ଶାସ୍ତ୍ର: କଳିଯୁଗରେ ଏହି ପାପ କାରଣରୁ ହେଲା କୋରୋନା, କଣ ଏହା ଅଟେ ଦୁନିଆର ଅନ୍ତ? ଏବେ ଜଣାନ୍ତୁ ଶାସ୍ତ୍ର ରେ କଣ ଲେଖା ହେଇଚି…
1 min read
ସାରା ଦୁନିଆରେ କୋରୋନା ଭାଇରସ ଯୋଗୁ ହାହାକାର ଘୋଟିଛି। ଏମିତିରେ ଅଧିକତର ଲୋକଙ୍କର ମନରେ ଏହି ପ୍ରଶ୍ନ ଉଠୁଛି ଯେ କଣ ହିନ୍ଦୁ ଧର୍ମ ଶାସ୍ତ୍ରରେ କରାଯାଇଥିବା ଭବିଷ୍ୟବାଣୀ ନୌଯାୟୀ କଳିଯୁଗର ଅନ୍ତ ହେବାର ସମୟ ଉପନୀତ । କାରଣ ସୋସିଆଲ ମିଡିଆରେ ଅନେକ ଜ୍ୟୋତିଷ ଏହି ଦାବି କରୁଛନ୍ତି ଯେ ଆଜି ଠାରୁ ପ୍ରାୟ ଦଶ ହଜାର ବର୍ଷ ପୂର୍ବର ହିନ୍ଦୁ ଧର୍ମଗ୍ରନ୍ଥରେ ଏକଥାର ବର୍ଣ୍ଣନ ମିଳିଛି ଯେ ପୂର୍ବର ଦେଶହରୁ କୌଣସି ମହାମାରୀ ଜନ୍ମ ନେବ ଯାହା ସାରା ବିଶ୍ଵକୁ ଧ୍ଵଂସ କରିଦେବ। କିନ୍ତୁ ମିତ୍ରଗଣ ବ୍ୟସ୍ତ ହେବାର କିଛି ନାହିଁ। ଏହି ପୋଷ୍ଟରେ ଆମେ ଲୋକଙ୍କ ମନରେ ଉଠୁଥିବା ସେହି ପ୍ରଶ୍ନ ଗୁଡିକର ଉତ୍ତର ଦେବାକୁ ଯାଉଛୁ ଯାହା ଆପଣ ମାନଙ୍କ ମନରେ ଉଠୁଛି ।
ପାଠକଗଣ ଆପଣମାନଙ୍କୁ ଜଣେଇଦେବୁ ଯେ ସୋସିଆଲ ମିଡିଆରେ ଅନେକ ଜ୍ୟୋତିଷ ବିଶେଷଜ୍ଞଙ୍କର ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏହି ଦାବି ହେଉଛି ଯେ ହିନ୍ଦୁ ଧର୍ମଗ୍ରନ୍ଥରେ ଥିବା ଏକ ନାରଦ ସଂହିତାରେ ଆଜିଠାରୁ ପ୍ରାୟ ଦଶ ହଜାର ବର୍ଷ ପୂର୍ବର ଏହି କଥାର ଉଲ୍ଲେଖ ରହିଛି ଯେ ଭାରତର ପୂର୍ବ ପଟରେ ଥିବା କୌଣସି ଏକ ଦେଶରୁ ମହାମାରୀର ପ୍ରାରମ୍ଭ ହେବ ଯାହାଦ୍ୱାରା ସାରା ଦୁନିଆ ଧ୍ଵଂସ ହୋଇଯିବ । କିଛି ଲୋକ ଏହାକୁ କଳିଯୁଗର ଅନ୍ତ କହୁଛନ୍ତି ।
