October 28, 2024

Odia Express

Here, There and Everywhere

୨୫ ବର୍ଷପରେ ନିଜ ଉଚ୍ଚତା ବଢ଼ାନ୍ତୁ – ଏକମାତ୍ର ଉପାୟ,ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

1 min read

ଆଜିର ଦିନରେ ସବୁଠାରୁ ବଡ ସମସ୍ୟା ହେଉଛି କମ ଉଚ୍ଚତା।ଯାହାପାଇଁ ଆମେ ବହୁତ ଚିନ୍ତିତ ରହିଥାଉ।ଯେଉଁ ବ୍ୟକ୍ତିଙ୍କ ଉଚ୍ଚତା କମ ହୋଇଥାଏ,ସେମାନଙ୍କ ପାଇଁ ବହୁତ ଚିନ୍ତାର ବିଷୟ ହୋଇଥାଏ।କିଛି ସାଙ୍ଗ ଥାଆନ୍ତି ଯେଉଁମାନେ ସର୍ବଦା ଥଟା ବା ମଜାକ ଉଡେଇଥାନ୍ତି।ହେଲେ ଆପଣମାନେ ହୁଏତ ଭାବୁଥିବେ ଯେ ୨୫ ବର୍ଷପରେ ଉଚ୍ଚତା ବଢ଼ିନଥାଏ।ହେଲେ ଆପଣଂକୁ ଆମେ କହିଦେବୁ ଯେ ମଣିଷ ର ଉଚ୍ଚତା ସେତେବେଳେ ଯାଏ ବଢେ ଯେତେବେଳ ପର୍ଯ୍ୟନ୍ତ ମନୁଷ୍ୟର ହାଡ ଶେଷରେ ଥିବା ଗ୍ରୋଥପ୍ଲେଟ ଯେତେବେଳ ଯାଏ ହାଡ ସହ ମିଶିନଯାଇଛି।

ବିଜ୍ଞାନ ଅନୁସାରେ ଆମ ଲମ୍ବହାଡର ଶେଷରେ କାରଟିଲେଜ ରହିଥାଏ।ମତିଷ୍କ ଦ୍ଵାରା କ୍ଷରିତ ଗ୍ରୋଥ ହରମୋନ ପାଇଁ ଏହା ହାଡ ଉପରେ ନୂଆନୂଆ ଆସ୍ତରଣ ଯୋଡ଼ିଥାଏ।ଯାହା ପାଇଁ ମଣିଷର ଉଚ୍ଚତା ବଢେ।ହେଲେ ଯୌବନ ଆସିବା ପରେ ଇଷ୍ଟ୍ରୋଜେନର ମାତ୍ରା ଶରୀରରେ ଵୃଦ୍ଧି ପାଏ।ସେତେବେଳେ ଗ୍ରୋଥପ୍ଲେଟ ହାଡ ସହ ମିଶିଯାଏ,ଯାହା ଫଳରେ କି ନୂଆ ଟିସୁ ସୃଷ୍ଟି ହୁଏ ନାହିଁ ଓ ଉଚ୍ଚତା ମଧ୍ୟ ବଢ଼ିନଥାଏ।ପୁଅ ମାନଙ୍କ ୧୬ ବର୍ଷ ଓ ଝିଅମାନଙ୍କ ୧୪ ବର୍ଷ ରେ ଏମିତି ଦେଖାଯାଏ।ଯେତେବେଳେ ଉଚ୍ଚତାକୁ ବଢେଇବାର କାରକ ନଥିବ ତେବେ ଉଚ୍ଚତା ବଢିବ କେମିତି।

ଏହା ପାଇଁ ବୈଜ୍ଞାନିକମାନେ ଏକ ଉପାୟ ଖୋଜିଲେ ଯାହାର ନାମ ହେଉଛି ଡ଼ିଷ୍ଟ୍ରକ୍ସନ ଓଷ୍ଟିଓ ଜେନେସିସ।ଏହି ଉପାୟରେ ଶରୀରର ଲମ୍ବା ହାଡ କୁ ଭାଙ୍ଗିକି ତାକୁ ଟାଣିକି ଅଲଗା କରାଯାଇଥାଏ ଏବଂ ତା ମଝିରେ ସେହି ଫାଙ୍କା ଯାଗାରେ ଏକ ନୂଆ ହାଡକୁ ଲଗାଯାଇଥାଏ ।ଏହି ଡ଼ିଷ୍ଟ୍ରକ୍ସନ ଓଷ୍ଟିଓ ଜେନେସିସରେ ୩ଟି ଶ୍ରେଣୀ ରହିଅଛି।

