October 17, 2024

Odia Express

Here, There and Everywhere

ରିଷଭ ପନ୍ଥ ଓ Urvashi Rautela କରିବେ ପୁଣି ନୁଆ ପାରିର ଆରମ୍ଭ, ମଇଦାନରେ କିଛି ଏମିତି ଦେଖାଗଲା ନଜାରା

ଭାରତ ଓ ପାକିସ୍ଥାନ ମଧ୍ୟରେ ରବିବାରକୁ ଟି ଟ୍ୱେଣ୍ଟି ୱାର୍ଲଡ୍ କପ୍ ମ୍ୟାଚ୍ ହୋଇଥିଲା, ଦୁବାଇରେ ଖେଳାଯାଇଥିବା ଏହି ମ୍ୟାଚକୁ ଦେଖିବାପାଇଁ ଭାରି ସଂଖ୍ୟାରେ ଲୋକେ ପହଞ୍ଚିଥିଲେ, ସେମିତି କିଛି ବଲିଉଡ୍ ସେଲିବ୍ରେଟି ବି ନଜର ଆସିଥିଲେ, ଅଭିନେତ୍ରୀ ପ୍ରିତୀ ଜିଣ୍ଟା, ମୋନି ରୟ, ଓ ଅକ୍ଷୟ କୁମାର ଭଳି ବଡ ବଡ କଳାକାର ବି ଦେଖିବାକୁ ପହଞ୍ଚିଥିଲେ, ଏହି ମଧ୍ୟରେ ବଲିଉଡ୍ ର ଲୋକପ୍ରିୟ ଅଭିନେତ୍ରୀ ଉର୍ବଶୀ ରୌତେଲା ବି ଦେଖାଯାଇଥିଲେ

ଏହି ମ୍ୟାଚର ସମୟରେ ସମସ୍ତେ ଉର୍ବଶୀଙ୍କୁ ଦେଖୁଥିଲେ, ଏତିକି ନୁହେଁ ବରଂ ଉର୍ବଶୀ ରୌତେଲା ସୋସିଆଲ୍ ମିଡିଆରେ ତାଙ୍କ କିଛି ଫଟୋ ଲଗାତାର ଭାଇରାଲ୍ ହେବାରେ ଲାଗିଛି, ବଡ ସେଲିବ୍ରେଟି ପହଞ୍ଚିବାପରେ ବି ଉର୍ବଶୀଙ୍କ ନାଁ ଏମିତିରେ ଏତେ ଚର୍ଚ୍ଚାରେ କଣପାଇଁ ଅଛି ,ଆସନ୍ତୁ ଜାଣିବା ଏହାର ପଛରେ କାରଣ ଭାରତୀୟ ଟିମ୍ ର ଖେଳାଳୀ ରିଷଭ ପନ୍ଥ ଯେବେ ପାକିସ୍ଥାନ ବିପକ୍ଷରେ ଲଗାତାର ସଟ୍ ଦେଉଥିଲେ ତେବେ ଉର୍ବଶୀ ରୌତେଲା ଭାରତୀୟ ପତାକା ଉଡାଉଥିବାର ନଜର ଆସିଥିଲେ

ଯାହାପରେ ଆଶା କରାଯାଊଛି କି ଆଉଥରେ ଉର୍ବଶୀ ରୌତେଲା ଓ ରିଷଭ ପନ୍ଥଙ୍କ ମଧ୍ୟରେ ଘନିଷ୍ଠତା ବଢିବାକୁ ଯାଊଛି, ସେମିତି ସୋସିଆଲ୍ ମିଡିଆରେ ଉର୍ବଶୀ ଓ ରିଷଭ ପନ୍ଥଙ୍କୁ ନେଇକରି ଆଉଥରେ ଘନିଷ୍ଠତାକୁ ନେଇ ପ୍ରଶ୍ନ ଉଠୁଛି, ଓ ଏହି ଦୁହେଁ ଡେଟିଙ୍ଗ୍ କରୁଥିବାର ଚର୍ଚ୍ଚା ଧରୁଛି ।ମ୍ୟାଚର ପୁର୍ବରୁ ରିଷଭ ପନ୍ଥ ଓ ଉର୍ବଶୀଙ୍କ ନାଁ ଯୋଡାଯାଊଛି, ମଝିରେ କିଛି କାରଣ ବଶତ୍ଃ ଦୁହେଁ ଅଲଗା ହୋଇଯାଇଥିଲେ

