ଜନ୍ମ ହେବା ମାତ୍ରେ କାହିଁକି କାନ୍ଦିବାରେ ଲାଗନ୍ତି ଶିଶୁ? ଜାଣନ୍ତୁ ଏହା ସହିତ ଜଡିତ ବୈଜ୍ଞାନିକ ଏବଂ ପୌରାଣିକ କାରଣ…
ଯେବେ ମଧ୍ୟ କୌଣସି ଶିଶୁ ଜନ୍ମ ହୁଏ ତ ସେ ତୁରନ୍ତ କାନ୍ଦିବାରେ ଲାଗେ। ଯଦି ଶିଶୁ ନକାନ୍ଦେ ତ ଡାକ୍ତର କିମ୍ବା ନର୍ସ ତାକୁ ହାଲୁକା ମାରିକି କନ୍ଦେଇବାର ଚେଷ୍ଟା କରନ୍ତି । ଏମିତିରେ କଣ ଆପଣ କେବେ ଚିନ୍ତା କରିଛନ୍ତି ଯେ ଜନ୍ମ ପରେ ଶିଶୁର କାନ୍ଦିବା ଏତେ ଜରୁରୀ କାହିଁକି ହୋଇଥାଏ? କଣ ହେବ ଯଦି ଶିଶୁ କାନ୍ଦିନପାରେ? ଏହି ଡାକ୍ତର ଲୋକମାନେ ଶିଶୁର କାନ୍ଦିବା ଉପରେ ଏତେ ଜୋର କାହିଁକି ଦିଅନ୍ତି? କଣ ଏହାର କାରଣ ବିଜ୍ଞାନ ସହିତ ଜଡିତ କି କିମ୍ବା ପୁଣି କୌଣସି ପୌରାଣିକ କଥା ରହିଛି? ଆଜି ଆମେ ଆପଣଙ୍କର ଏହି ସବୁ ପ୍ରଶ୍ନର ଉତ୍ତର ଦେବୁ।
ବୈଜ୍ଞାନିକ ଏବଂ ପୌରାଣିକ କାରଣ – ଏହି କାରଣରୁ ଶିଶୁର କାନ୍ଦିବା ଜରୁରୀ ଅଟେ : ଜନ୍ମ ପରେ ଶିଶୁର କାନ୍ଦିବା ଏହି କଥାର ସଂକେତ ଅଟେ ଯେ ପ୍ରଜନନ ପ୍ରକ୍ରିୟା ସ୍ୱାସ୍ଥ୍ୟ ସମ୍ମତ ପ୍ରକ୍ରିୟା ଦ୍ଵାରା ହୋଇଛି। ଶିଶୁ ଯେପରି କାନ୍ଦିଥାଏ ତ ତାହାର ହୃତପିଣ୍ଡ ନିଶ୍ଵାସ ନେବା ନିମନ୍ତେ ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇଯାଇଥାଏ। ପ୍ରକୃତରେ ଯେବେ ଶିଶୁ ମାଆର ଗର୍ଭରେ ପାଳିତ ହେଉଥାଏ ତ ତାହାର ହୃତପିଣ୍ଡରେ ବାୟୁ ବଦଳରେ ଏମନୀୟଟିକ ଦ୍ରବ ପୂର୍ଣ୍ଣ ଥାଏ। ଏହି କାରଣ ଅଟେ ଯେ ଗର୍ଭରେ ସେ ଏମ୍ନିୟୋଟିକ ସେକ ନାମକ ଏକ ଥଳିରେ ରହିଥାଏ। ଏହି ଥଳି ଏମ୍ନିୟୋଟିକ ଦ୍ରବଣରେ ପୂର୍ଣ୍ଣ ହୋଇଥାଏ। ଶିଶୁର ଶରୀରର ସମସ୍ତ ପୋଷଣ ମଧ୍ୟ ମାଆର ଗର୍ଭନାଳ ମାଧ୍ୟମରେ ମିଳିଥାଏ। ଯେବେ ଏହି ଶିଶୁ ବାହାରକୁ ଆସେ ତ ଏହି ଗର୍ଭନାଳକୁ କାଟିଦିଆଯାଏ ।
