November 22, 2024

Odia Express

Here, There and Everywhere

ପୋଲିସ ଲେଖୁନାହାନ୍ତି ଆପଣଙ୍କ FIR ? ତେବେ କୁହନ୍ତୁ ଏହି ‘ଦୁଇ ଶବ୍ଦ’ ତୁରନ୍ତ ଲେଖାଯିବ ଆପଣଙ୍କ FIR

1 min read

ଏକଥା ତ ବୋଧହୁଏ ଆପଣ ଜାଣିଥିବେ ଯେ ଏଫଆଇଆର ର ଫୁଲଫର୍ମ ଫାର୍ଷ୍ଟ ଇନଭେଷ୍ଟିଗେସନ ରିପୋର୍ଟ ଅଟେ ଏବଂ FIR ସେହି ସମୟରେ ଲେଖାଯାଏ ଯେବେ ଆପଣଙ୍କ ସହିତ କୌଣସି ଅପରାଧିକ ଘଟଣା ହୋଇଥିବ । ଏଫଆଇଆର ପୋଲିସ ଥାନାରେ ରେଜିଷ୍ଟରରେ ଲିଖିତ ଏକ ଦସ୍ତାବେଜ ହୋଇଥାଏ, ଯାହାକୁ କୌଣସି ଅପରାଧିକ ଘଟଣାର ପୀଡିତ ଦ୍ଵାରା ଲେଖା ଯାଏ। ନିଜ ସହିତ ହୋଇଥିବା କୌଣସି ଅପରାଧିକ ଘଟଣାର ପୋଲିସରେ ଅଭିଯୋଗ କରିବା ବା ଏଫଆଇଆର ଲେଖେଇବା କୌଣସି ବ୍ୟକ୍ତିଙ୍କର ମୌଳିକ ଅଧିକାର ଅଟେ ।

କଣ ଅଟେ ଜିରୋ-ଏଫଆଇଆର? : କୌଣସି ବି ବ୍ୟକ୍ତି ଲିଖିତ କିମ୍ବା ମୌଖିକ ରୂପରେ ନିଜର ଅଭିଯୋଗ ପୋଲିସରେ ଦେଇପାରିବେ । କିନ୍ତୁ, ଅନେକ ସମୟରେ ଆମକୁ ଏପରି ଘଟଣା ଶୁଣିବାକୁ ପଡେ ଯେ ପୋଲିସ ଏଫଆଇଆର ଲେଖୁନାହାନ୍ତି କିମ୍ବା ଏଫଆଇଆର ଲେଖିବାରେ ଅମଙ୍ଗ ହେଉଛନ୍ତି । କିନ୍ତୁ ଯଦି ଅପନକ ସହିତ ମଧ୍ୟ ଏପରି କିଛି ହୋଇଛି ତେବେ ଆମେ ଜଣେଇଦେଉଛୁ ଯେ ଯଦି ପୋଲିସ ଏଫଆଇଆର ଲେଖିବାକୁ ମନା କରୁଛନ୍ତି ତେବେ ଆପଣ କଣ କରିପାରିବେ ଓ କିପରି ଆପଣଙ୍କ ଏଫଆଇଆର ଲେଖିବା ପାଇଁ ପୋଲିସ ବାଧ୍ୟ ହେବେ । ହଁ ଆଜ୍ଞା ଆପଣ ଠିକ ପଢିଲେ। ଯଦି ଆପଣଙ୍କ ଏଫଆଇଆର ଲେଖାଯାଉନାହିଁ ତେବେ ଆପଣାକୁ ଥାନାରେ ଯାଇ କେବଳ ଏହି ଦୁଇ ଶବ୍ଦ କହିବାକୁ ହେବ ଏବଂ ସମସ୍ତ ପୋଲିସ ଆପଣଙ୍କ ଅଭିଯୋଗ ଲେଖିବାକୁ ବାଧ୍ୟ ହେବେ । ବୋଧହୁଏ ଏବେ ଆପଣଙ୍କ ଉତ୍ସୁକତା ବଢିଯାଇଛି ଯେ ଏପରି କେଉଁ ଶବ୍ଦ ଅଛି ଯାହାକୁ କହିବା ଦ୍ଵାରା ଏଫଆଇଆର ତୁରନ୍ତ ଲେଖାଯିବ ।

