October 18, 2024

Odia Express

Here, There and Everywhere

ଆଜିର ସବୁଠୁ ମଜାଦାର ୨୦ ହସ କଥା : ସାନ୍ତା-ବାନ୍ତା ବର୍ଡରକୁ ଯୁଦ୍ଧ କରିବାକୁ ଗଲେ। ସାନ୍ତା ବୁଲେଟ ପ୍ରୁଫ ଜାକେଟ ବଦଳରେ ମଶାରୀ ପିନ୍ଧିଲା । ବାନ୍ତା- ଓଏ, ତୁ ମଶାରୀ କାହିଁକି ପିନ୍ଧିଲୁ? ସାନ୍ତା କହିଲା ଏପରି ଯେ…

1 min read

ମନୁଷ୍ୟ ସାରା ଦିନ ଅଫିସ କିମ୍ବା ଘରର କାମରେ ଲାଗିରହିଥାଏ। ସାରା ଦିନ ବ୍ୟସ୍ତ କାର୍ଯ୍ୟସୂଚୀ ପରେ ଯେବେ ଅଳ୍ପ ସମୟ ମିଳିଥାଏ ତ ସେ ନିଜର ପରିବାର ସହିତ ହସିଖେଳି ବିତାଇବାକୁ ଚାହେଁ । କିନ୍ତୁ ପରିବାର ସହିତ ସେ ଖୁସି ସେତେବେଳେ ରହିପାରିବ ଯେବେ ସେ ମନରୁ ଖୁସି ହେବ। ଏଥିପାଇଁ ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କ ନିମନ୍ତେ କିଛି ଏପରି ମଜାଦାର ହସକଥା ନେଇ ଆସିଛୁ ଯାହା ଆପଣଙ୍କ ସାରା ଦିନର କ୍ଳାନ୍ତି ଚୁଟୁକୀରେ ଦୂର କରିଦେବ। ଏହି ଜୋକ୍ସ ପଢିକି ଆପଣଙ୍କ ମନ ପ୍ରସନ୍ନତାରେ ପୂର୍ଣ୍ଣ ହୋଇଯିବ ଏବଂ ଆପଣ ନିଜର ପରିବାରକୁ ମଧ୍ୟ ଖୁସିରେ ରଖିପାରିବେ। ତେବେ ବିଳମ୍ବ କେଉଁ କଥା ପାଇଁ? ଆସନ୍ତୁ ଆରମ୍ଭ କରିବା ହସି ହସେଇବାର ଏହି ପ୍ରକ୍ରିୟା।

ଅଧ ରାତିରେ ପୁଅର ଫୋନ ବାଜିଲା…. । ପୁଅ- ହାଲୋ । ଝିଅ- ମେରା ଦିଲ ଭି କିତନା ପାଗଲ ହୈ, ୟେ ପ୍ୟାର ତୋ ତୁମସେ କରତା ହୈ । ପୁଅ- ଆଚ୍ଛା ତାହେଲେ ତୁମେ ମୋତେ ବିବାହ କରିବ? ଝିଅ- ଏହି ଗୀତକୁ ନିଜର କଲାର ଟ୍ୟୁନ କରିବା ପାଇଁ 8 ଚିପନ୍ତୁ ।

ସ୍ଵାମୀ(କ୍ଷୀର ପିଇକି)- ଛି ଏ କିପରି କ୍ଷୀର ଅଟେ? ପତ୍ନୀ- କେସର ସରିଯାଇଥିଲା ତ ମୁଁ ତୁମ ପକେଟରୁ ‘ବିମଲ ପାନ ମସଲା’ ପକେଇ ଦେଇଛି କାରଣ ଏହାର ଦାନା ଦାନାରେ ରହିଛି କେସର ର ଦମ ।

