October 28, 2024

Odia Express

Here, There and Everywhere

ଧନୀ ହେବାକୁ ଚାହୁଁଛନ୍ତି? କରନ୍ତୁ ଏହି ତିନୋଟି କାମ ହୋଇଯିବେ ଧନୀ..

1 min read

ଆପଣମାନଙ୍କୁ ଆମର ଆଉ ଏକ ଅଧ୍ୟାୟରେ ସ୍ୱାଗତ।ଆଜିକାଲି ଦୁନିଆରେ ସମସ୍ତେ ସଫଳତା ପାଇବାକୁ ଚେଷ୍ଟା କରୁଛନ୍ତି।ସମସ୍ତେ ଧନପ୍ରାପ୍ତି ବା ଟଙ୍କା ପଛରେ ଗୋଡାଉଛନ୍ତି।ହେଲେ ଆଜି ଆମେ ଆପଣଙ୍କୁ ଏପରି ତିନିଟି କାମ କହିବୁ ଯାହାଦ୍ଵାରା ଆପଣ ସଫଳ ହୋଇପାରିବେ।ଯଦି କରିବେ ଏହି ତିନିଟି କାମ ତେବେ କେବେହେଲେ ଆପଣଙ୍କ ପାଖରେ ଧନର ଅଭାବ ଦେଖାଯିବ ନାହିଁ।ସେ ୩ଟି କାମ କଣ ଆସନ୍ତୁ ଜାଣିବା ଚାଣକ୍ୟଙ୍କ ନୀତି ଅନୁସାରେ।

ଚାଣକ୍ୟଙ୍କ ଚାଣକ୍ୟନୀତି ଅନୁସାରେ ଭୌତିକ ଯୁଗରେ ଧନ ମଣିଷର ସମସ୍ତ ଭାବନାର ପୂରଣ କରିବାର ମାଧ୍ୟମ ଅଟେ।ଏଥିପାଇଁ ସବୁ ଲୋକ ଟଙ୍କା ପଇସା ପଛରେ ଗୋଡ଼ାନ୍ତି।ଧନପ୍ରାପ୍ତି କରିବା ପାଇଁ ମନୁଷ୍ୟ ସାତ ସମୁଦ୍ର ମଧ୍ୟ ପାର କରିପାରିବ।ଆଚାର୍ଯ୍ୟ ଚାଣକ୍ୟଙ୍କ ଧନର ଆଵଶ୍ୟକତା କେବେଳ କଳ୍ପନା ମାଧ୍ୟମରେ ପାଇହୁଏନାହିଁ।ଚାଣକ୍ୟ କୁହନ୍ତି ଧନପ୍ରାପ୍ତି ପାଇଁ ମନୁଷ୍ୟ କୁ କଠିନ ପରିଶ୍ରମ କରିବାକୁ ପଡିଥାଏ।ସତ ମାର୍ଗରେ ଯାଏ ଯେଉଁ ଲୋକ ଧନପ୍ରାପ୍ତି କରିଥାଏ ତା ଉପରେ ମାତା ଲଷ୍ମୀ ତଥା ମା ସରସ୍ଵତୀଙ୍କ ଆଶୀର୍ବାଦ ରହିଥାଏ।ଧନ ପ୍ରାପ୍ତି ପାଇଁ ଚାଣକ୍ୟଙ୍କ ଏହି କଥାକୁ ମନେରଖିବା ଅତ୍ୟନ୍ତ ଆବଶ୍ୟକ ଅଟେ।ତେବେ ଆସନ୍ତୁ ଜାଣିବା ଏହି ତିନିଟି କଥା ବିଷୟରେ ବିସ୍ତୃତ ଭାବରେ।

୧.ଆଜିର କାମକୁ କାଲି କରିବା ନାହିଁ।-ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଧନ ସେହି ଲୋକଠାରୁ ଦୂରକୁ ଚାଲିଯାଏ ଯେଉଁ ବ୍ୟକ୍ତି ଆଜିର କାମକୁ ଆଜି ନସରି କାଲି ପାଇଁ ରଖିଦେଇଥାଏ।ଆଳସ୍ୟ ବ୍ୟକ୍ତିର ସବୁଠାରୁ ବଡ ଶତ୍ରୁ ହୋଇଥାଏ।ଆଳସ୍ୟ କରୁଥିବା ବ୍ୟକ୍ତି କେବେହେଲେ ସଫଳତା ପାଇପରେ ନାହିଁ।ଆଳସ୍ୟ ସବୁବେଳେ ନିଜକୁ ସଫଳତା ପାଇବାରେ ବାଧା ସୃଷ୍ଟି କରେ।ଏଥିପାଇଁ ଆଳସ୍ୟକୁ ସର୍ବଦା ତ୍ୟାଗ କରନ୍ତୁ।ଧନପ୍ରାପ୍ତି କେବଳ ସେହି ଲୋକମାନଙ୍କୁ ମିଳିଥାଏ ଯେଉଁମାନେ ସର୍ବଦା କାମ କରିବାପାଇଁ ତତ୍ପର ହୋଇଥାନ୍ତି।

