October 23, 2024

Odia Express

Here, There and Everywhere

ଭଗବାନ କହିଛନ୍ତି କଳିଯୁଗର ଏହି ୫ଟି ସତ୍ୟ – ଏବେ ଜାଣିରଖନ୍ତୁ ସେ ବିଷୟରେ…

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ ମହାଭାରତର କାଳରେ ହିଁ କଳିଯୁଗର ବିସ୍ତାର ପୂର୍ବକ ବର୍ଣ୍ଣନା କରିଦେଇଥିଲେ। କଳିଯୁଗରେ ଲୋକ କେମିତି ହେବେ, ଜୀବନ କେମିତି କଟିବ ,ଲୋକଙ୍କର ବ୍ୟବହାର ଜଣେ ଆଉ ଜଣଙ୍କ ପ୍ରତି କିପରି ହେବ ଏହି ସବୁ ସେହି କାଳରେ ହିଁ କୁହାଯାଇଥିଲା। ଆମେ ଆଜି ଆପଣଂକୁ ଭଗବାନ ଶ୍ରୀକୃଷ୍ଣ କହିଥିବା କଳିଯୁଗର ୫ଟି କଥା କହିବୁ ଯାହା ଆଜି ଅକ୍ଷରେ ଅକ୍ଷରେ ସତ ହେଉଛି। ମହାଭାରତ କାଳରେ ୫ପାଣ୍ଡବ ଙ୍କ ମନରେ କଳିଯୁଗ ବିଷୟରେ ଜାଣିବାକୁ ଆଗ୍ରହ ଥିଲା। ସେ ଥରେ ଭଗବାନ ଙ୍କୁ ପଚାରିଲେ କଳିଯୁଗରେ ମଣିଷ କିପରି ହେବ ? ଲୋକମାନଙ୍କର ବିଚାର କିପରି ହେବ? ଏବଂ ମୋକ୍ଷ ପ୍ରାପ୍ତି କିପରି ହେବ? ଏହି ପ୍ରଶ୍ନ ଶୁଣି ଭଗବାନ ୫ ପାଣ୍ଡବ ଙ୍କୁ ବଣ କୁ ଯିବା ପାଇଁ କହିଲେ ଏବଂ କହିଲେ ଯାହା ବି ଦେଖୁଛ ତାହା ଆସି ମୋତେ ବିସ୍ତାର ଭାବରେ କହିବ।
୫ଭାଇ ଜଙ୍ଗଲ କୁ ଯାଇ ଆସିଲେ ଏବଂ ଭଗବାନ ଶ୍ରୀକୃଷ୍ଣ ଙ୍କୁ କଣ କହିଲେ ଚାଲନ୍ତୁ ଜାଣିବା।

ଯୁଧିଷ୍ଠିର ମହାରାଜ ଏକ ଦୁଇ ଶୁଣ୍ଢ ଥିବା ହାତୀ କୁ ଦେଖିଲେ ଏବଂ ସେ ବହୁତ ଆଶ୍ଚର୍ଯ୍ୟ ଚକିତ ହୋଇଗଲେ। ଯେତେବେଳେ ସେ ଭଗବାନ ଶ୍ରୀକୃଷ୍ଣ ଙ୍କୁ ଏହି ଦୃଶ୍ୟ ବିଷୟରେ କହିଲେ ସେତେବେଳେ ଭଗବାନ କହିଲେ କଳିଯୁଗରେ ଏମିତି ଲୋକ ବାସ କରିବେ ଯିଏ କହିବେ କିଛି କଥା ଏବଂ କରିବେ ତାର ଅଲଗା, ଦୁଇ ପଟୁ ଶୋଷଣ କରିବେ। ଭୀମ ଦେଖିଲେ ଏକ ଗାଈ କୁ ଯିଏ ଏତେ ଚାଟୁଥିଲା ତା ଛୁଆକୁ ଯେ ତା ଛୁଆ ର ରକ୍ତ ବହାରିଆସିଲା। ଭୀମ ଏହା ଦେଖି ଚକିତ ହୋଇଗଲେ ଏବଂ ଭଗବାନ ଶ୍ରୀକୃଷ୍ଣ ଙ୍କୁ ଏହାର ଅର୍ଥ ପଚାରିଲେ କଳିଯୁଗରେ ମଣିଷ ଛୁଆ ଙ୍କୁ ଏତେ ଭଲ ପାଇବେ ଯେ ଏହା କାରଣରୁ ଛୁଆର ବିକାଶ ଅଟକିଯିବ।

ଯଦି କାହାର ପୁତ୍ର ସାଧୁ ହେଲା ତେବେ ସମସ୍ତେ ତାହାର ଦର୍ଶନ କରିବେ ହେଲେ ଯଦି ନିଜର ପୁତ୍ର ସାଧୁ ହେଲା ତେବେ ଦୁଃଖୀ ହୋଇଯିବେ ଏବଂ କାନ୍ଦିବେ ଯେ କେଉଁ ବାଟରେ ମୋ ପୁଅ ଯାଉଛି। କଳିଯୁଗରେ ଲୋକମାନେ ଛୁଆଙ୍କୁ ମୋହ ମାୟା ଏବଂ ପରିବାର ରେ ହିଁ ବାନ୍ଧି କରି ରଖିବେ ଏବଂ ତାର ଜୀବନ ସେଇଠି ନଷ୍ଟ ହୋଇଯିବ। ଭଗବାନ ଆହୁରି ମଧ୍ୟ କହିଲେ ଯେ ତୁମର ପୁତ୍ର ତୁମର ନୁହେଁ ବରଂ ପତ୍ନୀ ମାନଙ୍କର ସମ୍ପତ୍ତି ଅଟେ। ପୁତ୍ରୀ ସେମାନଙ୍କର ପତି ଙ୍କର ସମ୍ପତ୍ତି ଅଟେ। ଏହି ଶରୀର ମୃତ୍ୟୁ ର ସମ୍ପତ୍ତି ଅଟେ ଏବଂ ଆତ୍ମା ପରମାତ୍ମାଙ୍କର ସମ୍ପତ୍ତି ଅଟେ

