ଜାଣନ୍ତୁ କେଉଁ ଭିଟାମିନ ଅଭାବର ସଂକେତ ଦେଇଥାଏ ଆପଣଙ୍କ ଶରୀର – ନିଶ୍ଚୟ ଜାଣିରଖନ୍ତୁ ନଚେତ ଅସୁବିଧା ରେ ପଡିପାରନ୍ତି ଆପଣ..
1 min read
ଆଜ୍ଞା ଆମେ ଆପଣ ମାନଙ୍କୁ ନମସ୍କାର ଜଣାଇ ହାର୍ଦ୍ଧିକ ସ୍ୱାଗତ କରୁଛୁ ଆଜି ଆମେ ଏଠାରେ କିଛି ଗୁରୁତ୍ୱପୂର୍ଣ୍ଣ କଥା ବିଷୟରେ ଆଲୋଚନା କରିବା। ଆଜି ଆମେ ଜାଣିବା ଆମ ଶରୀରରେ କୌଣସି ଗୋଟେ ପ୍ରକାରର ଭିଟାମିନ କମ ହେବା ଦ୍ୱାରା ସବୁବେଳେ ଗୋଟେ ଲକ୍ଷଣ ଆମକୁ ଦେଖିବାକୁ ମିଳିଥାଏ। ଏହି ଲକ୍ଷଣ ଗୁଡିକ ସାହାଯ୍ୟରେ ଆମେ ଜଣାଇ ପାରିବା ଆମକୁ କେଉଁ କେଉଁ ଭିଟାମିନର ଅଭାବ ଅଛି। ଯାହାଦ୍ୱାର ଆମେ ଏହାକୁ ଜାଣିବା ପରେ ସେ ଭିଟାମିନକୁ ଆମ ଶରୀରରେ ପୁର୍ଣ୍ଣ କରି ପାରିବା।ଏହି ସବୁ ଆମ ପାଇଁ ଜାଣିବା ବହୁତ ଗୁରୁତ୍ୱପୁର୍ଣ୍ଣ ହୋଇଥାଏ।ଆସନ୍ତୁ ଜାଣିବା ଏମିତି କେତେକ ଲକ୍ଷଣ ବିଷୟରେ ଯାହା ଦ୍ୱାରା ଆମେ ଜାଣିପାରିବା ଆମ ଶରୀରରେ କେଉଁ ଭିଟାମିନର ଅଭାବ ରହିଛି।
୧. ପ୍ରଥମ ଲକ୍ଷଣ ହେଉଛି ଶରୀରରେ ଥିବା ସୁଖିଲା ଓ ଫାଟିଥିବା ତ୍ୱଚା। ଯଦି ଆପଣଙ୍କ ପାଖରେ ଏହି ଲକ୍ଷଣ ଦେଖାଯାଉଛି ତାହେଲେ ଏହାର ସମ୍ପୂର୍ଣ୍ଣ ଚାନ୍ସ ଥାଇକି ଆପଣଙ୍କ ଭିତରେ ଭିଟାମିନ-ଇ ର କମ ଥିବା କାରଣରୁ।ସେଥିପାଇଁ ଏହି ଭିଟାମିନ-ଇ ର ଅଭାବକୁ ପୁର୍ଣ୍ଣ କରିବା ପାଇଁ ଆପଣ ପାଳଙ୍ଗ ଖାଇ ପାରିବେ, ତାସହିତ ଆପଣ ବାଦାମ ଖାଇବପାରିବେ ଏମାନଙ୍କ ଭିତରେ ସବୁ ଭିଟାମିନ ଇ ଅଧିକରୁ ଅଧିକ ମାତ୍ରାରେ ମିଳିଥାଏ,ତେଣୁ ଆପଣ ନୀତି ଦିନ ଏହାର ସେବନ କରି ଆପଣ ନିଜ ଭିତରେ ଭିଟାମିନ-ଇ ର ମାତ୍ରାକୁ ବଢ଼େଇ ପାରିବେ।
୨.ଦ୍ୱିତୀୟ ଲକ୍ଷଣ ହେଉଛି ସବୁଠାରୁ ଅଧିକ ମିଠା ଖାଇବାକୁ ଇଚ୍ଛା ହେବା। ଆପଣଙ୍କ ପ୍ରାୟ ସମୟରେ ଅବାଂଛିତ ଉପାୟରେ ମିଠା ଖାଇବାକୁ ଇଛା ହୁଏ ତାହେଲେ ଆପଣଙ୍କ ଶରୀରରେ ଗ୍ଲୁକୋଜର ଅଭାବ ରହିଥାଏ।ଆପଣ ନିଜ ଶରୀରରେ ଗ୍ଲୁକୋଜର କମିକୁ ପୁର୍ଣ୍ଣ କରିବା ପାଇଁ କେବେ ମିଠା ଅଧିକ ଖାଇବେ ନାହିଁ।ଆପଣ ଏହି ଗ୍ଲୁକୋଜର ଅଭାବକୁ ସମ୍ପୂର୍ଣ୍ଣ କରିବା ପାଇଁ ମହୁର ସେବନ କରି ପାରିବେ କାରଣ ଏଥିରେ ପ୍ରଚୁର ମାତ୍ରାରେ ଗ୍ଲୁକୋଜ ଥାଏ। ତାସହିତ ଆପଣ ଫଳ ମୁଳ ଖାଇ ପାରିବେ।