୨.ଖରାପ କାମରୁ ଦୂରେଇ ରୁହନ୍ତୁ।-ଚାଣକ୍ୟ ଙ୍କ ଚାଣକ୍ୟ ନୀତି କୁହେ ସର୍ବଦା ଖରାପ କାମରୁ ଦୁରେଇ ରୁହନ୍ତୁ।ଖରାପ କାମ ବ୍ୟକ୍ତିର ଉନ୍ନତିରେ ସବୁଠୁ ବଡ ବାଧା ଦେଇଥାଏ।ଖରାପ କାମ କାରଣରୁ ବ୍ୟକ୍ତି ସର୍ବଦା ନିଜ କର୍ତ୍ତବ୍ୟରୁ ଦୁରେଇ ରୁହେ।ଅନ୍ୟଲୋକ ତାହାକୁ ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରନ୍ତି।ଏମିତି ଲୋକଙ୍କୁ ଲଷ୍ମୀ ମାତାଙ୍କ ଆଶୀର୍ବାଦ କେବେ ମିଳିନଥାଏ।

୩.କାହାର ଅନାଦାର କରିବା ନାହିଁ।-ଚାଣକ୍ୟଙ୍କ ଚାଣକ୍ୟ ନୀତି ଅନୁସାରେ ଯେଉଁ ବ୍ୟକ୍ତି ଅନ୍ୟକୁ ସମ୍ମାନ ଦିଏ ନାହିଁ ତାଙ୍କୁ ଅନାଦାର କରେ ଲଷ୍ମୀ ମାତା ତାଙ୍କ ଉପରେ ରାଗିଥାନ୍ତି।ଆଉ ସେହି ସ୍ଥାନକୁ ଛାଡି ଚାଲିଯାଇଥାନ୍ତି।କାହାର ଅନାଦାର କରିବା ଉଚିତ ନୁହେଁ।କାରଣ ସମ୍ମାନ ଦେଲେ ହିଁ ସମ୍ମାନ ମିଳେ।ଯିଏ ମାନବ ହିତ କଥା ଚିନ୍ତା କରେ ଅନ୍ୟକୁ ସମ୍ମାନ ଦିଏ ସେହି ବ୍ୟକ୍ତି ସର୍ବଦା ସଫଳତା ପ୍ରାପ୍ତ କରେ।

ଆପଣମାନଙ୍କୁ ତ ଆମେ କହିଲୁ ଏହି ଚାଣକ୍ୟ ନୀତିର ଏହି ତିନିଟି କାମ।ଆଶା କରୁଛୁ ଏହା ଆପଣଂକୁ ବହୁତ ଭଲ ଲାଗିଥିବ।ଭବିଷ୍ୟତରେ ଏହା ଆପଣ ମାନଙ୍କୁ ବହୁତ ଲାଭଦାୟକ ହେବ ଓ ଏହି କଥା ଆପଣଙ୍କ ବହୁତ ହିତକର ହେବ।ମାତା ଲଷ୍ମୀ ଓ ମା ସରସ୍ଵତୀଙ୍କୁ କେବେହେଲେ ନିଜ ପାଖରୁ ଯିବାକୁ ଦିଅନ୍ତୁ ନାହିଁ।ସେମାନଙ୍କୁ ସର୍ବଦା ନିଜ ପାଖରେ ରଖିବାକୁ ଚେଷ୍ଟା କରନ୍ତୁ। ସେମାନଙ୍କ କୃପା ରହିଲେ ଆପଣ ସଫଳତା ଲାଭ କରିବେ ଓ ଧନର ସମସ୍ୟା ରହିବ ନାହିଁ।ଆପଣ ମାନେ ଏହି ତିନିଟି କାମ କରନ୍ତୁ।ଦେଖିବେ ଏହା ଆପଣଂକୁ ବହୁତ ହିତକର ଓ ଲାଭଦାୟକ ହେବ।ଭବିଷ୍ୟତରେ ଆପଣ ନିଶ୍ଚୟ ସଫଳ ହେବେ।ଆଉ ସଫଳତା ପାଇଲେ ଆପଣଙ୍କ ପାଖେ କେବେହେଲେ ଧନର ଅଭାବ ରହିବ ନାହିଁ।ଆପଣ ସର୍ବଦା ଖୁସି ରହିବେ।

Leave a Reply

Your email address will not be published. Required fields are marked *