July 12, 2025

Odia Express

Here, There and Everywhere

6 ବର୍ଷର ଶିଶୁ ନିଜର ପ୍ରତିଭା ଦ୍ଵାରା ପ୍ରତିଦିନ ଆୟ କରୁଛି 1 ଲକ୍ଷ ଟଙ୍କା, ଜାଣନ୍ତୁ ଛୋଟ ଓସ୍ତାଦଙ୍କର ବଡ କାରନାମା

କୁହନ୍ତି ଯେ “ପୁତ ର ପାଦ ପାଳଣାରେ ହିଁ ଦେଖିହୁଏ” ଏବଂ ଏହି କଥା କୁ ସତ କରି ଦେଖେଇଛି 6ବର୍ଷର ଶିଶୁ। ହଁ ଆଜ୍ଞା, ଯେଉଁ ବୟସରେ ଶିଶୁ ଖେଳିବା ନାଚିବା ଶିଖନ୍ତି ସେହି ବୟସରେ ଏହି ଛୋଟ ଛୁଆ ବଡ କାମ କରି ଦେଖେଇଦେଇଛି । ଏହି ଶିଶୁ ଛୋଟ ବୟସରୁ ଲକ୍ଷାଧିକ ଟଙ୍କା ଆୟ କରୁଛି। ବୋଧହୁଏ ଆପଣଙ୍କୁ ଆମ କଥା ଉପରେ ବିଶ୍ଵାସ ହେଉନାହିଁ ତ ଆସନ୍ତୁ ଆପଣ ସ୍ଵୟଂ ହିଁ ଜାଣିନିଅନ୍ତୁ ଏହି ଛୋଟ ଶିଶୁ ର ବଡ କାମକୁ ।

ଖାଦ୍ୟ ପ୍ରସ୍ତୁତ କରିବାର ସଉକ ଆଣିଦେଇଛି ଯଶ – କେରଳର କୋଚି ର ନିବାସୀ ନିହାଲ ରାଜ ବୟସରେ ଛୋଟ ଅଟନ୍ତି କିନ୍ତୁ ତାଙ୍କର ପ୍ରତିଭା ବଡ ଅଟେ। ତାଙ୍କ ପାଖରେ ଖାଦ୍ୟ ବନେଇବାର ପ୍ରତିଭା ରହିଛି। ସେ ନିଜର ଏହି ଟାଲେଣ୍ଟ ଦ୍ଵାରା ପ୍ରତିଦିନ ଏକ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ସେ ନା କେବଳ କୁକରି ଶୋ କରୁଛନ୍ତି ବରଂ ସୋସିଆଲ ମିଡିଆରେ ମଧ୍ୟ ବହୁତ ଟ୍ରେଣ୍ଡରେ ରହୁଛନ୍ତି। ନିହାଲଙ୍କୁ ଖାଦ୍ୟ ପ୍ରସ୍ତୁତ କରିବାର ବହୁତ ସଉକ ଥିଲା ଏବଂ ତାଙ୍କର ଏହି ସଉକ କାରଣରୁ ଆଜି ସେ ଏକ ନୂତନ ସ୍ଥାନ ହାସିଲ କରିଛନ୍ତି ।

2015ରେ ୟୁଟ୍ୟୁବ ଚାନେଲ ଲଞ୍ଚ ହେଲା – ପ୍ରକୃତରେ ଏହା ପୂର୍ବରୁ ନିହାଲଙ୍କର ମମ୍ମି ଯେବେ ରୋଷେଇରେ ଖାଦ୍ୟ ପ୍ରସ୍ତୁତ କରୁଥିଲେ ସେତେବେଳେ ସେ ମଧ୍ୟ ତାଙ୍କ ସହିତ ସେଠାରେ ଠିଆ ହୋଇ ଦେଖୁଥିଲେ। ଦିନେ ଯେବେ ସେ ନିଜର ମାଆଙ୍କ ସାହି ରୋଷେଇରେ ସହାୟତା କରୁଥିଲେ ସେହି ସମୟରେ ତାଙ୍କ ପିତା ତାହାର ଭିଡିଓ ବନାଉଥିଲେ। ପିତା ଏହି ଭିଡିଓ ବନେଇକି ନିଜର ଫେସବୁକ ଆକାଉଣ୍ଟ ରେ ସେୟାର କରିଦେଲେ। ଯାହାପରେ ନିହାଲଙ୍କର ଭିଡିଓକୁ ଅପଲୋଡ କରଜିବାରେ ଲାଗିଲା। ନିହାଲ ରାଜଙ୍କର ଜାନୁଆରୀ 2015ରେ ୟୁଟ୍ୟୁବ ଚାନେଲ ଲଞ୍ଚ ହୋଇଥିଲା ।

