June 21, 2025

Odia Express

Here, There and Everywhere

ଅପରିଷ୍କାର,ଅଳିଆ,ଜଳି ଯାଇଥିବା ବାସନକୁ ନୂଆ ଭଳି ଚମକାନ୍ତୁ ଏହି ଦୁଇ ଉପାୟ ଦ୍ଵାରା – ମହିଳା ମାନେ ନିଶ୍ଚୟ ଜାଣିରଖନ୍ତୁ

ସାଙ୍ଗମାନେ ଆମେ ରୋଷେଇ କଲା ସମୟରେ ଭୁଲବଶତ ଆମେ ବାସନ ଗୁଡ଼ାକୁ କଳା ପକାଇ ଦେଇଥାଉ।କିନ୍ତୁ ବାସନରେ ଠାରେ କଳା ଦାଗ ଲାଗିଗଲେ ତାକୁ ଛଡ଼ାଇବା ବହୁତ କଷ୍ଟ ହୋଇଥାଏ।ତାହା ଆଦ୍ୟୋ ଛାଡି ନଥାଏ ଓ ବହୁତ ଅସୁନ୍ଦର ମଧ୍ୟ ଦେଖାଯାଇଥାଏ।କିନ୍ତୁ ଆଜି ମୁଁ ଆପଣଙ୍କୁ ଏଥିପାଇଁ ଦୁଇଟି ଉପାୟ କହିବି ଯାହାଦ୍ଵାରା ଆପଣ ଆପଣଙ୍କ ଜଳି ଯାଇଥିବା ବାସନ ଗୁଡ଼ିକୁ ପୁଣି ନୂଆ ଭଳି ଚମକେଇ ପାରିବେ। ତ ଚାଲନ୍ତୁ ଆରମ୍ଭ କରିବା।

ଆମେ ଚା କଲା ସମୟରେ ଆମ ପାତ୍ର ପ୍ରାୟ ଜଳି ଯାଇଥାଏ।ତାର ତଳପଟେ ଏକ ମୋଟା ଅସ୍ତରଣର କଳା ଦାଗ ବସିଯାଇଥାଏ।ଏହା ପାତ୍ରକୁ ଅସୁନ୍ଦର କରିଥାଏ।ଖାଲି ଚା ପାତ୍ର ନୁହଁ ଗୁଡ଼ାଏ ପାତ୍ରର ଅବସ୍ଥା ଏପରି ହୋଇଥାଏ।ସାଙ୍ଗମାନେ ଯେତେବେଳେ ଆପଣଙ୍କ ବାସନ ଜଳି ଯାଇଥାଏ ତ ତାକୁ ବିନା ଧୋଇକି ନେଇ ଖରାରେ ସିଧା ଶୁଖାଇ ଦେବେ।ତାକୁ ଗୋଟିଏ ରୁ ଦୁଇଟି ଦିନ ଖରାରେ ରଖିବାକୁ ହେବ।ଯଦି ଅଧିକ ଜଳି ଯାଇଥିବ ତ ଦୁଇଟା ଖରା ଦରକାର।ଆପେ ଆପେ ଏଥିରୁ କଳା ଦାଗ ଛାଡିଯିବ।ଯଦି ବି ନଯାଏ ତ ଏଥିପାଇଁ ମୁଁ ଆପଣଙ୍କୁ ଟ୍ରିକ କହିବି।୧୫ ମିନିଟରେ ଆପଣଙ୍କ ବାସନ ପୁରା ସଫା ହୋଇଯିବ।

ପ୍ରଥମେ ଆପଣ ଗ୍ୟାସରେ ଆପଣଙ୍କ ଜଳି ଯାଇଥିବା ବାସନକୁ ବସାନ୍ତୁ।ସେଥିରେ ପାଣି ଏପରି ଦିଅନ୍ତୁ ଯେପରି ଆପଣଙ୍କ ସବୁ ଦାଗ ବୁଡି ଯାଉଥିବ।ଏବେ ଏଥିରେ ଗୋଟିଏ ଚାମଚ ବେକିଙ୍ଗ ଶୋଢା ପକାଇ ଦିଅନ୍ତୁ।ଯଦି ଏହା ନାହିଁ ତ ଏକ ଇନୋ ପ୍ୟାକେଟ ପକାଇ ପାରିବେ।ଏହାପରେ ଏଥିରେ ଡିଶ ୱାସ ପକାଇ ଦିଅନ୍ତୁ।ଏହାକୁ ୧୦ ମିନିଟ ଯାଏ ମିଡ଼ିଅମ ଫ୍ଲେମରେ ରଖନ୍ତୁ।ଆପଣଙ୍କର ଶୋଢା ଭିତରେ ଜଳିଥିବା ପାର୍ଟକୁ ଫୁଲାଇ ଦେବ।ଏହାଦ୍ବାରା ଆପଣଙ୍କ ପାତ୍ରରୁ କଳା ଦାଗ ଗୁଡ଼ିକ ଉଠିଯାଇଥାଏ।

୧୫ ମିନିଟ ପରେ ଆପଣ ଗ୍ୟାସ ବନ୍ଦ କରିଦେବେ ଓ ଏହାକୁ ଥଣ୍ଡା ହେବା ପାଇଁ ଛାଡ଼ିଦେବେ।କାରଣ ଏହା ଗରମ ଥିବା ସମୟରେ ଆପଣ ଏହାକୁ ଧରି ପାରିବେ ନାହିଁ।ଏହାପରେ ଆପଣ ଏକ ଚାମଚ ସହାୟତା ରେ ସେହି କଳା ଦାଗକୁ ଛଡାଇ ଦେବେ। ବଳକା ଦାଗକୁ ଆପଣ ବାସନ ମଜା ଦ୍ଵାରା ଆପଣଙ୍କ ହାତରେ ଛଡାଇ ଦେବେ।ଏହାପରେ ଆପଣଙ୍କ ବାସନ ପୁରା ଚମକିବ।ଏହି ପାତ୍ରର ଚମକ ପୁଣିଥରେ ଦେଖାଯିବ।ଆମକୁ ଆଉ ଚାମଚ ଦ୍ଵାରା ପାତ୍ରକୁ ରଗଡିବାକୁ ପଡ଼ିବ ନାହିଁ।ଏହାକୁ ଆପଣ ଥଣ୍ଡା ପାଣିରେ ଧୋଇ ଦେବେ।ଏବେ ଆପଣଙ୍କ ପାତ୍ର ପୁରା ସଫା ହୋଇଯିବ।ଆପଣ ଏହି ଦୁଇଟି ଉପାୟ ଦ୍ଵାରା ଆପଣଙ୍କ ପାତ୍ରକୁ ସଫା କରିପାରିବେ।

Leave a Reply

Your email address will not be published. Required fields are marked *