October 18, 2024

Odia Express

Here, There and Everywhere

ପେଟ୍ରୋଲ୍ ପମ୍ପରେ କାମ କରୁଥିବା ବ୍ୟକ୍ତିର ପୁଅ 21 ବର୍ଷ ବୟସରେ ହେଲା IAS ଅଫିସର୍, କିନ୍ତୁ ଘର ଲୋକଙ୍କ ସହ

1 min read

ମନରେ ଦୃଢ ଇଚ୍ଛାଶକ୍ତି ଓ ତାକୁ ପୁରା କରିବାର ଲଗନ୍ ହେଲେ ସବୁ ମୁସକିଲ୍ ବି ସହଜ ହୋଇଯାଏ , ଏହାପ୍ରମାଣିତ କରିଦେଖାଇଛନ୍ତି ମଧ୍ୟପ୍ରଦେଶର ଇନ୍ଦୋରରେ ରହୁଥିବା ପ୍ରଦୀପ୍ ସିଂ , ସଂଘ ଲୋକସେଭା ଆୟୋଗ ୟୁପିଏସ୍ ସି ଦ୍ୱାରା ଶୁକ୍ରବାରକୁ ଘୋଷିତ ରେଜଲ୍ଟରେ ପ୍ରଦୀପ ପୁରା ଭାରତରେ ୯୩ ନମ୍ବର ରାଙ୍କ୍ ପାଇଛନ୍ତି, ପ୍ରଦୀପଙ୍କ ବୟସ କେବଳ ୨୨ ବର୍ଷ ଅଟେ, କଠିନ ପରିସ୍ଥିତିରେ ପଢିଥିବା ପ୍ରଦୀପଙ୍କ ବାପା ପେଟ୍ରୋଲ୍ ପମ୍ପରେ କାମ କରନ୍ତି । ସୁଚନା ମୁତାବିକ ଇନ୍ଦୋରର ଦେବାସ ନାକା କ୍ଷେତ୍ରରେ ରହୁଥିବା ପେଟ୍ରୋଲ୍ ପମ୍ପ କର୍ମଚାରୀ ମନୋଜ୍ ସିଂ ଙ୍କ ପୁଅ ପ୍ରଦୀପ ସିଂ ଅଲ୍ ଇଣ୍ତିଆ ରାଙ୍କ୍ ରେ ୯୩ ତମ ସ୍ଥାନ ହାସିଲ୍ କରିନେଇଛନ୍ତି, DAV ଇଣ୍ଟରନ୍ୟାଶାନାଲ୍ ଇନଷ୍ଟିଟ୍ୟୁଡ୍ ଅଫ୍ ପ୍ରଫେସନାଲ୍ ଷ୍ଟଡିଜ୍ ରୁ ବିକମ୍ ପାଠପଢା ପୁରା କରିଥିବା ପ୍ରଦୀପ ଫାଷ୍ଟ ଆଟେମ୍ ରେ ୟୁପିଏସ୍ ସି ପରୀକ୍ଷା ପାସ୍ କରିନେଲେ ।

ପ୍ରଦୀପ କହିଲେ କି ତାଙ୍କ ଜୀବନରେ ବହୁତ ସଂଘର୍ଷ କରିବାକୁ ପଡିଥିଲା, ସେ ଛୁଆବେଳରୁ ସ୍ୱପ୍ନ ରଖିଥିଲେ କି କିଛି କରି ଦେଖାଇବେ , ଯେବେ ବିକମ୍ ରେ ଆଡମିସନ୍ ନେଲେ ସେ ଏହି ସ୍ୱପ୍ନ ରଖିଥିଏ କି କିଛି ହେବାର ଅଛି ସେ କହିଲେ କି ମୋର ଚେଷ୍ଟା ଥିଲା କି ମୋର ଏହି ଛୋଟ ସଫଳତା ପାଇବାରେ ମୋ ବାପା ମାଙ୍କ ସଂଘର୍ଷକୁ କମ୍ କରିପାରିବି ଯେମିତି ।

