October 25, 2024

Odia Express

Here, There and Everywhere

ଆପଣାନ୍ତୁ ଏହି ଉପାୟ ଏବଂ ଗୋଟିଏ ଦିନରେ ଗୋଇଠି ଫାଟିବାରୁ ମୁକ୍ତି ପାଆନ୍ତୁ..

ମୁଁ ଆଜି ଆପଣଙ୍କୁ ଏକ ଉପାୟ କହିବାକୁ ଯାଉଛି,ଯାହା ଦ୍ବାରା ଆପଣ ଗୋଟିଏ ରାତିରେ ଗୋଇଠୀ ଫାଟିବାରୁ ମୁକ୍ତି ପାଇ ପାରିବେ। ଗୋଇଠି ଫାଟିବା ସାଧାରଣତଃ ଶୀତ ଦିନରେ ହୋଇଥାଏ। ଏହାଛଡା ଯେଉଁ ମାନଙ୍କର ଚର୍ମ ଅଧିକ ରୁକ୍ଷ ହୋଇଥାଏ,ସେମାନଙ୍କର ସବୁ ସମୟରେ ଗୋଇଠି ଫାଟି ଥାଏ। ମୁଁ ଆଜି ଆପଣଙ୍କୁ ଏକ ଉପାୟ କହିବାକୁ ଯାଉଛି, ଯାହା ଦ୍ଵାରା ଆପଣ ଘର ଥାଇ ମଧ୍ୟ ଏହି ସମସ୍ୟାରୁ ଉପଶମ ଲାଭ କରିପାରିବେ। ଆମେ ନିଜ ଶରୀର ବହୁତ ଧ୍ୟାନ ରଖିଥାଉ କିନ୍ତୁ ଆମେ ନିଜ ଗୋଇଠିର ଧ୍ୟାନ ରଖି ନଥାଉ। ଯାହା ଦ୍ଵାରା ଏହା ଅଧିକ ରୁକ୍ଷ ହୋଇଯାଏ ଏବଂ ଫାଟି ଯାଏ। ଯାହା ଫଳରେ ରକ୍ତ ମଧ୍ୟ ବାହାରିଥାଏ। ତେବେ ଚାଲନ୍ତୁ ଜାଣିବା ସେ ବିଷୟରେ। ଯଦି ଆପଣ ଏହି ସମସ୍ୟାରୁ ମୁକ୍ତ ହେବା ପାଇଁ ଚାହୁଛନ୍ତି, ତେବେ ଆପଣଙ୍କୁ ମହମବତୀର ଆବଶ୍ୟକତା ରହିଅଛି।ସାଧାରଣତଃ ଘରେ ମହମବତୀ ଥାଏ ।

ଘରେ ଥିବା ମହମବତୀକୁ ଗୁଣ୍ଡ କରି ଦୁଇ ଚାମଚ ନିଅନ୍ତୁ। ବର୍ତ୍ତମାନ ବଜାରରେ ବିଭିନ୍ନ ରଙ୍ଗର ମହମବତୀ ମିଳୁଛି। ଆପଣ ଯେଉଁ ରଙ୍ଗର ମହମବତୀ ଚାହିଁବେ, ତାହା ନେଇ ପାରିବେ।ଦୁଇ ଚାମଚ ମହମବତୀ ସହ ଏକ ଚାମଚ ସୋରିଷ ତେଲ ମିଶାନ୍ତୁ। ଏହା ଛଡ଼ା ସେଥିରେ ଅଧା ଚାମଚ ନଡିଆ ତେଲ ମଧ୍ୟ ନିଅନ୍ତୁ। ଏହା ସହ ଚାମଚ ର ଏକଚତୁର୍ଥାଂସ ଏଲୋଭେରା ଜେଲ ମିଶାନ୍ତୁ। ଏହି ସବୁ ଉପକରଣ ଗୁଡ଼ିକୁ ନେଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଏହି ମିଶ୍ରଣକୁ ନେଇ ଗରମ କରି ଦିଅନ୍ତୁ, ଯାହା ଫଳରେ ଏହା ତରଳି ଯିବ। ଏହି ତରଳ ପଦାର୍ଥକୁ ନେଇ ଏକ ପାତ୍ରରେ ରଖିଦିଅନ୍ତୁ।

ଏହି ମିଶ୍ରଣକୁ ଆପଣ ସପ୍ତାହରେ ୩ଦିନ ନିଜ ଗୋଡ଼ରେ ଲଗାନ୍ତୁ। ଏହାକୁ ରାତିରେ ଶୋଇବା ପୂର୍ବରୁ ଲଗାନ୍ତୁ। ମନେ ରଖିବେ ଶୋଇବା ପୂର୍ବରୁ ଭଲ ଭାବେ ଗୋଡ଼କୁ ଧୁଅନ୍ତୁ ଏବଂ ସଫା କରନ୍ତୁ, ତା ପରେ ଏହି ମିଶ୍ରଣକୁ ନିଜ ଗୋଇଠୀ ରେ,ଯେଉଁ ସ୍ଥାନରେ ଫାଟି ଅଛି,ସେହି ସ୍ଥାନରେ ଭଲ ଭାବରେ ମାଲିସ କରନ୍ତୁ। ସକାଳେ ଆପଣ ନିଶ୍ଚିତ ସୁଫଳ ପାଇବେ। ଯଦି ଆପଣ ଏହାକୁ ୧୦ ରୁ ୧୨ ଥର ବ୍ୟବହାର କରିବେ,ତେବେ ଆପଣ ଏହି ସମସ୍ୟାରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତି ପାଇ ପାରିବେ।ଏହି ସମସ୍ୟା ଆଉ ଦ୍ୱିତୀୟ ଥର ଦେଖାଯିବ ନାହିଁ ।

ଯଦି ଆପଣ ଭଲରେ ପାଦ ଧୋଇବା ପାଇଁ ଚାହୁଛନ୍ତି ତେବେ, ଆପଣ କିଛି ପାଣି ନିଅନ୍ତୁ,ଏହା ସହ ଦୁଇ ଚାମଚ ଲୁଣ ମିଶାନ୍ତୁ। ଗୋଟିଏ ଲେମ୍ବୁ ଆଣି ଚିପୁଡି ଦିଅନ୍ତୁ। ଯଦି ଆପଣ କୌଣସି ସାମ୍ପୋ ବ୍ୟବହାର କରୁଛନ୍ତି, ତେବେ ସେଥିରେ କିଛି ମିଶାନ୍ତୁ। ଏହା ପରେ ତାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ ଏବଂ ସେଥିରେ ନିଜର ଗୋଡ଼କୁ ବୁଡାନ୍ତୁ ଏବଂ ଭଲ ଭାବରେ ସଫା କରନ୍ତୁ। ଏହା ଦ୍ବାରା ଆପଣ ନିଜ ସମସ୍ୟାରୁ ଶୀଘ୍ର ଉପଶମ ଲାଭ କରି ପାରିବେ।

Leave a Reply

Your email address will not be published. Required fields are marked *