March 22, 2025

Odia Express

Here, There and Everywhere

ଶ୍ରୀକୃଷ୍ଣ କହିଛନ୍ତି ଯେ ଏହି ଦିଗରେ ବସି ଖାଦ୍ୟ ଖାଇବା ଦ୍ୱାରା ଦାରିଦ୍ର୍ୟ ଆସିଥାଏ – ସବୁବେଳେ ଖାଇବା ଆଗରୁ ଏହି ମନ୍ତ୍ର ଜପ କରନ୍ତୁ..

1 min read

ଭଗବାନ ଶ୍ରୀକୃଷ୍ଣ ତାଙ୍କ ଉପଦେଶରେ ମନୁଷ୍ୟ ନିଜ ଭୋଜନ ସମୟରେ କେଉଁ କଥା ଧ୍ୟାନ ରଖିବା ଉଚିତ ସେହି ବିଷୟରେ ବହୁତ ମହତ୍ୱପୂର୍ଣ୍ଣ ଜ୍ଞାନ ଦେଇଛନ୍ତି।କେଉଁ ପ୍ରକାର ଭୋଜନ ମନୁଷ୍ୟ ଜୀବନରେ କସ୍ତକାରକ ଓ କେଉଁ ପ୍ରକାର ଭୋଜନ କଲେ ବ୍ୟକ୍ତି ଜୀବନରେ ସୁଖ ସମୃଦ୍ଧି ଆସିଥାଏ ଏହା ସହିତ ବାସ୍ତୁ ଶାସ୍ତ୍ର ରେ କୁହାଯାଇଛି ଯେ ମନୁଷ୍ୟ କେଉଁ ଦିଗକୁ ମୁଁହ କରି ଭୋଜନ କରିବା ଉଚିତ ଓ ଭୋଜନ କରିବା ସମୟରେ ତାର ମୁଖ କେଉଁ ଦିଗରେ ହେବା ଉଚିତ।ଭୋଜନ କରିବା ସମୟରେ ମନୁଷ୍ୟକୁ କେଉଁ ମନ୍ତ୍ର ବୋଲିବା ଉଚିତ।ଆଉ ଭୋଜନ ହେବା ପଶ୍ଚାତ ତାକୁ କଣ କଣ କରିବା ଉଚିତ।ଏମିତି ବହୁତ ମହତ୍ୱପୂର୍ଣ୍ଣ କଥା ବାସ୍ତୁ ଶାସ୍ତ୍ର ରେ କୁହାଯାଇଛି।

ଯଦି ଭୋଜନ କରିବା ସମୟରେ ପରିବାର ର ସମସ୍ତ ଲୋକ ଠିକ ଦିଗ ର ଧ୍ୟାନ ରଖୁଛନ୍ତି ତାହାଲେ ଘରୁ କ୍ଳେଶ ଓ ଦରିଦ୍ରତା ନଷ୍ଟ ହେଇଯାଏ ଓ ମହାଲକ୍ଷ୍ମୀ ଙ୍କ କୃପାରୁ ଘରକୁ ସୁଖ ସମୃଦ୍ଧି ଆସିଥାଏ।ଏହା ସହ ଘରର ସମସ୍ତ ସଦସ୍ୟ ଙ୍କ ସ୍ୱାସ୍ଥ୍ୟ ମଧ୍ୟ ଠିକ ରହିଥାଏ।ସେଥିପାଇଁ ବାସ୍ତୁ ଶାସ୍ତ୍ର ରେ କୁହାଯାଇଥିବା ଏହି କଥା ଉପରେ ଆମକୁ ଧ୍ୟାନ ଅବଶ୍ୟ ଦେବାକୁ ହେବ।