ଯେବେ କଥା ଲିଟିଲ ଶେଫଙ୍କର ଅଟେ ତ ଖୋଲା କଥା ଏହା ଯେ ପ୍ରତ୍ୟେକ ତାଙ୍କ ଦ୍ଵାରା ତିଆରି ବ୍ୟଞ୍ଜନର ସ୍ଵାଦ ଚାଖିବାକୁ ଚାହିଁବ । ନିଜର ବ୍ୟଞ୍ଜନକୁ ସେ ୟୁଟ୍ୟୁବରେ ସ୍ଥାନ ଦେଲେ ଯାହାଦ୍ୱାରା ସୋସିଆଲ ମିଡିଆରେ ଭାଇରାଲ କରାଗଲା। ତାଙ୍କର ବ୍ୟଞ୍ଜନର ଭିଡିଓ ତିଆରି ହୁଏ ଏବଂ ତାହାକୁ ନିଜର ୟୁଟ୍ୟୁବ ଚାନେଲରେ ଲଞ୍ଚ କରୁଥିଲେ। ତାଙ୍କର ରେସିପି ଇଣ୍ଡିଆନସ ଦ୍ଵାରା ବହୁତ ପସନ୍ଦ କରାଗଲା ।

ନିହାଲଙ୍କୁ ଆମେରିକାନ ପାପୁଲର ଶୋ ଏଲେନ ଡି ଜେନରେଶ ଶୋରେ ପୁଟ୍ଟୁ ନାମର ଏକ ରେସିପି ନିମନ୍ତେ ପୁରସ୍କାର ମଧ୍ୟ ଦିଆଗଲା । ସେ ୟୁଟ୍ୟୁବ ଚାନେଲରେ ନିଜର କୁକେରି ଶୋ ଚଲାଉଛନ୍ତି । ସେ କୁକେରି ଶୋ ରେ ଏପରି ବ୍ୟଞ୍ଜନ ପ୍ରସ୍ତୁତ କରୁଛନ୍ତି ଯାହା ବହୁତ ଅଭିନବ ହୋଇଥାଏ। ସଲଟିନ ଡିସେସ ଠାରୁ ଅଧିକ ସେ ଡେଜର୍ଟ ପ୍ରସ୍ତୁ କରିବାର ସଉକ ରଖନ୍ତି। ମିକି ମାଉସ ମ୍ୟାଙ୍ଗୋ ରେସିପି ଯୋଗୁ ତାଙ୍କୁ ଫେସବୁକରେ ବହୁତ ଲୋକପ୍ରିୟତା ମିଳିଛି ଯାହାପରେ ସେ ଲାଇଭ ଶୋ କରିବାରେ ଲାଗିଲେ। ନିହାଲ ରାଜଙ୍କର ଭିଡିଓକୁ ସେୟାର କରିବା ଫେସବୁକରେ ଏକ ସ୍ଲଟ ମଧ୍ୟ ଦିଆଗଲା। ଏହି ସ୍ଲାଟରେ ତାଙ୍କୁ 2000ଡଲାର ମାନେ 133521ଟଙ୍କା ଦିଆଗଲା ।

ଛୋଟ ଶିଶୁଙ୍କ ପ୍ରତିଭାକୁ ନେଇ କିଚାଟୟୁବ ଆଜି ଜଣାଶୁଣା ଚାନେଲ ହୋଇସାରିଛି। ଏହି ୟୁଟ୍ୟୁବ ଚାନେଲ ଯୋଗୁ ତାଙ୍କୁ ଅନେକ ଏପରି ଲୋକପ୍ରିୟ ଶେଫଙ୍କୁ ସାକ୍ଷାତ କରିବାର ସୁଯୋଗ ମିଳୁଛି। ତାଙ୍କୁ 3ଟି କୁକିଙ୍ଗ ଶୋରେ ଆସିବାକୁ ନିମନ୍ତ୍ରଣ ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ ସଂଜୀବ କପୁର, କୁଣାଲ କପୁର ସାକ୍ଷାତ କରିସାରିଛନ୍ତି ।

Leave a Reply

Your email address will not be published. Required fields are marked *