ଶିଶୁ ଯେତେବେଳେ ବାହାରକୁ ଆସିଥାଏ ତ ଡାକ୍ତର କିମ୍ବା ନର୍ସ ତାହାକୁ ଓଲଟା ଲଟକେଇ ତାର ହୃତପିଣ୍ଡରୁ ଅମ୍ନୀୟୋଟିକ ଦ୍ରବଣ ବାହାର କରନ୍ତି। ଏହି ଦ୍ରବଣର ବାହାରିଯିବା ପରେ ହିଁ ଶିଶୁର ହୃତପିଣ୍ଡ ନିଶ୍ଵାସ ନେବା ନିମନ୍ତେ ପ୍ରସ୍ତୁତ ହୋଇପାରେ। ହୃତପିଣ୍ଡର କୋଣ ଅନୁକୋଣରୁ ଏହି ଦ୍ରବଣ ବାହାର କରିବା ନିମନ୍ତେ ଶିଶୁର ଗଭୀର ନିଶ୍ଵାସ ନେବା ଜରୁରୀ ହୋଇଥାଏ। ଏଥିପାଇଁ ଶିଶୁକୁ କନ୍ଦା ଯାଇଥାଏ। କାନ୍ଦିବା କାରଣରୁ ଗଭୀର ନିଶ୍ଵାସ ନେବା ପାଇଁ ବାଧ୍ୟ ହୋଇଯାଏ। ଏହି ପ୍ରକ୍ରିୟାରେ ହୃତପିଣ୍ଡର କାର୍ଯ୍ୟାତ୍ମକ ଅଂଶ ଏଲଭିଓଲି ପର୍ଯ୍ୟନ୍ତ ବାୟୁ ଗମନାଗମନ ଦ୍ଵାର ଖୋଲିଯାଏ। ଥରେ ଏହି ଦ୍ରବଣ ବାହାରିଗଲେ ଶିଶୁର ହୃତପିଣ୍ଡ ବାୟୁ ସଂଚାର ସୂଚାରୁ ରୂପେ ହେବାରେ ଲାଗେ ଏବଂ ସେ ସାମାନ୍ୟ ଭାବରେ ନିଶ୍ଵାସ ନିଏ।
କାନ୍ଦିବାର ଏକ କାରଣ ଏହା ମଧ୍ୟ: ମାଆର ପ୍ରସାବ କ୍ରିୟା ତା ସହିତ ଶିଶୁ ନିମନ୍ତେ ମଧ୍ୟ କଷ୍ଟଦାୟକ ହୋଇଥାଏ। ମାଆର ଶରୀରରେ ତାହାର ଦୁନିଆ ଏବଂ ଆଖପାଖର ବାତାବରଣ ଭିନ୍ନ ହୋଇଥାଏ। ସେ ସେଠାରେ ସୁରକ୍ଷିତ ଅନୁଭବ କରେ। ତାପରେ ଯେବେ ତାକୁ ମାଆର ଗର୍ଭରୁ ବାହାରକୁ ଏକ ନୂଆ ଦୁନିଆକୁ ଅଣାଯାଏ ତ ତାହାର ବାତାବରଣ ବଦଳି ଯାଇଥାଏ। ଶିଶୁ ନିଜକୁ ଅସୁରକ୍ଷିତ ମନେକରିଥାଏ । ଏହି କାରଣରୁ ସେ ସ୍ଵୟଂ କାନ୍ଦିବା ଆରମ୍ଭ କରିଦିଏ ।
ପୌରାଣିକ ମାନ୍ୟତା: ବିଷ୍ଣୁ ପୁରାଣ ଅନୁଯାୟୀ ଯେବେ ବ୍ରହ୍ମା ସୃଷ୍ଟିର ରଚନା କରିବା ପାଇଁ ସ୍ଵୟଂ ଭଳି ପୁତ୍ର ଉତ୍ପର୍ଣ୍ଣ କରିବା ଉପରେ ବିଚାର କରୁଥିଲେ ତ ତାଙ୍କର କୋଳରେ ଏକ ନୀଳ ରଙ୍ଗର ବାଳକ ପ୍ରକଟ ହେଲେ । ଏହି ବାଳକ କାନ୍ଦି କାନ୍ଦି ବ୍ରହ୍ମାଙ୍କ କୋଳରେ ଏପଟ ସେପଟ ଚାଲିବାରେ ଲାଗିଲା। ଯେବେ ବ୍ରହ୍ମା ଏହାର କାରଣ ପଚାରିଲେ ତ ସେ କହିଲା ଯେ “ମୁଁ କିଏ, କେଉଁଠି ଅଛି”? ଏହା ଉପରେ ବ୍ରହ୍ମା କହିଲେ ଯେ ଜନ୍ମ ହେବା ମାତ୍ରେ ତୁ କାନ୍ଦିବା ଆରମ୍ଭ କରିଦେଲୁ। ଏଥିପାଇଁ ଆଜିଠାରୁ ତୁମର ନାମ ରୁଦ୍ର ଅଟେ। ରୁଦ୍ରଙ୍କର ପୂର୍ବରୁ କୌଣସି ଶିଶୁ କାନ୍ଦିବା ଆରମ୍ଭ କରିନଥିଲେ। ସେବେଠାରୁ ଜନ୍ମ ପରେ ବାକି ଶିଶୁ କାନ୍ଦିବାର ନିୟମ ହୋଇଗଲା ।