October 28, 2024

Odia Express

Here, There and Everywhere

ପ୍ରଥମ ଶ୍ରେଣୀ କେବଳ ପଢିକରି ବିହାରୀ ବାବୁ ବନାଇଲେ ହେଲିକାପ୍ଟର, ବିଦେଶରୁ କୋଟିଏ ଟଙ୍କାର ଅଫର୍ ଆସିଲା କିନ୍ତୁ ନିଜ ଦେଶ ପାଇଁ ତାକୁ ମନା କଲେ

ଆଜି ଆମେ ଆପଣଙ୍କୁ ଏମିତି ଏକ ଅଶିକ୍ଷିତ ଲୋକର ସତ କାହାଣୀ ବିଷୟରେ ଜଣାଇବାକୁ ଯାଊଛୁ, ଯିଏ ନା କେବଳ ହେଲିକାପ୍ଟର ବନାଇଛନ୍ତି, ବରଂ କୋଟିଏ ଟଙ୍କାର ଅଫରକୁ ବି ମନା କରିଦେଇଛନ୍ତି, ହଁ ଆଜ୍ଞା ଆଜି ଆମେ ଯେଉଁ ବ୍ୟକ୍ତି ବିଷୟରେ କହିବାକୁ ଯାଉଛୁ, ତାଙ୍କ ନାଁ ହେଲା ଅମରଜିତ୍ ପାଶବାନ୍ ଯିଏକି ବିହାରର ଗୋପାଳଗଞ୍ଜ ଜିଲ୍ଲାର ବରୋଲ ପ୍ରଖଣ୍ତର ବେଲସଣ୍ତ ଗାଁରୁ ଅଟନ୍ତି। ଅମରଜିତ୍ ପାଶବାନ୍ ନାମର ଏହି ଯୁବକ ହେଲିକାପ୍ଟର ବନାଇକରି ଆକାଶରେ ଉଡାଇବାର ଯୋଜନାକୁ ନେଇ ପୁରା ବ୍ୟସ୍ତ ଅଛନ୍ତି, ମାନାଯାଉଛି କି ଅମରଜିତ୍ ପାଶବାନ୍ ଅଶିକ୍ଷିତ ଅଟନ୍ତି। କିନ୍ତୁ ତାଙ୍କର ଦୃଢ ଇଚ୍ଛାଶକ୍ତି ଅଛି, ତାଙ୍କ ଭିତରେ କିଛି କରିଦେଖାଇବାର ଇଚ୍ଛା ଅଛି, ତାଙ୍କ ଜୀବନରେ ଏକ ସ୍ୱପ୍ନ ଥିଲା କି ସେ ହେଲିକାପ୍ଟର ତିଆରି କରିବେ, ଓ ଆକାଶରେ ତାକୁ ଉଡାଇକରି ଦେଖାଇବେ ।

ବିହାରରେ ରହୁଥିବା ଅମରଜିତ୍ ପାଶବାନଙ୍କ ପାଖରେ ନିଜ ପରିଶ୍ରମ ବଳରେ ପ୍ରାୟ ୧ ବର୍ଷ ପୁର୍ବରୁ ହେଲିକାପ୍ଟର ବନାଇବାର କାମ ଆରମ୍ଭ କରିଥିଲେ, ତାହାପରେ ବିଦେଶରୁ କିଛି ଅଫର୍ ଆସିଲା କିନ୍ତୁ ଅମରଜିତ୍ ପାଶବାନ୍ ସେହି ଅଫରକୁ ମନା କରିଦେଲେ, କାରଣ ତାଙ୍କର ଦେଶ ପାଇଁ କିଛି କରିବାର୍ ଇଚ୍ଛା ଥିଲା, ଯାହାକୁ ନେଇ ସେ ବିଦେଶରୁ ଆସିଥିବା ଅଫରକୁ ସିଧାସିଧା ମନାକରିଦେଲେ, ଦିନେ ଅମରଜିତ୍ ପାଶବାନ୍ ଙ୍କ ବାପା ଅମରଜିତ୍ କୁ ପଚାରିଲେ କି ହେଲିକାପ୍ଟର ଉଡାଇବା ବିଷୟରେ ତେବେ ଅମରଜିତ୍ ସବୁଠାରୁ ପ୍ରଥମେ ନିଜ ମା ଓ ବାପାଙ୍କୁ ଏକ ମିନି ହେଲିକାପ୍ଟର ଉଡାଇକରି ଦେଖାଇଲେ

