କାହିଁକି ପୁରା ଦୁନିଆରେ କେବଳ ଚାରି ରଙ୍ଗର ପାସପୋର୍ଟ ଥାଏ ? କାରଣ ସତ୍ୟତା ଆଣିବା ପରେ..
ପାସପୋର୍ଟର ଚାରି ରଙ୍ଗ: ପ୍ରତ୍ୟେକଙ୍କର ଇଚ୍ଛା ଥାଏ ଯେ ସେ ନିଜ ଜୀବନରେ ଅନେକ ଦେଶର ଭ୍ରମଣ କରିଇପାରିବେ। ଯଦିଓ କିଛି ଲୋକ ନିଜର ଏହି ସ୍ଵପ୍ନକୁ ପୂରଣ କରି ମଧ୍ୟ ନେଇଥାନ୍ତି, କିନ୍ତୁ କିଛି ଲୋକ ନିଜର ଆର୍ଥିକ ସ୍ଥିତି କାରଣରୁ ନିଜର ଏହି ସ୍ଵପ୍ନକୁ କେବେ ପୂରଣ କରିପାରନ୍ତି ନାହିଁ । ଏହା ସମସ୍ତେ ଜାଣନ୍ତି ଯେ ବିଦେଶ ଯିବାର ସ୍ଵପ୍ନ ଦେଖୁଥିବା ଲୋକଙ୍କ ପାଇଁ ଦୁଇଟି ଜିନିଷର ସବୁଠାରୁ ଅଧିକ ଆବଶ୍ୟକ ହୋଇଥାଏ। ପ୍ରଥମ ଜିନିଷ ହୋଇଥାଏ ଯେଉଁ ଦେଶକୁ ଆପଣ ଯିବାକୁ ଚାହୁଁଛନ୍ତି ସେହି ଦେଶର ମଞ୍ଜୁରୀ ମାନେ ଭିସା, ଏବଂ ଦ୍ଵିତୀୟ ସବୁଠାରୁ ମହତ୍ଵପୂର୍ଣ୍ଣ ଜିନିଷ ହେଲା ପାସପୋର୍ଟ।
ପାସପୋର୍ଟ ତିଆରି ପାଇଁ କରିବାକୁ ହୋଇଥାଏ ଅନେକ ଝଞ୍ଜଟ: ଆପଣଙ୍କୁ ଜଣେଇଦେବୁ ଯେ ପାସପୋର୍ଟ ବିନା ଭିସା ମିଳିନଥାଏ । । ଏଥିପାଇଁ ପାସପୋର୍ଟକୁ ସବୁଠାରୁ ପ୍ରଥମେ ଆବଶ୍ୟକ ମଧ୍ୟ କହିପାରିବେ । ପାସପୋର୍ଟ ତିଆରି କରିବା ପାଇଁ ଯେକୌଣସି ବ୍ୟକ୍ତିଙ୍କୁ ବହୁତ ହଇରାଣ ହେବାକୁ ପଡିଥାଏ। ତେବେ ଯାଇ କାହାର ପାସପୋର୍ଟ ହୋଇପାରେ। ପାସପୋର୍ଟର ବିଷୟରେ ଏହା ବହୁତ କମ ଲୋକ ଜାଣିଛନ୍ତି ଯେ ସାରା ଦୁନିଆରେ କେବଳ ପାସପୋର୍ଟର ଚାରିଟି ରଙ୍ଗ ହୋଇଥାଏ। ଏହି ଚାରି ରଙ୍ଗ ବ୍ୟତିତ କୌଣସି ବି ଦେଶର ପାସପୋର୍ଟ ପଞ୍ଚମ ରଙ୍ଗର ଜାରି କରାଯାଏ ନାହିଁ । ଏପରି କାହିଁକି କରାଯାଏ, ଜାଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ।
ପାସପୋର୍ଟର ଚାରି ରଙ୍ଗ
ଲାଲ ରଙ୍ଗ: ଲାଲ ରଙ୍ଗ ସବୁଠାରୁ ସାଧାରଣ ରଙ୍ଗ ମାନ୍ୟତା ପାଇଥାଏ। କୌଣସି ବି ଦେଶର ପାସପୋର୍ଟ ଲାଲ ରଙ୍ଗରେ ଏଥିପାଇଁ ତିଆରି ହୋଇଥାଏ, କାରଣ ସେଠାକାର ଇତିହାସ ପ୍ରଥମେ ସାମ୍ୟବାଦୀ ଥିଲା କିମ୍ବା ଏବେ ମଧ୍ୟ ସେଠାରେ ସାମ୍ୟବାଦ ଅଛି। ସୂଚନା ନିମନ୍ତେ ଜଣେଇଦେବୁ ଯେ ଏହି କ୍ରମରେ ଚୀନ, ଶରବିଆ, ରୁଷ, ସ୍ଲୋଭାନିଆ, ଲାଟଭିଆ, ରୋମାନିୟା, ପୋଲାଣ୍ଡ ଏବଂ ଜର୍ଜିଆ ଆଦି ଦେଶର୍ପାସ୍ପୋର୍ଟ ଲାଲ ରଙ୍ଗର ହୋଇଥାଏ। ଏହା ବ୍ୟତିତ ୟୂରୋପିଆନ ଯୁନିଅନର ସଦସ୍ୟ ଦେଶଙ୍କର ମଧ୍ୟ ପାସପୋର୍ଟ ଲାଲ ରଙ୍ଗର ହୋଇଥାଏ। ନିକଟରେ ତୁର୍କୀ, ଆଲବାନିଆ ଏବଂ ମଖଦୁନିଆ ରେ ମଧ୍ୟ ଲାଲ ପାସପୋର୍ଟ ଜାରି କରିଛନ୍ତି। ଏହାସହିତ ବଲିଭିଆ, କଲମ୍ବିଆ, ଇକ୍ଵେଦର ଏବଂ ପେରୁ ଭଳି ଦେଶଙ୍କର ମଧ୍ୟ ପାସପୋର୍ଟ ଲାଲ ରାଗର ଅଟେ ।
ନୀଳ ରଙ୍ଗ: ଏପରି କୁହାଯାଏ ଯେ ନୀଳ ରଙ୍ଗ ନୂଆ ଦୁନିଆର ପ୍ରତୀକ ଅଟେ । ସୂଚନା ଅନୁଯାୟୀ ପ୍ରାୟ 15 କ୍ୟାରିବିଆନ ଦେଶ ନୀଳ ରଙ୍ଗର ପାସପୋର୍ଟ ଆପଣେଇଛନ୍ତି। ଏମାନଙ୍କ ମଧ୍ୟରେ ବ୍ରାଜିଲ, ଆର୍ଜେଣ୍ଟିନା, ଏବଂ ପାରାଗୁଏ ସାମିଲ ଅଟନ୍ତି। ଯଦିଓ ଏଥିରେ ଭେନେଜୁଆଲା ଏକ ବ୍ୟତିକ୍ରମ ଅଟେ, ଏହାର ପାସପୋର୍ଟର ରଙ୍ଗ ଲାଲ ଅଟେ । ଆମେରିକା ନିଜର ପାସପୋର୍ଟର ରଙ୍ଗ ନୀଳ 1976ରେ କରିଥିଲା ।
ସବୁଜ ରଙ୍ଗ: ସବୁଜ ରଙ୍ଗକୁ ମୁସ୍ଲିମ ଧର୍ମରେ ସବୁଠାରୁ ଅଧିକ ପ୍ରୟୋଗ କରାଯାଇଥାଏ। ତାଙ୍କର ମାନିବା ଏହା ଯେ ଧର୍ମ ପ୍ରଚାରକ ମହମ୍ମଦ ସାହେବଙ୍କୁ ସବୁଜ ରାଗ ବହୁତ ପସନ୍ଦ ଥିଲା, ଏହି କାରଣରୁ ପ୍ରାୟ ସମସ୍ତ ମୁସ୍ଲିମ ଦେଶର ପାସପୋର୍ଟର ରଙ୍ଗ ସବୁଜ ଅଟେ। ଏଥିମଧ୍ୟରେ ମରୋକ୍କୋ, ସୌଦି ଆରବ ଏବଂ ପାକିଷ୍ଟନ ମଧ୍ୟ ସାମିଲ ଅଟେ। ସବୁଜ ରଙ୍ଗକୁ ଜୀବନ ଏବଂ ପ୍ରକୃତିର ରଙ୍ଗ କୁହାଯାଏ। ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା, ଫାସୋ, ନାଇଜେରିଆ, ନାଇଜର, ଆଇଭରି କୋଷ୍ଟ ଏବଂ ସେନେଗଲ ର ପାସପୋର୍ଟର ରଙ୍ଗ ସବୁଜ ହୋଇଥାଏ।
କଳା ରଙ୍ଗ: ଆପଣଙ୍କ ସୂଚନା ନିମନ୍ତେ ଜଣେଇଦେବୁ ଯେ ସାରା ଦୁନିଆରେ ବହୁତ କମ ଦେଶ ଅଛନ୍ତି ଯାହାଙ୍କର ପାସପୋର୍ଟର ରଙ୍ଗ କଳା ଅଟେ। ଆଫ୍ରିକାର କିଛି ଦେଶ ଯେପରିକି ବୋଟସୱାନା, ଜାମ୍ବିଆ, ବୁରୁଣ୍ଡି, ଗାଇବାନ, ଆଙ୍ଗୋଲା, କଙ୍ଗୋ, ମଲାବି ର ପାସପୋର୍ଟ କଳାରଙ୍ଗର ହୋଇଥାଏ । ନିଉଜିଲାଣ୍ଡର ରାଷ୍ଟ୍ରୀୟ ରଙ୍ଗ କଳା ଅଟେ ଏହି କାରଣରୁ ତାଙ୍କର ପାସପୋର୍ଟ କଳା ରଙ୍ଗର ହୋଇଥାଏ ।