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ମନୁଷ୍ୟକୁ କେବେବି ଅନ୍ୟ ର ଖାଦ୍ୟ ର ଅଂଶ ଗ୍ରହଣ କରିବା ଉଚିତ ନୁହେଁ।ଯେପରିକି ମହାଭାରତ ରେ ସୁଦାମା ନିଜ ସାଙ୍ଗର ଖାଦ୍ୟ ନିଜେ ଖାଇନେଇଥିଲା।ଯାହା କାରଣ ରୁ ତାଙ୍କୁ ଗରିବ ର ସାମ୍ନା କରିବାକୁ ପଡିଥିଲା।ସେଥିପାଇଁ ମନୁଷ୍ୟକୁ ଅନ୍ୟକୁ ଭୋକରେ ରଖି ନିଜେ ଭୋଜନର ଆନନ୍ଦ ନେବା ଉଚିତ ନୁହେଁ।ସମସ୍ତଙ୍କ ସହ ବାଣ୍ଟି ଖାଇଲେ ହିଁ ବ୍ୟକ୍ତି ପୁଣ୍ୟ କମେଇଥାଏ।ଆଉ ଏହିଥିରୁ ତାକୁ ଲକ୍ଷ୍ମୀ ଙ୍କ ପ୍ରାପ୍ତି ହେଇଥାଏ।

କେଉଁ ଦିଗରେ ବସି ଭୋଜନ କରିବା ଲାଭଦାୟକ ହେଇଥାଏ।ପୂର୍ବ ଦିଗ:- ବାସ୍ତୁ ଶାସ୍ତ୍ର ଅନୁସାରେ ବ୍ୟକ୍ତି ପୂର୍ବ ଦିଗକୁ ମୁଁହ କରି ଖାଇଲେ ବ୍ୟକ୍ତି ରୋଗରୁ ଓ ମାନସିକ ଚିନ୍ତା ରୁ ମୁକ୍ତ ହେଇଥାଏ।ରୋଗୀ ଓ ବୁଢା ଲୋକଙ୍କୁ ପୂର୍ବ ଦିଗକୁ ମୁଖ କରି ଭୋଜନ କରିବା ଉଚିତ।ଏହାଦ୍ୱାରା ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ହେଇଥାଏ।କାରଣ ପୂର୍ବ ଦିଗ ସୂର୍ଯ୍ୟ ଉଦୟର ଦିଗ ହେଇଥାଏ ଏହାଦ୍ୱାରା ବ୍ୟକ୍ତି ର ଅନ୍ଧକାର ଜୀବନ ପ୍ରକାଶ ଆଡକୁ ଯାଇଥାଏ।

ଉତ୍ତର ଦିଗ:- ଯଦି କେଉଁ ବ୍ୟକ୍ତି ବ୍ୟବସାୟରେ ଉନତି ଚାଂହୁଛି କିମ୍ବା ଚାକିରୀ ଖୋଜୁଛି ତାକୁ ଉତ୍ତର ଦିଗକୁ ମୁହଁ କରି ଖାଇବା ଉଚିତ।ଉତ୍ତର ଦିଗ ମା ସରସ୍ଵତୀ ଙ୍କ ଦିଗ ଅଟେ।ଏହାଦ୍ୱାରା ସେହି ବ୍ୟକ୍ତି କୁ ସଫଳତା ପ୍ରାପ୍ତ ହେଇଥାଏ।

ଦକ୍ଷିଣ ଦିଗ:- ଧ୍ୟାନ ରଖିବେ ଦକ୍ଷିଣ ଦିଗକୁ ମୁଖ କରି ଭୋଜନ କରିବେ ନାହିଁ।ଏହି ଦିଗ ଯମ ର ଦିଗ।ଏହାଦ୍ୱାରା ପିତୃପୁରୁଷ ନାରାଜ ହେଇଥାନ୍ତି।

