October 25, 2024

Odia Express

Here, There and Everywhere

ସକାଳ ୪ ଟାରୁ ଉଠି ପଢ଼ିବାର ଏହି ଲାଭ ଯାହା ଆପଣ ଜାଣିନଥିବେ – ଜାଣିଲେ ଆଜିଠୁ ରାତିରୁ ଉଠିକି ପଢିବା ଆରମ୍ଭ କରିବେ ଆପଣ…

1 min read

ଆପଣ ଜାଣିଛନ୍ତିକି ଆପଣଙ୍କ ପରୀକ୍ଷା ଦିନ ପାଖେଇ ଆସିଲାଣି ଓ ଦିନକୁ ଦିନ ଏହା ଧୀରେ ଧୀରେ ପାଖେଇ ଆସିଵାରେ ଲାଗିଛି କିନ୍ତୁ ତଥାପି ଆପଣ ପାଠ ପଢି ପାରୁ ନାହାନ୍ତି।ଦେଖିବାକୁ ଗଲେ ଏହା ପଛରେ କଣ କାରଣ ରହୁଛି ?ଆଜି ଆମେ ଏଠାରେ ଜାଣିବା କିପରି ଆପଣ ନିଜ ସମସ୍ୟାରୁ ମୁକ୍ତ ହୋଇପାରିବେ ? ଆଉ କେମିତି ଆପଣ ନିଜର ଲକ୍ଷ କୁ ଆପଣ ନିଜେ ପୁର୍ଣ୍ଣ କରିପାରିବେ ? ଆଉ କେମିତି ଆପଣ ବୋର୍ଡ ପରୀକ୍ଷାରେ ଅଧିକରୁ ଅଧିକ ନମ୍ବର୍ ରଖି ପାରିବେ ସେ ବିଷୟରେ ଆମେ ବିସ୍ତାର ଭାବରେ ଜାଣିବା।ଏହି ସବୁ ସମସ୍ୟାରୁ ମୁକ୍ତ ହେବା ପାଇଁ ଆମେ ଆପଣଙ୍କୁ ଏକ ସାଧାରଣ ଉପାୟ କହିବାକୁ ଯାଉଛୁ ଜାହାଦ୍ୱାର ଆପଣ ସଫଳ ହୋଇପାରିବେ।

ସର୍ଵ ପ୍ରଥମେ ଆପଣଙ୍କୁ ସକାଳୁ ଉଠିବାର ଅଛି,ଆପଣ ନିଜ ଜୀବନରେ ଶୋଇବା ସମୟ ଓ ଉଠିବା ସମୟକୁ ଫିକ୍ସ କରି ନିଅନ୍ତୁ।ଆପଣ ଯେକୌଣସି ଉପାୟରେ ସକାଳ ୪ ଠାରୁ ନିଜ ବିଛଣା ତ୍ୟାଗ କରି ନିଅନ୍ତୁ।ଏମିତି କରିବା ଦ୍ୱାରା ଆପଣଙ୍କୁ ଭିନ୍ନ ଭିନ୍ନ ପ୍ରକାରର ଲାଭ ମିଳିବ,ଆଉ ଏ ଲାଭ ଗୁଡିକ ବିଷୟରେ ଆମେ ଆପଣଙ୍କୁ ଗୋଟି ଗୋଟି କରି କହିବାକୁ ଯାଉଛୁ।ଆପଣ ସକାଳ ୪ ଟାରୁ ଉଠିବା ଦ୍ୱାରା ଆପଣଙ୍କ ମସ୍ତିଷ୍କ ସକ୍ରିୟ ରହିଥାଏ।ଯେମିତି ଗୋଟେ ସାଧାରଣ ଉଦାହରଣ ହେବା ଆପଣ କ୍ରିକେଟରେ କୋଡିଏ ଓଭରିଆ ମ୍ୟାଚ ଦେଖିଥିବେ ସେଥିରେ ପ୍ରଥମ ଛଅ ଓଭର ମହତ୍ୱପୁର୍ଣ୍ଣ ହୋଇଥାଏ।ଯେତେବେଳେ ବ୍ୟାଟିଙ୍ଗ ଟିମ ଏହି ଛଅ ଓଭରରେ ଭଲ ଖେଳିଥାଏ ତାହାଲେ ସେ ଗୋଟେ ବଡ଼ ସ୍କୋର ଆଡ଼କୁ ଅଗ୍ରସର ହୋଇଥାଏ।ସେହିପରି ଆପଣ ଯଦି ସକାଳୁ ଉଠି ପଢି ନେଉଛନ୍ତି ତାହେଲେ ଆପଣଙ୍କ ସମ୍ପୂର୍ଣ୍ଣ ଦିନ ସକାରାତ୍ମକ ହୋଇଥାଏ।

