October 19, 2024

Odia Express

Here, There and Everywhere

ଶିବପୁରାଣ – ଏହି 7 ଟିରୁ ଗୋଟେ ବି ନ କରନ୍ତୁ ପାପ ନହେଲେ କ୍ଷମା କରିବେ ନାହିଁ Mahakal, ଦେବେ କଠୋର ଦଣ୍ତ

1 min read

ମନୁଷ୍ୟ ଜୀବନରେ ବହୁତ ସାରା ଉତଥାନ ପତନ ଆସିଥାଏ , ଏମିତି କୁହାଯାଏ କି ଯଦି ବ୍ୟକ୍ତି ସଠିକ୍ ମାର୍ଗରେ ଚାଲିଥାଏ ତେବେ ତାର ଜୀବନ ସବୁବେଳେ ଖୁସିରେ ଚାଲେ , ହିନ୍ଦୁ ଧର୍ମରେ କିଛି ପୁରାଣ, ଶାସ୍ତ୍ର ଓ ଗ୍ରନ୍ଥ ଅଛି , ଯାହା ବ୍ୟକ୍ତିକୁ ସଠିକ୍ ମାର୍ଗରେ ଚାଲିବାକୁ ପ୍ରେରିତ କରେ , ଏଥିରୁ ଗୋଟେ ହେଲା ଶିବପୁରାଣ ଶିବ ପୁରାଣ ଏମିତି ବହୁତ କଥା ବିଷୟରେ ଆଲୋଚନା କରାଯାଇଛି ଯାହା ଉପରେ ବ୍ୟକ୍ତି ଯଦି ଧ୍ୟାନ ଦେବ ତେବେ ସେ ନିଜ ଜୀବନରେ ବହୁତ ସାରା ଅସୁବିଧାରୁ ମୁକ୍ତି ପାଇପାରିବ , ଶିବପୁରାଣରେ ଭଲ ଖରାପ ଓ ସତ୍ୟ ଅସତ୍ୟ ବିଷୟରେ ଆମର ମାର୍ଗଦର୍ଶନ କରିଥାଏ, ଏଥିରେ ଏହି କଥାର ଉଲ୍ଲେଖ କରାଯାଇଛି କି ଭଗବାନ ଶିବ କେବେ ଅଧିକା କ୍ରୋଧିତ ହୁଅନ୍ତି, ଶିବ ପୁରାଣ ଅନୁସାରେ ଏହି ଦୁନିଆଁରେ ଏମିତି ୭ ଟି ଜଘନ୍ୟ ପାପ ଅଛି ଯାହାକୁ ଯଦି ବ୍ୟକ୍ତି କରିଥାଏ ତେବେ ତାକୁ ମହାଦେବଙ୍କ କ୍ରୋଧର ସାମ୍ନା କରିବାକୁ ପଡିଥାଏ, ଓ ସେହି ଲୋକଙ୍କୁ ତାଙ୍କ ଦ୍ୱାରା କରାଯାଇଥିବା ପାପର କଠୋର ଦଣ୍ତ ଦିଅନ୍ତି । ଯଦି ବ୍ୟକ୍ତି ଏହି ୭ ଟିରୁ କିଛି ଗୋଟେ ବି ପାପ କରେ ତେବେ ଏହାର କାରଣରୁ ଜୀବନରେ ନାନାଦି ଅସୁବିଧା ହୋଇଥାଏ , କାମ କାର୍ଯ୍ୟରେ ସଫଳତା ମିଳିପାରେ ନାହିଁ, ତେବେ ଆସନ୍ତୁ ଜାଣିବା କେଉଁ ସେହି କାମ ଗୁଡିକ ।