ବନ୍ଧୁଗଣ ଆମେ ଆପଣଙ୍କୁ ଜଣେଇଦେବୁ ଯେ ହିନ୍ଦୁ ଧର୍ମଶାସ୍ତ୍ରରେ ବର୍ଣ୍ଣିତ କଥା ଅନୁସାରେ କଳିଯୁଗର ଅନ୍ତ ହେବାକୁ ଏବେ ବହୁତ ସମୟ ବାକି ଅଛି । କାରଣ ବ୍ରହ୍ମ ପୂରାଣ ଅନୁଯାୟୀ କଳିଯୁଗର କାଳ 4,32,000ବର୍ଷ ଦୀର୍ଘ ଅଟେ ଏବଂ ଏବେ କଳିଯୁଗର ପ୍ରଥମ ଚରଣ ଚାଲୁଅଛି । ଏପରି ମାନ୍ୟତା ଅଛି ଯେ କଳିଯୁଗର ପ୍ରାରମ୍ଭ 3102 ଖ୍ରୀଷ୍ଟପୂର୍ବରେ ହୋଇଥିଲା। ଏହାର ଅର୍ଥ ଏହା ହେଲା ଯେ କଳିଯୁଗର ଏପର୍ଯ୍ୟନ୍ତ କେବଳ 5120ବର୍ଷ ସରିଛି ଏବଂ 426880ବର୍ଷ ଏବେ ମଧ୍ୟ ଏହି ଯୁଗର ବାକି ଅଛି । ପରନ୍ତୁ କଳିଯୁଗର ଅନ୍ତ କିପରି ହେବ ଏହାର ବର୍ଣ୍ଣନ ମଧ୍ୟ ବ୍ରହ୍ମପୁରାଣରେ ଉଲ୍ଲେଖ କରାଯାଇଛି। ବ୍ରହ୍ମପୁରାଣ ଅନୁଯାୟୀ କଳିଯୁଗର ଅନ୍ତରେ ମନୁଷ୍ୟଙ୍କର ଆୟୁ କେବଳ 12ବର୍ଷ ରହିଯିବ । ଏଥିମଧ୍ୟରେ ଲୋକଙ୍କ ମନରେ ଦ୍ଵେଷ ଏବଂ ଦୁର୍ଭାବନା ବୃଦ୍ଧି ହେବ। କଳିଯୁଗର ସମୟ ଯେପରି ଯେପରି ବଢିବ ସେହିଭଳି ନଦୀ ମାନ ଶୁଷ୍କ ହୋଇଯିବେ । ବେଇମାନି ଏବଂ ଅନ୍ୟାୟ ଦ୍ଵାରା ଧନ ଉପାର୍ଜନ କରୁଥିବା ଲୋକଙ୍କର ବୃଦ୍ଧି ହେବ । ଧନର ଲୋଭରେ ମନୁଷ୍ୟ କାହାର ମଧ୍ୟ ହତ୍ୟା କରିବାରେ ସଙ୍କୋଚ କରିବ ନାହିଁ ।
ମନୁଷ୍ୟ ପୂଜା-ପାଠ, ବ୍ରତ-ଉପବାସ ଏବଂ ସମସ୍ତ ପ୍ରକାର ଧାର୍ମିକ କାର୍ଯ୍ୟ କରିବା ବନ୍ଦ କରିଦେବ। ଗାଈ କ୍ଷୀର ଦେବା ବନ୍ଦ କରିଦେବ। ମାନବତା ନଷ୍ଟ ହୋଇଯିବ। ଝିଅମାନେ ବିଲକୁଲ ସୁରକ୍ଷିତ ରହିବେ ନାହିଁ ତାଙ୍କର ନିଜର ଘରେ ହିଁ ଶୋଷଣ ହେବ ନିଜର ଘରର ଲୋକମାନେ ତାଙ୍କ ସହିତ ବ୍ୟଭିଚାର କରିବେ, ବାପ ଝିଅ, ଭାଇ ଭଉଣୀ କୌଣସି ସମ୍ପର୍କ ରହିବ ନାହିଁ । ଗୋଟେ ଭାଇ ଅନ୍ୟ ଭାଇର ହିଁ ଶତ୍ରୁ ହୋଇଯିବ। ବିବାହ ଭଳି ପବିତ୍ର ସମ୍ପର୍କ ଅପବିତ୍ର ହୋଇଯିବ। କାହାର