ଅର୍ଜୁନ ଦେଖିଲେ ଏକ ପକ୍ଷୀ ଯାହାର ଡେଣା ରେ ବେଦର ରୁଚାଇ ଲେଖା ହୋଇଥିଲା ହେଲେ ସେ ମଣିଷ ମାଂସ ଖାଉଥିଲା ଏହା ଦେଖି ଅର୍ଜୁନ ହଇରାଣ ହୋଇଗଲେ ଏବଂ ଏହା ଉପରେ ଭଗବାନ କହିଲେ ଯେ କଳିଯୁଗରେ ଏମିତି ଲୋକ ହେଲେ ଯେଉଁମାନଙ୍କୁ ବିଦ୍ୱାନ କୁହାଯିବ ହେଲେ ତାର ଆଶା ଏହା ଥିବ ଯେ କେତେବେଳେ ତାର ମୃତ୍ୟୁ ହେବ ଏବଂ ସମ୍ପତ୍ତି ମୋର ହେବ। ବ୍ୟକ୍ତି ଯେତେବି ବଡ଼ ହେଉ ହେଲେ ତାର ଦୃଷ୍ଟି ଅନ୍ୟର ସମ୍ପତ୍ତି ଉପରେ ରହିବ। ଏମିତି ଲୋକ ବହୁତ ହେବେ ଯେଉଁମାନେ ଅନ୍ୟ ଧନ ଆଣିବା ପାଇଁ ବ୍ୟାକୁଳ ହେବେ। ବାସ୍ତବିକ ସନ୍ଥ ତ କିଏ ଜଣେ ଜଣେ ହେବେ।

ନକୁଳ ଦେଖିଲେ ଯେ ଏକ ଭାରି ପଥର ପର୍ବତ ରୁ ପଡିଛି ଏବଂ ବଡ଼ରୁ ବଡ଼ ବୃକ୍ଷ ମଧ୍ୟ ତାକୁ ଅଟକାଇ ପାରିଲେ ନାହିଁ ହେଲେ ଏକ ଛୋଟ ବୃକ୍ଷ ପାଖରେ ମାଡ଼ ହୋଇ ସେହି ପଥର ରହିଗଲା। ଏହାର ଅର୍ଥ ଭଗବାନ କହିଲେ ଯେ କଳିଯୁଗରେ ମଣିଷର ବୁଦ୍ଧି କ୍ଷୀଣ ହେବ,ତାର ଜୀବନ ପତନ ହେବ ଏବଂ ଏହି ପତନ କୁ ଧନ ଅଟକାଇପାରିବ ନାହିଁ ହେଲେ ହରିନାମ ରୂପରେ ଥିବା ଏକ ଛୋଟ ଗଛ ଦ୍ଵାରା ମଣିଷ ଜୀବନ ପତନ ହେବାରୁ ଅଟକିଯିବ। ହରି ଭଜନ ଦ୍ଵାରା ମନୁଷ୍ୟ ର ବୁଦ୍ଧି ହେବ।

ସହଦେବ ଜଙ୍ଗଲରେ ଅନେକ କୂଅ ଦେଖିଲେ। ଯେଉଁ ମଧ୍ୟରୁ କେବଳ ମଝି ଖାଲି ଥିବ ଯାହା ସବୁଠୁ ଗଭୀର ଥିଲା। ଭଗବାନ ଏହାର ଅର୍ଥ କହିଲେ ଯେ କଳିଯୁଗରେ ଧନୀ ବ୍ୟକ୍ତି ପୁତ୍ରୀ ବିବାହରେ,ଉତ୍ସବ ରେ ଅନେକ ପଇସା ଖର୍ଚ୍ଚ କରିବ ହେଲେ ଯଦି ଜଣେ ଭୋକିଲା କୁ ଦେଖିବେ ତାକୁ ସାହାଯ୍ୟ କରିବେ ନାହିଁ । ଇନ୍ଦ୍ରିୟ ର ସନ୍ତୁଷ୍ଟି, ମଦ୍ୟପାନ,ମାଂସ ଖାଇବା ରେ ପଇସା ଖର୍ଚ୍ଚ କରିବେ। ଯେଉଁ ବ୍ୟକ୍ତି ଏସବୁ ରୁ ଦୂରରେ ରହିବେ ତାଙ୍କ ଉପରେ କଳିଯୁଗର ନୁହେଁ ବରଂ ଭଗବାନ ଙ୍କ ପ୍ରଭାବ ରହିବ।

Leave a Reply

Your email address will not be published. Required fields are marked *