ସେମିତି ରିଷଭ ପନ୍ଥ ଉର୍ବଶୀ ରୌତେଲାଙ୍କୁ ନିଜ ହ୍ୱାଟ୍ସଆପ୍ ରେ ବ୍ଲକ୍ କରିଦେଇଥିଲେ, ଓ ଉର୍ବଶୀଙ୍କ ଠାରୁ ଅଲଗା ହୋଇଯାଇଥିଲେ, କିନ୍ତୁ ପରେ ଭାରତ ଓ ପାକିସ୍ଥାନ ମ୍ୟାଚ୍ ସମୟରେ ଉର୍ବଶୀ ଆଉଥରେ ଚିୟର୍ କରୁଥିବାର ଦେଖାଯାଇଥିଲେ, ଯାହା ସମସ୍ତଙ୍କ ନଜର ତାଙ୍କ ଉପରେ ପଡିଲା ।ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ଥ ଯେବେ ଚଉକା ଓ ଛକା ଲଗାଊଥିଲେ ତେବେ ଉର୍ବଶୀ ଚିୟର୍ କରୁଥିଲେ

ଓ ହାତରେ ପତାକା ଉଡାଉଥିଲେ, ୨୦୧୮ ରେ ରିଷଭ ପନ୍ଥ ଓ ଉର୍ବଶୀ ରୌତେଲାଙ୍କୁ ନେଇକରି ଜଣେ ଅନ୍ୟଙ୍କୁ ଡେଟ୍ କରିବାର ପ୍ରଚାର ହୋଇଥିଲା, ତାପରେ ଏହି ଦୁହେଁଙ୍କ ସଂମ୍ପର୍କ ଭାଙ୍ଗିଯାଇଥିଲା, କୁହାଯାଊଛି କି ସେହି ଦିନରେ ରିଷଭ ପନ୍ଥ ଟିମ୍ ରେ ନିଜ ଏଣ୍ଟ୍ରିକୁ ନେଇକରି ବହୁତ୍ ଚିନ୍ତିତ୍ ରହିଥିଲେ

ରିପୋର୍ଟର ମାନିଲେ ଶ୍ରୀଲଙ୍କାର ବିପକ୍ଷରେ ଟିଟ୍ୱେଣ୍ଟି ସିରିଜ୍ ଶେଷ ମ୍ୟାଚରେ ସେ ଟିମ୍ ରେ ଖେଲିବାକୁ ମଉକା ପାଇନଥିଲେ, ଏମିତିରେ ସେ ବହୁତ ଚିନ୍ତିତ୍ ହୋଇଥିଲେ, ଏହି ମଧ୍ୟରେ ଉର୍ବଶୀ ଲଗାତାର ତାଙ୍କ ସହ କଥାବାର୍ତ୍ତା କରିବାକୁ ଚେଷ୍ଟା କରିଥିଲେ, ଏତିକି ନୁହେଁ ବରଂ ଉର୍ବଶୀ ରିଷଭ ପନ୍ଥକୁ ବାରମ୍ବାର ମେସେଜ୍ ଓ କଲ୍ କରୁଥିଲେ, ଯାହା ଦ୍ୱାରା ସେ ଚିନ୍ତିତ ହୋଇ ଉର୍ବଶୀଙ୍କୁ ବ୍ଲକ୍ କରିଦେଲେ ।

Leave a Reply

Your email address will not be published. Required fields are marked *