ବାସ୍ତୁ ଶାସ୍ତ୍ର ଅନୁସାରେ ଭଙ୍ଗା ଥାଳି ରେ ଭୋଜନ କରିବା ଅଶୁଭ ମାନିଥାଉ।ଭୋଜନ ସବୁବେଳେ ସଫା ଥାଳିରେ ହି କରିବା ଉଚିତ।ଅସନା ଥାଳି ରେ ଖାଦ୍ୟ ଖାଇଲେ ବ୍ୟକ୍ତି ଜୀବନରେ ଦୁଃଖ ଦାରିଦ୍ର୍ୟ ଆସିଥାଏ।ଏକାଦଶୀ ଦିନ ଆମିଷ ଭୋଜନ କରନ୍ତୁ ନାହିଁ।ଏକାଦଶୀ ଦିନ ଆମିଷ ଭୋଜନ କଲେ ଲକ୍ଷ୍ମୀ ତାଙ୍କୁ ଛାଡିକି ପଳାନ୍ତି।ଘରେ କ୍ଳେଶ ଓ ଦରିଦ୍ରତା ବାସ କରିଥାଏ।ଭୋଜନର ଅପବ୍ୟୟ କରିବା ଶାସ୍ତ୍ରରେ ଅନର୍ଥ ମାନଯାଇଥାଏ।ସେଥିପାଇଁ ଥାଳିରେ ଯେତିକି ଆବଶ୍ୟକ ସେତିକି ହିଁ ଭୋଜନ ନିଅନ୍ତୁ।

ଯଦି କୌଣସି ବ୍ୟକ୍ତି ସାଥିରେ ଭୋଜନ କରୁଛି ତା ଭୋଜନ ନସରିବା ଯାଏ ଉଠିକି ଯିବା ଉଚିତ ନୁହେଁ।ଏହାଦ୍ୱାରା ପିତୃ ଦୁଖୀ ହେଇଥାନ୍ତି ଓ ପିତୃ ଦୋଷ ଲଗିଥାଏ।

ଭୋଜନ ପରେ ଥାଳିରେ ହାତ ଧୋଇବା ଅନୁଚିତ ମାନିଥାଉ।ଥାଳିରେ ହାତ ଧୋଇଲେ ଅନ୍ନ ର ଅପମାନ ହେଇଥାଏ ଓ ଏହା ନୀଚ ମଣିଷର ଲକ୍ଷଣ ମାନଯାଇଥାଏ।ଅର୍ଥାତ ରାକ୍ଷସ ପ୍ରକୃତି ଅଟେ।

ଭୋଜନ କରିବା ପୂର୍ବରୁ ଏହି ମନ୍ତ୍ର ର ଜପ କରନ୍ତୁ,”ଓଁ ସହ ନା ଭବତୁ,ସହ ନୋ ଭୁନକ୍ତୁ,ସହ ବିର୍ୟମ କାର୍ବାବହେ। ତେଜସ୍ୱିନା ବଧିତମସ୍ତୁ, ମା ବିଦବୁସବହେ। ଓଁ ଶାନ୍ତି।ଶାନ୍ତି।ଶାନ୍ତି।।ଏହି ମନ୍ତ୍ର ର ଜପରେ ସବୁ ଦେବତା ସନ୍ତୁଷ୍ଟ ହେଇଥାନ୍ତି।ସେମାନଙ୍କ ଆଜ୍ଞା ନେଇକରି ହିଁ ମନୁଷ୍ୟକୁ ଭୋଜନ କରିବା ଉଚିତ।ଏହାଦ୍ୱାରା ଦେବୀ, ଦେବତା ଙ୍କ କୃପା ତାଙ୍କ ଉପରେ ରହିଥାଏ।ଭୋଜନ ଆରମ୍ଭ କରିବା ପୂର୍ବରୁ ଥରେ ଅନ୍ନ କୁ ନମସ୍କାର କରିବା ଉଚିତ।ଈଶ୍ୱରଙ୍କୁ ଧନ୍ୟବାଦ କରନ୍ତୁ।ସବୁଠୁ ମହତ୍ୱପୂର୍ଣ କଥା ବ୍ୟକ୍ତି କୁ ବିଛଣା ଉପରେ ବସି ଭୋଜନ କେବେବି କରିବା ଉଚିତ ନୁହେଁ।ଏହାକଲେ ବ୍ୟକ୍ତି ବହୁତ ପ୍ରକାର ରୋଗରେ ଗ୍ରାସିତ ହେଇଥାଏ।

Leave a Reply

Your email address will not be published. Required fields are marked *