୧) ଖରାପ ଚିନ୍ତାଧାରା- ଶିବପୁରାଣରେ ଏହି କଥାର ଉଲ୍ଲେଖ କରାଯାଈଛି କି ଯେଉଁ ଲୋକଙ୍କର ଖରାପ ଭାବନା ରହିଥାଏ , ତାଙ୍କୁ ନିଜେ ମହାକାଳ ଦଣ୍ତ ଦେଇଥାନ୍ତି, ଯଦି କେଉଁ ବ୍ୟକ୍ତି ଖରାପ ଭାବନା ରଖେ ତେବେ ସେ ପାପର ଭାଗିଦାରୀ ହୋଇଥାଏ, ଏଥିପାଇଁ ଜରୁରି ଅଟେ କି କାହା ବିଷୟରେ ଭୁଲରେ ବି ଖରାପ ଚିନ୍ତାଧାରା ରଖନ୍ତୁ ନାହିଁ, ଆପଣ କାହାପ୍ରତି ମନରେ ଖରାପ ବିଚାର ଆଣନ୍ତୁ ନାହିଁ ଓ ନା ହିଁ କିଛି ଖରାପ କରିବାରେ ଭାବନ୍ତୁ, ଏହାର କାରଣରୁ ଆପଣଙ୍କ ଜୀବନରେ ଦୁଃଖର ସାମ୍ନା କରିବାକୁ ପଡିପାରେ ।

୨) ପଇସା ସହ ଯୋଡି ହୋଇଥିବା ଧୋକାବାଜି- ଯଦି କେଉଁ ବ୍ୟକ୍ତି ପଇସା ସହ ନେଇକରି ଧୋକାବାଜୀ କରେ ଓ ଅନ୍ୟଙ୍କ ସଂମ୍ପତ୍ତି ଲୁଟିବା ବିଷୟରେ ଭାବେ ତେବେ ଏହା ପାପରଶ୍ରେଣୀରେ ଆସେ , ଏମିତି ଲୋକଙ୍କୁ ମହାଦେବ ନିଜେ ଦଣ୍ତ ଦିଅନ୍ତି, ଏହି କାରଣରୁ ଆପଣ ନିଜ ଜୀବନରେ ଏହି ପରି ଭୁଲ୍ କରନ୍ତୁ ନାହିଁ କାହାସହ ପଇସାସହ ନେଇକରି ଧୋକାବାଜୀ ଭୁଲରେ କରନ୍ତୁ ନାହିଁ, କାରଣ୍ ପଇସାର ଧୋକାବାଜୀ କରିବା ପାପର ସମାନ ବୋଲି ଜଣାଯାଏ ।

୩) ଗର୍ଭବତି ମହିଳାଙ୍କ ସହ ଏମିତି ବ୍ୟବହାର୍ କରିବା- ଶିବ ପୁରାଣ ଅନୁସାରେ ଯଦି କେଉଁ ଗର୍ଭବତୀ ମହିଳାଙ୍କ ସହ ଭୁଲ୍ ବ୍ୟବହାର୍ କରିଥାଏ କିମ୍ବା ଅପମାନ କରେ ତେବେ ପାପ ହୋଇଥାଏ, ଏମିତି ଲୋକଙ୍କୁ ନର୍କରେ ଜାଗା ମିଳିଥାଏ, ଓ ଜୀବନରେ ଦୁଃଖରେ କଟେ, ସେମିତି ଆପଣଙ୍କ ସ୍ତ୍ରୀ ହେଇଥାଉ ନା କାହିଁକି, କେବେ ବି କେଉଁ ମହିଳାଙ୍କୁ ଖରାପ ଭଲ କୁହନ୍ତୁ ନାହିଁ, ଯଦି ଗର୍ଭବତୀ ମହିଳାଙ୍କୁ ଖରାପ ଭଲ କହିବେ ତେବେ ଏହାର କାରଣରୁ ଛୁଆଙ୍କ୍ ଉପରେ ଏହାର ଖରାପ ପ୍ରଭାବ ପଡେ, ଓ ଯେଉଁ ବ୍ୟକ୍ତି ଏମିତି କରିବ, ତାକୁ ମହାକାଳ କଠୋର୍ ଦଣ୍ତ ଦେବେ ।

