October 24, 2024

Odia Express

Here, There and Everywhere

ଶ୍ରୀକୃଷ୍ଣଙ୍କ ଅନୁଯାୟୀ କଳିଯୁଗରେ ପାଞ୍ଚ ପାଣ୍ଡବ କେଉଁଠାରେ ଏବଂ କାହାଘରେ ନେଇଛନ୍ତି ଜନ୍ମ, ଜାଣନ୍ତୁ…

ମହାଭାରତକୁ ହିନ୍ଦୁ ମାନଙ୍କର ସବୁଠାରୁ ମୁଖ୍ୟ ଗ୍ରନ୍ଥ ରୂପରେ ଜଣାଜାଏ ଓ ତାହା ସହିତ ଜଡିତ ଅନେକ ଏପରି ରହସ୍ୟ ଅଛି ଯାହା ବିଷୟରେ ବହୁତ କମ ଲୋକ ଜାଣନ୍ତି। ମହାଭାରତର ଯୁଦ୍ଧରେ ରାତି ସମୟରେ ଅଶ୍ଵତ୍ଥାମା, କୃତବର୍ମା ଏବଂ କୃପାଚାର୍ଜ୍ୟ ଶିବଙ୍କ ଆରାଧନା କରିଥିଲେ। ତାଙ୍କ ଉପରେ ପ୍ରସନ୍ନ ହୋଇ ଶିବ ସେମାନଙ୍କୁ ପାଣ୍ଡବଙ୍କ ଶରୀରକୁ ଯିବାର ଅନୁମତି ଦେଇଥିଲେ।ଭଗବାନ ଶିବଙ୍କ ଠାରୁ ଆଜ୍ଞା ମିଳିବ ପରେ ଅଶ୍ଵତ୍ଥାମା ପାଣ୍ଡବଙ୍କ ଶିବିରକୁ ଗଲେ ଏବଂ ତାଙ୍କର ପୁଅଙ୍କୁ ମାରିଦେଲେ। ଯେବେ ପାଣ୍ଡବଙ୍କୁ ଏ ବିଷୟରେ ଜଣା ପଡିଲାତ ସେମାନେ ଏହାର ଦୋଷ ଭଗବାନ ଶିବଙ୍କୁ ଦେଲେ ଓ ତାଙ୍କ ପାଖରେ ପହଞ୍ଚିଗଲେ।

ସେମାନେ ଭଗବାନ ଶିବଙ୍କୁ ଯୁଦ୍ଧ ନିମନ୍ତେ ଆହ୍ଵାନ ଦେଲେ କିନ୍ତୁ ଶିବଙ୍କ ସମ୍ମୁଖକୁ ଆସିବା ମାତ୍ରେ ସେମାନଙ୍କର ସମସ୍ତ ଅସ୍ତ୍ରଶସ୍ତ୍ର ଶିବଙ୍କ ଠାରେ ଲୀନ ହୋଇଗଲା। ଏହା ପରେ ଭଗବାନ ଶିବ କହିଲେ ଯେ ଯେହେତୁ ତୁମେ କୃଷ୍ଣଙ୍କ ଉପାସକ ଅଟ ଏଥିପାଇଁ ତୁମକୁ ଏହି ଜନ୍ମରେ ନିଜର କରିଥିବା ଫଳ ମିଳିବ ନାହିଁ କିନ୍ତୁ ଏହାର ଫଳ ତୁମକୁ କଳିଯୁଗରେ ପୁଣି ଜନ୍ମ ନେଇ ଭୋଗିବାକୁ ପଡିବ ।

ଏକଥା ପାଣ୍ଡବ ମାନେ ଶ୍ରୀକୃଷ୍ଣଙ୍କୁ ଜଣେଇଲେ ତେବେ ଶ୍ରୀକୃଷ୍ଣ ସେମାନଙ୍କୁ ଜଣେଇଲେ ଯେ କେଉଁ ପାଣ୍ଡବ କଳିଯୁଗରେ କେଉଁ ରୂପରେ ଜନ୍ମ ନେବେ?

ଭବିଷ୍ୟ ପୁରାଣ ଅନୁସାରେ ଶ୍ରୀକୃଷ୍ଣ କହିଲେ ଯେ କଳିଯୁଗରେ ଅର୍ଜୁନଙ୍କ ଜନ୍ମ ପରିଲୋକ ନାମକ ରାଜାଙ୍କ ଘରେ ହେବ ଏବଂ ସେ ବ୍ରହ୍ମାନନ୍ଦ ନାମରେ ବିଖ୍ୟାତ ହେବେ ।

ଶ୍ରୀକୃଷ୍ଣଙ୍କ ଅନୁସାରେ କଳିଯୁଗରେ ଭୀମଙ୍କ ଜନ୍ମ ବୀରଣ ହେବ ଏବଂ ସେ ବନରସ ନାମକ ରାଜ୍ୟର ରାଜା ହେବେ ।

କଳିଯୁଗରେ ଯୁଧିଷ୍ଠିର ବତ୍ସରାଜ ନାମକ ରାଜାଙ୍କ ପୁତ୍ର ହେବେ ଓ ତାଙ୍କ ନାମ ମଲଖାନ ହେବ ।

କଳିଯୁଗରେ ଧୃତରାଷ୍ଟ୍ରଙ୍କର ଜନ୍ମ ଆଜମେରରେ ପୃଥ୍ବୀରାଜ ରୂପରେ ହେବ ଓ ଦ୍ରୌପଦୀ ତାଙ୍କର ପୁତ୍ରୀ ରୂପରେ ଜନ୍ମ ହେବେ।

ଶ୍ରୀକୃଷ୍ଣ କହିଥିଲେ ଯେ ସହଦେବ ଭୀମସିଂହ ନାମକ ରାଜାଙ୍କ ଘରେ ଜନ୍ମ ନେବେ ଓ ତାଙ୍କର ନାମ ହେବ ଦେବସିଂହ ।

ଭବିଷ୍ୟ ପୁରାଣ ଅନୁସାରେ କଳିଯୁଗରେ ନକୁଲ କାନ୍ୟକୁବ୍ଜ ର ରାଜା ରତ୍ନଭାନୁଙ୍କ ପୁତ୍ର ହେବେ ଓ ତାଙ୍କର ନାମ ହେବ ଲକ୍ଷ୍ମଣ ।

ଶ୍ରୀକୃଷ୍ଣ କହିଲେ ଯେ କଳିଯୁଗରେ ମହାଦାନୀ କର୍ଣ୍ଣଙ୍କର ଜନ୍ମ ତାରକ ନାମକ ରାଜାଙ୍କ ରୂପରେ ହେବ ।

Leave a Reply

Your email address will not be published. Required fields are marked *