October 25, 2024

Odia Express

Here, There and Everywhere

ଲିଭରର ସମସ୍ତ ଅଳିଆ ସଫା କରିବ, ବେମାରି ରୁ ରକ୍ଷା ପାଇବ ଏହି ସାଧାରଣ ଜିନିଷ – ଆଜି ନିଜ ଲିଭର ସଫା କରି ନିୟନ୍ତୁ ଏହି ଉପାୟ ରେ …

1 min read

ମନୁଷ୍ୟ ଶରୀରରେ ବିଭିନ୍ନ ପ୍ରକାର ଅଙ୍ଗ ରହିଛି ଯେମିତି କି ତା ମଧ୍ୟରୁ ହେଉଛି ଯକୃତ। ଖାଦ୍ୟ ହଜମ ଖାଦ୍ୟ ର ପୋଷକ ତତ୍ୱ ରକ୍ତକୁ ପହଁଚାଇବା ଇତ୍ୟାଦି ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ୟ କରିଥାଏ। ଯକୃତ ଆମ ଶରୀରରେ ନରହି ଦିନ ରାତି ସବୁବେଳ କାର୍ଯ୍ୟ କରୁଥାଏ। ଯକୃତ ଆମ ଶରୀରରେ ଗୋଟେ ରସାୟନ କାରଖାନା ଭଳିଆ କାମ କରିଥାଏ।ଯେମିତିକି ଆମ୍ଭେମାନେ ଯେତେ ପ୍ରକାରର ବାହାର ର ତେଲିଆ ଖାଦ୍ୟ,ଅସ୍ୱାସ୍ଥ୍ୟକର ଖାଦ୍ୟ,ମଦ,ରାସାୟନିକ ଔଷଧ ଆଦି ଖାଉଛନ୍ତି ତା ଦ୍ୱାରା ହେଉଥିବା ଖରାପ ପ୍ରଭାବକୁ ଆମର ଯକୃତ ତାକୁ ବାହାରକୁ ବାହାର କରିବାର କାମ କରିଥାଏ। ଯେତେବେଳେ ଆମେ କିଛି ଖାଇଥାଉ ଆମ ଯକୃତ ଖାଇଥିବା ପଦାର୍ଥରୁ ଜରୁରୀ ପୋଷକ ତତ୍ୱକୁ ଗ୍ରହଣ କରି ଶରୀର ଅଲଗା ଅଙ୍ଗପ୍ରତ୍ୟଙ୍ଗ କୁ ପହଂଚାଇଥାଏ।

ଏମିତିରେ ଦେଖାଯାଏ ତ ଶରୀରରେ ହେଉଥିବା ପ୍ରତ୍ୟେକ ସବୁ ଜରୁରୀ କାମକୁ କରିବାରେ ଯକୃତର ମହତ୍ଵ ପୁର୍ଣ୍ଣ ଯୋଗଦାନ ରହିଥାଏ ଯଦି ଏଥିରେ ଟିକେବି ତ୍ରୁଟି ଆସିଥାଏ ଆମ ଶରୀର ର ସବୁ ତନ୍ତ୍ରଗୁଡ଼ିକ ବିଗିଡି ଯାଏ।ଯକୃତରେ ଖରାପ କାରଣ ରୁ ବିଭିନ୍ନ ରୋଗ ଦେଖାଯାଏ ଯେମିତିକି ହେପାଟାଇଟିସ୍,ଚର୍ବି ଯକୃତ ରୋଗ,ଯକୃତ ସିରୋସିସ୍,ମଦ୍ୟପାନ ଯକୃତ ରୋଗ,ଗିଲବର୍ଟ ସିଣ୍ଡ୍ରୋମ,ଯକୃତ କର୍କଟ ଭଳିଆ ଗଭୀର ଆଉ ଜୀବନ ନେଲାଭଳିଆ ବିପଦ ବହୁତ ବଢିଯାଏ। ସେଥିପାଇଁ ଯକୃତ ଆସିଥିବା ପ୍ରାଥମିକ ଖରାପ ଉପରେ ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ। ୮୦% ଯକୃତ ରୋଗ ପାଖରେ ଔଷଧ ର କୌଣସି ପ୍ରଭାବ ହୋଇନଥାଏ କଣ ପାଇଁନା ଆମ ଯକୃତକୁ ରାସାୟନିକ ଜିନିଷ ଜମା ପସନ୍ଦ ନୁହଁ ତାକୁ ପ୍ରାକୃତିକ ଜିନିଷ ବହୁତ ପସନ୍ଦ ହୋଇଥାଏ ବା ଯକୃତ ଶୀଘ୍ର ଠିକ ହୋଇଥାଏ।

