October 28, 2024

Odia Express

Here, There and Everywhere

ରୋଷେଇ ଘରେ ଭୁଲରେ ବି କରନ୍ତୁ ନାହିଁ ଏହି ୧୦ ଟି ଭୁଲ୍ , ପରିବାର ଓ ମୁଖିଆଙ୍କ ପାଇଁ ହୋଇପାରେ ଚିନ୍ତାର କାରଣ

ରୋଷେଇ ଘର ପୁରା ପରିବାରର କେନ୍ଦ୍ର ଜାଗା ହୋଇଥାଏ, ଏହି ଜାଗାରେ ଆମେ ଆମ ଜୀବନର ଭଲ କ୍ୱାଲିଟି ଟାଇମ୍ ବିତାଇଥାଉ, ମଣିଷ ଯେତେ ପରିଶ୍ରମ କରିଥାଉ ନା କାହିଁକି ସେ ଏଥିପାଇଁ କରେ କାରଣ ସେ ଦୁଇ ମୁଠା ଖାଇବାକୁ ପାଇପାରୁ, ସବୁ ମହିଳା ନିଜ ଅଧିକାଂଶ ସମୟ ରୋଷେଇ ଘରେ କଟାଇଦିଅନ୍ତି , ମହିଳା ନିଜ ପରିବାରକୁ ହେଲଦି ରଖିବା ଓ ସ୍ୱାଦିଷ୍ଟ ଖାଇବା ବନାଇବା ପାଇଁ କିଚେନ୍ ସଫା ସଫି କରି ପୁରା ଧ୍ୟାନ ରଖନ୍ତି , କିନ୍ତୁ ଏହାପରେ ବି ଅଜଣାରେ କିଛି ଭୁଲ୍ କରିବସନ୍ତି । ଆପଣଙ୍କ ଦ୍ୱାରା କରାଯାଈଥିବା ଛୋଟ ମୋଟ ଭୁଲ୍ ଘରେ ନକରାତ୍ମକ ଉର୍ଜା ଓ ପଇସାର ଅଭାବର କାରାଣ ହୋଇପାରେ , ଏହା ଛଡା କିଛି ଭୁଲ୍ କାରଣରୁ ଆପଣଙ୍କ ପରିବାରର ସ୍ୱାସ୍ଥ୍ୟ ଉପରେ ବି ପ୍ରଭାବ ପକାଇଥାଏ , ଆଜି ଆମେ ଆପଣଙ୍କୁ କିଛି ଏମିତି ଭୁଲ୍ ବିଷୟରେ କହିବାକୁ ଯାଉଛୁ, ଯାହା ମହିଳାମାନଙ୍କୁ କରିବା ଉଚିତ୍ ନୁହେଁ ।

୧) ରୋଷେଇରେ ସବୁଠାରୁ ପ୍ରଥମେ ଭୁଲ୍ ଯାହା ଅଧିକାଂଶ ଗୃହିଣୀ କରନ୍ତି ତାହା ହେଲା ବିନା ଗୋଆଧୋଇ ରୋଷେଇ ଘରେ ପଶିଯିବା, ଯାହାକି ବହୁତ ଭୁଲ୍ ଅଟେ, ଏମିତିରେ ବିଲକୁଲ୍ ଭୁଲ୍ କରନ୍ତୁ ନାହିଁ , କାରଣ ଏଥିରେ ଅନ୍ନପୁର୍ଣ୍ଣା ଦେବୀ ନାରାଜ୍ ହୋଇଯାଆନ୍ତି , ଯାହାର କାରଣରୁ ଧୀରେ ଧୀରେ ଘରେ ପଇସାର ଅଭାବ ଦେଖାଯାଏ ।

୨) କ୍ଷୀର ସିଝାଉଥିବା ସମୟରେ ଧୀମା ଆଞ୍ଚରେ କ୍ଷୀରକୁ ସିଝାନ୍ତୁ , କାରଣ କ୍ଷୀର ସିଝିବାପରେ ବାହାରେ ପଡିବା ନକରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ । ଏହା ଛଡା ପଇସାର କମି ଦେଖାଦିଏ , ଓ ପରିବାର ଲୋକ ରୋଗାଗ୍ରସ୍ତ ହେବାକୁ ଲାଗନ୍ତି , ଏହା ସହ ଏହା ବି ଧ୍ୟାନ ରଖନ୍ତୁ କି ରୋଷେଇ ଯେବେ ବି କ୍ଷୀର ସିଝାଇବେ ତେବେ ସିଧା ସିଝାନ୍ତୁ ନାହିଁ ବରଂ ଟିକିଏ ପାଣି ଗରମ କରିଦିଅନ୍ତୁ ତାପରେ କ୍ଷୀର ସିଝାନ୍ତୁ , କ୍ଷୀର ସିଝିବାର ତୁରନ୍ତ ପରେ ତାକୁ ଘୋଡାନ୍ତୁ ନାହିଁ , ଅଧା ଘଣ୍ଟା ସେମିତି ଛାଡିଦିଅନ୍ତୁ ,

