October 18, 2024

Odia Express

Here, There and Everywhere

ସ୍ୱାମୀ ସ୍ତ୍ରୀକୁ ଅଟୋ ଚଲାଇକରି ପଢାଇଲା ହୋଇଗଲେ Doctor, ୮ ବର୍ଷର ବୟସରେ ହୋଇଯାଇଥିଲା ବାହାଘର

ମଣିଷ ଜୀବନରେ ଏମିତି ବହୁତ୍ ସାରା ପରିସ୍ଥିତି ସୃଷ୍ଟି ହୋଇଥାଏ । କେବେ ଜୀବନରେ ଠିକ୍ ପ୍ରକାରରେ ଚାଲିଥାଏ କେବେ ଜୀବନରେ ଅସୁବିଧା ଦେଖାଯାଏ, ସେମିତି ଦେଖିବାକୁ ଗଲେ ଦୁନିଆଁରେ ସବୁ ବ୍ୟକ୍ତି କିଛି ନା କିଛି ସ୍ୱପ୍ନ ନିଶ୍ଚିତ ଦେଖିଥାନ୍ତି ଯାହାକୁ ପୁରା କରିବାପାଇଁ ମଣିଷ ଦିନ୍ ରାତି କଡା ପରିଶ୍ରମ କରିଥାଏ କିନ୍ତୁ ଏହା ପରେ ବି ବହୁତ ଲୋକ ଏମିତି ହୋଇଥାନ୍ତି ଯିଏକି ନିଜ ସ୍ୱପ୍ନକୁ ସାକାର କରିବାରେ ସଫଳ ହୋଇଥାନ୍ତି, ସେମିତି ଅଧିକାଂଶ ଲୋକଙ୍କୁ ଅସଫଳତାର ସାମ୍ନା କରିବାକୁ ପଡିଥାଏ ।

ଏମିତି କୁହାଯାଏ କି ମଣିଷ ଭାଗ୍ୟରେ ଯାହା ଲେଖା ହୋଇଥାଏ ସେ ନିଜ ସବୁ ପରିସ୍ଥିତିରେ ମିଳିଥାଏ କିନ୍ତୁ ଭାଗ୍ୟର ସହ ମଣିଷକୁ ନିଜ ପରିଶ୍ରମ ଜାରି ରଖିବା ଉଚିତ୍, ବିନା ପରିଶ୍ରମରେ ଭାଗ୍ୟ ସାଥ୍ ଦିଏ ନାହିଁ, ଏହି ମଧ୍ୟରେ ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ଏକ ମହିଳା ପରିଶ୍ରମ ଓ ଲଗନ ଦେଖାଯାଇଛି, ଓ ସେ ସ୍ୱପ୍ନ ବି ସାକାର ହେବାର ଦେଖାଯାଇଛି ।

ଆଜି ଆମେ ଆପଣଙ୍କୁ ରାଜସ୍ଥାନର ଚୋମୁରେ ରହୁଥିବା ରୁପା ଯାଦବଙ୍କ କାହାଣୀ ବିଷୟରେ କହିବାକୁ ଯାଊଛୁ, ଯିଏକି ନିଜ ପରିଶ୍ରମ ବଳରେ ନିଜ ଲକ୍ଷ୍ୟ ହାସିଲ୍ କରିଥିଲେ, ଯେଉଁଠି ଏକ ଝିଅକୁ ପଢିବାପାଇଁ ଏକ କଠିନ ଥିଲା କିନ୍ତୁ ନିଜ ସ୍ୱପ୍ନକୁ ପୁରା କରିବାପାଇଁ ସେ ସବୁ ଚେଷ୍ଟା କରିଥିଲା, ଆଜି ସଫଳତା ତାର ପାଦ ଛୁଇଁଛି, ରାଜସ୍ଥାନର ରୁପା ଯାଦବ ନିଜ ପରିଶ୍ରମ ଓ ଲଗନରେ ନିଜ ଲକ୍ଷ୍ୟସ୍ଥଳ ହାସିଲ୍ କରି ଦମ୍ ନେଇଥିଲା  ।

ରୁପା ଯାଦବଙ୍କ୍ କାହାଣୀ ସମସ୍ତଙ୍କୁ ନିଜ ଲକ୍ଷ୍ୟ ପ୍ରତି ଏକାନିଷ୍ଠ ହେବାର ପ୍ରେରଣା ମିଳିବ, ଯେବେ ରୁପା ଯାଦବ ତୃତୀୟ ଶ୍ରେଣୀରେ ପଢୁଥିଲେ ତେବେ କେବଳ ୮ ବର୍ଷ ବୟସରେ ତାଙ୍କର ବିବାହ କରିଦିଆଗଲା, ରୁପା ଯାଦବଙ୍କ ପାଠ ପଢାରେ ବହୁତ ଚାଲାକ୍ ଥିଲେ, ଓ ତାଙ୍କ୍ ମନ ପାଠପଢାରେ ବହୁତ ଇଚ୍ଛା ଥିଲା  ଯେବେ ରୁପାଯାଦବ ତାଙ୍କ ଜୀବନର ସଂଘର୍ଷ ବିଷୟରେ ପଚାରାଗଲା ତ ତେବେ ସେ କହିଲେ କି ମୋର ବାହାଘର ତୃତୀୟ ଶ୍ରେଣି ପଢୁଥିବାବେଳେ କେବଳ ୮ ବର୍ଷରେ ହୋଇଯାଇଥିଲା,