ଯକୃତ କୁ ସଫା କରିବାର ୩ ଟି ସବୁଠୁ କାର୍ଯ୍ୟକାରୀ ଉପାୟ ବିଷୟରେ ଯକୃତରୁ ବିଷାକ୍ତ ପଦାର୍ଥ ବହାରକରିବା ପାଇଁ ବା ଯକୃତରେ ଆସିଥିବା ରୋଗ କୁ ଠିକ କରିବା ପାଇଁ ଏହି କାମକୁ ପୁରା ପ୍ରଣାଳୀ ସହ କରିବାକୁ ପଡିଥାଏ। ଯେମିତିକି ଏ ଗୋଟେ ପ୍ରକାରର ଘରୋଇ ଉପଚାର ଅଟେ ଆପଣ ଯଦି ଡାକ୍ତର ପାଖକୁ ଯାଉଛନ୍ତି ତ ଡାକ୍ତର ବି ଆମକୁ କିଛି ଦିନର ଉପାସ କରିବା ବା କମ ଖାଇବାକୁ ଉପଦେଶ ଦିଏ।ଏମିତି କରିବା ଦ୍ୱାରା ଔଷଧର ପ୍ରଭାବ ସମ୍ପୂର୍ଣ୍ଣ ରୂପେ ହୋଇଥାଏ ଆଉ ଥରକେ ଯକୃତ ସମ୍ପୂର୍ଣ୍ଣ ସଫହୋଇଯାଏ।

ଘରୋଇ ଉପଚାର ସମୟରେ ଆମକୁ ମଧ୍ୟ ଖାଦ୍ୟ ପେୟରେ ନିୟନ୍ତ୍ରଣ ରଖିବା ଉଚିତ ଯାହାଫଳରେ ଆମକୁ ଶୀଘ୍ର ଉପଚାରରେ ଫଳ ମିଳିଥାଏ।ସେଥିପାଇଁ ବାହାରର ବିଷାକ୍ତ ଖାଦ୍ୟ,ତେଲିଆ ଖାଦ୍ୟ,ମସଲା ଯୁକ୍ତ ଖାଦ୍ୟ ଅତି କମରେ ୫-୬ ଦିନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ କରିବା ଆବଶ୍ୟକ କେବଳ ଘରେ ତିଆରି ସାଧା ଖାଇବା ଆବଶ୍ୟକ ନିଜର ଅଧାରୁ ଅଧିକ ପେଟ କେବଳ ସାଲାଡ଼ ଦ୍ୱାରା ଭରିବା ଉଚିତ।ଯଦି ଆପଣ ୫-୬ ଦିନ ଏହା କରିନେଇଛନ୍ତି ତାହେଲେ ଆପଣ ପ୍ରଥମ ବ୍ୟବହାର ରେ ଲାଭ ଦାୟକ ହେବେ ଓ ସେହି ୫ ଦିନ ଭିତରେ ଗୋଟେ ଦିନ ଖାଇବା ପରିବର୍ତେ କେବଳ ଫଳ ଓ ମୂଳ ଖାଇ ନିଜକୁ ରଖିବ କାହିଁକି ନା ଆମ ଯକୃତ ସବୁବେଳେ କାମ କରୁଛି ତେଣୁ ତାକୁ ଆରମ ଦେବା ଉଚିତ।ତାପରେ ଯେକୌଣସି ପ୍ରକାରର ଖାଦ୍ୟ ବା ସବୁ ଦିନ ଯାହା ପାରିବ ତା ଖାଇ ପାରିବ ୫-୬ ଦିନ ପରେ ଏବେ ଯେଉଁ କୌଣସି ଘରୋଇ ଉପଚାର ବ୍ୟବହାର କରିପରିବ।