ଆଉ ଏହି ଉର୍ଯା ଆପଣଙ୍କୁ ଆହୁରି ପାଠ ପଢିବାକୁ ପ୍ରେରିତ କରିଥାଏ।ସେଥିପାଇଁ ଆପଣ ସକାଳୁ ଉଠନ୍ତୁ ଆଉ ୪ ରୁ ଦିନ ୮ ପର୍ଯ୍ୟନ୍ତ ନିଶ୍ଚିନ୍ତ ଭାବରେ ପଢ଼ନ୍ତୁ।ସୌ ଆପଣ ଏମିତି କରିବା ଦ୍ୱାରା ଆପଣଙ୍କ ମସ୍ତିଷ୍କ ଦିନ ସାରା ଆକ୍ଟିଭ ରହିଥିବ ଓ ଆପଣ ନିଜ ଟାର୍ଗେଟକୁ ଅତି ସହଜରେ ଦେଖି ପାରିବେ।ଆଉ ଏହି ଉର୍ଯା ଆପଣଙ୍କୁ ଦିନ ସାରା ଆହୁରି ପଢିବାକୁ ଉତ୍ସାହିତ କରିବ।ଆପଣ ରାତି ୧୦ ଟା ବାଜିବ ମାନେ ଯେତେତେନେ ପ୍ରକାରରେ ନିଜ ବେଡ଼କୁ ଚାଲିଯିବେ ଓ ରାତିରେ ୬-୭ ଘଣ୍ଟା ଭଲ ଭାବରେ ଶୋଇନେବେ।ଆଉ ଆପଣ ସକାଳ ୪ ଟାରୁ ଉଠିବା ମାତ୍ରେ ଆପଣଙ୍କୁ ବହୁତ ସମୟ ମିଳିବ।ଆଉ ଯଦି ଆମେ ୮ ଟା କି ୯ ଟା ରେ ଉଠୁ ଆମ ମୁଣ୍ଡରେ ନକାରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ।ସେଥିପାଇଁ ଆପଣ ସକାଳୁ ଉଠିଲେ ଆପଣଙ୍କର ନିଜ ଉପରେ ଆତ୍ମବିଶ୍ବାସ ବଢିବ।

ଆପଣ ରାତିରେ ଶୋଇବା ପୂର୍ବରୁ ନିଜ ଟାର୍ଗେଟ ଆପଣ ଭଲ ଭାବରେ ସେଟ କରି ନିଅନ୍ତୁ।ଯେମିତି ମତେ ସକାଳୁ ଉଠି ଏତିକି ପଢ଼ିବାର ଅଛି କି ସକାଳୁ ଉଠି ଏହି କାମ କରିବାର ଅଛି।ତାପରେ ଆପଣ ଯେତବେଳେ ନିଜ ଟାର୍ଗେଟ ଆପଣ ସେଟ କରିନେବେ ତାହେଲେ ଆପଣଙ୍କୁ କୌଣସି ଅସୁବିଧା ହେବ ନାହିଁ।ଆଉ ଆପଣ ସକାଳୁ ଉଠୁ ଉଠୁ ପଢିବାକୁ ଯିବେ ନାହିଁ।ଆପଣ ସକାଳୁ ୫-୧୦ ମିନିଟ ଖାଲି ପାଦରେ ମାଟି ଉପରେ ଚାଲିବେ ଯାହା ଆମ ଆଖି,ମସ୍ତିଷ୍କ,ମନଲଗେଇବା ଶକ୍ତି ପାଇଁ ଏ ସବୁ ଜିନିଷ ବହୁତ ଭଲ ହୋଇଥାଏ।ତାପରେ ଆପଣ ଦାଣ୍ତ ଘସିବେ ଗାଧେଇ ଯିବେ,ତାପରେ ଆପଣ ୫ ମିନିଟ କଣ କରିବେ ଭାବି ନିଅନ୍ତୁ ଆଉ ତାପରେ ପାଠପଢା ଆରମ୍ଭ କରି ନିଅନ୍ତୁ।ତାପରେ ଆପଣ ନିଜ ଠାରୁ ନିଜ ମୋବାଇଲ ଫୋନକୁ ଦୁରେଇ ରଖନ୍ତୁ।ଆଉ ରାତିରେ ନିଜ ପ୍ରସ୍ତୁତ କରିଥିବା ଟାର୍ଗେଟ ଅନୁସାରେ ପଢିବାକୁ ଯାଆନ୍ତୁ।

ତାପରେ ସକାଳୁ ଉଠିବେ କିପରି ?ଆପଣ ସର୍ଵ ପ୍ରଥମେ ନିଜ ଆଲାରାମ ଘଣ୍ଟାର ବ୍ୟବହାର କରନ୍ତୁ।ଆଉ ନିଜ ଠାରୁ ଅଳ୍ପ ଦୁରେଇ ସେ ଘବତାକୁ ରଖନ୍ତୁ ଯେପରି ଆଲାରାମ ବାଜିଲେ ଶୋଇଥିବା ଅବସ୍ଥାରେ ଆପଣ ବନ୍ଦ ନ କରି ପାରିବେ।ସକାଳୁ ଉଠିବାର ଏକ ବୈଜ୍ଞାନିକ କାରଣ ହେଲା ଆମ ମସ୍ତିଷ୍କ ଏକ ହାଇପର ଆକ୍ଟିଭ ମୋଡ଼ରେ ଥାଏ ତେଣୁ ଆପଣଙ୍କ ର ଯେତେ ଘୋଷା ପାଠ ଆକଗୀ ତାକୁ ଉଠେଇ ପଢିବାକୁ ଆରମ୍ଭ କରନ୍ତୁ।ଏହି ସମୟକୁ ବ୍ରହ୍ମମୁହୂର୍ତ୍ତ କହିବାର କାରଣ ହେଲା ଭଗବାନ ଏ ସମୟରେ ଆମକୁ ଶକ୍ତି ଦିଅନ୍ତି ଆଉ ଆମକୁ କାମ କରିବାକୁ କି ପାଠ ପଢିବାକୁ ବହୁତ ଇଛା ହୋଇଥାଏ।ଆଉ ଏହି ସମୟରେ ଏକ ଏପରି ସକାରାତ୍ମକ ଉର୍ଯା ଆମ ଭିତରେ ଥାଏ ଯାହା ଆମକୁ ପଢିବାକୁ ଆହୁରି ପ୍ରୋତ୍ସାହ ଦେଇଥାଏ।ବେଦରେ ମଧ୍ୟ କୁହାଯାଇଛି କି ଏ ସମୟରେ ଯିଏ ପଢେ କିମ୍ବା ପରିଶ୍ରମ କରେ ତାର ସଫଳତା ନିଶ୍ଚିତ ହୋଇଥାଏ।

ଆଉ ଆପଣ ଏହି ସମୟରେ ଉଠି ଯଦି ଆପଣ ନିଜ ଟାର୍ଗେଟ ପୁର୍ଣ୍ଣ କରି ନିଅନ୍ତି ତାହେଲେ ଆପଣଙ୍କ ଭିତରେ ଏକ ସକାରାତ୍ମକ ଭାବ ଜାଗୃତ ହୁଏ ଯାହା ଆପଣଙ୍କୁ ଗୋଟେ ଦିନରେ ଆହୁରି ପଢିବାକୁ ଉତ୍ସାହ ଦେଇଥାଏ।ଆଉ ଏହି ଅଭ୍ୟାସ ଆପଣଙ୍କ ପରୀକ୍ଷା ଭଲ ହେବାରେ ମଧ୍ୟ ସାହାଯ୍ୟ କରିବ।ଆଉ ଆପଣ ଅତୀତରେ କଣ କରିଛନ୍ତି ତାକୁ ଭୁଲି ଭବିଷ୍ୟତରେ କଣ କରିବେ ସେଥିପ୍ରତି ଧ୍ୟାନ ଦିଅନ୍ତୁ।

Leave a Reply

Your email address will not be published. Required fields are marked *