October 20, 2024

Odia Express

Here, There and Everywhere

ଶ୍ୱାସ ତନ୍ତ୍ର କୁ ସଫା କରିବାର ଘରୋଇ ଉପାୟ – ସବୁ ପ୍ରକାର ଶ୍ୱାସ ରୋଗ ଖତମ ହେଇଯିବ…

ଆମ ଶ୍ୱାସତନ୍ତ୍ର ଅହରହ ଶରୀର ରେ କାମ କରେ ଏହା କେବେ ମଧ୍ୟ ବିଶ୍ରାମ ନିଏ ନାହିଁ। ଆମେ ଶୋଇବା ବେଳେ ମଧ୍ୟ ଆମ ଅଜାଣତ ରେ ମଧ୍ୟ ଏହାକାମ କରିବାରେ ଲାଗେ।ମନୁଷ୍ୟ ର ମୃତ୍ୟୁ ସମୟରେ ଯାଇ ଏହା ବନ୍ଦ ହୁଏ। ଶ୍ୱାସ ତନ୍ତ୍ର ର କାର୍ଯ୍ୟ ହେଉଛି ଦେହକୁ ଅକ୍ସଇଜେନ ଯୋଗାଇବା। ଯାହାଦ୍ୱାରା କି ଆମେ ବଞ୍ଚିବା ସମ୍ଭବ ହୋଇଛି। ଫୁସୁଫୁସ ବେଳେ ବେଳେ ଜୀବାଣୁ, ମଇଳା, ମାଟି ଗୁଣ୍ଡ, ଧୂଳି କଣା ଇତ୍ୟାଦି ନିଶ୍ୱାସ ରେ ନେଇ ଯାଏ। ଯାହା କି ସ୍ୱାସ ନଳୀ ରେ ଲାଗି ରହିବା ଦ୍ୱାରା ଗଳା ରେ ଇଂଫେକ୍ସନ ମଧ୍ୟ ହୋଇଥାଏ। ତେବେ ଯଦି ଆପଣ ସିଗାରେଟ ବା ତମ୍ବାକୁ ସେବନ କରନ୍ତି କିମ୍ଭା ଧୂଳି ମାଟି ଇତ୍ୟାଦି ସ୍ଥାନ ରେ କାମ କରନ୍ତି ତେବେ ଆପଣଙ୍କ ପାଇଁ ଏହି ଉପାୟ ଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହି ଉପାୟ ଦ୍ୱାରା ଶ୍ୱାସ ନଳୀ ସଫା ହୁଏ।

ତେବେ ଏହି ଶ୍ୱାସ ତନ୍ତ୍ର ବା ଫୁସଫୁସ କୁ ନିହାତି ଭାବରେ ମାସରେ ଥରେ କିମ୍ବା ଦୁଇ ତିନି ମାସରେ ସଫାକରିବା ନିହାତି ଆବଶ୍ୟକ ଅଟେ। ଯାହାଦ୍ୱାରା କି ଏହାର କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବାରେ ସହାୟକ ହୁଏ। ଏବଂ ଆପଣଙ୍କ ସମସ୍ତ ଶ୍ୱାସ ଜନିତ ସମସ୍ୟା ଦୂର ହୁଏ। ତେବେ ଆଜି ଆମେ ଆପଣଙ୍କୁ କହିବୁ ଏହି ଆୟୁର୍ବେଦ ନୁଷ୍କା ବିଷୟରେ।

ଅବଶ୍ୟକୀୟ ସାମଗ୍ରୀ – ଅଦା, ହଳଦୀ, ପିଆଜ,ତୁଳସୀ ପତ୍ର ଏବଂ ଲୁଣ। ଗୋଟିଏ ଆଦାକୁ ଆଣନ୍ତୁ ଏହାର ଚୋପା ସହିତ ଭଲ ଭାବେ ଧୋଇ ଏହାକୁ ଛେଚି ଦିଅନ୍ତୁ।ଏହାର ରସ କୁ ଏକ ପାତ୍ରରେ ରଖି ଦିଅନ୍ତୁ। ପିଆଜ କୁ ଛେଚି ଏହାର ରସକୁ ମଧ୍ୟ ସଂଗ୍ରହ କରି ନିଅନ୍ତୁ। ତୁଳସୀ ରସ କୁ ମଧ୍ୟ ଅଳ୍ପ ପାଣି ମିଶାଇ ସଂଗ୍ରହ କରି ନିଅନ୍ତୁ ଏଥିରେ ଅଳ୍ପ ଲୁଣ ପକାଇ ଦିଅନ୍ତୁ। ସବୁଥିରୁ ପ୍ରାୟ ଦୁଇ ଚାମଚ ରସ କୁ ମିଶାଇ ଭଲ ଭାବେ ଗୋଳେଇ ସମ ମିଶ୍ରଣ କରନ୍ତୁ ବର୍ତ୍ତମାନ ଏହାକୁ ହାଲୁକା ଉଷୁମ ପାଣି ରେ ମିଶାନ୍ତୁ ଏକ କପ ପାଣିରେ ଏହାକୁ ମିଶାନ୍ତୁ।

ଏବେ ଏହି ପାଣି କୁ ଧିରେ ଧୀରେ ତଣ୍ଟି ରେ ରଖି କୁଳି କରନ୍ତୁ, କୁଳି କରିବା ସମୟରେ ମୁହଁ ଉପରକୁ କରି କୁଳି କରନ୍ତୁ ଏଭଳି ଧୀରେ ଧୀରେ ଅଧିକ ସମୟ କୁଳି କରିବାକୁ ଚେଷ୍ଟା କରନ୍ତୁ। ଏହା ଦ୍ୱାରା ଥଣ୍ଡା କଫ ଆଦି ସମସ୍ୟା ଦୂର ହେବ। ଏହି ପାଣି କୁ ଉଷୁମ ଉସୁମରେ ଏକ ଚାମଚ ମହୁ ସହ ମିଶାଇ ପିଇଲେ ସମସ୍ତ ଶ୍ୱାସ ଜନିତ ସମସ୍ୟା ଦୂର ହୁଏ। ଏହିପରି ଆପଣ ମାସକୁ ନିଶ୍ଚିତ 2 ରୁ 3 ଥର ପ୍ରୟୋଗ କରନ୍ତୁ।

Leave a Reply

Your email address will not be published. Required fields are marked *