ଏମିତି କରି ଅମରଜିତ୍ ନିଜ ବାପା ମାଙ୍କୁ ବିଶ୍ୱାସ ଜନ୍ମାଇଥିଲେ କି ସେ କେବଳ ସ୍ୱପ୍ନ ଦେଖୁନାହାନ୍ତି ବରଂ ତାଙ୍କ ଭିତରେ ହେଲିକାପ୍ଟର ବନାଇବାର କଳା ବି ମହଜୁଦ୍ ଅଛି । ଅମରଜିତ୍ ପାଶବାନ୍ ଜଣେ ମେକାନିକ୍ ଭାବରେ କାମ କରୁଥିଲେ, ଆଗକୁ ଯାଇକରି ସେ ଦୁବାଇ ଗଲେ, ସେଠାରେ ତାଙ୍କୁ ନିଜ କାମରେ ମଜା ଲାଗୁନଥିଲା, ଯାହାକୁ ନେଇ ସେ ଇଣ୍ତିଆ ଫେରିଆସିଲେ, ଅମରଜିତ୍ ମା ବାପାଙ୍କୁ କହିଲେ କି ମୋତେ ଗୋଟେ ହେଲିକାପ୍ଟର ତିଆରି କରିବାର ଅଛି, ଓ ତାହାକୁ ଆକାଶରେ ଉଡାଇବାର ବି ଅଛି, ତେବେ ତାଙ୍କ ମା କହିଲେ କି ପୁଅ ଆମେ କିପରି କରିପାରିବା ଆମେ ତ ବହୁତ୍ ଗରିବ ଲୋକ ଓ ହେଲିକାପ୍ଟର୍ ବନାଇବାରେ ବି ବହୁତ ଖର୍ଚ୍ଚ ଆସିଯାଏ , ତେବେ ଅମରଜିତ୍ ପାଶବାନ୍ ନିଜ ମାକୁ ବୁଝାଇଲେ କି ସେ ସବୁ ବୁଝିନେବେ

ତାପରେ ଅମରଜିତ୍ ପାଶବାନ୍ ଙ୍କୁ ହେଲିକାପ୍ଟର ବନାଇବାର ମନୋବଳ ସୁଦୃଢ ହୋଇଗଲା, ଅମରଜିତ୍ ହେଲିକାପ୍ଟର୍ ବନାଇବା କାମରେ ଲାଗିଗଲେ, ଅମରଜିତ୍ ଙ୍କ ମା କହିଲେ କି ସେ ଛୁଆବେଳରୁ ଏହି ପ୍ରକାରର ଗାଡି ଓ ଇଞ୍ଜିନିୟରିଙ୍ଗ୍ କରିବାର ସଉକ ଥିଲା, ଯାହା ଆଜି ତାଙ୍କୁ ସେ ଯୁବା ବସ୍ଥାରେ ଆସିକରି ନିଜ ଲକ୍ଷ୍ୟକୁ ପୁରା କରିବାରେ ପଛକୁ ହଟିନାହାନ୍ତି । ଅମରଜିତ୍ ମାଝିଙ୍କ ପରିବାରକଥା କହିଲେ ତେବେ ସେ ରାମବଳୀ ମାଝିଙ୍କ ପଞ୍ଚମ ପୁତ୍ର ଅଟନ୍ତି, ଅମରଜିତ୍ ପାଶବାନ୍ ଙ୍କ ପରିବାର ବହୁତ ଗରିବ ଅଟେ, ଯାହାକୁ ନେଇ ତାଙ୍କ ପାଠପଢା ହୋଇପାରିଲାନାହିଁ, ସେ କେବଳ ପ୍ରଥମ ଶ୍ରେଣୀ ଯାଏଁ ପଢିଛନ୍ତି, ତାପରେ ସେ ଗାଁର ପାଖରେ ଏକ କ୍ଷେତରେ ମୁଲିଆ କାମକରୁଥିଲେ, ପରେ ସେ ଆସାମରେ ମହଜୁଦ୍ ରିୟାଇନାରୀ ଭିତରେ କାମ ଶିଖିବାପରେ କିଛି ବର୍ଷ୍ ପର୍ଯ୍ୟନ୍ତ ଚାକିରି କଲେ