୪) ଧର୍ମ ବିରୁଦ୍ଧରେ ଯାଇ କିଛି କର୍ମ କରିବା- ଶିବପୁରାଣ ଅନୁସାରେ ଯେଉଁ ବ୍ୟକ୍ତି ଧର୍ମ ବିପକ୍ଷରେ ନେଇକରି କୁହେ, ସେ ମହାପାପର ଭାଗିଦାରୀ ହୋଇଥାଏ, ଏମିତି ଲୋକଙ୍କୁ ମହାକାଳ ଦଣ୍ତ ଦେଇଥାନ୍ତି, ଏଥିପାଈଁ ଭୁଲରେ ବି ଧର୍ମର ବିଷୟରେ କିଛି ଭୁଲ୍ ଠିକ୍ କହନ୍ତୁ ନାହିଁ, ଏହିପରି କାମରେ ଆପଣଙ୍କୁ ଦୁରରେ ରହିବା ଉଚିତ୍ , ଏହି କାରଣରୁ ଆପଣଙ୍କୁ ନର୍କରେ ଜାଗା ମିଳିବ ।

୫) ମିଛ ପ୍ରଚାର କରିବା- ଯଦି କିଏ ଜାଣିଶୁଣି କରି ବ୍ୟକ୍ତିଙ୍କ ବିଷୟରେ ମିଛ ପ୍ରଚାର କରିଥାଏ, ତେବେ ମହାକାଳ ତାକୁ ଦଣ୍ତ ଦିଅନ୍ତି, ଶିବପୁରାଣରେ ଏହି କଥାର ଉଲ୍ଲେଖ କରାଯାଈଛି, ମିଛ କହିବା ଓ ତାକୁ ପ୍ରଚାର କରିବା ଛଳର ଶ୍ରେଣୀରେ ଆସିଥାଏ, ଯେଉଁ ଲୋକ ଅନ୍ୟ ଲୋକଙ୍କୁ ବଦନାମ କରିବାପାଈଁ ଏମିତି କରନ୍ତି, ସେମାନଙ୍କୁ ମହାକାଳ ଦଣ୍ତ ଦିଅନ୍ତି ।

୬) ଅପମାନ କରିବା- ଯଦି କେଉଁ ବ୍ୟକ୍ତି ନିଜ ମାବାପା, ଘରର ଲକ୍ଷ୍ମୀ, ଗୁରୁ,ପୁର୍ବଜ, କିମ୍ବା ଘରର କେଉଁ ସଦସ୍ୟଙ୍କୁ ଅପମାନ କରେ କିମ୍ବା ଭୁଲ୍ କହେ ଏହା ଦ୍ୱାରା ମହାକାଳ ନାରାଜ୍ ହୋଇଯାଆନ୍ତି, ଓ ସେହି ବ୍ୟକ୍ତିକୁ କଠୋର ଦଣ୍ତ ଦିଅନ୍ତି, ଏମିତି ଲୋକ ଜୀବନରେ ସର୍ବଦା ଦୁଃଖୀ ରହିଥାନ୍ତି ।

୭) ବିବାହ ଭାଙ୍ଗିବାକୁ ଚେଷ୍ଟା- ଶିବ ପୁରାଣ୍ ଅନୁସାରେ ଯଦି କେଉଁ ବ୍ୟକ୍ତି ବିବାହ ଭାଙ୍ଗିବାକୁ ଚେଷ୍ଟା କରେ ତେବେ ଏହା ପାପର ଶ୍ରେଣିରେ ଆସେ, ବିବାହ ଭାଙ୍ଗିବା ଲୋକକୁ ମହାକାଳ ଦଣ୍ତ ଦିଅନ୍ତି, ଏହି କାରଣରୁ ଲୋକଙ୍କ ଜୀବନରେ ଗୋଟେପରେ ଗୋଟେ କଷ୍ଟ ଆସେ ଏହି କାରଣରୁ କେବେ ସ୍ୱାମୀ ସ୍ତ୍ରୀଙ୍କ ସଂମ୍ପର୍କ ମଝିରେ ଆସିବା କଥା ନୁହେଁ, କେଉଁ ବିବାହିତଜୀବନକୁ ବର୍ବାଦ କରିବା ପାପର ସମାନ ହୋଇଥାଏ ।

Leave a Reply

Your email address will not be published. Required fields are marked *