ମଧ୍ୟ ବୈବାହିକ ଜୀବନ ଠିକରେ ଚାଲିବ ନାହିଁ, ସ୍ଵାମୀ, ସ୍ତ୍ରୀ ପରସ୍ପରକୁ ବେଇମାନି କରିବେ, କଳିଯୁଗରେ ସମାଜ ହିଂସ୍ରକ ହୋଇଯିବ। ଯେଉଁ ଲୋକ ବଳବାନ ଥିବେ ତାଙ୍କର ରାଜୁତି ଚାଲିବ। ଏବଂ ଯେବେ ଆତଙ୍କ ନିଜର ଚରମ ସୀମାରେ ଥିବ ତେବେ ଭଗବାନ ବିଷ୍ଣୁ କଳ୍କି ଅବତାର ନେବେ ଏବଂ ପୃଥିବୀରୁ ସମସ୍ତ ଅଧର୍ମୀ ମାନଙ୍କର ବିନାଶ କରିଦେବେ ।
ଏହା ବ୍ୟତିତ ଭଗବାନ ଶ୍ରୀକୃଷ୍ଣ ଏହା ମଧ୍ୟ କହିଛନ୍ତି ଯେ କଳିଯୁଗର ଅନ୍ତ କିପରି ହେବ। ଯାହାର ବର୍ଣ୍ଣନ ମହାଭାରତରେ ମିଳିଥାଏ। ଯେଉଁ ଅନୁଯାୟୀ କଳିଯୁଗଫ୍ରେ ଏଭଳି ଲୋକଙ୍କର ରାଜତ୍ଵ ହେବ ଯେଉଁ ମାନେ କହିବେ କିଛି ଏବଂ କରିବେ କିଛି। ଏତିକି ନୁହେଁ କଳିଯୁଗରେ ଏଭଳି ଲୋକମାନେ ରହିବେ, ଯେଉଁମାନେ ବଡ ଜ୍ଞାନୀ ଏବଂ ଧ୍ୟାନୀ କୁହାଯିବେ କିନ୍ତୁ ତାଙ୍କର ଆଚରଣ ରାକ୍ଷସ ପ୍ରକୃତିର ହେବ। କଳିଯୁଗରେ ସନ୍ତାନଙ୍କ ନିମନ୍ତେ ମାଆଙ୍କର ମମତା ଏତେ ବଢିଯିବ ଯେ ସେମାନଙ୍କୁ ନିଜର ବିକାଶର ଅବସର ମିଳିବ ନାହିଁ । ମୋହମାୟାରେ ହିଁ ଘର ବରବାଦ ହୋଇଯିବ । ଠିକ ଏହି ପ୍ରକାର କଳିଯୁଗରେ ଅନ୍ନର ଭଣ୍ଡାର ତ ଥିବ କିନ୍ତୁ ଲୋକମାନେ ଭୋକରେ ମରିବେ। ମହଲରେ ଅଏସ ଆରାମ ଚାଲୁଥିବ କିନ୍ତୁ କୁଟୀରରେ ଲୋକ ଭୋକରେ ମରିଯିବେ ।
ଗୋଟିଏ ସ୍ଥାନରେ ଅସମାନତା ନିଜର ଚରମ ସୀମାରେ ହେବ। କଳିଯୁଗର ଅନ୍ତ ସମୟରେ ବଡ ବଡ ଭୟଙ୍କର ଯୁଦ୍ଧ ହେବ, ଭାରି ବର୍ଷା, ପ୍ରଚଣ୍ଡ ଝଡ ଏବଂ ଭୀଷଣ ଗରମ ଅନୁଭୂତ ହେବ। ଲୋକମାନେ କ୍ଷେତ କାଟିନେବେ, ପୋଷାକ ଚୋରୀ କରିବେ, ପାଣି ପିଇବା ସାମଗ୍ରୀ ଏବଂ ପେଟି ମଧ୍ୟ ଚୋରିକରିବେ । ଚୋର ନିଜର ଭଳି ଚୋରଙ୍କର ସମ୍ପତ୍ତି