ମାତ୍ର ଏକ ଛୋଟ ଉପାୟ ଦ୍ୱାରା ଆପଣ ତମ୍ବା ପିତ୍ତଳ ଵାସନ ଆଦିକୁ ସହଜରେ ସଫା କରି ପାରିବେ – ନୂଆ ପରି ହେଇଯିବ ଚକଚକ..
1 min readଆଜି ଆମେ ଏଠାରେ ଜାଣିବା ଆମେ ଘରେ ଥିବା ଭିନ୍ନ ଭିନ୍ନ ପ୍ରକାରର ଚାନ୍ଦିର ଵାସନ ଓ ପିତ୍ତଳ ଵାସନ ସବୁକୁ କିପରି ବହୁତ ଭଲ ଭାବରେ ସଫା କରି ପାରିବା।ଆପଣ ମାନେ ଜାଣିଥିବେ ଦୀପାବଳି ଆସୁଛି ଆଉ ଘରକୁ ଠାକୁର ମାନଙ୍କର ଆଗମନ ହୋଇଥାଏ ସେଥିପାଇଁ ଆମେ ସଫାସୁତରା ରହିବା ସହିତ ଆମ ଘରକୁ ମଧ୍ୟ ସଫା ସୁତରା ରଖିବା ଉଚିତ।ଆପଣ ଜାଣିଥିବେ ପିତ୍ତଳ ଵାସନ ଗୁଡିକ ସଫା କରିବା ବହୁତ କଷ୍ଟକର ହୋଇଥାଏ।ଆଉ ପ୍ରାୟ ସମୟରେ ଆପଣ ଦେଖିଥିବେ ପିତ୍ତଳ ବାସନ ବହୁତ ସହଜରେ କଳା ପଡ଼ିଯାଇ ଥାଏ। ଆଉ ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ଘରୋଇ ଉପାୟ ନେଇ ଆସିଛୁ ଯାହାଦ୍ୱାରା ଆପଣ ମାନେ ଏ ଵାସନ କୁସନ ଆଦି ଜିନିଷକୁ ବହୁତ ସହଜରେ ଆପଣ ସଫା କରି ପାରିବେ।ତାହେଲେ ଚାଲନ୍ତୁ ଜାଣିବା ସେ ଉପାୟ ଗୁଡିକୁ।
ପ୍ରଥମ ଉପାୟ:- ପ୍ରଥମ ଉପାୟରେ ଆମେ ଆପଣଙ୍କୁ ପ୍ରାୟ ୩ ଟି ବାସନ ସଫା କରିବା ଶିଖେଇବୁ।ଗୋଟେ ଚାନ୍ଦିର ଆଉ ଏକ ପିତ୍ତଳର,ଅନ୍ୟଟି ତମ୍ବାର।ତାହେଲେ ଆମେ ସେ ବାସନ ସବୁକୁ ସଫା କରିବା ପାଇଁ ଆମକୁ ଗୋଟେ ଲେମ୍ବୁର ଆଵଶ୍ୟକତା ଅଛି,ଆଉ ତାକୁ ଆପଣ ମଝିରୁ କାଟି ଦୁଇଭାଗ କରିନେବେ।ତାପରେ ଆମକୁ ଦୁଇ ଚାମୁଚ ବେକିଙ୍ଗ ସୋଢ଼ା ନେବାର ଅଛି।ଲେମ୍ବୁ ମିଠା ସୋଢ଼ା ସହିତ ପ୍ରତିକ୍ରିୟା କରି ବହୁତ ଭଲ କାମ କରିଥାଏ।