କିପରି ଲେଖେଇବେ ଜିରୋ-ଏଫଆଇଆର : ତେବେ ଆପଣଙ୍କୁ ଜଣେଇଦେବୁ ଯେ ପୋଲିସ ଥାନାରେ ଯଦି ଆପଣଙ୍କ ଏଫଆଇଆର ଲେଖାଯାଉନାହିଁ ତେବେ ଆପଣ ଜିରୋ ଏଫଆଇଆର ଦର୍ଜ କରେଇପାରିବେ ଏବଂ ଏଥିପାଇଁ କୌଣସି ପୋଲିସ ବାଲା ଆପଣଙ୍କ ଅଭିଯୋଗ ଲେଖିବାକୁ ମନା କରିପାରେଇବେ ନାହିଁ। “ଜିରୋ ଏଫଆଇଆର”ର ଅର୍ଥ ଅଟେ ଯେ କୌଣସି ବି ପୋଲିସ ଷ୍ଟେସନରେ ପ୍ରାଥମିକ ଦର୍ଜ କରେଇପାରିବେ। (ମାନେ: କୌଣସି ବି ଘଟଣା/ଅଧିକାର କ୍ଷେତ୍ର ର ବଦଳରେ) ଏବଂ ତାହାକୁ ପରେ ଉଚିତ ପୋଲିସ ଥାନାରେ ସ୍ଥାନାନ୍ତର କରିଦିଅ ଯାଇପାରିବ । ଯଦିଓ ପୋଲିସ କର୍ମୀ ସାଧାରଣତଃ “ଜିରୋ ଏଫଆଇଆର” ବିଷୟରେ ଜାଣିବାରେ ମନା କରୁଛନ୍ତି ଏବଂ ଅଭିଯୋଗକର୍ତ୍ତା ଙ୍କୁ ସେ ସମ୍ବନ୍ଧିତ ପୋଲିସ ଷ୍ଟେସନ ପଠେଇ ଦିଅନ୍ତି ।

କିନ୍ତୁ ଯଦି ଆପଣ ଏହି ନିୟମ ଜାଣନ୍ତି ତ କୌଣସି ପୋଲିସ ବାଲା ଆପଣଙ୍କ ଏଫଆଇଆର ଲେଖିବାକୁ ମନା କରିପାରିବେ ନାହିଁ। ଜିରୋ ଏଫଆଇଆର ନା କେବଳ ସାଧାରଣ ନାଗରିକଙ୍କୁ ପରନ୍ତୁ ପୋଲିସକୁ ମଧ୍ୟ ଏଭଳି ଘଟଣାରୁ ସମ୍ମୁଖୀନ ହେବାର ଶକ୍ତି ପ୍ରଦାନ କରିଥାଏ । ଯେଉଁ ପୋଲିସ ଥାନାର କ୍ଷେତ୍ରୀୟ କ୍ଷ୍ୟେତ୍ରାଧିକାର ର ବାହାରେ ଥିବ । ଅପରାଧିକ ପ୍ରକ୍ରିୟା ସଂହିତାର ନିୟମ ଅନୁଯାୟୀ, ଯଦି ସମ୍ବନ୍ଧିତ ପୋଲିସ ଷ୍ଟେସନର କ୍ଷେତ୍ରୀୟ ଅଧିକାର କ୍ଷେତ୍ରରେ ପ୍ରାଥମିକ ଦର୍ଜ କରାଯାଇ ନାହିଁ, ତ ସେହି ବିଶେଷ ପୋଲିସ ଥାନାର ଷ୍ଟେସନ ହାଉସ-ଇନ-ଚାର୍ଜ(ଏସଏଚଓ) ମାମଲାର ଆଗକୁ ଯାଞ୍ଚ କରିପାରିବେ ନାହି ଏବଂ ଏଫଆଇଆର ସେହି ପୋଲିସ ଷ୍ଟେସନରେ ଦାୟର କରାଯାଇପାରେ ଯାହା ତାଙ୍କର ଅଧିକାର କ୍ଷେତ୍ରରେ ଅଛି । ଏଥିପାଇଁ ଜିରୋ ଏଫଆଇଆର ଏଭଳି ମାମଲାରେ ପୋଲିସ ଏବଂ ନଗରି ଦୁହିଁଙ୍କୁ ଏକ ସୁବିଧା ପ୍ରଦାନ କରିଥାଏ ।

ଆପଣଙ୍କୁ ଜଣେଇଦେବୁ ଯେ ଜିରୋ ଏଫଆଇଆରର ଆରମ୍ଭ ଡିସେମ୍ବର 2012ରେ ନିର୍ଭୟା କେସ ପରେ ଆରମ୍ଭ କରାଯାଇଛି । କାରଣ, ନିର୍ଭୟା ଏବଂ ସେହି ଅପରାଧୀଙ୍କର ନ୍ୟାୟ କ୍ଷେତ୍ର ଦିଲ୍ଲୀ ନଥିଲା ଏଥିପାଇଁ ଜଷ୍ଟିସ ବର୍ମା କମିଟି ରିପୋର୍ଟର ସୁପାରିସ ଆଧାରରେ ଏଫଆଇଆର ଆକ୍ଟରେ ଜିରୋ ଏଫଆଇଆର ର ନୂଆ ପ୍ରୋଭିଜନ କୁ ଯୋଡାଗଲା । ଯଦି ଆପଣ ଏହି ପୋଷ୍ଟକୁ ପଢିଛନ୍ତି ତେବେ ଆପଣ ବୋଧହୁଏ ଜିରୋ ଏଫଆଇଆର ର ବ୍ୟବହାର କରି ଯେକୌଣସି ଥାନାରେ ଏଫଆଇଆର ଲେଖେଇ ପାରିବେ ।

Leave a Reply

Your email address will not be published. Required fields are marked *