ପ୍ରଦୀପଙ୍କ ୟୁପିଏସ୍ ସି ପ୍ରସ୍ତୁତି ପାଇଁ ବାପା ମନୋଜ୍ ସିଂ ଓ ଘରର ବାକି ସଦସ୍ୟ ଅନେକ ତ୍ୟାଗ କରିଛନ୍ତି, ପ୍ରଦୀପ ୟୁପିଏସ୍ ସି ପ୍ରସ୍ତୁତି ପାଇଁ ଦିଲ୍ଲୀ ଆସିବାକୁ ଚାହୁଁଥିଲେ, କିନ୍ତୁ ଘରେ ଏତେ ପଇସା ନଥିଲା କି ସେ ଦିଲ୍ଲୀରେ ମହଙ୍ଗା କୋଚିଙ୍ଗ୍ ସେଣ୍ଟରର ଫିସ୍ ଦେଇପାରିବେ । ଏହା ସତ୍ତ୍ୱେ ବି ସେ ହାର୍ ମାନିନଥିଲେ ଓ ପୁଅକୁ କୋଚିଙ୍ଗ୍ ରେ ପଢାଇବାପାଇଁ ନିଜ ଘର ବିକ୍ରି କରିଦେଲେ, ଏହାପରେ ୨୦୧୭ ରେ ଦିଲ୍ଲୀରେ ରହିକରି ୟୁପିଏସ୍ ସି ପ୍ରସ୍ତୁତି କରିଥିଲେ ପ୍ରଦୀପ, ପ୍ରଦୀପ କହିଲେ କି ତାଙ୍କ ଜୀବନ ସଂଘର୍ଷରେ ଭରିରହିଥିଲା

ସେ କହିଲେ କି ମୋର ଚେଷ୍ଟା ଥିଲା କି ନିଜ ଏହି ଛୋଟ ସଫଳତାର ସହ ମା ବାପାଙ୍କ ଇଚ୍ଛା ପୁରା କରିପାରିବି, ପ୍ରଦୀପ ୟୁପିଏସ୍ ସି ପରୀକ୍ଷା ଦେଉଥିଲେ ସେହି ସମୟରେ ତାଙ୍କ ମାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିଲା, କିନ୍ତୁ ପ୍ରଦୀପଙ୍କ ଉପରେ ଏହାର ପ୍ରଭାବ ପ୍ରଦୀପଙ୍କ ଉପରେ ନପଡୁ ସେଥିପାଇଁ ସେ ପ୍ରଦୀପକୁ କିଛି କହିନଥିଲେ, ପ୍ରଦୀପଙ୍କ ପରିବାରରେ ମା ବାପା ଓ ଦୁଇ ଭାଇ ଅଛନ୍ତି

ବାପା ମନୋଜ୍ କହନ୍ତି କି ମୋର ପାଇଁ ଏହି ଦିନ କେବେ ଭୁଲିପାରିହେବନି, କିଛି ବର୍ଷ ପୁର୍ବରୁ ମୁଁ କେବେ ସ୍ୱପ୍ନରେ ଭାବିନଥିଲି କି ମୋର ପୁଅ ଦେଶ ସାରା ନାଁ କମାଇବ , ଗରିବର ଅବସ୍ଥାରେ ତାଙ୍କ ମା ବାପା ଛୁଆର ପାଠପଢାରେ କୌଣସି ଢିଲା ଦେଇନଥିଲେ, ପ୍ରଦୀପଙ୍କ ବାପା ମନୋଜ୍ ସିଂ କହିଲେ କି ସେ ପେଟ୍ରୋଲ୍ ପମ୍ପରେ ଚାକିରି କରନ୍ତି, ଓ ନିଜ ଆବଶ୍ୟକତାକୁ କମ୍ କରି ଛୁଆଙ୍କୁ ପଢାଇଛନ୍ତି ।ତାହାପାଇଁ ତାଙ୍କର ପୁଅ ଆଜି ଆଇଏଏସ୍ ଅଫିସର୍ ହୋଇଗଲା, ବହୁତ ଅସୁବିଧା ଆସିଥିଲା, କିନ୍ତୁ ବାପା ଛୁଆଙ୍କ ଯାଏଁ ସେହି ଅସୁବିଧାକୁ ପ୍ରକାଶ୍ କରିନଥିଲେ

ଛୁଆଙ୍କ ପାଠପଢାପାଇଁ ଘର ବିକ୍ରି କରିବାପରେ ପରିବାରର ଭଡାର ଏକ ଘରେ ରହୁଥିଲେ, ଏହାଛଡା ମା ଅନୀତା ନିଜ ଗହଣା ବି ବନ୍ଧା ପକାଇଦେଇଥିଲେ, ପ୍ରଦୀପ ଇନ୍ଦୋରରେ ଆଇଆଇପିଏସ୍ ରୁ ବିକମ୍ କରିଛନ୍ତି, ପ୍ରଦୀପଙ୍କ ଇଚ୍ଛା ଅଛି କି ସେ ଆଗକୁ ଯାଇକରି ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କାମ କରିବେ, ଏହି ଥର ରେଜଲ୍ଟରେ ପ୍ରାୟ ୭୫୯ କ୍ୟାଣ୍ତିଡେଟ୍ସ ୟୁପିଏସ୍ ସି ରେ ଆଇଏଏସ୍, ଆଇପିଏସ୍, ଓ ଆଇ ଆର୍ ଏସ୍, ଓ ଅନ୍ୟ ଗ୍ରୁପ୍ ଏ ଓ ବି ସେବାପାଈଁ ଚୟନିତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *