June 23, 2025

Odia Express

Here, There and Everywhere

ସ୍ୱପ୍ନରେ ଭଗବାନଙ୍କ ଦର୍ଶନ ହେଲେ କଣ ହୁଏ – ଜାଣନ୍ତୁ ରାହସ୍ୟଭରା କଥା..

ସ୍ୱପ୍ନରେ ଶ୍ରୀକୃଷ୍ଣଙ୍କ ଦର୍ଶନ।କୁହାଯାଏ ଯେ ଆମେ ସ୍ୱପ୍ନ ମାଧ୍ୟମରେ ଆମ ମନରେ ଲୁଚିଥିବା ଛାଇକୁ ଦେଖିଥାଉ।ଆମେ କୌଣସି ବି ପ୍ରକାର ସ୍ବପ୍ନ ଦେଖିଥାଉ।ଏହା ଆମ ହାତରେ ନଥାଏ।କେବେ କେବେ ଆମ ସ୍ୱପ୍ନ ନିରର୍ଥକ ହେଇଥାଏ ଆଉ କେବେ ଈଶ୍ୱରଙ୍କ ସନ୍ଦେଶ ଲୁଚିକରି ରହିଥାଏ।ଆମର ପ୍ରାଚୀନ ଗ୍ରନ୍ଥ ମାନଙ୍କରେ ସ୍ୱପ୍ନ ବାବଦରେ ଆଲୋଚନା କରାଯାଇଛି ଆଉ ଅଲଗା ଅଲଗା ସ୍ୱପ୍ନ ର ଅଲଗା ଅଲଗା ଅର୍ଥ ମଧ୍ୟ ରହିଛି।

ରୁଗବେଦ ତଥା ଅଥର୍ବବେଦ ରେ ଆମେ ଯେଉଁ ସ୍ୱପ୍ନ ଦେଖୁଛନ୍ତି ଓ ଏହାର ପ୍ରଭାବ ଆମ ଜୀବନ ଉପରେ କଣ ପଡୁଛି ଏହାର ପୁରା ଅଧ୍ୟାୟ ଲେଖାଯାଇଛି।ସ୍ୱପ୍ନ କୁ ଗୋଟେ ପଟରେ ଭ୍ରମ ବା ମାୟା ମାନାଯାଇଥାଏ ଆଉ ଆର ପଟରେ ଏହାକୁ ଈଶ୍ୱରଙ୍କ ପୂର୍ବସୂଚନା ମାନିଥାଉ ଯାହା ଭାବିଷ୍ୟରେ ଘଟିବ ବୋଲି ଭାବିଥାଉ।

ଆମେ ଅନେକସମୟରେ ସଙ୍କଟ ସମୟରେ ଈଶ୍ୱର ଙ୍କୁ ମାନେପକେଇଥାଉ ଆଉ ମନ୍ଦିର ମନ୍ଦିର ବୁଲିଥାଉ।ମନ୍ଦିର ରେ ତ ଈଶ୍ୱର ଙ୍କ ଦର୍ଶନ ହେଇଯାଇଥାଏ କିନ୍ତୁ ମଣିଷ ଏହା ସବୁବେଳେ ଆଶା କରିଥାଏ ଯେ ସାକ୍ଷାତ ଦର୍ଶନ ପାଇବା ପାଇଁ ଯାହାକି ବହୁତ କଷ୍ଟ ହେଇଥାଏ।

ଆମ ସ୍ୱପ୍ନରେ ଅଧିକାଂଶ ସମୟରେ ଘର, ବାଡ଼ି, ଗଛ ଲତା, ପକ୍ଷୀ,ବୁଢ଼ା ବୁଢ଼ୀ ଆଉ ମନ୍ଦିର ର ଦର୍ଶନ ମଧ୍ୟ ହେଇଯାଇଥାଏ।କିନ୍ତୁ ମନ୍ଦିର ବିରାଜମାନ ଈଶ୍ୱର ଙ୍କ ଦର୍ଶନ ହେଇପାରିନଥାଏ।ସ୍ୱପ୍ନରେ ଆମେ ମନ୍ଦିର ଦେଖିଥାଉ ଆଉ ଏହା ସହିତ ଜଡିତ କିଛି ବସ୍ତୁ ମଧ୍ୟ ଦେଖିଥାଉ।ମନ୍ଦିରରେ କେତେ ପ୍ରକାର ଲୋକଙ୍କୁ ଦେଖିଥାଉ।ଆଉ ମଧ୍ୟ ମନ୍ଦିର ର ପୂଜା ପାଠ ମନ୍ତ୍ର ଉଚାର ଓ ଆରତୀ ଦେଖାଯାଇଥାଏ।କିନ୍ତୁ ଆମକୁ ଈଶ୍ୱର ଦେଖାଯାଇନଥାନ୍ତି।କାରଣ ଈଶ୍ୱରଙ୍କୁ ଦେଖିପାରିବା ଏତେ ବି ସହଜ ହେଇନଥାଏ।

