February 7, 2025

Odia Express

Here, There and Everywhere

ସହିଦ ସ୍ୱାମୀଙ୍କୁ ଅନ୍ତିମ ବିଦାୟ ଦେବାପାଇଁ ସ୍ୱାମୀଙ୍କ ବର୍ଦୀ ପିନ୍ଧିକରି ଆସିଲେ ସ୍ତ୍ରୀ , ସ୍ୟାଲୁଟ୍ କରି କହିଲେ – ସବୁ ଜନ୍ମରେ ମୋ ସାଙ୍ଗରେ ରହିବ..

1 min read

ଜୋରହାଟରେ ମେନଚୁକା ଯାଉଥିବା ମାଲବାହକ ବିମାନ ଏଏନ୍ -୩୨ ଅରୁଣାଚଳ ପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ ହେବାରୁ ଶହୀଦ ହୋଇଥିବା ଫ୍ଲାଇଟ୍ ଲେଫ୍ଟିନାଣ୍ଟ ଆଶିଷ ତଂବରଙ୍କ ପାର୍ଥବ ଶରୀର ଯେପରି ପଲବଲ ପହଞ୍ଚିଲା , ହଜାର ସଂଖ୍ୟକ ଲୋକେ ତାଙ୍କର ଅନ୍ତିମ ଦର୍ଶନ କରିବାପାଇଁ ଭିଡ ହୋଇଯାଇଥିଲା,  ପଲବଲ ସୀମାରେ ସହିଦ ଆଶିଷଙ୍କ ପାର୍ଥିବ ଶରୀରକୁ ନେଇକରି ଏୟାରଫୋର୍ସ ଜବାନ ପ୍ରବେଶ କରିଲେ , ସଡକରେ ସମସ୍ତେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ କରିଥିଲେ,  ସହିଦ ଆଶିଷ ତଂବର ଅମର ରହେ , ଓ ବନ୍ଦେ ମାତାରମ୍ ନାରା ଶୁଭୁଥିଲା ।

 

ଆଗ ପଛ ଗାଡି ସହ ଲୋକଙ୍କ ଭିଡରେ ପାର୍ଥିବ ଶରୀରକୁ ନେଇ ହୁଡା ସେକ୍ଟର ଦୁଇ ସ୍ଥିତ ସହୀଦ ଘର ପହଞ୍ଚିଲା , ସେମିତି ସହିଦଙ୍କ ଅନ୍ତିମ ଦର୍ଶନ ପାଇଁ ମହଜୁଦ ପରିଜନ ସଂମ୍ପର୍କିୟ ପାଈଁ ତାବୁତକୁ ତଳକୁ ଓହ୍ଲାଇଦିଆଗଲା , ଦର୍ଶନ କରିବାପରେ ସେନାର ଜବାନ ଆଶିଷଙ୍କ ପୈତୃକ ଗାଁ ଦିଘୋଟ ପହଞ୍ଚିଲେ , ସେପଟେ ଦିଘୋଟ ରାଜମାର୍ଗରେ ଲୋକେ ସହିଦଙ୍କ ଦର୍ଶନ ପାଇଁ ଅପେକ୍ଷା କରିଥିଲେ , ଯେପରି ଶହୀଦଙ୍କ ପାର୍ଥିବ  ଶରୀରକୁ ନେଇକରି ଏୟାରଫୋର୍ସ ଜବାନ ଆଗକୁ ବଢିଲେ,  ଲୋକେ ପଛେ ପଛେ ଆସିଥିଲେ ।

ଯେପରି ଗାଁରେ ପାର୍ଥିବ ଶରିର ପହଞ୍ଚିଲା ସେଠାରେ ଥିବା ଲୋକେ ବନ୍ଦେ ମାତାରମ୍ କହି ନାରା ବାଜି କରିଥିଲେ । ଗାଁରେ ଆଦର୍ଶ ବିଦ୍ୟା ନିକେତନ ସ୍କୁଲ୍ ରେ ଶହୀଦଙ୍କ ପାର୍ଥିବ ଶରୀର ତାଙ୍କ ପରିଜନ ଅନ୍ତିମ ଦର୍ଶନ କରିବାପାଇଁ ରଖାଯାଇଥିଲା , ଯେଉଁଠି ସହିଦଙ୍କ ମା ଓ ଅନ୍ୟ ପରିବାର ଲୋକେ କାନ୍ଦି କାନ୍ଦି ଅସ୍ତବ୍ୟସ୍ତ ହୋଇଯାଇଥିଲେ, ସେପଟେ ସହିଦଙ୍କ ସ୍ତ୍ରୀ ଏୟାରଫୋର୍ସ ବର୍ଦୀରେ ନିଜ ଆଖିରୁ ଲୁହକୁ ଅଟକାଉଥିଲେ, ପରିବାର ଲୋକଙ୍କୁ ଆଶ୍ୱସନା ବି ଦେଇଥିଲେ।  କିନ୍ତୁ ଯେପରି ତାବୁତରୁ ଶହୀଦଙ୍କ ପାର୍ଥିବ ଶରିର ମୁଖାଗ୍ନି ପାଇଁ ରଖା ଗଲା , ତେବେ ତାଙ୍କ ସ୍ତ୍ରୀ ଆଉ ନିଜକୁ ଅଟକାଇପାରିଲେ ନାହିଁ , ସହିଦଙ୍କ ବାଆ ରାଧେ ଲାଲ ନିଜ ବୋହୁଙ୍କୁ ଅଟକାଇଥିଲେ , ପରେ ରାଧେ ଲାଲ୍ ସହିଦଙ୍କୁ ମୁଖାଗ୍ନୀ ଦେଲେ , ଏୟାରଫୋର୍ସ ଜବାନଙ୍କ ଦ୍ୱାରା ସହିଦଙ୍କୁ ସଲାମି ଦିଆଯାଇଥିଲା , ରାଜକୀୟ ସମ୍ମାନ ସହ ତାଙ୍କର ଅନ୍ତିମ୍ ସଂସ୍କାର କରାଗଲା ।

Leave a Reply

Your email address will not be published. Required fields are marked *