February 12, 2025

Odia Express

Here, There and Everywhere

ମୋଟାପା କମ କରିବା ନିମନ୍ତେ ପାଣି ସହିତ ପ୍ରତିଦିନ ଖାଆନ୍ତୁ ଏହି ଚମତ୍କାରୀ ଜିନିଷ, 1 ମାସ ମଧ୍ୟରେ ଓଜନ କମ ହୋଇଯିବ ….

1 min read

ବ୍ୟାୟମ କରିବା ଦ୍ଵାରା ମେଦବହୁଳତା କମ କରାଯାଇପାରେ ଓ ଏହି କାରଣ ଅଟେ ଯେ ଯେଉଁ ଲୋକ ମେଦବହୁଳତାର ଶିକାର ହୋଇଥାନ୍ତି ସେମାନଙ୍କୁ ବ୍ୟାୟମ କରିବାର ପରାମର୍ଶ ଦିଆଯାଇଥାଏ। ଏତିକି ନୁହେଁ ପତଳା ଶରୀର ପାଇବା ନିମନ୍ତେ ବ୍ୟାୟମ ସହିତ ଡାଏଟିଙ୍ଗ ଉପରେ ମଧ୍ୟ ସ୍ଵତନ୍ତ୍ର ଧ୍ୟାନ ଦେବାକୁ ପଡିଥାଏ ଓ ଡାଏଟିଙ୍ଗ ରେ କେବଳ ଲୋ ଫ୍ୟାଟ ଯୁକ୍ତ ଜିନିଷକୁ ସାମିଲ କରିବା ଉଚିତ ହୋଇଥାଏ। ଯଦିଓ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ବ୍ୟାୟମ କରିବା ପସନ୍ଦ କରନ୍ତି ନାହିଁ। ଯଦି ଆପଣ ମଧ୍ୟ ଏହି ଲୋକଙ୍କ ମଧ୍ୟରୁ ଜଣେ ତେବେ ଏହି ଲେଖାକୁ ନିଶ୍ଚିତ ପଢନ୍ତୁ। କାରଣ ଆଜି ଆମେ ଆପଣଙ୍କୁ ମେଦବହୁଳତା କମ କରିବାର ଏକ ସରଳ ଘରୋଇ ଉପଚାର ଜଣେଇବାକୁ ଯାଉଛୁ। ଏହି ଉପଚାର ସାହାଯ୍ୟରେ ଆପଣଙ୍କ ଓଜନ ଏକ ମାସରେ କମ ହେବାରେ ଲାଗିବ।

ହେଙ୍ଗୁ: ହେଙ୍ଗୁକୁ ପାଚନ ଓ ପେଟ ନିମନ୍ତେ ଉତ୍ତମ କୁହାଯାଏ ଓ ଆୟୁର୍ବେଦରେ ହେଙ୍ଗୁକୁ ବହୁତ ଗୁଣକାରୀ କୁହାଯାଇଛି। ପ୍ରତିଦିନ ଖାଇବାରେ ହେଙ୍ଗୁର ପ୍ରୟୋଗ କରିବା ଦ୍ଵାରା ପେଟ ଠିକ ରହେ ଓ କବ୍ଜ, ଗ୍ୟାସ ଭଳି ରୋଗରୁ ରକ୍ଷା କରେ। ଏହା ବ୍ୟତିତ ଯେଉଁ ଲୋକ ସକାଳେ ହେଙ୍ଗୁ ପାଣି ପିଅନ୍ତି , ସେହି ଲୋକଙ୍କର ଚର୍ବି କମ ହେବାରେ ଲାଗେ ଓ ଓଜନ କମ ହୋଇଥାଏ।

କାହିଁକି ହେଙ୍ଗୁର ପାଣି ଲାଭଜନକ : ମେଟାବୋଲିଜିମ ଫ୍ୟାଟ ବର୍ନ କରିବାର କାର୍ଯ୍ୟ କରିଥାଏ ଓ ହେଙ୍ଗୁର ପାଣି ମେଟାବୋଲିଜିମକୁ ଦ୍ରୁତ ଗତିରେ କମ କରିବାରେ ସାହାଯ୍ୟ କରିଥାଏ। ଯେଉଁ କାରଣରୁ ଯେଉଁ ଲୋକ ସକାଳେ ହେଙ୍ଗୁ ପାଣି ପିଅନ୍ତି ତାଙ୍କର ଫ୍ୟାଟ ଦ୍ରୁତ ଗତିରେ ବର୍ନ ହେବାରେ ଲାଗେ ଓ ଶରୀରରେ ଅତିରିକ୍ତ ଚର୍ବି ଜମା ହୁଏ ନାହିଁ ।