ପପ୍ପୁ ସାଇନ୍ସ ଟେଷ୍ଟରେ କମାଲ କରିଦେଲା । ପ୍ରଶ୍ନ- ଏପରି ଗୋଟିଏ ଜିନିଷର liquid ନାମ କୁହ ଯାହା ଗରମ କରିବା ମାତ୍ରେ କଠିନ(solid) ହୋଇଯାଏ। ସମସ୍ତ ଅଧ୍ୟାପକ ଫେଲ ହେଇଗଲେ କିନ୍ତୁ ପପ୍ପୁ ସଠିକ ଉତ୍ତର ଦେଲା…. । ପପ୍ପୁର ଉତ୍ତର ଥିଲା,‘ବେସନର ପକୁଡି’

ବିବାହର ପରଦିନ ଅଚାନକ ସ୍ଵାମୀ ନିଜର ସ୍ତ୍ରୀଙ୍କ ଉପରେ ଚିଲ୍ଲେଇ ଉଠିଲେ… ଲୋକମାନେ ପଚାରିଲେ କାହିଁକି ଚିଲ୍ଲାଉଛ ବିଚାରୀ ଉପରେ? ସ୍ଵାମୀ- ସେ ମୋର ଚା ରେ ତାବିଜ ପକେଇଛି ମୋତେ ବଶ କରିବା ନିମନ୍ତେ! ମୋତେ ମୋର ମାଆ ଠାରୁ ଦୂର କରିବାକୁ ଚାହୁଁଛି । ସ୍ତ୍ରୀ କାନ୍ଦି କି କ୍ରୋଧରେ କହିଲେ ତାହା ତାବିଜ ନୁହେଁ TeaBag ଅଟେ, ଗାଉଁଲି କଉଠିକାର।

ସାନ୍ତା- ମୋର ଯେଉଁ ନୂଆ ପଡୋଶିନୀ ଅଛନ୍ତି ନା, ସେ ଆମ ଆଦମି ପାର୍ଟି ରୁ ଅଟନ୍ତି । ବାନ୍ତା- ତୁମେ କିପରି ଜାଣିଲ? କାଲି ମୁଁ ତାଙ୍କୁ ହାତ ହଲେଇକି ହାଏ କହିଲି, ତ ସେ ମୋତେ ଝାଡୁ ଦେଖେଇଲେ…!!

ସ୍ଵାମୀ ଛୋଟେଇକି ଘରୁ ବାହାରକୁ ଯାଉଥିଲେ। ଶାଶୁ- କଣ ହେଲା ଜ୍ଵାଇଁ? ଜ୍ଵାଇଁ- ଆପଣଙ୍କ ଝିଅ ଗୋଡ ଭାଙ୍ଗିଦେଇଛି । ଶାଶୁ- ଓହ, ସନ୍ଧ୍ୟାରେ ଶୀଘ୍ର ଘରକୁ ଆସିବ … । ତୁମ ଶଳାକୁ ଦେଖିବାକୁ ଝିଅ ପକ୍ଷ ଆସୁଛନ୍ତି । ସ୍ଵାମୀ- ଆରେ, ମୋର ନିଜର ପସନ୍ଦ ଏତେ ଖରାପ ଥିଲା, ଅନ୍ୟର ବିଷୟରେ ନିଷ୍ପତ୍ତି ମୁଁ କଣ ନେବି ।

ପୁଅ- ହାଲୋ, କିଏ? ଝିଅ- ହମ ତେରେ ବିନ ଅବ ରହ ନେହିଁସକତେ, ତେରେ ବିନ କ୍ୟା ବଜୁଦ ମେରା । ପୁଅ(ଖୁସିରେ)- ଆପଣ କିଏ? ଝିଅ- ତୁଝସେ ଜୁଦା ଅଗର ହୋ ଯାଏଙ୍ଗେ, ତୋ ଖୁଦସେ ହି ହୋ ଯାଏଙ୍ଗେ ଜୁଦା । ପୁଅ (ଖୁସିରେ ଆଖିରୁ ଲୁହ ବାହାରକରି)- ତୁମେ ସତରେ ମୋତେ ବିବାହ କରିବ? ଝିଅ- ଏହି ଗୀତକୁ ନିଜର କଲାର ଟ୍ୟୁନ କରିବା ପାଇଁ 8 ଚିପନ୍ତୁ।

