October 23, 2024

Odia Express

Here, There and Everywhere

ନିଜକୁ ଦୁର୍ବଳ ଭାବୁଥିବା ଅଳସୁଆ ଲୋକ ଏହି ଆର୍ଟିକିଲ ନିଶ୍ଚିତ ଭାବେ ପଢନ୍ତୁ..

ଆପଣମାନେ ବିଲ ଗେଟସ ଙ୍କର ସେହି କଥା ତ ଜାଣି ଥିବେ। ସେ କହିଥିଲେ କି ମୁ ଏକ ବଡ ଆଉ କଷ୍ଟ କାମ କରିବା ପାଇଁ ଏକ ଅଳସୁଆ ମଣିଷ କୁ ହି ବାଛିବି କାରଣ ଏକ ଅଳସୁଆ ମଣିଷ ଏକ ବଡ଼ କାମ କୁ କରିବା ପାଇଁ ସବୁଠାରୁ ଭଲ ଆଉ ସହଜ ରାସ୍ତା ବାହାର କରିବ। ମାତ୍ର କଣ ଏହା ସମ୍ଭବ କି କେଉଁ ଅଳସୁଆ ମଣିଷ ଏତେ ପ୍ରତିଭାବାନ ହେଇଥାଏ। ଅଳସୁଆ ଲୋକମାନେ ସାଧାରଣ ଭାବେ କେଉଁ କାମ ରେ ଚେଷ୍ଟା ନ ଦେଇ ସେଥିରେ ନିଜର ବ୍ରେନ ବ୍ୟବହାର କରିବାକୁ ଚାହାନ୍ତି।

ଅଳସୁଆ ଲୋକ ମାନେ ସାଧାରଣ ଭାବେ ଅଧିକ ପ୍ରତିଭାବାନ ହେଇଥାନ୍ତି ମାତ୍ର ସେମାନେ କେଉଁ କାମ କୁ କରିବା ଆଗରୁ ହି ତାକୁ ଛାଡି ଦେବାକୁ ଚାହାନ୍ତି କାରଣ ଏହା କଷ୍ଟ ଲାଗୁଥାଇ ପାରେ। ମାତ୍ର ସେମାନଙ୍କ ଭିତରେ ଏହି କାମ କୁ କରିବାର ଶକ୍ତି ଥାଏ। ମାତ୍ର ଆମ ମନ ରେ ପ୍ରଶ୍ନ ଆସେ କି କେହି ଯଦି ଅଳସୁଆ ହୁଏ ତ ସେ ହୁଏ କାହିଁକି? କଣ ଅଳସୁଆ ହେବା ଏକ ଲକ୍ଷଣ ଥାଏ ନା ବୁଦ୍ଧିମାନ ବ୍ୟକ୍ତି ଅଧିକ ଅଳସୁଆ ହେଇଥାନ୍ତି। ଏହାର ଉତ୍ତର ଆଜି ଆମେ ପାଇଯିବା। ବୈଜ୍ଞାନିକ ମାନେ କୁହନ୍ତି କି ଅଳସୁଆ ହେବା ଏକ ବ୍ୟକ୍ତି ର ଜେନେଟିକ ଉପରେ ନିର୍ଭର କରେ। ଅର୍ଥାତ ଏକ ବ୍ୟକ୍ତି ର ମାତା ପିତା ଯଦି ଅଳସୁଆ ଥାଆନ୍ତି ତ ତାର ଅଳସୁଆ ହେବା ନିହାତି ସମ୍ଭବ ଅଟେ।

ମଣିଷ କୁ ସର୍ବଦା ସେହି ସବୁ କାମ ରେ ମନ ଲାଗିଯାଏ ଯେଉଁ କାମ ରେ କି ଆମର ମଣିଷତ୍ତ୍ୱ ରହିଥାଏ। ଜେପରୀ କି ମନୁଷ୍ୟ କୁ ଖାଦ୍ୟ ଖାଇବାକୁ ବହୁତ ଭଲ ଲାଗେ କାରଣ ଖାଦ୍ୟ ଖାଇବା ଦ୍ୱାରା ଆମର ଜୀବନ ବଂଚିଯାଏ। ସେପରି ହି ମଣିଷ ଶାରୀରିକ ସମ୍ପର୍କ ରଖିବାକୁ ବହୁତ ଭଲ ଅନୁଭବ କରେ କାରଣ ଏହାଦ୍ୱାରା ଆମ ବଂଶ ଆଗକୁ ବଢ଼େ।

ଠିକ ସେହିପରି ହି ଫିଜିକାଲ ଆକ୍ଟିଭିଟି ବି ହେଇଥାଏ। ଏକ ମଣିଷ କୁ ଫିଟ ରହିବା ପାଇଁ ଫିଜିକାଲ ଏକ୍ସର୍ଶାଇଜ କରିବାକୁ ପଡେ ଆଉ କିଛି କିଛି ଲୋକ ଏହାଦ୍ୱାରା ଅଭ୍ୟସ୍ତ ବି ହେଇଯାନ୍ତି।ମାତ୍ର ଆଉ କିଛି ଲୋକ ଚେଷ୍ଟା କରିକି ବି ଏହା କରିପାରନ୍ତି ନାହିଁ କାରଣ ସେମାନେ ଅଳସୁଆ ହେଇଥାନ୍ତି।

ମାତ୍ର ସେହିପରି ଅଳସୁଆ ଲୋକମାନେ ଯିଏ କି ସବୁ କାମ କୁ ଟାଳି ଦିଅନ୍ତି, ସେମାନଙ୍କୁ ବି କିଛି ବଡ଼ ବଡ଼ ଉଦ୍ୟୋଗପତି ମାନେ ଅଳସୁଆ ମାନନ୍ତି। ମାତ୍ର ଏହା ଏଇଥିପାଇଁ ହୁଏ କାରଣ ସେମାନେ ବହୁତ ଭାବିବାକୁ ଚେଷ୍ଟା କରନ୍ତି ଆଉ କିଛି ଜିନିଷ ଉପରେ ଭାବିବାରେ ସେମାନେ ନିଜର ବହୁତ ସମୟ ଲଗାନ୍ତି ଯାହା କି ବହୁତ ଆଇକ୍ୟୁ ବରାବର ହେଇଥାଏ। ତେଣୁ ଅଳସୁଆ ଲୋକମାନେ କ୍ରିଏଟିଭ ହେଇଥାନ୍ତି।

Leave a Reply

Your email address will not be published. Required fields are marked *