୩) ଆଜିକାଲିର ଏହି ଷ୍ଟାଣ୍ତିଙ୍ଗ୍ ରୋଷେଇ ଘର ଜମାନାରେ ମହିଳାମାନେ ସ୍ଲାବରେ ହିଁ ରୁଟି ବେଲିଥାନ୍ତି , କିନ୍ତୁ ଏହାର ଭୁଲ୍ ପ୍ରଭାବ ପଡିଥାଏ , ଏଥିପାଇଁ ରୁଟି ସବୁବେଳେ କାଠରେ ବନାନ୍ତୁ , ଏଥିରେ ଧନ ଲାଭ ହେବା ସହ ରୋଗ ଦୁର ହୋଇଯିବ ।

୪) ରୋଷେଇ ଘରକୁ ମା ଅନ୍ନପୁର୍ଣ୍ଣା ମାନାଯାଏ , ଏଥିପାଇଁ କେଉଁ କାମ କରିବାପରେ କିଚେନ୍ କୁ ସଫା କରନ୍ତୁ , ଏହା ଛଡା ଗ୍ୟାସକୁ ଅପରିସ୍କାର କରନ୍ତୁ ନାହିଁ, ଏଥିରେ ଘରେ ଦାରିଦ୍ରତା ଆସିଯାଏ ।

୫) ରୋଷେଇ ଘର ସଜାଇବାପାଇଁ ଆପଣ ଶ୍ରୀକୃଷ୍ଣଙ୍କ ଲହୁଣି ଖାଉଥିବା ଫଟୋ ଲଗାଇପାରିବେ , ଏଥିରେ କିଚେନ୍ ସହ ଘରେ ବି ସକରାତ୍ମକ ଉର୍ଜା ଆସିଥାଏ ।

୬) ରୋଷେଇ ସହ ଯୋଡୀ ହୋଇଥିବା ପ୍ରଥମ କଥା ଧ୍ୟାନ ଦେବାକୁ ହେବ , ସେମିତି କିଛି ଭଙ୍ଗା ବାସନ, ବେକାର ଜିନିଷ, ଅଳିଆ ଜମା ହେବାକୁ ଦିଅନ୍ତୁ ନାହିଁ ।

୭)ଇଲେକ୍ଟ୍ରୋନିକ୍ସ ଜିନିଷ ଯାହା କାମରେ ନାହିଁ , ଖରାପ ହୋଇସାରିଛି, ତାକୁ ତୁରନ୍ତ ରୋଷେଇ ଘରୁ ବାହାର କରିଦିଅନ୍ତୁ , ଭଲ ହେବ ବିଜୁଳିର ଉପକରଣ ଠିକ୍ କରିଦିଅନ୍ତୁ ,କିମ୍ବା ଘରୁ ବାହାର୍ କରିଦିଅନ୍ତୁ ।

୮) ଘରର ସ୍ତୀ କେବେ ବିନା ଗାଧୋଇ ରୋଷେଇ ଘରେ ପ୍ରବେଶ କରନ୍ତୁ ନାହିଁ , କାରାଣ ଏମିତି କରିଲେ ପରିବାର ଲୋକଙ୍କର ସ୍ୱାସ୍ଥ୍ୟ ସମସ୍ୟା ଆସିପାରେ ,

୯) କେବେ ଘରର ରୋଷେଇ ଓ ବାଥରୁମ୍ କୁ ଆମନା ସାମ୍ନାରେ ରହିବା ଉଚିତ୍ ନୁହେଁ , ଯଦି ଏମିତି କରନ୍ତି ତେବେ ଆପଣଙ୍କ ବାଥରୁମ୍ କବାଟ ସବୁବେଲେ ବନ୍ଧ ରହିବା ଜରୁରି , ରୋଷେଇ ଆଗରେ ପର୍ଦା ଲଗାଇକରି ରଖିବା ଉଚିତ୍ ।

୧୦) କେବେ ଘରର ମୁଖ୍ୟ ଦ୍ୱାର ପାଖରେ କିମ୍ବା ଠିକ୍ ସାମ୍ନାରେ ରୋଷେଇ କରନ୍ତୁ ନାହିଁ , ଏହି ସ୍ଥିତିରେ ଘର ଲୋକଙ୍କ ମଧ୍ୟରେ ସାମଞ୍ଜସ୍ୟ ଓ ତାଳମେଳ କମ୍ ହୋଇଯାଏ , ରୋଷେଇକୁ ଅନ୍ନପୁର୍ଣ୍ଣାଙ୍କ ବାସ ମାନାଯାଏ , ଏଥିପାଇଁ ରୋଷେଇ ନା କେବଳ ଶୁଦ୍ଧ ବର୍ଂ ରୋଷେଇ କଣ କରିବେ କଣ ନୁହେଁ ଏହା ବହୁତ୍ ମାଇନା ରଖିଥାଏ , କାରଣ ଆମ ସମସ୍ତଙ୍କ ସ୍ୱାସ୍ଥ୍ୟ, ଧନ ପରିବାର ସୁଖ ଶାନ୍ତି ସମୃଦ୍ଧି ଓ  ଭାବନାକୁ ପ୍ରଭାବିତ କରିଥାଏ , ଏଥିପାଇଁ କୁହାଯାଇଥିବା କଥାକୁ ଧ୍ୟାନରେ ରଖନ୍ତୁ , ଓ ରୋଷେଇଘରେ ଭୁଲ୍ ରେ ଏହି ଭୁଲ୍ ଗୁଡୀକ କରନ୍ତୁ ନାହିଁ

Leave a Reply

Your email address will not be published. Required fields are marked *