ଯେବେ ଝିଅ ଘରୁ ପଳେଇବାର ଧମକ ଦେଲା ତ ମାଆ ବାପାଙ୍କୁ କଣ କରିବା ଉଚିତ? ସବୁଠାରୁ ବଢିଆ ଉପାୟ- ତାହାର ମୁଣ୍ଡ ଲଣ୍ଡା କରିଦିଅ 5-6ମାସ ପଳେଇବା କଣ ଘରୁ ବାହାରକୁ ଗୋଡ କାଢିବ ନାହିଁ ଲାଣ୍ଡି ।

ରୋଗୀ- ଡାକ୍ତର ସାହେବ ମୋର ଗଣ୍ଠିରେ ବହୁତ ପୀଡା ହେଉଛି, କଣ କରିବି? ଡାକ୍ତର- ଗଣ୍ଠିର ଭଗବାନ ତିଆରି କରିଛନ୍ତି , ଏଥିରେ ଆମେ କଣ କରିପାରିବୁ?

ଗୋଟିଏ ବେଙ୍ଗର ଛତାରେ କଣା ଥିଲା । ଅନ୍ୟ ବେଙ୍ଗ ପଚାରିଲା- ତୋର ଛତାରେ କଣା କାହିଁକି ଅଛି? ପ୍ରଥମ ବେଙ୍ଗ- ଆରେ ମୂର୍ଖ, ବର୍ଷା ବନ୍ଦ ହେଲେ ଜାଣିବ କିପରି…!

ପୁଅ- ମାଆ ମୋତେ 100ଟଙ୍କା ଦରକାର କିଛି କାମ ଅଛି । ମାଆ- କାହିଁକି? ପରଦିନ ତ ଦେଇଥିଲି, ଆଗ ତାହାର ହିସାବ ଦେ । ପୁଅ- ମାଆ ଯଦି କରିବାର ଅଛି ତ ତାହାର ମଧ୍ୟ ହେଉ ଯେବେ ଛୋଟ ବେଳେ ସମ୍ପର୍କୀୟ ମାନେ ମୋତେ ଟଙ୍କା ଦେଇ ଯାଉଥିଲେ ଆଉ ତୁମେ ରଖିଦେଉଥିଲ । ଏହାପରେ ମାଆ ମାରି ମାରି ମୁହଁ ଲାଲ କରିଦେଲେ ।

ରାମୁ(ମାଆ ଙ୍କୁ)- ଆଜି ସକାଳେ ଯେବେ ମୁଁ ବାପାଙ୍କ ସହିତ ବସରେ ଆସୁଥିଲି ତ ସେ ଜଣେ ଆଣ୍ଟିଙ୍କ ନିମନ୍ତେ ମୋତେ ସିଟ ଛାଡିବାକୁ କହିଲେ, । ମାଆ- କିନ୍ତୁ ପୁଅ ଏହା ତ ଭଲ କଥା ଅଟେ, ବଡଙ୍କର ସମ୍ମାନ କରିବା ଉଚିତ । ରାମୁ- କିନ୍ତୁ ମାଆ ମୁଁ ତ ପ୍ରଥମରୁ ବାପାଙ୍କ କୋଳରେ ବସିଥିଲି ।

ସାନ୍ତା-ବାନ୍ତା ବର୍ଡରକୁ ଯୁଦ୍ଧ କରିବାକୁ ଗଲେ। ସାନ୍ତା ବୁଲେଟ ପ୍ରୁଫ ଜାକେଟ ବଦଳରେ ମଶାରୀ ପିନ୍ଧିଲା । ବାନ୍ତା- ଓଏ, ତୁ ମଶାରୀ କାହିଁକି ପିନ୍ଧିଲୁ? ସାନ୍ତା- ଯେଉଁଥିରେ ମଶା ପଶି ପାରିବ ନାହିଁ ସେଥିରେ ଗୁଳି କିପରି ପଶିବ! ବାନ୍ତା- ରହ ମୁଁ ମଧ୍ୟ ବଦଳେଇ ଆସୁଛି ।

Leave a Reply

Your email address will not be published. Required fields are marked *