June 25, 2025

Odia Express

Here, There and Everywhere

ଗୌତମ ଗାମ୍ଭୀରଙ୍କ ଦେଶଭକ୍ତି , ଉଠାଇଲେ ସହୀଦଙ୍କ ୧୦୦ ଟି ଛୁଆଙ୍କ ପାଠପଢା ଖର୍ଚ୍ଚ ଆଉ କହିଲେ ମୁଁ ମଧ୍ୟ ଦେଶ ପାଇଁ ..

ଗୌତମ ଗାମ୍ଭୀର ଏକ ଭଲ କ୍ରିକେଟିୟର ହେବା ସହ ଏକ ଭଲ ବ୍ୟକ୍ତି ବି ଅଟନ୍ତି , ସମୟ ସମୟରେ ସେ ଗରିବ ପରିବାର ଓ ଦେଶର ସେବା କରିବାରେ ଲୋକଙ୍କୁ ସାହାଯ୍ୟ କରନ୍ତି , ଗୌତମ ଗାମ୍ଭୀର ଏବେ ୧୦୦ ଟି ସହୀଦର ପରିବାରର ଛୁଆଙ୍କୁ ପାଠ ପଢା ଖର୍ଚ୍ଚ ବହନ କରିଛନ୍ତି ।ସେ ଏବେ କିଛି ଦିନ ହେବ ଟ୍ୱିଟ୍ କରି କହିଛନ୍ତି କି ସେ ଏହି ଫାଉଣ୍ତଡେସନ୍ ୧୦୦ ଟି ସହୀଦର ଛୁଆଙ୍କ ପାଠପଢାରେ ସମର୍ପିତ କରିବେ , ଓ ଏହା କରିବା ଦ୍ୱାରା ତାଙ୍କୁ ଗର୍ବ ଅନୁଭୁତ ହେଉଛି , ଏହାର ପୂର୍ବରୁ ଗମ୍ଭୀର ଆସାମର ଏକ ସହୀଦ ସିଆର୍ ପିଏଫ୍ ଜବାନଙ୍କ ପୁଅର ଯତ୍ନ ନେବାପାଇଁ ପୁରା ପାଠପଢା ଓ ରହିବା ଖର୍ଚ୍ଚ ଉଠାଇଥିଲେ,

ଗମ୍ଭୀର ଆସାମର ସହୀଦ ସିଆର୍ ପିଏଫ୍ ଜବାନ ଦିବାକର ଦାସଙ୍କ ପାଞ୍ଚ ବର୍ଷର ପୁଅ ଅଭିରୁନ୍ ଦାସଙ୍କ ପାଠପଢା ଖର୍ଚ୍ଚ ଦାୟିତ୍ୱ ନେଇଥିଲେ,  ଦିବାକର ଦାସ୍ ଗତ ବର୍ଷ ଏକ ଆକ୍ରମଣରେ ସହୀଦ ହୋଇଥିଲେ, ବାପାଙ୍କ ମୃତ୍ୟୁ ପରେ ଅଭିରୁନ୍ ଦାସ୍ ନିଜ ଗାଁରେ ରହୁଥିଲେ,  ଏବେ ଅଭିରୁନ୍ ପାଠପଢା ଖର୍ଚ୍ଚ ବହନ କରି ଗମ୍ଭୀର ନିଜ ଏନ୍ ଜିଓ ଗୌତମ ଗାମ୍ଭୀର ଫାଉଣ୍ତଡେସନ୍ ଦ୍ୱାରା ଏହା ତୁଲାଉଛନ୍ତି ।

ଏହାପୁର୍ବରୁ ସେ ସହୀଦଙ୍କ ଛୁଆଙ୍କ ଯତ୍ନ ନେବାରେ କୌଣସି କାମ ଉଣା କରିନାହାନ୍ତି , ଏହା ପୁର୍ବରୁ ସେ ଅନନ୍ତନାଗ ଆତଙ୍କୀ ଆକ୍ରମଣରେ ସହୀଦ ହୋଇଥିବା ଅବଦୁଲ୍ ରାଶିଦ୍ ଙ୍କ ପୁଅକୁ କୋଳାଇନେଇଥିଲେ,  ଗୌତମ ଗାମ୍ଭୀର ବହୁତଥର ଭାରତୀୟ ସେନାର ସପକ୍ଷରେ ନିଜର ରାୟ ରଖନ୍ତି ।

Leave a Reply

Your email address will not be published. Required fields are marked *