(୧)ଅଷ୍ଟିଓଟୋମି ଫେଜ -ଏହି ଶ୍ରେଣୀରେ ଲମ୍ବା ହାଡ ଯଥା ଜଙ୍ଗ ହାଡକୁ ଭାଙ୍ଗିକି ପୂରା ସିଧା ଭାବରେ ରେ ଟାଣିକି ତାକୁ ଅଲଗା କରାଯାଏ। ଯେପରି ହାଡ ମଝିରେ ଫାଙ୍କା ହୋଇଯିବ।

(୨)ଲେଟଏନ୍ସି ଫେଜ -ଏହି ଶ୍ରେଣୀରେ ଲୋକ ଘରେ ବସି ଆରାମ କରିଥାଏ ନିଜ ହାଡକୁ ସୁସ୍ଥ ରଖିଥାଏ।

(୩)ଏଥିରେ ବ୍ୟକ୍ତି ନିଜର ଭଙ୍ଗା ହାଡର ଚାରିପଟେ ଏକ ଉପକରଣ ଲଗେଇକି ନିଜ ହାଡକୁ ସମର୍ଥନ କରିଥାଏ।ଏଥିରେ ହାଡ ପ୍ରତିଦିନ ୧ ମିଲିମିଟର ଦୂର ହୋଇଥାଏ।ହାଡ ଅଲଗା ହୋଇକି ହାଡ ମଝିରେ ନୂଆ ହାଡ ହୋଇଥାଏ।

ଆମ ହାଡ଼ ରେ ଏକ ପ୍ରକାରର ପ୍ରୋଟିନ,ମିନେରାଲସ୍ ମିଶିକି ହୋଇଥାଏ।ପୁଣି ପରଦିନ ହାଡ ମଝିରେ ପ୍ରତିଦିନ ୧ ମିଲିମିଟର ଦୂର ହୋଇଥାଏ ଏବଂ ପୁଣି ନୂଆ ହାଡ ହୋଇଥାଏ।ଏହିପରି ପ୍ରତିଦିନ ୧ ମିଲିମିଟର ଦୂର ହୋଇଯାଏ ଏବଂ ସେହି ଫାଙ୍କା ରେ ନୂଆ ହାଡ ହୋଇଥାଏ।ଏହିପରି ଭାବେ କିଛି ସେଣ୍ଟିମିଟର ନୂଆ ହାଡ କୁ ଯୋଡିଦିଆଯାଇଥାଏ।ତାହା ବି ହାଡ ନିଜେ ହାଡ ମଝିରେ ଫାଙ୍କା କରିକି ଏପରି କରିଥାଏ।ଏହାପରେ ହାଡକୁ ତିଆରି କରିବା କୋଷ ଅଷ୍ଟିଓବ୍ଲାଷ୍ଟ ନୂଆ ଟିସୁକୁ ପ୍ରକୃତ ହାଡ ସାମଗ୍ରୀ ଯୋଗେଇଥାଏ।ଏହାପରେ ବ୍ୟକ୍ତିର ଉଚ୍ଚତା କିଛି ସେଣ୍ଟିମିଟର ବଢିଯାଇଥାଏ।ଏହି ପ୍ରକ୍ରିୟା ବହୁତଦିନ ଧରି ଲାଗିଥାଏ।ଏଥିରେ ବହୁତ କଷ୍ଟ ମଧ୍ୟ ହୋଇଥାଏ।ଏହା ଏତେ କଷ୍ଟ ହୋଇଥାଏ କି କେତେ ଲୋକ ଏହାକୁ ସହିପାରିନଥିଲେ ଯେତେବେଳେ ସେମାନଙ୍କ ଉପରେ ଏହା ପ୍ରୟୋଗ କରାଯାଇଥିଲା।

୧ ମାସ ମଧ୍ୟରେ ଆପଣଙ୍କୁ କିଛି ସେଣ୍ଟିମିଟର ନୂଆ ହାଡ ମିଳିବ।ଏହି ନୂଆ ଟିସୁକୁ ସମ୍ପୂର୍ଣ୍ଣ ରୂପେ ହାଡ ହେବାକୁ ୧ ମାସ ଲାଗିଯାଇଥାଏ। ୧୭ ଶତକଡା ଲୋକ ଯାହା ଉପରେ ଏହି ପ୍ରକ୍ରିୟା ଟା ପ୍ରୟୋଗ କରାଯାଇଥିଲା ସେମାନେ ବହୁତ ସମସ୍ୟାର ସମ୍ମୁଖୀନ ହୋଇଥିଲେ।।ଚୀନରେ ଏହି ପ୍ରକ୍ରିୟା ବହୁତ ପ୍ରସିଦ୍ଧ ଥିଲା ।ଚୀନ ଲୋକଙ୍କୁ ଏହି ପ୍ରକ୍ରିୟା ଯୋଗୁଁ ବହୁତ କଷ୍ଟ ସହିବାକୁ ପଡିଥିଲା।

Leave a Reply

Your email address will not be published. Required fields are marked *