October 18, 2024

Odia Express

Here, There and Everywhere

ଘରେ ATM ଲଗେଇକି ଆୟ କରିପାରିବେ ମାସକୁ ଲକ୍ଷାଧିକ ଟଙ୍କା, ଜାଣନ୍ତୁ କଣ ଅଟେ ପ୍ରକ୍ରିୟା..

1 min read

ଏଟିଏମ ଏବେ କେବଳ ଟଙ୍କା ବାହାର କରିବାର ନୁହେ ବରଂ ଟଙ୍କା ଆୟ କରିବାର ମଧ୍ୟ ମାଧ୍ୟମ ହୋଇସାରିଛି। ସାରା ଦୁନିଆରେ ଲୋକମାନେ ଏଟିଏମ ଟଙ୍କା କାଢିବା ପାଇଁ ଯାଆନ୍ତି । କିନ୍ତ କଣ କେହି କେବେ ଏହା ଚିନ୍ତା କରିଥିଲା ଯେ ଟଙ୍କା ଦେଉଥିବା ଏହି ମେସିନ ଆପଣଙ୍କୁ ଲକ୍ଷାଧିକ ଟଙ୍କାର ଆୟ ମଧ୍ୟ ଦେଇପାରିବ। ହଁ ଆଜ୍ଞା, ଏକଥା ବିଲକୁଲ ସତ ଅଟେ। ଏବେ ଏଟିଏମ ଲଗେଇକି ଆପଣ ଭଲ ରକମର ଆୟ କରିପାରିବେ। ଏଟିଏମ ଲଗେଇବା ନିମନ୍ତେ ଆପଣଙ୍କ ପାଖରେ କୌଣସି ବଜାର ପାଖ ଦୋକାନ, ଅଫିସ କିମ୍ବା ଘର ଥିବା ଆବଶ୍ୟକ। ତେବେ ଆସନ୍ତୁ ଜାଣିବା ଏଟିଏମ ଲଗେଇବାର ସମ୍ପୂର୍ଣ ପ୍ରକ୍ରିୟା ବିଷୟରେ ।

ହ୍ଵାଇଟ ଲେବେଲ ନାମକ କମ୍ପାନୀ ଏଟିଏମର ଫ୍ରାଞ୍ଚାଇଜି ଦେଇଥାଏ। ଏହି କମ୍ପାନୀ ଦ୍ଵାରା ଆପଣ ଫ୍ରାଞ୍ଚାଇଜି ନେଇ କୌଣସି ବି ସହର କିମ୍ବା ଗ୍ରାମରେ ଏଟିଏମ ଲଗେଇପାରିବେ। ଏହି କମ୍ପାନୀ ପବ୍ଲିକ ଏବଂ ପ୍ରାଇଭେଟ ବ୍ୟାଙ୍କ ମାନଙ୍କ ବ୍ୟତିତ ଇଣ୍ଡିକ୍ୟାଶ, ମୁଥୁଟ ଏବଂ ଇଣ୍ଡିଆ ୱାନ ଭଳି କମ୍ପାନୀ ମାନଙ୍କୁ ଫ୍ରାଞ୍ଚାଇଜି ଦେଇଥାଏ ।

ନିୟମ ଏବଂ ସର୍ତ୍ତ :

– ଏଟିଏମ ଲଗେଇବା ପାଇଁ 50 ରୁ 100 sqft. ର ସ୍ଥାନ ଥିବା ଆବଶ୍ୟକ।

– ଏଟିଏମ ନିମନ୍ତେ ଯେଉଁ ସ୍ପେସ ଗ୍ରାଉଣ୍ଡ କିମ୍ବା ଫ୍ଲୋର ଥିବ ତାହା ଭିଜିବିଲିଟି ବାଲା ଥିବା ଉଚିତ ।

– ଏଟିଏମ ଲଗେଇବା ପାଇଁ ଆପଣଙ୍କୁ ଏକ ଶିକ୍ୟୁରୀଟି ଆମାଉଣ୍ଟ ଡିପୋଜିଟ କରିବାକୁ ହେବ ।

– ଏଟିଏମ ଲଗେଇବା ପାଇଁ ଆପଣ ଅନଲାଇନ ଆପ୍ଲାଇ କରିପାରିବେ। ଏଥିପାଇଁ ଆପଣଙ୍କୁ ଇଣ୍ଡିଆ ୱାନର ୱେବସାଇଟକୁ ଯିବାକୁ ହେବ ।

କେତେ ହେବ ଆୟ :

– ଏଟିଏମ ଲଗେଇବା ଦ୍ଵାରା କମ୍ପାନୀ ଆପଣଙ୍କୁ ଭଡା ନୁହେଁ ବରଂ ଟ୍ରାଞ୍ଜାକସନ ହିସାବରେ ଟଙ୍କା ଦେବ ।

– ଯଦି ଆପଣଙ୍କ ଏଟିଏମ ରୁ ପ୍ରତିଦିନ 50 କାରବାର ହୁଏ ତେବେ ଆପଣଙ୍କ ମାସିକ ଆୟ 19500ଟଙ୍କା ପର୍ଯ୍ୟନ୍ତ ହୋଇପାରେ ।

– ଏହି ପ୍ରକାର ପ୍ରତିଦିନ 100 କାରବାର ହେବା ଉପରେ ଆପଣଙ୍କ ମାସିକ ଆୟ 39ହଜାର ଟଙ୍କା ପର୍ଯ୍ୟନ୍ତ ହୋଇପାରେ ।

– 200କାରବାର ହେବା ଉପରେ ଆପଣ ମାସକୁ 78ହଜାର ଟଙ୍କା ଆୟ କରିପାରିବେ।

– ପ୍ରତିଦିନ 300 କାରବାର ହେବା ଉପରେ ଆପଣଙ୍କ ଆୟ ଲକ୍ଷାଧିକ ଟଙ୍କା ମଧ୍ୟ ହୋଇପାରେ। ଆପଣ ପ୍ରାୟ 1ଲକ୍ଷ 17ହଜାର ପର୍ଯ୍ୟନ୍ତ ଆୟ କରିପାରିବେ ।

Leave a Reply

Your email address will not be published. Required fields are marked *