October 21, 2024

Odia Express

Here, There and Everywhere

ଟ୍ରେନ ଡ୍ରାଇଭର କେମିତି ବନିବେ – କେତେ ଦରମା ପାଇଥାନ୍ତି ଏମାନେ – କଣ କଣ ସୁବିଧା ମିଳେ ଦେଖନ୍ତୁ…

ଆଜିର ଏହି ଆର୍ଟିକିଲ ସାହାଯ୍ୟ ରେ ଆମେ ଆପଣଂକୁ କହିବୁ ଯେ ଟ୍ରେନ ଡ୍ରାଇଭର ଆପଣ କେମିତି ବନିବେ। ଟ୍ରେନ ଡ୍ରାଇଭର ପାଇଁ କେଉଁ କେଉଁ ପରୀକ୍ଷା ଦେବାକୁ ହୁଏ? ଦେଶରେ ବହୁତ ଏମିତି ଲୋକ ଅଛନ୍ତି ଯେଉଁମାନେ ଭାରତୀୟ ରେଳ ଚଳେଇବାକୁ ଇଚ୍ଛା ପ୍ରକାଶ କରନ୍ତି। କିଛି ତଥ୍ୟ ନଥିବା କାରଣରୁ ସେମାନେ ନିଜ ସ୍ୱପ୍ନ ପୁରା କରି ପାରନ୍ତି ନାହିଁ । ତାଙ୍କୁ ଜଣା ନଥାଏ ଯେ ଟ୍ରେନ ଡ୍ରାଇଭର ବନିବା ପାଇଁ ଯୋଗ୍ୟତା କେତେ ଦରକାର ହୋଇଥାଏ। ବହୁତ ପିଲା ୧୦ମ ପରେ ଟ୍ରେନ ରେ ଡ୍ରାଇଭର ହେବାକୁ ଚେଷ୍ଟା କରନ୍ତି ହେଲେ ଆପଣ ୧୦ମ ପାସ କରି କେବେ ଟ୍ରେନ ଡ୍ରାଇଭର ବନି ପାରିବେ ନାହିଁ। ଏଥିପାଇଁ ଆପଣଂକୁ ଆହୁରି ଅଧିକ ପଢିବାକୁ ହେବ।

ଭାରତରେ କୌଣସି ନା କୌଣସି ଚାକିରୀ ପାଇଁ କିଛି ନା କିଛି ଯୋଗ୍ୟତା ଥିବା ନିଶ୍ଚିତ ଭାବେ ଦରକାର ଅଟେ। ଏମିତିରେ ଟ୍ରେନ ଡ୍ରାଇଭର ହେବା ପାଇଁ ୧୦ମ ସାର୍ଟିଫିକେଟ ଏବଂ ୨ ବର୍ଷର ଡିପ୍ଲୋମା ସାର୍ଟିଫିକେଟ ଥିବା ଦରକାର ଅଟେ। ଯଦି ଆପଣ ଗ୍ରାଜୁଏଟ ତେବେ ଲୋକ ପାଇଲଟ ବା ଟ୍ରେନ ଡ୍ରାଇଭର ବନିବା ଆହୁରି ସହଜ ହୋଇଯାଇଥାଏ। ଏମିତିରେ ଦେଖାଯାଇ ଏହା ଜଣା ଯାଇଛି ଯେ ଭାରତୀୟ ରେଳ ରେ ଡ୍ରାଇଭର ବନିବା ପାଇଁ ଅଧିକାଂଶ ଲୋକମାନେ ଗ୍ରାଜୁଏଟ ପରେ ଆବେଦନ କରିଥାନ୍ତି। ଟ୍ରେନ ଡ୍ରାଇଭର ହେବା ଏତେ ସହଜ କଥା ନୁହେଁ। ଏଥିପାଇଁ ଲୋକମାନଙ୍କୁ ଅଧିକ କଠିନ ପରିଶ୍ରମ କରିବାକୁ ପଡିଥାଏ।

ଭାରତୀୟ ରେଳ ରେ ଯୋଗ୍ୟତା ଦେଖି ସାରିବା ପରେ ଆପଣଂକୁ ପରୀକ୍ଷା ପାଇଁ ଡ଼କା ଯାଇଥାଏ। ଯଦି ଆପଣ ଲିଖିତ ପରୀକ୍ଷା ରେ ପାସ ହୁଅନ୍ତି ତେବେ ଆପଣଂକୁ ମେଡିକାଲ ପରୀକ୍ଷା ମଧ୍ୟ କରାଯାଏ। ଯେଉଁଥିରେ ପାସ ହେବା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ଖାସ କରି ମେଡିକାଲ ରେ ଆଖିର ପରୀକ୍ଷା କରାଯାଇଥାଏ। ଏହା ପରୀକ୍ଷା କରାଯାଇଥାଏ ଯେ ଆପଣଙ୍କ ଆଖିରେ କିଛି ଦୃଷ୍ଟି ଦୋଷ ନାହିଁ ତ । ଯଦି ଆପଣ ଏହି ପରୀକ୍ଷା ରେ ପାସ ହୁଅନ୍ତି ତେବେ ଆପଣଂକୁ ଟ୍ରେନିଙ୍ଗ ପାଇଁ ଡ଼କାଯାଇଥାଏ। ଟ୍ରେନ ଡ୍ରାଇଭର ହେବା ପାଇଁ କଣ କଣ ଯୋଗ୍ୟତା ଦରକାର ଚାଲନ୍ତୁ ଜାଣିବା।

୧. ଆପଣଂକୁ ଭାରତୀୟ ନାଗରିକ ହେବା ଦରକାର ଅଟେ।

୨.ଆପଣଙ୍କ ବୟସ କମ କମ ୧୮ ବର୍ଷ ଏବଂ ଅଧିକ ରୁ ଅଧିକ ୩୦ ବର୍ଷ ହେବା ଦରକାର ଅଟେ।

୩.ଯଦି ଆପଣ ଗ୍ରାଜୁଏଟ ତ ଠିକ ଅଛି ନେହେଲେ କମ ରୁ କମ ୧୦ମ ସାର୍ଟିଫିକେଟ ଆବଶ୍ୟକ ଅଟେ । ୨ ବର୍ଷର ଆଇଟିଆଇ କିମ୍ବା ପଲିଟେକନିକ ଡିପ୍ଲୋମା ଥିବା ଦରକାର ଅଟେ।

ମେଡିକାଲ ରିପୋର୍ଟ ଅନୁସାରେ ଆପଣଙ୍କ ଆଖିରେ କୌଣସି ପ୍ରକାର ଦୃଷ୍ଟି ଦୋଷ ନଥିବା ଦରକାର ଅଟେ। ବିଭିନ୍ନ ପ୍ରକାର ପରୀକ୍ଷା ଦେଇ ଏହି ଟେଷ୍ଟ କରା ଯାଇଥାଏ। ଆପଣ ଙ୍କର ପୁରା ଡୋକମେଣ୍ଟ ଦେଖାଯାଏ । ଯେମିତିକି ଆଧାର କାର୍ଡ, ଜାତି ପ୍ରମାଣ ପତ୍ର, ପରୀକ୍ଷା ପ୍ରମାଣ ପତ୍ର ଇତ୍ୟାଦି ଇତ୍ୟାଦି।

Leave a Reply

Your email address will not be published. Required fields are marked *