February 12, 2025

Odia Express

Here, There and Everywhere

ଜାମୁ କୋଳି ଖାଇବା ଦ୍ୱାରା ଏହି ରୋଗ ମୂଳରୁ ସମାପ୍ତ ହେଇଯାଏ – ଏହାର ଲାଭ ଜାଣିଲେ ନାଚି ଉଠିବେ ଆପଣ…

ବନ୍ଧୁଗଣ ଆଜି ଆକେ ମାନେ ଜାମୁ କୋଳି କଥା କହିବାକୁ ଯାଉଛୁ। ଏହା ଖାଇବା ଆମ ସ୍ୱାସ୍ଥ୍ୟ ପାଖେ ବହୁତ ଭଲ ହେଇଥାଏ। ଆୟୁର୍ବେଦ ରେ ବି ଏହା ବାବଦରେ ବହୁତ କିଛି ବର୍ଣ୍ଣିତ ଅଛି। ଜାମୁ ର ପତ୍ର ତଥା ମଞ୍ଜି କୁ ଆମେ ବହୁତ କିଛି ଔଷଧି ଭାବେ ବ୍ୟବହାର କରିଥାଉ। ବହୁତ ଜାଗା ରେ ଏହି ଗଛ ର ଅନେକ ଫାଇଦା ବର୍ଣନାଆ କରାଯାଇଛି। ତ ଚାଲନ୍ତୁ ଦେଖିବା କି ଜାମୁ କୋଳି ର କି କି ଫାଇଦା ଅଛି ଆଉ ଏହାକୁ ଖାଇବାର କି କି କ୍ଷତି ଅଛି।

ଜାମୁ କୋଳି ରେ ଭିଟାମିନ ସି, ଫୋସଫରସ, ମ୍ୟାଗ୍ନେସିଅମ, ପୋଟାସିଅମ ଭଳି ଅନେକ ପୋଷକ ତତ୍ତ୍ୱ ଥାଏ। ଜାମୁ କୋଳି ର ମଞ୍ଜି ରେ ଗ୍ଲାଇକୋ ସାଇଡ଼ ଆଉ ଜାମଳିନ ଥାଏ ଯାହା କି ଆମର ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହେଇଥାଏ। ଭିଟାମିନ ଏ ବି ବହୁତ ମାତ୍ରା ରେ ମିଳିଥାଏ ତେଣୁ ଏହା ଆଖି ଜନିତ ବେମାରି ରୁ ମୁକ୍ତି ଦେଇଥାଏ।

୧: ଏଥିରେ ଆଇରନ ଅନେକ ପରିମାଣ ରେ ଥାଏ ଯାହାଦ୍ୱାରା କି ଏହା ଆମର ରକ୍ତ କୋଶିକା ବୃଦ୍ଧି କରିବାରେ ସହାୟକ ହେଇଥାଏ। ତେଣୁ ରକ୍ତ ହୀନତା ରୁ ମୁକ୍ତି ମିଳେ।

୨: ଦାନ୍ତ ତଥା ଦାନ୍ତ ମାଡ଼ି ଜନିତ ରୋଗ ପାଇଁ ଜାମୁ ବହୁତ ଫାଇଦା ଦାୟକ ହେଇଥାଏ। ଏହାକୁ ଦାନ୍ତ ସଫା କରିକି ବ୍ୟାକ୍ଟେରିଆ ମୁକ୍ତ କରିବା ପାଇଁ ବି ବ୍ୟବହାର କରାଯାଇଥାଏ।

୩: ଜାମୁ କୋଳି ର ଛାଲୀ ବହୁତ କଷା ଲାଗେ ଯାହାଦ୍ୱାରା କି ଏହା ମୁହଁ ରେ ହେଉଥିବା ଅଳସର ବେମାରି ରୁ ଆମକୁ ମୁକ୍ତି ଦେଇ ଥାଏ।

୪: ଏହା ଡାଇବେଟିସ ରୋଗ ତଥା ଅଧିକ ରେଚନ କ୍ରିୟା କୁ କମେଇବା ପାଇଁ ବହୁତ ଲାଭ ଦାୟକ ହେଇଥାଏ। ଏହା ଆମ ରକ୍ତ ରେ ସୁଗାର ର ମାତ୍ରା ବୃଦ୍ଧି କରାଏ ଆଉ ଆମର ଅଗ୍ନାଶୟ ରେ ଇନ୍ସୁଳୀନ ର ମାତ୍ରା ବୃଦ୍ଧି କରାଏ।

୫: ଜାମୁ କୋଳି ରେ ପ୍ଲେନଏଡ୍ସ ବହୁତ ମାତ୍ରା ରେ ମିଳିଥାଏ ଯାହା କି ଆମ ଶରୀର ପାଇଁ ଏକ ଆଣ୍ଟି ଅକ୍ସୀଡାଣ୍ଟ ଭାବେ କାମ କରିଥାଏ। ଏହା ଆମ ଶରୀର ର ଅଦରକାରୀ ପଦାର୍ଥ କୁ ବାହାର କରିବା ସହିତ ଆମର ଆଣ୍ଟି ଅକ୍ସିଡାଣ୍ଟ ହରମୋନ ମାନଙ୍କୁ ବି ଶକ୍ତିଶାଳୀ ଆଉ ପ୍ରଭାବିଶାଳୀ ବନେଇ ଥାଏ।

୬: ଜାମୁକୋଳି ର ବୀଜ କୁ ଗ୍ରାଇଣ୍ଡିଙ୍ଗ କରି ଏହାକୁ ଗାଈ କ୍ଷୀର ସହ ମିଶେଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ରାତିରେ ଶୋଇବା ଆଗରୁ ଏହି ପେଷ୍ଟ କୁ ନିଜ ମୁହଁ ରେ ଲଗାନ୍ତୁ ଆଉ ଶୁଖିବାର କିଛି ସମୟ ପରେ ଆପଣ ତାକୁ ଧୋଇ ଦିଅନ୍ତୁ। ଆପଣ କିଛି ଦିନ ପରେ ନିଜ ଚେହେରା ର ଚମକ ଦେଖିପାରିବେ।

Leave a Reply

Your email address will not be published. Required fields are marked *