ସେ କହିଲେ କି ସେ ସ୍କୁଲକୁ ଖାଲି ପାଦରେ ଚାଲିକରି ବସ୍ ଷ୍ଟାଣ୍ତ କୁ ଯାଉଥିଲେ, ରୁପା ଯାଦବଙ୍କୁ ଛୁଆବେଳରୁ ଡାକ୍ତର ହେବା ଇଚ୍ଛାଥିଲା, ଡାକ୍ତର ହେବାପଛରେ ତାଙ୍କର ଅତୀତ ଯୋଡି ହୋଇଛି, ରୁପା ଯାଦବଙ୍କ କହିବା କଥା ଯେବେ ମୋର ଦାଦା ଭିମା ରାମଜୀଙ୍କୁ ହାର୍ଟଆଟାକ୍ ଆସିଥିଲା ତେବେ ମୁଁ ନିଷ୍ପତି ନେଇଥିଲି କି ମୁଁ ଡାକ୍ତର ହେବି,  ସେ କହିଲେ ଯଦି ସମୟରେ ତାଙ୍କ ଦାଦା ଚିକିତ୍ସା ମିଲିଯାଇଥାନ୍ତା ତେବେ ବୋଧେ ତାଙ୍କ ଜୀବନ ବଞ୍ଚିପାରିଥାନ୍ତା,

ଦାଦାନକ୍ ନିଧନରୁ ରୁପା ଯାଦବ ପୁରା ଭାଙ୍ଗିଯାଇଥିଲା ଓ ସେ ନିର୍ଣ୍ଣୟ ନେଇଯାଇଥିଲା ବାୟୋଲୋଜି ଡାକ୍ତର ହେବେ , କିନ୍ତୁ ନିଜ ଏହି ସ୍ୱପ୍ନକୁ ପୁରା କରିବାପାଇଁ ରୁପାବହୁତ ଚେଷ୍ଟା ଓ କଠିନତାର ସାମ୍ନା କରିଥିଲେ । ରୁପା ଯାଦବ ସବୁ କଠିନତାକୁ ପାର୍ କରି ନିଜ ପାଠ ପଢା ପୁରା କରିଥିଲେ ଓ ୨୦୧୬ ରେ ନିଟ୍ ପରିକ୍ଷାରେ ପାସ୍ କରିଥିଲେ, ଓ ଭଲ ରାଙ୍କ୍ ନ ଆସିବା କାରଣରୁ ସେ ମହାରାଷ୍ଟ୍ର ଷ୍ଟେଟ୍ ମିଳିଲା

ଯାହାପରେ ଶଶୁର ଘର ଲୋକେ ତାଙ୍କୁ ଦୁରରେ ପଢିବାପାଇଁ ମନା କରିଦେଲେ, କିନ୍ତୁ ଏତେ ଦୁର୍ ଯାଇକରି ପଢିବାପାଇଁ ସେ ସାହାସ ହାରିନଥିଲେ, ୨୦୧୭ ରେ ଆଉଥରେ ନିଟ୍ ପରୀକ୍ଷାଦେଇଥିଲେ, ଯେଉଁଥିରେ ସେ ପାସ୍ କରିଥିଲେ, ରୁପା ଏହିଥର ଅଲ ଇଣ୍ତିଆ ରାଙ୍କରେ ୨୨୮୩ ରାଙ୍କ୍ ପାଇଥିଲେ, ରୁପାଙ୍କ ସ୍ୱାମୀ ଶଙ୍କର୍ ଲାଲ୍ ଯାଦବ ବି ତାଙ୍କ ଏହି ସ୍ୱପ୍ନକୁ ପୁରା କରିବାରେ ସାଥ୍ ଦେଇଥିଲେ

ରୁପା ଙ୍କ ସ୍ୱାମୀ ଅଟୋ ରିକ୍ସା ଚଲାଇକରି ପାଠପଢାର ଖର୍ଚ୍ଚ କରୁଥିଲେ, ସେମିତି ଭିଣେଇ ଙ୍କ ସାମ୍ନାରେ ନିଜ କଥା ରଖିଥିଲେ ତେବେ ସେହି ପଇସାରୁ ସାହାଯ୍ୟ କରିଥିଲେ, ରୁପା ଯାଦବ ନିଜ ଲକ୍ଷ୍ୟକୁ ପୁରା କରିବାର ମନ ବନାଇଦେଇଥିଲେ, ଯାହାପାଇଁ ଲଗାତାର୍ କଠିନ ପରିଶ୍ରମ୍ କରିଥିଲେ, ଓ ନିଜ ଲକ୍ଷ୍ୟସ୍ଥଳ ହାସିଲ୍ କରିଥିଲେ, ରୁପାଙ୍କ ପାଠପଢା ପାଇଁ ଏତେ ଲଗନ ଓ ଇଚ୍ଛାଶକ୍ତିକୁ ଦେଖିକରି ତାଙ୍କ ସ୍ୱାମୀଙ୍କ ମନ ବି ପାଠପଢାରେ ଅଛି, ଓ ଏବେ ସେ ଏମ୍ ଏ ର ପ୍ରଥମ ବର୍ଷର ଛାତ୍ର ଅଛି ।

Leave a Reply

Your email address will not be published. Required fields are marked *