୩.ତୃତୀୟ ଲକ୍ଷଣ ହେଉଛି ନିଦ ନ ଆସିବା।ଯଦି ଆପଣ ବିଛଣାକୁ ଯାଉଛନ୍ତି ଆଉ ଆପଣଙ୍କୁ ନିଦ ଆସୁନାହିଁ ତାହେଲେ ଆପଣଙ୍କ ଭିତରେ ପୋଟାସିୟମ ଅଭାବ ରହିଥାଏ। ଏହି ପୋଟାସିୟମ ଅଭାବ ହେଲେ ଆଉ ଏକ ଲକ୍ଷଣ ଦେଖାଯାଏ ସେ ହେଉଛି ଗୋଡ଼ର ମାଂସ ପେଶୀରେ ଟାଣି ହୋଇଯିବା। ଯେମିତି ଆପଣ ଶୋଇବାକୁ ଯାଉଛନ୍ତି ଗୋଡ଼ ମେଲେଇବାକୁ ଯାଉଛନ୍ତି ତାହେଲେ ଆପଣଙ୍କ ଗୋଡ଼ର ମାଂସ ପେଶୀ ଟାଣି ହୋଇଯାଏ। ତାହେଲେ ଆପଣଙ୍କୁ ପୋଟାସିୟମ ପରିପୂର୍ଣ୍ଣ ଖାଦ୍ୟ ପଦାର୍ଥ ନେଵାର ଅଛି।ସେ ହେଉଛି ଯେମିତି କଦଳୀ,ନଡ଼ିଆ ପାଣି,ବିଟ, ଖରଭୁଜ,ଇତ୍ୟାଦିର ସେବନ କରି ପାରିବେ ଏଗୁଡିକ ପୋଟାସିୟମର ଭଲ ସ୍ରୋତ ଅଟେ।
୪.ଚତୁର୍ଥ ଲକ୍ଷଣ ହେଉଛି ବହୁତ ଅଧିକ ଆଇସକ୍ରିମ କିମ୍ବା ବହୁତ ଅଧିକ ବରଫ ଖାଇବାର ଇଛା ହେବା। ତାହେଲେ ଏ ସବୁ ଲକ୍ଷଣ କହୁଛିକି ଆପଣଙ୍କୁ ଆଇରନର ଅଭାବ ଅଛି ବୋଲି।କାହିଁକିନା ଆଇରନ ଅଭାବରୁ ଆମ ଶରୀର ଏହି ଭଳି ପ୍ରତିକ୍ରିୟା ଦେବା ଆରମ୍ଭ କରିଦିଏ।ଆମେ ଆପଣଙ୍କୁ ସେଇଟା କହୁନୁ ଯିଏ ପିଲାବେଳୁ ଆଇସ୍କ୍ରିମ ଖାଇବାକୁ ଭଲପାଏ ବରଂ ଯାହାକୁ ଏହି ୨-୩ ମାସ ହବ ପାଟିରେ କେବଳ ଆଇସକ୍ରିମ ରଖିବାକୁ ଇଛା ହୁଏ ତାହେଲେ ଏମିତି ଲୋକ ଆଇରନ ଆଭାବରେ ପୀଡିତ। ସେଥିପାଇଁ ଆପଣଙ୍କୁ ଆଇରନରେ ଭରପୂର ଖାଦ୍ୟ ଖାଇବା ଉଚିତ । ଯାହାକି କିସମିଶ ଏହାକୁ ଆଇରନର ବହୁତ ଭଲ ସ୍ରୋତ ବୋଲି ଆମେ ଜାଣିଥାଉ। ତାସହିତ ମୁଗ,ଚଣା ରାଜମା ଏସବୁ ଆଇରନର ପ୍ରଚୁର ସ୍ରୋତ ଅଟେ।
୫.ପଞ୍ଚମ ଲକ୍ଷଣ ହେଉଛି ଦାନ୍ତ ମାଢିରୁ ରକ୍ତ ପଡିବା। ଏହି ପରି ହେବାର ମୁଖ୍ୟ କାରଣ ହେଉଛି ଭିଟାମିନ-ସି ର ଅଭାବ। ତାହାଲେ ଯଦି ଆପଣଙ୍କ ମାଢ଼ିରେ ଯଦି ରକ୍ତ ଆସୁଛି ଆପଣ ସମ୍ପୂର୍ଣ୍ଣ ଭାବରେ ଜଣାଇନିଅନ୍ତୁ ଯେ ଆପଣଙ୍କ ଶରୀରରେ ଭିଟାମିନ-ସି ର ଅଭାବ ରହିଛି। ସେଥିପାଇଁ ଆପଣଙ୍କୁ ଯେତେ ପ୍ରକାରର ସାଇଟ୍ରସ ଖାଦ୍ୟ ପଦାର୍ଥ ଅଛି ତାକୁ ସବୁ ଆପଣଙ୍କୁ ସେବନ କରିବାର ଅଛି। ଯେମିତି ଲେମ୍ବୁ,କମଳା ଏହି ଭଳି କେତେକ ଫଳ। ଏହି ସବୁ ଜିନିଷ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ ତେଣୁ ଏହାର ସେବନ କରିବା ଉଚିତ। ଭଣ୍ଡା ଏକ ଏମିତି ଫଳ ଅଟେ ଯାହା ଭିତରେ ମଧ୍ୟ ଭିଟାମିନ-ସି ଥାଏ। ତେଣୁ ନିଜର ଶରୀରରୁ ଭିଟାମିନ-ସି ଅଭାବ ଆମେ ପୁର୍ଣ୍ଣ କରି ପାରିବା।