ଏକ ମାସରେ ହୋଇଯିବ ଓଜନ କମ: ଯେଉଁ ଲୋକ ନିୟମିତ ରୂପରେ ହେଙ୍ଗୁ ର ପାଣି ପିଅନ୍ତି ସେହି ଲୋକଙ୍କର ଓଜନ ଏକ ମାସରେ କମ ହୋଇଯାଏ। ଏଥିପାଇଁ ଓଜନ କମ କରିବାର ଇଚ୍ଛା ରଖୁଥିବା ଲୋକମାନେ ହେଙ୍ଗୁର ପାଣି ପିଅନ୍ତୁ।

ଓଜନକୁ କମ କରିବା ବ୍ୟତିତ ହେଙ୍ଗୁ ପାଣି ଦ୍ଵାରା କୋଲେଷ୍ଟେରଲର ଷ୍ଟାର ମଧ୍ୟ ଶରୀରରେ ସଠିକ ରହିଥାଏ ଓ ହାର୍ଟ ଆଟାକ। ଷ୍ଟ୍ରୋକ ଓ ରକ୍ତଚାପ ଆଦି ରୋଗରୁ ସୁରକ୍ଷା ମିଳିଥାଏ।

କିପରି ବନେଇବେ ହେଙ୍ଗୁ ପାଣି – ହେଙ୍ଗୁ ପାଣି ପ୍ରସ୍ତୁତ କରିବା ବହୁତ ସହଜ ଅଟେ। ହେଙ୍ଗୁ ପାଣି ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ 1-2ଚିମୁଟା ହେଙ୍ଗୁ ଓ ପାଣିର ଆବଶ୍ୟକତା ହେବ। ଏକ ଗ୍ଲାସ ପାଣିକୁ ଗ୍ୟାସ ଉପରେ ଗରମ କରିବା ନିମନ୍ତେ ରଖିଦିଅନ୍ତୁ ଓ ଯେବେ ଏହି ପାଣି ଉଷୁମ ହୋଇଯିବ ତ ଗ୍ୟାସ ବନ୍ଦ କରି ଦିଅନ୍ତୁ। ଏବେ ଏକ ଗ୍ଲାସ ନେଇ ତା ଭିତରେ ହେଙ୍ଗୁ ଏବଂ ଉଷୁମ ପାଣି ମିଶାଇ ଦିଅନ୍ତୁ। ପାଣିକୁ ଭଲ ଭାବରେ ଗୋଳେଇ ଦିଅନ୍ତୁ । ହେଙ୍ଗୁ ପାଣି ପ୍ରସ୍ତୁତ ହୋଇଗଲା।

କେବେ ପିଇବେ ହେଙ୍ଗୁ ପାଣି: ହେଙ୍ଗୁ ପାଣି ସକାଳ ସମୟରେ ପିଇବା ସବୁଠାରୁ ଉତ୍ତମ ହୋଇଥାଏ। ଆପଣ ଖାଦ୍ୟ ଖାଇବାର କିଛି ସମୟ ପରେ ଏହି ପାଣିକୁ ପିଇ ପାରିବେ କିମ୍ବା ଖାଲି ପେଟରେ ମଧ୍ୟ ଏହି ପାଣିର ସେବନ କରିପାରିବେ। ଯଦିଓ ଏକଥାର ଧ୍ୟାନ ରଖିବେ ଯେ ଏହି ପାଣି ପିଇବା ପରେ କମ ସେ କମ 1ଘଣ୍ଟା ପର୍ଯ୍ୟନ୍ତ କିଛି ଖାଇବେ ନାହିଁ। ଆପଣଙ୍କୁ ଯଦି ହେଙ୍ଗୁ ପାଣି ପସନ୍ଦ ନୁହେଁ ତେବେ ଆପଣ ଦହି ସହିତ ମଧ୍ୟ ହେଙ୍ଗୁ ମିଶାଇ ଏହାକୁ ପିଇ ପାରିବେ।

Leave a Reply

Your email address will not be published. Required fields are marked *