March 19, 2025

Odia Express

Here, There and Everywhere

ସାଇକେଲ ସାହାଯ୍ୟ ରେ ଘର ଘର ବୁଲି ବିକ୍ରି କରୁଥିଲେ ପରିବା ,ପୋଲିସ ଏହା ଦେଖି କିଛି ଏପରି କଲା ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି…

ଏକ ଝିଅ ଅଛି ଯିଏ ଘର ଘର ବୁଲି ସାଇକେଲ ସାହାଯ୍ୟ ରେ ପରିବା ବିକ୍ରି କରୁଛି କାରଣ ତାର ପରିବାରର ଅବସ୍ଥା ଠିକ ନାହିଁ। ଯେତେବେଳେ ଏହି କଥା ପୋଲିସ ଆଗରେ ପଂହଁଚିଲା ସେ ସେତେବେଳେ ତାକୁ ଏକ ଗିଫ୍ଟ ଦେଇଥିଲେ। ତେବେ ଆସନ୍ତୁ ଜାଣିବା ଏହା କେଉଁ ସହରର ଘଟଣା ଏବଂ କଣ କଣ ତଥ୍ୟ ଅଟେ।ବନ୍ଧୁଗଣ ଆମ ଆଗରେ ବହୁତ କିଛି ଘଟଣା ଘଟୁଥାଏ ଯାହାକୁ ନେଇ ଆମେ କେବେ ଭାବିନଥାଉ। ଆସାମର ଡୁପୁକର ଜିଲ୍ଲାରୁ ଏହି ଘଟଣା ଆଗକୁ ଆସିଛି ଯେଉଁଠି ଜନମୋନି ନାମରେ ଏକ ଝିଅ ରୁହେ। ସେହି ଝିଅର ବାପା ଯିଏ ସେ ବହୁତ ସମୟ ଧରି ବେମାରିରେ ଅଛନ୍ତି। ଲକଡାଉନ ଏବେ ଚାଲିଛି । ଏବେ ସବୁ ସ୍କୁଲ ବନ୍ଦ ଅଛି। ଘରେ ଏହି ଝିଅ ଛଡା ପଇସା କମେଇବାରେ ଆଉ କେହି ନାହାନ୍ତି।

ସେତେବେଳେ ସେ ଝିଅ ଭାବିଲା ଏବେ ମୁଁ କଣ କରିବି ଏବେ ତ ଘରର ପରିସ୍ଥିତି ଆହୁରି ଖରାପ ହେବାରେ ଲାଗିଛି। ଯିଏ ବାପା ସେ ରୋଜଗାର କରିପାରିବେ ନାହିଁ କାରଣ ସେ ଏବେ ଅସୁସ୍ଥ ଅଛନ୍ତି। ତେବେ ସେ ଏକ ସାଇକେଲ ସାହାଯ୍ୟ ରେ ଯେତିକି ବି ହେଉ ପରିବା ନେଇ ଲୋକମାନଙ୍କୁ ବିକ୍ରି କରୁଛନ୍ତି। ତେବେ ଏହି ନିରୀହ ଛୁଆ ଟି ଘର ଘର ବୁଲି ପରିବା ବିକ୍ରି କରୁଛି। ଏହି ଫୋଟ ଏବେ ସୋସିଆଲ ମିଡିଆରେ ବହୁତ ଜୋରରେ ଭାଇରାଲ ହେବାରେ ଲାଗିଛି ।

ଯେତେବେଳେ ଆସାମ ପୋଲିସ କୁ ଏହି ଘଟଣା ବିଷୟରେ ତଥ୍ୟ ମିଳିଲା ସେତେବେଳେ ସେ ଘରେ ଯାଇ ଦେଖିଲେ ଏବଂ ଦେଖିଲେ ଯେ ବହୁତ ଖରାପ ଅବସ୍ଥା ସୃଷ୍ଟି ହୋଇଛି। ପୋଲିସ ସେହି ଝିଅ କୁ ଏକ ଗାଡି ଗିଫ୍ଟ କରିଛନ୍ତି। ସମସ୍ତେ ପଇସା ଅଳ୍ପ ଅଳ୍ପ ମିଶେଇ ଏହି ଗାଡି ଗିଫ୍ଟ ଦେଇଛନ୍ତି। ଏହା ଫଳରେ ସେ କହିଛନ୍ତି ଯେ ଝିଅକୁ ଘର ଘର କଷ୍ଟରେ ବୁଲି ବିକ୍ରି କରିବାର ଆଉ ଆବଶ୍ୟକତା ନାହିଁ। ଆମ ଦେଶରେ ଯଦି ଏହି ପରି ଝିଅ ଅଛନ୍ତି ତେବେ ସେ ଆମର ନାମ ଉପରକୁ ନେବେ। ଘରର ଏହି ପରିସ୍ଥିତି ଦେଖି ତାର କିଛି ନହେଉ ସେଥିପାଇଁ ସେ ଏକ ଗାଡି ଗିଫ୍ଟ ରେ ଦେଇଛନ୍ତି ବୋଲି କହିଲେ । ଏମିତି ପୋଲିସ କୁ ଆମ ତରଫରୁ ସଲାମ।

ତେବେ ଏହା କେମିତି ଲାଗିଲା ଆମକୁ ନିଶ୍ଚିତ ଭାବେ ଜଣାନ୍ତୁ ଏବଂ ସେୟାର କରନ୍ତୁ।

Leave a Reply

Your email address will not be published. Required fields are marked *