October 23, 2024

Odia Express

Here, There and Everywhere

ଆମ ରୋଷେଇ – କେବଳ ୫ ମିନିଟ୍ ରେ ବନାନ୍ତୁ କ୍ରିସ୍ପି ଚଟପଟା ବ୍ରେଡ୍ ମଞ୍ଚୁରିଆନ୍ , ନା ପରିବାର ଦରକାର, ନା ହିଁ ପନୀରର ଆବଶ୍ୟକତା – ଏବେ ଜାଣିରଖନ୍ତୁ ଏହି ସ୍ୱାଦିଷ୍ଟ ରୋଷେଇ..

1 min read

ଆପଣ ପନୀର ମଞ୍ଚୁରିଆନ୍ ଖାଇଥିବେ , କିନ୍ତୁ ଆପଣ କେବେ ବ୍ରେଡ୍ ର ମଞ୍ଜୁରିଆନ୍ ଖାଇଛନ୍ତି , ଯଦି ନାହିଁ ତେବେ ଆଜି ଆମେ ଆପଣ୍ନଙ୍କୁ ବ୍ରେଡ୍ ମଞ୍ଚୁରିଆନ୍ ବନାଇବାର ରେସିପି କହିବୁ, ଏହାକୁ ଦେଖିକରି ଆପଣ କହିପାରିବେ ନାହିଁ କି ଏହା ବିନା ପନୀରରେହୋଇଛି, କାରଣ ଆମେ ଏହିପ୍ରକାରର ବନାଇଛୁ, ଏହାକୁ ଖାଇଲେ ବିଲକୁଲ୍ ପନୀର୍ ପରି ଲାଗିବ , ମଞ୍ଚୁରିଆନ୍ ବନାଇବାପାଇଁ ବହୁତ ସାରା ପରିବା ବ୍ୟବହାର ହୋଇଥାଏ, କିନ୍ତୁ ଆଜି ଆମେ ଏଥିରେ ଦୁଇଟି ପରିବା ବ୍ୟବହାର କରିଛୁ, କିନ୍ତୁ ଏହା ଖାଇବାରେ ଏକଦମ୍ ମଞ୍ଚୁରିଆନ୍ ସ୍ୱାଦ୍ ମିଳିବ ।

ବନାଇବାର୍ ସାମଗ୍ରୀ- ବ୍ରେଡ୍ -୪ ଖଣ୍ତ, କର୍ଣ୍ଣ ଫ୍ଲାୱାର୍ କିମ୍ବା ଆରାରୋଟ୍- ୨ ଟେବୁଲ୍ ସ୍ପୁନ୍ , ମଇଦା- ସ୍ୱାଦନୁସାରେ,  ଲୁଣ- ସ୍ୱାଦନୁସାରେ , ଅଦା ଓ ରସୁଣର ପେଷ୍ଟ- ୨ ଟେବୁଲ୍ ସ୍ପୁନ୍ , ପିଆଜ-୧ଟା, ଶିମଲା ମିର୍ଚ୍ଚ-୧, ଗୋଲମରିଚ ଗୁଣ୍ତ- ୧ ଚାମଚ, ସୋୟା ସସ୍- ୨ ଟେବୁଲସ୍ପୁନ୍ , ରେଡଚିଲି ସସ୍- ୨ ଟେବୁଲ୍ ସ୍ପୁନ୍, ଟମାଟୋ କେଚଅଫ୍- ୨ ଟେବୁଲ୍ ସ୍ପୁନ୍, ମକାର୍ ଅଟା- ୧।୨ ଟିସ୍ପୁନ୍, ପିଆଜ- ୨ ରୁ ୩ ଟା, ପାଣୀ, ରିୟାଇନ୍ ତେଲ ।

ବ୍ରେଡ୍ ମଞ୍ଚୁରିଆନ୍ ବନାଇବାପାଇଂ ପ୍ରଥମେ ବ୍ରେଡ୍ କୁ ନିଅନ୍ତୁ ଓ ତାହାର ସାଇଡ୍ ରୁ କାଟିଦିଅନ୍ତୁ , ଓ ତାପରେ ଏହାକୁ ଚକୋର ଆକାରରେ କାଟିଦିଅନ୍ତୁ , ଏବେ ଏକ ବାଉଲ୍ ନିଅନ୍ତୁ, ଓ ତାହାମଧ୍ୟରେ କର୍ଣ୍ଣଫ୍ଲାୱାର୍, ମଇଦା,ଲୁଣ, ଗୋଲମରିଚଗୁଣ୍ତ, ରିୟାଇନ୍ ତେଲ ଓ ପାଣି ମିଶାଇକରି ଏକ ଘୋଳ କରିଦିଅନ୍ତୁ , ଏବେ ଏହା ଭିତରେ ଅଦା ରସୁଣର ପେଷ୍ଟ ପକାଇଦିଅନ୍ତୁ , ଏବେ ଏକ କଡେଇରେ ତେଲକୁ ଗର୍ମ କରନ୍ତୁ , ଓ ଚାକୋର ବ୍ରେଡ୍ କୁ କର୍ଣ୍ଣ ଫ୍ଲାୱାର୍ ରେ ବୁଡାଇ ଫ୍ରାଇ କରିନିଅନ୍ତୁ । ଏବେ ଆଉ ଏକ କଡେଇରେ ତେଲକୁ ଗର୍ମ କରିଦିଅନ୍ତୁ , ଓ ଏହା ଭିତରେ ଅଦା ରସୁଣର ପେଷ୍ଟ୍ ଓ କଞ୍ଚା ଲଙ୍କା କାଟିକରି ପକାନ୍ତୁ , ଏବେ ଏହାର ଭିତରେ ପିଆଜ ଓ ଶିମଲା ମିର୍ଚ୍ଚକୁ କାଟୀକରି ପକାନ୍ତୁ

ଏବେ ଏହା ଭିତରେ ଗୋଲମରିଚ ପାଉଡର୍ ଓ ଲୁଣ ପକାନ୍ତୁ , ଏହାପରେ ସୋୟା ସସ୍, ରେଡ ଚିଲି ସସ୍, ଓ ଟମାଟୋ ସସ୍ ପକାଇକରି ମିଶାନ୍ତୁ , ଏବେ ଏକ ଗିନାରେ ଟୀକିଏ କର୍ଣ୍ଣ ଫ୍ଲାୱାର୍ ନେଇ ତାହା ଭିତରେ ପାଣି ସହ ସିରକା ମିଶାଇଦିଅନ୍ତୁ , ଓ ତାପରେ ଏହାର ବାକି ମିଶ୍ରଣକୁ ପକାଇ ମିଶାଇଦିଅନ୍ତୁ । ଏବେ କଡେଇରୁ ଫ୍ରାଇ କରାଯାଇଥିବା ବ୍ରେଡ୍ କୁ ପକାଇ ମିଶାଇଦିଅନ୍ତୁ , ଏଏବେ ଏଥିରେ କଞ୍ଚା ପିଆଜ ଓ ଧନିଆଁ ମିଶାଇଦିଅନ୍ତୁ, ଏହାକୁ ବନାଇବାପାଇଁ ଆପଣଙ୍କୁ ଅଧିକା ହଇରାଣ ହେବାକୁ ପଡିବନାହିଁ , ମାତ୍ର ଆପଣଙ୍କ ମଞ୍ଚୁରିଆନ୍ ପାଞ୍ଚ ମିନିଟ୍ ରେ ରେଡି ହୋଇ ପ୍ରସ୍ତୁତ ହୋଇଯିବ ।

Leave a Reply

Your email address will not be published. Required fields are marked *