ଚୋରେଇବାରେ ଲାଗିବେ। ହତ୍ୟାକାରୀ ମାନଙ୍କର ହତ୍ୟା ହେବ, ଚୋରଙ୍କ ଦ୍ଵାରାଚୋରଙ୍କର ନାଶ ହେବା କାରଣରୁ ଜନତାଙ୍କର କଲ୍ୟାଣ ହେବ । ଯୁଗାନ୍ତକାଳରେ ମନୁଷ୍ୟଙ୍କର ଆୟୁ ଅଧିକରୁ ଅଧିକ 12ବର୍ଷର ହେବ। ଲୋକମାନେ ଦୁର୍ବଳ, କ୍ରୋଧ ଲୋଭ ତଥା ବୃଦ୍ଧାବସ୍ଥା ଏବଂ ଶୋକ ଗ୍ରସ୍ତ ହେବେ। ସେହି ସମୟରେ ରୋଗ କାରଣରୁ ଇନ୍ଦ୍ରିୟ କ୍ଷୀଣ ହୋଇଯିବ ।
ଭଗବାନ କହିଛନ୍ତି ଯେ ଏହାପରେ କଳିଯୁଗରେ ଯେବେ ପାପ ନିଜର ଚରମ ସୀମାରେ ପହଞ୍ଚି ଯିବ ଏବଂ ପୃଥ୍ଵୀଲୋକରୁ ଧର୍ମ ସମାପ୍ତ ହୋଇଯିବାରେ ଲାଗିବ ସେତେବେଳେ ସେ କଳ୍କି ରୂପରେ ଅବତାରିତ ହେବେ ଏବଂ ଏହି ଧରାକୁ ପାପରୁ ମୁକ୍ତ କରିବେ ଏବଂ ତାହାପରେ ଯେଉଁ ନୂତନ ଯୁଗର ଅୟମାରମ୍ଭ ହେବ ତାହା ସତ୍ୟଯୁଗ କୁହାଯିବ । ଅର୍ଥାତ ସୃଷ୍ଟି ଯୁଗ ପରିବର୍ତ୍ତନର ବାଇଶତମ ଚକ୍ର ପୁରା କରି ତେଇଶତମ ଚକ୍ର ରେ ପ୍ରବେଶ କରିବ ଏବଂ ପୁଣି ନବଯୁଗ ଆରମ୍ଭ ହେବ ଯାହା ସତ୍ୟଯୁଗ ନାମରେ ଜଣାଯିବ । ଏଥିପାଇଁ ବନ୍ଧୁଗଣ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ କାରଣ କଳିଯୁଗର ସମାପ୍ତିରେ ଏବେ ଦୀର୍ଘ ସମୟ ବାକି ଅଛି ।
ରହିଲା କଥା କୋରୋନା ଭାଇରସର ତ ଆପଣଙ୍କୁ ଜଣେଇଦେବୁ ଯେ ଏହା ପ୍ରଥମଥର ନୁହେଁ ଯେ ଯେବେ କୌଣସି ରୋଗ ଦୁନିଆରେ ମହାମାରୀର ରୂପ ନେଇଛି । 1770ରେ ରଶିଆନ ପ୍ଲେଗ ଏବଂ 1920ରେ ସ୍ପେନିଶ ଫ୍ଲୁ ଭଳି ରୋଗ ମାନେ ତ ମାନବତା ସମ୍ମୁଖରେ ଅସ୍ତିତ୍ଵର ବିପଦ ସୃଷ୍ଟି କରିଥିଲେ କିନ୍ତୁ ଜୀବନ ସବୁବେଳେ ରୋଗକୁ ବିଜୟ ପ୍ରାପ୍ତ କରିଛି ଏବଂ ଏଥିପାଇଁ ଏଥର ମଧ୍ୟ ବିଜୟ ଅବଶ୍ୟ ମାନବତାର ଏବଂ ଜୀବନର ହିଁ ହେବ ।