ ଆଉ ନିଜ ପାଇଁ କାମ ଖୋଜିବାକୁ ଲାଗିଲେ।ତାଙ୍କୁ ପ୍ରଥମେ କୌଣସି କାମ ମିଳିଲାନି ତଥାପି ସେ ଅଡିସନ ଦେବା ଜାରି ରଖିଲେ।ଆଉ ନିଜର କଠିନ ପରିଶ୍ରମ ପରେ ତାଙ୍କୁ ଛୋଟ ଛୋଟ ରୋଲ ମିଳିବାକୁ ଲାଗିଲା।ଆଉ ସେ ସେଥିରେ ନିଜର ପରିବାର ଚଳେଇ ପାରୁ ନଥିଲେ।ସେଥିପାଇଁ ତାଙ୍କ ପତ୍ନୀ ଟ୍ୟୁସନ ଦେବା ଆରମ୍ଭ କରିଦେଲେ।

ତାଙ୍କୁ ପ୍ରଥମ ରୋଲ ୨୦୦୪ ଚଳଚ୍ଚିତ୍ର ରନରେ ମିଳି ଯାଇଥିଲା।ଆଉ ଏହି ରୋଲ ବହୁତ ଛୋଟ ଥିଲା ଯାହା କାହାକୁ ମନ ମଧ୍ୟ ନଥିବ।ଆଉ ଏହି ଭଳି ଆଗକୁ ସେ ବହୁତ ଚଳଚ୍ଚିତ୍ର ଓ ଟିଭି ସିରିଜରେ କାମ କରିବାକୁ ଲାଗିଲେ।ଆଉ ତାପରେ ୨୦୧୦ ରେ ତାଙ୍କୁ ଷ୍ଟାର ପ୍ଲସରେ ଆସୁଥିବା ଗୁଲାଲରେ କାମ କରିବାକୁ ତାଙ୍କୁ ସୁଯୋଗ ମିଳିଲା।ଆଉ ତାଙ୍କର ଅଭିନୟ ଦେଖି ଅନୁରାଗ କଶ୍ୟପଙ୍କ ଚଳଚ୍ଚିତ୍ର ପାଇଁ ନିବେଦନ କଲେ।ଆଉ ଆଠ ଘଣ୍ଟାର ଅଡିସନ ପରେ ମଧ୍ୟ ଅନୁରାଗ କଶ୍ୟପ ତାଙ୍କ ଅଭିନୟରେ ପ୍ରସନ୍ନ ହୋଇ ନଥିଲେ।ଆଉ ମୁକେଶଙ୍କ ନିବେଦନ କ୍ରମେ ତାଙ୍କୁ ଗ୍ୟାଙ୍ଗ ଅଫ ବାସେପୁରରେ ସୁଲତାନର ରୋଲ ମିଳିଲା।ଆଉ ଏହି ଚଳଚ୍ଚିତ୍ର ରିଲିଜ ହେବା ପରେ ପଙ୍କଜ ତ୍ରିପାଠୀଙ୍କ ପାଇଁ ବହୁତ ହିଟ ହୋଇଥିଲା।ଆଉ ଏହା ପରଠାରୁ ତାଙ୍କୁ ପ୍ରାୟ ଅନେକ ଚଳଚ୍ଚିତ୍ରରେ ରୋଲ ମିଳିବା ଆରମ୍ଭ ହୋଇଯାଇ ଥିଲା।ତାଆପରେ ସେ ଆଗକୁ ଯାଇଁ ଫୁକରେ, ମାଝୀ ଦ ମାଉଣ୍ଟନ ମ୍ୟାନ,ନିଲ ବଟେ ସନାଟା,ନ୍ୟୁଟନ,
ବରେଲି କି ବରଫି,ସ୍ତ୍ରୀ ଭଳି ଚଳଚ୍ଚିତ୍ରରେ କାମ କରିଥିଲେ।ଆଉ ତାଙ୍କୁ ନେସନାଲ ଆୱାର୍ଡ ଭଳି ପୁରସ୍କାର ମଧ୍ୟ ମିଳି ସାରିଛି।

ବର୍ଷ ୨୦୧୮ ରେ ଲୋକ ପ୍ରିୟ ୱେବ ସିରିଜ ମିର୍ଜାପୁର ଓ ସାକରେଡ଼ ଗେମରେ ମଧ୍ୟ ସେ ନଜର ଆସିଛନ୍ତି।ପଙ୍କଜଙ୍କୁ ଅନେକ ଆୱାର୍ଡ ମିଳି ସାରିଛି।ତାଙ୍କ ବାପାଙ୍କ ନାମ ହେଉଛି ପିଣ୍ଡିତ ବନାରସ ତ୍ରିପାଠୀ,ତାଙ୍କ ମାଙ୍କର ନାମ ହେଉଛି ହେମନ୍ତି ଦେବୀ।ତାଙ୍କ ପତ୍ନୀଙ୍କର ନାମ ହେଉଛି ମୃଦୁଳା ତ୍ରିପାଠୀ।ତାଙ୍କ ଝିଅଙ୍କର ନାମ ହେଉଛି ଆସି ତ୍ରିପାଠୀ।ପଙ୍କଜ ଗୋଟେ ଚଳଚ୍ଚିତ୍ରରେ କାମ କରିବା ପାଇଁ ୩୦ ଲକ୍ଷ୍ୟ ଟଙ୍କା ନେଇ ଥାଆନ୍ତି।ପଙ୍କଜ କୌଣସି ୱେବ ସିରିଜର ଗୋଟେ ଏପିଷୋଡ଼ ପାଇଁ ୧୫ ଲକ୍ଷ୍ୟ ନେଇ ଥାଆନ୍ତି।୨୦୨୦ ହିସାବରେ ତାଙ୍କର ନେଟୱର୍ଥ ହେଉଛି ୧୯୦ କୋଟି ଟଙ୍କା।

ସେ ନିଜର ପରିବାର ସହିତ ଅନ୍ଧେରି ୱେଷ୍ଟର୍ଣ୍ଣର ଏକ ଆପାର୍ଟ ମେଣ୍ଟରେ ରୁହନ୍ତି।ତାଙ୍କର ସମ୍ପୂର୍ଣ୍ଣ ଗାଡି ସଂଗ୍ରହର ମୁଲ୍ୟ ପ୍ରାୟ ୧୦ କୋଟି ଟଙ୍କା ଅଟେ।ତାଙ୍କ ପାଖରେ ଏକ ମର୍ସିଡିଜ ବେଞ୍ଜ ଇ୨୦୦ ଅଛି ଆଉ ଯାହାର ମୁଲ୍ୟ ୮୦ ଲକ୍ଷ୍ୟ ଟଙ୍କା ଅଟେ।ଆଉ ତାଙ୍କ ପାଖରେ ଏକ ଟୋୟୋଟା ଫରଚ୍ୟୁନର ଅଛି ଆଉ ଯାହାର ମୁଲ୍ୟ ୪୦ ଲକ୍ଷ୍ୟ ଟଙ୍କା ଅଟେ।ଏହା ବ୍ୟତୀତ ତାଙ୍କ ପାଖରେ ଏକ ମର୍ସିଡିଜ ଏମଏଲ ୫୦୦ ଅଛି ଆଉ ଯାହାର ମୁଲ୍ୟ ୭୦ ଲକ୍ଷ୍ୟ ଅଟେ।

Leave a Reply

Your email address will not be published. Required fields are marked *