ଯେମିତିକି ପ୍ରଥମ ଘରୋଇ ଉପଚାର ହେଲା ଲାଉ କୁ ନେଇ ଭଲ ଭାବରେ କଟିଦେବା ତାପରେ ଜ଼ଏଥିରେ ଧନିଆ ପତ୍ର ମିଶାଇ ବାଟିଦେବା ତାପରେ ଲେମ୍ବୁ,ବିଟଲୁଣ,ଗିଲୟ ରସ ଆଦି ପକେଆଇ ଭଲ ଭାବରେ ଫେଣ୍ଟି ଦେବା।ଗିଲୟ ନିଜେ ଗୋଟେ ରୋଗ ପ୍ରତରୋଧ ଶକ୍ତି ବଢେ ଓ ହଳଦୀ ରେ ବହୁତ ଔଷଧିୟ ଗୁଣ ଥାଏ ଯାହାଦ୍ୱାରା ଆମ ହଜମ କ୍ରିୟା ମଜବୁତ ହୁଏ ଓ ହଜମ ପ୍ରକ୍ରିୟା ବଢେ।ତାପରେ ଦ୍ୱିତୀୟ ନମ୍ବରରେ ଆସୁଛି ମୂଳ ପତ୍ର ରସ।ଆମେ ସାଧାରଣତଃ ମୂଳାପତ୍ର ଫୋପାଡ଼ି ଦଉ କିନ୍ତୁ ଏହା ଆମ ଶରିର ଓ ପାଚନ ତନ୍ତ୍ର ପାଇଁ ବହୁତ କାର୍ଯ୍ୟକାରି ଅଟେ।ମୂଳପତ୍ର ଭଲଭାବେ କାଟିସେଥିରେ ବିଟ ଓ ଅଦା ମିଶାଇଦେବ ଯାହା ଆମ ପାଚନତନ୍ମ କୁ ଭଲ ଓ ସୁସ୍ତ ରଖିବା ରେ ସାହାର୍ଯ୍ୟ କରେ।ଏହି ପାନିୟ ଅତ୍ୟନ୍ତ ଲାଭ ଦେଇ ଖାଦ୍ୟଗ୍ରହଣ ପରେ ଆକୁ ପାନ କରିବା ଉଚିତ।ଯାହା ଦ୍ୱାରା ପିଲିୟା,ଆଖିର ଦୁର୍ବଳତା,ପାଇଲସ ଇତ୍ୟାଦି ରୋଗ ଭଲ ହୋଇଥାଏ ଆଉ ଚୁଟି ଝଡିବା ମଧ୍ୟ ବନ୍ଦ ହୋଇଯାଏ।

ଏହାର ଲଗାତାର ସେବନ ଦ୍ୱାରା ଆମେ ସୁସ୍ତ ରହୁ କିସମିଶ ର ପାଣି ପ୍ରଥମତ କିସମିଶ କୁ ଉଷୁମପାଣି ରେ ପକାଇ ରଖିଦବୁ ତାପରେ ସକାଲେ ଏହାକୁ ଖାଲି ପେଟରେ ଗ୍ରହଣ କରିବ ତା ସହ ଦିନ ସର ୧ ଘଣ୍ଟା ଅନ୍ତରରେ ଆପଣ ପିବେ ବଳିଥିବା କିସମିଶ କୁ ଖାଇ ଦେବେ। ଲଗାତାର ୩ ଦିନ ଏହାକୁ ସେବନ ଦ୍ୱାରା ଅମପେଟ ସଫା ରହେ।ଏହା ମଳକଣ୍ଠକ,ଅମ୍ଳୀୟ ରୋଗଆଦି ପାଇଁ ଭଲଟେ।ଗହମ ର ଘାସ ରସ ଆମ ଶରୀର ପାଇଁ ଉପଯୋଗୀ। ବଜ଼ାରରେ ଏ ରସ ବହୁତ ସହଜରେ ମିଳିଯିବ।

Leave a Reply

Your email address will not be published. Required fields are marked *