June 22, 2025

Odia Express

Here, There and Everywhere

R ନାମ ଥିବା ଲୋକଙ୍କ ଜୀବନର ସତ କଥା, ଅଭ୍ୟାସ ସ୍ଵଭାବ,ଗୁଣ, ବଦଗୁଣ ଏବଂ ସଫଳତାର ଉପାୟ…

1 min read

ନମସ୍କାର ବନ୍ଧୁଗଣ, ଆଜି ଆମେ ‘R’ ନାମ ଥିବା ଲୋକଙ୍କ ଜୀବନର ସତ କଥା, ଅଭ୍ୟାସ ସ୍ଵଭାବ,ଗୁଣ, ବଦଗୁଣ ଏବଂ ସଫଳତାର ଉପାୟବିଷୟରେ ଆଲୋଚନା କରିବା।ଏହି ଅକ୍ଷରରେ ନାମଥିବା ଲୋକଙ୍କର ସବୁଠାରୁ ଭଲ ଗୁଣ ହେଉଛି ଏମାନଙ୍କର ଶାନ୍ତ ସ୍ଵଭାବ ଓ ସବୁବେଳେ ନୂଆ ଶିଖିବାର ଇଚ୍ଛା।ଯେଉଁ ବ୍ୟକ୍ତିମାନଙ୍କଠାରୁ ଏମାନଙ୍କୁ କିଛିବି ନୂଆ ଜିନିଷ ଶିଖିବାକୁ ମିଳିବ ଏମାନେ ତାଙ୍କ ସହ ଭଲ ସମ୍ବନ୍ଧ ରଖିବେ।ଏମାନଙ୍କର ବହୁତ କମ ବନ୍ଧୁ ଥାଆନ୍ତି।କିନ୍ତୁ ଯେତିକିବି ବନ୍ଧୁ ଥିବେ ସେମାନେ ପ୍ରକୃତ ବନ୍ଧୁ ହୋଇଥାନ୍ତି।ସମାଜରେ ମଧ୍ୟ ନିଜର ଅଲଗା ପରିଚୟ ସୃଷ୍ଟି କରିଥାନ୍ତି କାରଣ ଏମାନଙ୍କର ସ୍ଵଭାବ ବହୁତ ସଠିକ ଥାଏ।ଏମାନେ ସତ୍ୟର ସବୁବେଳେ ସମର୍ଥନ କରିଥାନ୍ତି।ଏମାନଙ୍କର ସାହାର୍ଯ୍ୟ କରିବାର ଭାବନା ସବୁବେଳେ ରହିଥାଏ।ଏମାନେ ବିଶ୍ୱାସଘାତକତା ଜମାରୁ ବି ସହି ପାରନ୍ତିନାହିଁ।ତାପରେ ଏମାନେ ବହୁତ କଠୋର ଓ କ୍ରୋଧ ଭାବ ଦେଖାଇଥାନ୍ତି।ଏମାନେ ଏପରି କିଛି ନିଷ୍ପତ୍ତି ନେବାକୁ ଆଦୌ ଡେରି କରିବେ ନାହିଁ ଯାହା ପାଇଁ ଏମାନଙ୍କୁ କେତେ ବି କଷ୍ଟ ଦେଇଥାଉ ନା କାହିଁକି।

ଏମାନେ ବହୁତ ନ୍ୟାୟପ୍ରିୟ ସ୍ଵଭାବର ଅଟନ୍ତି କାହା ଉପରେ ମଧ୍ୟ ଅନ୍ୟାୟ ହେବାର ଏମାନେ ସହି ପାରିବେ ନାହିଁ।ସେଥିପାଇଁ ଯଦି ନିଜ ଲୋକଙ୍କ ସହ ଲଢ଼ିବାକୁ ପଡିବ ତେବେ ଏମାନେ ତାହା ମଧ୍ୟ କରିଦେବେ।ଭଲ ପାଇବାରେ ଆପଣ ଯଦି ଏମାନଙ୍କୁ ତାଙ୍କ ଜୀବନ ମଧ୍ୟ ମାଗିବେ ତେବେ ଏମାନେ ମନା କରିବେନାହିଁ।କିନ୍ତୁ ଯଦି ଆପଣ ଏମାନଙ୍କ ସହ ରାଗରେ କିଛି ବ୍ୟବହାର କରିବେ କିମ୍ବା ଆଦେଶ ଦେବେ ତେବେ ଏମାନେ ତାହା କରନ୍ତି ନାହିଁ କି ଏପରି ବ୍ୟକ୍ତିଙ୍କ ସମ୍ପର୍କରେ ମଧ୍ୟ ରୁହନ୍ତି ନାହିଁ।ପ୍ରେମଜୀବନରେ ସଫଳ ହେବା ଏମାନଙ୍କ ଭାଗ୍ୟରେ ବହୁତ କମ ଅଟେ।ବିବାହ ପରେ ଏମାନେ ବହୁତ ସମର୍ପିତ ହୋଇଯାନ୍ତି।ନିଜ ଜୀବନସାଥୀର ସମସ୍ତ ଇଚ୍ଛାକୁ ପୁରା କରିବା ପାଇଁ ଚେଷ୍ଟା କରିଥାନ୍ତି।ଏମାନେ ନିଜ ସମ୍ପର୍କ ପାଇଁ ବହୁତ ଆବେଗପ୍ରବଣ ରହିବେ।ଏମାନଙ୍କ ବୈବାହିକ ଜୀବନ ଅଧିକ ସଫଳ ରହିନଥାଏ।କାରଣ ଏମାନେ ନିଜ ଜୀବନସାଥୀଙ୍କ ପାଖରୁ କିଛି ଅଧିକ ଆଶା କରି ଦେଇଥାନ୍ତି।