ତାପରେ ଆମକୁ ଲେମ୍ବୁକୁ ସେ ପିତ୍ତଳ ବାସନର ଚାରି ପାଖରେ ବହୁତ ଭଲ ଭାବରେ ଲଗେଇ ନେବେ।ଏହି ଲେମ୍ବୁ ଓ ବେକିଙ୍ଗ ସୋଢ଼ା ବହୁତ ଧୀରେ କାମ କରିଥାଏ।ଆଉ ଏହା ପ୍ରାୟ ୨-୩ ମିନିଟ ଭଲ ଭାବରେ ଘସିବେ ଓ ଦେଖିବେ ଏହା ଧୀରେ ଧୀରେ ସଫା ହେବାରେ ଲାଗିବ।ଆଉ ଏହି ଭଳି ଆପଣ ଅନ୍ୟ ଵାସନ ସବୁକୁ ସଫା କରି ପାରିବେ।ଆଉ ତାପରେ ତାକୁ ସଫା ପାଣିରେ ଧୋଇନେବେ।ଆଉ ତାପରେ ଦେଶି ଘିଅ ନେବେ ଆଉ ତାର ଚାରିପଟରେ ଲଗେଇ ନେବେ ଓ ତାପରେ ତାକୁ ପୋଛିଦେବେ।
ଦ୍ଵିତୀୟ ଉପାୟ:- ଦ୍ଵିତୀୟ ଉପାୟରେ ଆମକୁ ପିତ୍ତଳ ଵାସନ ସଫା କରିବା ପାଇଁ ଦରକାର ସାଇଟ୍ରିକ ଏସିଡ।ଆଉ ଏହି ସାଇଟ୍ରିକ ଏସିଡ ଦ୍ୱାରା ବହୁତ ସହଜରେ ଆମର ଵାସନ କୁସନ ଆଦି ସଫା ହୋଇଥାଏ।ଆଉ ତାପରେ ଆମକୁ ଦୁଇ ଚାମୁଚ ଖାଇବା ଲୁଣ ନବାର ଅଛି।ଆଉ ସେ ଲୁଣରେ ସାଇଟ୍ରିକ ଏସିଡ ପକେଇ ଦେବେ।ତାପରେ ସେଥିରେ ଅଳ୍ପ ମାତ୍ରାରେ ପାଣି ପକେଇ ନେବେ,ଆଉ ତାପରେ ଆପଣ ହାତ ସାହାଯ୍ୟରେ ଅଳ୍ପ ସେ ପେଷ୍ଟ ନେବେ ଆଉ ତାକୁ ଵାସନ ଉପରେ ଭଲ ଭାବରେ ଲଗେଇବେ ଆଉ ଆପଣ ଦେଖିବେ ବହୁତ ସହଜରେ ସେଥିରୁ ମଇଳା ବାହାରକୁ ବାହାରି ଯିବ।ଆଉ ଏହାର ଫଳ ଆପଣଙ୍କୁ ତୁରନ୍ତ ଦେଖିବାକୁ ମିଳିବ।
ତାପରେ ଆପଣ ଦେଖିଥିବେ ଯେଉଁ ତମ୍ବା ନୋଟା ଥିବ ତା ଭିତରକୁ ଆମ ହାତ ପସେ ନାହିଁ ଆଉ ବହୁତ ଲୋକ ତାକୁ ସଫା କିପରି କରିବେ ସେମାନେ ଚିନ୍ତାରେ ରହିଥାଆନ୍ତି।ତାହେଲେ ଚାଲନ୍ତୁ ଆମେ ଏହାର ଉପାୟ ବାଛିବା,ଆମକୁ ପ୍ରଥମେ ନେବର ଅଛି ଏକ ଲୋଟା ତା ଭିତରେ ସାଇଟ୍ରିକ ଏସିଡ ପକେଇବାର ଅଛି ଆଉ ତାପରେ ଆପଣ ସେ ନୋଟା ଭିରରେ ଲୁଣ ପକେଇ ନେବେ।ଏହାପରେ ଆପଣ ତାଭିତରେ ପାଣି ମିଶେଇ ନେବେ।ଆଉ ହାଲ୍କା ହାଲ୍କା ହଲେଇ ନେବେ।ଏହାପରେ ଆପଣ ତାର ପରିଣାମ ଦେଖି ଆଶ୍ଚର୍ଯ୍ୟ ହେଇଯିବେ।ତାଭିତରେ ଥିବା ସବୁ କଳା ବହୁତ ଶିଘ୍ର ବାହାରକୁ ଆସିବାରେ ଲାଗିବ।ଆଉ ଏହାପରେ ଆପଣ ତାକୁ ସଫା ପାଣିରେ ଧୋଇ ହାଲ୍କା ଘିଅ ଲଗେଇ ନେବେ ଦେଖିବେ ଵାସନ ସମ୍ପୂର୍ଣ୍ଣ ନୂଆ ଭଳି ଦେଖାଯିବ।