July 12, 2025

Odia Express

Here, There and Everywhere

ଏହି ଉପାୟ ଦ୍ଵାରା ୧୫ଦିନରେ ଥାଇରଏଡ଼ ରୋଗରୁ ମୁକ୍ତି ପାଇପାରିବେ – ନିଶ୍ଚୟ ଏହି ଉପାୟ ଅବଲମ୍ବନ କରନ୍ତୁ..

1 min read

ଥାଇରଏଡ଼ ରୋଗ କଣ, ଏହା କେମିତି ହୁଏ ଏବଂ ଏହାକୁ କେମିତି ସମ୍ପୂର୍ଣ୍ଣ ଭାବେ ନାଶ କରି ପାରିବ । ଥାଇରଏଡ଼ ଏକ ଏମିତି ରୋଗ ଯାହାକି ଆମ ପୁରା ଶରୀରକୁ କ୍ଷତି ପହଞ୍ଚେଇ ଥାଏ। ଏକ ହରମୋନ ଥାଇରକ୍ସନ ଯାହାକି ପ୍ରାୟତଃ ଆମ ପୁରା ଶରୀରରେ କାମ କରିଥାଏ ଯେମିତି ଆମ ପାଚନ ପ୍ରତିକ୍ରିୟା କରିବା, ଆମ ଶରୀରର ଶକ୍ତି କୁ କଣ୍ଟ୍ରୋଲ କରିବା, ଶରୀରର ପ୍ରୋଟିନର ମାତ୍ରାର ଯତ୍ନ ନେବା ଏବଂ ତାସହ ଆମ ଶରୀରର ହୃଦୟ , ଲିଭର୍, କିଡନୀ ଭଳି କାର୍ଯ୍ୟକ୍ଷମ ଅଙ୍ଗ ଉପରେ ମଧ୍ୟ ପ୍ରଭାବ ପକେଇଥାଏ ।ଶରୀରରେ ଏମିତି କେଉଁ ଗୋଟେ ବି ଅଙ୍ଗ ନାହିଁ ଯାହା ଉପରେ ଏହାର ପ୍ରଭାବ ପଡେ ନାହିଁ ଏଥିପାଇଁ ଥାଇରଏଡ଼ ରୋଗକୁ ସାଇଲେଣ୍ଟ କିଲର ମଧ୍ୟ କୁହାଯାଏ ।

ଥାଇରଏଡ଼ କଣ- ଥାଇରଏଡ଼ ଆମ ଶରୀରରେ ଦୁଇ ପ୍ରକାର ହରମୋନ ବନେଇଥାଏ। ଯେବେ ଏହି ହରମୋନର ମାତ୍ରା ବିଗିଡି ଯାଏ ଏହା ହୁଏତ ଅଧିକ ମାତ୍ରା ବନେ ନଚେତ ପୁରା କମିଯାଏ ଯାହା ଫଳରେ କି ଏହା ଆମ ପୁରା ଶରୀରକୁ କ୍ଷତି ପହଞ୍ଚେଇଥାଏ ଏବଂ ଆମ ହ୍ୟୁମିନିଟି ସିଷ୍ଟମକୁ ଖରାପ କରିପକାଏ ଯାହା ଫଳରେ ଓଜନ ବଢିଥାଏ କିମ୍ବା ପୁରା କମିଥାଏ ଏବଂ କେଶ ଝଡିଥାଏ ଏବଂ ଶରୀରରେ କାଲସିୟମ କମ ହୋଇଥାଏ ସେଥିପାଇଁ ଆଣ୍ଠୁ ଗଣ୍ଠି ବିନ୍ଧା ହୋଇଥାଏ ଏବଂ ବହୁତ ପ୍ରକାର ଶାରୀରିକ ଲକ୍ଷଣ ଦେଖାଦେଇଥାଏ ।

ତ ଚାଲନ୍ତୁ ଜାଣିବା କେମିତି ଏହି ରୋଗରୁ ମୁକ୍ତି ପାଇବା,ମୁଁ ଆପଣଙ୍କୁ କିଛି ଉପାୟ କହିବାକୁ ଯାଉଛି। ପ୍ରଥମ ଉପାୟ ହେଲା- ପ୍ରଥମେ ଆପଣଙ୍କୁ ନେବାକୁ ହେବ କିଛି ମାତ୍ରାରେ ପେଷି ତାକୁ ଭଲ ଭାବେ ଭାଜି ଦିଅନ୍ତୁ ଏହା ଥଣ୍ଡା ହେଲା ପରେ ତାକୁ ଭଲ ଭାବେ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ , ପ୍ରତି ଦିନ ସକାଳୁ ଗୋଟେ ପାଣିରେ ସେହି ଚୂର୍ଣ୍ଣରୁ ଏକ ଚାମଚ ପକାଇ ତାକୁ ଗୋଳି ପିଇ ପାରିବେ ନଚେତ ସେହି ଚୂର୍ଣ୍ଣରୁ ଏକ ଚାମଚ ପାଟିରେ ପକାଇ ଗୋଟେ ଗ୍ଲାସ ପାଣି ମଧ୍ୟ ପିଇପାରିବେ।

ଦ୍ୱିତୀୟ ଉପାୟ ହେଲା- ଏଥିପାଇଁ ପ୍ରଥମେ ଆପଣଙ୍କୁ ନେବାକୁ ହେବ କିଛି ଧନିଆ ପତ୍ର ଯାହାକି ଥାଇରଏଡ଼ ରୋଗ ପାଇଁ ବହୁତ ଉପକାରୀ ଅଟେ। ଏହାକୁ ଭଲ ଭାବେ ଧୋଇ ଦେଇ ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ ଯେମିତି ଆମେ ଧନିଆ ଚଟଣି କରେ ସେହି ପ୍ରକାର ଏହାକୁ ଗ୍ରାଇଣ୍ଡିଙ୍ଗ କରି ପ୍ରତିଦିନ ସଖାଳୁ ଅଧା ଗ୍ଲାସ ପାଣିରେ ଗୋଳାଇ ପିଅନ୍ତୁ ।

ତୃତୀୟ ଉପାୟ- ଏହା ବହୁତ ସହଜ ଅଟେ ଆପଣ ଯେତେବେଳେ ଚାହିଁବେ ଏହାକୁ ଘରେ ତିଆରି କରି ପାରିବେ, ଏହା କରିବା ପାଇଁ ପ୍ରଥମେ ଗୋଟେ ଗ୍ଲାସ ଗରମ ପାଣି ନିଅନ୍ତୁ ସେଥିରେ ଲେମ୍ବୁକୁ ପତଳା କରି କାଟି ତିନି ଚାରି ଖଣ୍ଡ ପକାନ୍ତୁ ଏବଂ ତା ସହ ଛୋଟ ସାଇଜର ଅଦା ତିନି ଖଣ୍ଡ ପକାନ୍ତୁ ଏବଂ ଦଶ ମିନିଟ ପର୍ଯ୍ୟନ୍ତ ଚାମଚରେ ଏହାକୁ ଗୋଳାନ୍ତୁ ପାଣି ଯେତେବେଳେ ନଖ ଉଷୁମ ହୋଇଯିବ ଏହାକୁ ପିଇନ୍ତୁ ଏହା ଥାଇରଏଡ଼ ରୋଗରୁ ମୁକ୍ତି ଦେଇଥାଏ ।

Leave a Reply

Your email address will not be published. Required fields are marked *