ତାପରେ କିଛି କାମ ପାଇଁ ସେ ବିଦେଶ ଚାଲିଗଲେ, ସେଠାରେ କାମ କରିବାର ମନ ହେଲାନାହିଁ, ଯାହାକୁ ନେଇ ସେ ଭାରତ ଫେରି ଆସିଲେ, ଯେବେ ବିଦେଶରୁ ସେ କାମ କରିବାକୁ ଗଲେ ସେହି ସମୟରେ ହେଲିକାପ୍ଟର ବନାଇବାର ସୁଚନାପାଇଥିଲେ, ତାପରେ ଇଣ୍ତିଆ ଆସିଗଲେ, ସେ ହେଲିକାପ୍ଟର୍ ବନାଇବାର ଇଚ୍ଛା ଜାରି ରଖିଲେ, ଓ ପୁରା ଲଗନରେ ହେଲିକାପ୍ଟର ବନାଇବାର ପଛରେ ଲାଗିପଡିଲେ । ଅମରଜିତ୍ ଙ୍କ ଦ୍ୱାରା ବନାଯାଇଥିବା ହେଲିକାପ୍ଟର୍ ପ୍ରାୟ ୮୦ ପ୍ରତିଶତ କାମ ଶେଷ ହୋଇଯାଇଛି, ଇଞ୍ଜିନରୁ ନେଇକରି ଡ୍ରାଇଭର୍ ସିଟ୍ ପଙ୍ଖା ସହିତ ସବୁ ଢାଞ୍ଚା ତିଆରି ହୋଇସାରିଛି, ହେଲିକାପ୍ଟର ପ୍ରସ୍ତୁତ ହେବାପାଇଁ ଆଉ କିଛି କାମ ବାକି ଅଛି

ଏମିତି ବୁଝୀଯାଆନ୍ତୁ କି ଇଞ୍ଜିନର ସହ ଯୋଡି ହୋଇଥିବା କାମ  ପୁରା ହୋଇଯିବା ପରେ ଶେଷରେ ଟେଷ୍ଟିଙ୍ଗ୍ ହେବ, ସେ ପ୍ରାୟ ଜୁନ୍ କିମ୍ବା ଜୁଲାଇରେ ଉଡିବା ହୋଇପାରେ, ଆପଣ ବିଶ୍ୱାସ କରିପାରିବେ ନାହିଁ ଅମରଜିତ୍ ଙ୍କୁ ପଇସାର ବହୁତ ଅସୁବିଧା ହୋଇଗଲା ପରିଶେଷରେ ତାଙ୍କ ବାପା ଜାଗା ବିକ୍ରି କରି ପଇସାଦେଲେ, ଆଜି ଅମରଜିତ୍ ନିଜ୍ କାରନାମା ପାଇଁ ଲୋକପ୍ରିୟ ହୋଇଛନ୍ତି, ଦୁର ଦୁରରୁ ଲୋକେ ତାଙ୍କୁ ଦେଖିବାକୁ ଆସୁଛନ୍ତି

ଅମରଜିତ୍ ପ୍ରାୟ ନିଜ ହେଲିକାପ୍ଟର କାମ ଶେଷ କରିଦେଇଛନ୍ତି, ଏବେ ହେଲିକାପ୍ଟର ରେ ବହୁତ ସାରା କାମ ବାକି ଅଛି, ଯାହାକୁ ଅମରଜିତ୍ ବହୁତ ଜଲଦି ପୁରା କରିଦେବେ । ଅମରଜିତ୍ ପାଶବାନ୍ ଅଶିକ୍ଷିତ ହେବା ସତ୍ତ୍ୱେ ଯାହା କାରନାମା କରିଦେଖାଇଛନ୍ତି, ସେ ଏହା ବି ଜଣାଇଲେ କି କଳା କାହାର ଦୟାରେ ମିଳିନଥାଏ, ଏଥିପାଇଁ କେଉଁ ଭଲ ଘରେ ଜନ୍ମ ହେବା କିମ୍ବା ଭଲ ଡିଗ୍ରୀ ହାସିଲ୍ କଲେ ହିଁ ମିଳିପାରିବ ଏହା ଭାବିବା ଭୁଲ୍ ।

Leave a Reply

Your email address will not be published. Required fields are marked *