ସତ୍ୟ ଶ୍ରଦ୍ଧା, ଭକ୍ତି ରେ ଈଶ୍ୱର ପ୍ରସନ ତ ହେଇଯାଇଥାନ୍ତି କିନ୍ତୁ ଦର୍ଶନ ଦେଇନଥାନ୍ତି।ଯଦି ବି ଦର୍ଶନ ଦେଉଛନ୍ତି ଏହା ନିଶ୍ଚିତ ଆମ ପାପ ର ନିବାରଣ ହେଇଥାଏ।ଭଗବାନ ଙ୍କ ଦର୍ଶନ ପାଇଁ ପୁରାଣ କାଳ ରୁ ବହୁତ ପ୍ରକାର ତପସ୍ୟା ଆଉ ଜପ କରାଯାଇଥାଏ।ମହାଭାରତ, ରାମାୟଣ, ପ୍ରାଚୀନ ଗ୍ରନ୍ଥ ମାନଙ୍କରେ ଏହାର ଉଲେଖ ମିଳିଥାଏ।ଯାହାକୁ ସାକ୍ଷାତ ଭଗବାନ ଙ୍କ ଦର୍ଶନ ହେଇଚି ତାଙ୍କର ତପସ୍ୟା କୌଣସି ସାମାନ୍ୟ ତପସ୍ୟା ହେଇନଥାଏ ଯେ ଏହାକୁ କୌଣସି ସାମାନ୍ୟ ବ୍ୟକ୍ତି ମଧ୍ୟ କରିଦେବ।ଏହା ବର୍ଷ ବର୍ଷ ଧରି କଠୋର ତମ ତପସ୍ୟା ହେଇଥାଏ।କୌଣସି ବିଶେଷ ଶକ୍ତି ଓ ଅଦ୍ଭୁତ ବ୍ୟକ୍ତି ହିଁ ଏହି ତପସ୍ୟା କୁ କରିପାରୁଥିଲେ।

ଆଜିକାଲି କଳି ଯୁଗରେ ମଣିଷ ସାଧାରଣ ପ୍ରୟାସ ଦ୍ୱାରା ମଧ୍ୟ ଈଶ୍ୱରଙ୍କ ଦର୍ଶନ କରିପାରିବ।ଈଶ୍ୱର ଆମ ସ୍ୱପ୍ନ ରେ ଆସନ୍ତୁ ଆଉ ଆମକୁ ସାକ୍ଷାତ ଦର୍ଶନ ଦିଅନ୍ତୁ ଏହା ଆମର ପରମ ଇଛା ହେଇଥାଏ।କିନ୍ତୁ ଏହା କେବଳ ପୁଣ୍ୟବାନ ଲୋକ ଦ୍ୱାରା ସମ୍ଭବ ହେଇଥାଏ।ଏହା ହେବା ଏତେ ବି ସହଜ ହେଇନଥାଏ।ଏହି କଳିଯୁଗରେ ଈଶ୍ୱର ଙ୍କ ଦର୍ଶନ ସମ୍ଭବ ହେଇଥାଏ।ଯଦି ନିତ୍ୟଦିନ ବ୍ରହ୍ମ ମୁହୂର୍ତ ରୁ ଉଠି ଧ୍ୟାନ କଲେ, ଈଶ୍ୱରଙ୍କ ଚେହେରା କଳ୍ପନା କଲେ ଆଉ ସଦା ପ୍ରୟତ୍ନଶୀଳ ରହିଲେ ଈଶ୍ୱର ଙ୍କ ଦର୍ଶନ ହେଇଥାଏ।

ସ୍ୱପ୍ନରେ ଯଦି କୂଳଦେବୀ କିମ୍ବା କୂଳଦେବତା ଙ୍କ ଦର୍ଶନ ହେଇଯାଏ ଏହା ଆମ ପାଇଁ ବଡ ସୌଭାଗ୍ୟ ର କଥା ହେଇଥାଏ।ଏହା ଦ୍ୱାରା ବ୍ୟକ୍ତି ଜୀବନରେ ସୁଖ ସମୃଦ୍ଧି ଆଉ ଐଶ୍ୱର୍ଯ୍ୟ ର ପ୍ରାପ୍ତି ହେଇଥାଏ।ଧ୍ୟାନ ରଖିବେ ଭଗବାନ ଆମର ସବୁବେଳେ ପରୀକ୍ଷା ନେଇଥାନ୍ତି।

Leave a Reply

Your email address will not be published. Required fields are marked *