ରିକ୍ସାବାଲା କଲା ଏପରି ଗୋଟିଏ କାମ , ବ୍ୟାଙ୍କ ଖାତାକୁ ଆସିଲା ୫୦ ଲକ୍ଷ ଟଙ୍କା – ଜାଣିଲେ ଆପଣ ମଧ୍ୟ କହିବେ ସାବାସ…
ଇଟାନଗର: କୁହାନ୍ତ ଯେ ଭାଗ୍ୟ ଯେବେ ଚମକେ ତ ଜୀବନ ବଦଳି ଯାଏ । ମନୁଷ୍ୟ ଯାହା କେବେ ଚିନ୍ତା କରିପାରିବ ନାହିଁ, ତାହା ହାସିଲ କରିନେଇଥାଏ। ଏପରି ହିଁ ହୋଇଛି ଯେବେ ଜଣେ ଗରିବ ରିକ୍ସାବାଲାଙ୍କୁ 50ଲକ୍ଷର ଲଟେରୀ ଲାଗିଗଲା। ରିକ୍ସାବାଲା ପଶ୍ଚିମବଙ୍ଗର ନିବାସୀ ଅଟେ ଏବଂ ଇଟାନଗରରେ ରହି ରିକ୍ସା ଚଲାଉଥିଲା। ସେ ନାଗାଲାଣ୍ଡ ଷ୍ଟେଟ ଲଟେରୀର ପ୍ରଥମ ପୁରସ୍କାର ପାଇଛି । ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାର ନିବାସୀ ଗୌର ଦାସ ବହୁତ ସମୟ ହେବ ଇଟାନଗରରେ ରହି ରିକ୍ସା ଚଲାଉଥିଲା। ସେ ଲଟେରୀର ଟିକେଟ କିଣିବା ମୁଡରେ ନଥିଲା, କିନ୍ତୁ ଲଟେରୀ ଟିକେଟ ବିକ୍ରି କରୁଥିବା ବ୍ୟକ୍ତି ଅନେକ ଜୋର ଦେବା ଯୋଗୁ ସେ ଲଟେରୀ ଟିକେଟ କିଣିଲା। ସେହି ସମୟ ତାର ପକେଟରେ ମାତ୍ର 70ଟଙ୍କା ଥିଲା। ବିଗତ ରବିବାରଦିନ ଜଣା ପଡିଲା ଯେ ତାକୁ ପୁରସ୍କାର ମିଳିଛି। ଏବେ ତାହାର ଆକାଉଣ୍ଟରେ ପୁରସ୍କାର ରାଶି ଆସିଯାଇଛି ।
ପିକିନିକ କରିବାକୁ ଯାଉଥିଲା – ଗୌର ଦାସ ରିକ୍ସାଚାଳକଙ୍କର ଯୁନିଅନର ସାଥି ମାନଙ୍କ ସହିତ ପିକନିକ କରିବାକୁ ଯାଉଥିଲା। କିନ୍ତୁ ସେହି ସମୟରେ ବହୁତ ଜୋର ବର୍ଷା ହେବାରେ ଲାଗିଲା। ଏହାଦ୍ବାରା ସେମାନେ ପିକନିକ କରିବାକୁ ଯାଇପାରିଲେ ନାହିଁ । ସେ ଘରକୁ ଫେରୁଥିଲା ସେହି ସମୟରେ ଲଟେରୀ ଟିକେଟ ବିକ୍ରେତା ତା ଉପରେ ଲଟେରୀ ଟିକେଟ କିଣିବାର ଜୋର ଦେଲେ। ଗୌର ଦାସ ଲଟେରୀର ଟିକେଟ କିଣିବାକୁ ଚାହୁଁ ନଥିଲା , କାରଣ ତା ପାଖରେ କେବଳ 70ଟଙ୍କା ବଳିଥିଲା। କିନ୍ତୁ ଯେବେ ଟିକେଟ ବିକ୍ରେତା ବହୁତ ଜିଦ କରିବା ଆରମ୍ଭ କରିଦେଲା ତ ସେ ଗୋଟିଏ ଟିକେଟ କିଣିଲା।
ମିଳିଲା ପ୍ରଥମ ପୁରସ୍କାର – ଏହା ପରେ ରବିବାର ଦିନ ଯେବେ ସେ ଲଟେରୀର ପରିଣାମ ଦେଖିବାକୁ ଗଲା ତ ତାହାର ଖୁସିର ଠିକଣା ନଥିଲା। ତାକୁ 50ଲକ୍ଷ ଟଙ୍କାର ପ୍ରଥମ ପୁରସ୍କାର ମିଳିଥିଲା। ଏହାପରେ ସେ ପରିବାର ଲୋକଙ୍କୁ ଏହି କଥା ଜଣେଇଲ। ସମସ୍ତେ ଖୁସିରେ ନାଚିବାକୁ ଲାଗିଲେ। ଦ୍ଵିତୀୟ ଦିନ ଦାସ ବ୍ୟାଙ୍କରେ ଟିକେଟ ଜମା କରିଦେଲା, ଯେଉଁଠାରେ ଆବଶ୍ୟକୀୟ ପ୍ରକ୍ରିୟା ପୂରଣ କରିବା ପରେ ତାହାର ଆକାଉଣ୍ଟରେ ପୁରସ୍କାର ଟଙ୍କା ଜମା କରିଦିଆଗଲା ।
6ସଦସ୍ୟଙ୍କର ଅଟେ ପରିବାର – ରିକ୍ସାଚାଳକ ଗୌର ଦାସର ପରିବାରରେ ତାହାର ପତ୍ନୀ, ଦୁଇ ପୁଅ, ଜଣେ ଝିଅ ଏବଂ ବିଧବା ମାଆ ଅଛନ୍ତି। କେବଳ ରିକ୍ସା ଚଳେଇବା ଦ୍ଵାରା ତାହାର ଏତିକି ଆୟ ହେଉନଥିଲା ଯେ ଘର ଖର୍ଚ୍ଚ ତୁଲେଇହେବ । ଏଥିପାଇଁ ତାହାର ପତ୍ନୀ ଏବଂ ମାଆଙ୍କୁ ମଧ୍ୟ ମଜଦୁରି କରିବାକୁ ହେଉଥିଲା। କିନ୍ତୁ ଲଟେରୀରେ ଏତେ ଟଙ୍କା ମିଳିବା ପରେ ଏବେ ତାହାର ଅବସ୍ଥା ବଦଳି ଯାଇଛି। ଦାସର କହିବା ଅଟେ ଯେ ସେ ଏହି ପଇସାରେ କୌଣସି ବ୍ୟବସାୟ ଆରମ୍ଭ କରିବ ।