ଏମାନଙ୍କ ରହସ୍ୟ ଏହା ଅଟେ କି ସମସ୍ୟା ଏମାନଙ୍କ ଜୀବନରେ ସ୍ଥିର ନଥାଏ।କିନ୍ତୁ ମୁହଁରେ ଏମାନେ ବହୁତ ଶାନ୍ତ ଥାନ୍ତି ଅର୍ଥାତ ନିଜ କଥା କାହାରି ସହ ବାଣ୍ଟନ୍ତି ନାହିଁ।କାରଣ ଅନ୍ୟର ଖୁସି ଏମାନଙ୍କ ପାଇଁ ବହୁତ ମହତ୍ୱପୂର୍ଣ୍ଣ ଅଟେ।କିନ୍ତୁ ନିଜ ଲୋକମାନଙ୍କର କିଛି କଟୁ କଥା ଏମାନେ ସହି ପାରନ୍ତିନାହିଁ।କାରଣ ଏମାନଙ୍କୁ ଏହା ଅନୁଭବ ହୁଏ କି ଯେଉଁମାନଙ୍କୁ ଏମାନେ ଭଲ ପାଇଥାନ୍ତି ସେମାନେ ତାଙ୍କୁ ଭଲ ପାଆନ୍ତିନାହିଁ କି ସମ୍ମାନ ଦିଅନ୍ତି ନାହିଁ।ଏହି ଅକ୍ଷରରେ ନାମଥିବା ଶିଶୁମାନେ ମଧ୍ୟ ବହୁତ ସଂସ୍କାରୀ ହୋଇଥାନ୍ତି।ଏମାନେ କଳାତ୍ମକ ହୋଇଥାନ୍ତି।ମାତା ପିତାଙ୍କ ସବୁ ଆଦେଶର ପାଳନ କରିଥାନ୍ତି।ତ୍ୟାଗ କରିବାର ସମୟ ଆସିଲେ ନିଶ୍ଚିତ ଭାବରେ ଏମାନେ ସମସ୍ତଙ୍କ ଠାରୁ ଆଗରେ ରହିବେ।ନିଜ ପରିବାର ଉପରେ କିଛି ବିପଦ ଆସିବାକୁ ଦିଅନ୍ତିନାହିଁ।ନିଜର ଓ ନିଜ ପରିବାରର ସ୍ୱାଧୀନତା ଏମାନଙ୍କର ସବୁଠାରୁ ପ୍ରିୟ ଜିନିଷ ଅଟେ।ଏମାନେ କାହାପାଇଁ କେବେ କଣ କରିଥିଲେ ତାହାର ପ୍ରଘଟ କରନ୍ତିନାହିଁ।ନିଜର ଦୁର୍ବଳତା କାହା ସହ ବାଣ୍ଟିବେନାହିଁ।

ଏମାନଙ୍କ ସ୍ଵଭାବ ସମ୍ପୂର୍ଣ୍ଣ ଭାବେ ଏକ ଦର୍ପଣ ଭଳି ଅଟେ ଅର୍ଥାତ ଯିଏ ଯେପରି କରିବ ସେ ସେହିପରି ଫଳ ପାଇବ।ନିଜର ଅପମାନ କେବେବି ସହି ପାରିବେନାହିଁ।ନିଜ ଶତ୍ରୁକୁ କେବେବି କ୍ଷମା କରିପାରନ୍ତି ନାହିଁ।ଏବଂ ପ୍ରତିଶୋଧ ନେବାର ଭାବନା ନିଜ ଶତ୍ରୁ ମାନଙ୍କପ୍ରତି ଏମାନଙ୍କ ମଧ୍ୟରେ ସବୁବେଳେ ରହିଥାଏ।

Leave a Reply

Your email address will not be published. Required fields are marked *