March 22, 2025

Odia Express

Here, There and Everywhere

ପେଟ ସମସ୍ୟା ଦୂର କରିବାରେ ତ୍ରିଫଳାର ଭୂମିକା – ଏହାକୁ ବ୍ୟବହାର କଲେ ଆପଣଙ୍କ ପେଟ ପୁରା ସଫା ହେଇଯିବ..

1 min read

ସେହିପରି ତ୍ରିଫଳର ଉପକାରୀତା ଆମ ଶରୀର ପାଇଁ ବହୁତ ବେଶୀ ହୋଇଥାଏ।ହରିଡା, ବାହାଡା ଓ ଅଁଳାକୁ ତ୍ରିଫଳ କୁହାଯାଏ।ଏହା ଔଷଧୀୟ ଗୁଣର ଗନ୍ତାଘର ଅଟେ।ଏହା ଆମ ଶରୀରର ବାତ, ପିତ୍ତ ଓ କଫ ସମସ୍ୟାକୁ ଦୂର କରିବା ସହିତ ଆମର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ ହୋଇଥାଏ।ଦୁନିଆରେ ବିଭିନ୍ନ ପ୍ରକାର ଔଷଧ କିମ୍ବା ଜିନିଷ ମିଳୁଛି।ଯାହାକି ବାତ କିମ୍ବା କଫ କିମ୍ବା ପିତ୍ତ ଦୂର କରିବାରେ ସାହାଯ୍ୟ କରିଥାଏ।କିନ୍ତୁ ତ୍ରିଫଳ ଏକ ଏପରି ଜିନିଷ ଅଟେ।ଯାହା ପାଖରେ ଏହି ତିନୋଟି ଜିନିଷକୁ ନାଶ କରିବାର ଭରପୁର କ୍ଷମତା ଅଛି।ଏହାକୁ ବ୍ୟବହାର କରିବାର କୌଶଳ ମଧ୍ୟ ଅଛି।ଲୋକମାନେ ଅଛନ୍ତି ଯେଉଁମାନେ ତ୍ରିଫଳ ବ୍ୟବହାର କରନ୍ତି।କିନ୍ତୁ କାହାକୁ କେତେ ପରିମାଣରେ ବ୍ୟବହାର କରିବେ ତାହା ଜାଣିପାରନ୍ତି ନାହିଁ ଓ ଭୁଲ କରିଥାନ୍ତି।

ତ୍ରିଫଳ ନେବାର ତରିକା ଟିକିଏ ଭିନ୍ନ ଅଟେ।ଏହାର ସଠିକ ଅନୁପାତ ସମସ୍ତେ ଜାଣିପାରନ୍ତି ନାହିଁ।ତେଣୁ ଏହାର ସଠିକ ତରିକା ହେଉଛି ଏହାକୁ ୧:୨:୩ ଅନୁସାରେ ନେବା।ଅର୍ଥାତ ହରିଡା ୧୦୦ଗ୍ରାମ, ବାହାଡା ୨୦୦ଗ୍ରାମ, ଅଁଳା ୩୦୦ଗ୍ରାମ ନେବା।ଏହାହିଁ ଏହାର ସଠିକ ଅନୁପାତ ଅଟେ।ଏହାକୁ ସକାଳେ ଓ ରାତିରେ ନେବା ସ୍ୱାସ୍ଥ୍ୟ ପାଇଁ ବହୁତ ଫଳପ୍ରଦ ଓ ଉପକାରୀ ଅଟେ।ଏହାକୁ ସକାଳେ ଗୁଡ଼ ସହିତ ନେବା ଓ ରାତିରେ କ୍ଷୀର କିମ୍ବା ଗରମ ପାଣି ସହିତ ନେବା।ଏପରି କରିବା ଦ୍ୱାରା ଏହା ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ।ଓ ବାତ, ପିତ୍ତ ଓ କଫ ସମସ୍ୟାରୁ ମୁକ୍ତି ଦେଇଥାଏ।

ଆମେ ରାତିରେ ଯେଉଁ ତ୍ରିଫଳ ଗ୍ରହଣ କରିବା ତାହା ଆମ ଶରୀର ପାଇଁ ରେଚକ ଅଟେ।କାରଣ ଏହା ଆମ ପେଟକୁ ସଫା ରଖିଥାଏ ଓ ଆମ ରେଚନ ତନ୍ତ୍ରକୁ ସଫା ରଖେ ଓ ନିୟନ୍ତ୍ରଣ କରେ।ଆମେ ସକାଳେ ଯେଉଁ ତ୍ରିଫଳ ଗ୍ରହଣ କରୁ ତାହା ଆମ ଶରୀର ପାଇଁ ପୋଷକ ଅଟେ।ଏହା ଆମ ଶରୀରର ସମସ୍ତ ଭିଟାମିନ ଚାହିଦା ଯଥା ଭିଟାମିନ A C D K ଇତ୍ୟାଦିର ଭରଣରେ ସହାୟକ ହୋଇଥାଏ।ଓ ଆମ ଶରୀରକୁ ସୁକ୍ଷ୍ମ ପୋଷକ ଯୋଗାଇଥାଏ।

ତେଣୁ ଆମେ ଜାଣିଲେ ତ୍ରିଫଳର ଉପକାରିତା।ଏହା ଶରୀରର ବହୁତ ଉପକାର ସାଧନ କରିଥାଏ।ଏହାକୁ ସଠିକ ଅନୁପାତରେ ଖାଇବା ଦ୍ଵାରା ଏହା ଶରୀର ପାଇଁ ଅମୃତ ତଥା ଅଦ୍ଭୁତ ହୋଇଥାଏ।ତେଣୁ ଆପଣ ମାନେ ମଧ୍ୟ ଏହାକୁ ଆପଣେଇଲେ ଏହା ଆପଣଙ୍କ ହିତ ସାଧନ କରିଥାଏ।ତେଣୁ ଆମେ ଆଶା କରୁଛୁ ଏହା ଆପଣଙ୍କ ପାଇଁ ବହୁତ ଉପକାରୀ ହେବ ଓ ଆପଣଙ୍କୁ ବହୁତ ସାହାଯ୍ୟ କରିବା ସହିତ ଆପଣଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେବ।

Leave a Reply

Your email address will not be published. Required fields are marked *