February 5, 2025

Odia Express

Here, There and Everywhere

ଏହି ଉପାୟରୁ କେବଳ ଗୋଟେ ଚୁଟିକି ସେବନ କରିବା ଦ୍ୱାରା ସକାଳୁ ପେଟ ସମ୍ପୂର୍ଣ୍ଣ ଭାବରେ ସଫା ହୋଇଯିବ..

1 min read

କୋଷ୍ଠକାଠିନ୍ୟ ଏକ ଏପରି ସ୍ଥିତି ଅଟେ ଯେଉଁଥିରେ ଆପଣଙ୍କର ପେଟ ଠିକ୍ ଭାବରେ ସଫା ହୋଇ ନଥାଏ, ମଳ ନିଷ୍କାସନ ପାଇଁ କଷ୍ଟ ହୋଇଥାଏ ଏବଂ ଅଧିକ ମଳ ପେଟ ଭିତରେ ରହିବା ଦ୍ବାରା ଏହାର ଖରାପ ପ୍ରଭାବ ପଡ଼ିଥାଏ।ଆଉ ଆମେ ଅଧିକ ବଳ ଲଗେଇଲେ ଏହା ଆମ ଅନ୍ତ ଉପରେ ବହୁତ ଖରାପ ପ୍ରଭାବ ପକେଇ ଥାଏ। ଏହା ର ପ୍ରଭାବରେ ଆଳସ୍ୟ, ଥକାପଣ, ନିଦ୍ରା ନଆସିବା, ଉଦାସ ରହିବା, ଚିନ୍ତାଗ୍ରସ୍ତ ରହିବା, ଭୋକ ନଲାଗିବା ପରି ଅନେକ ସମସ୍ୟା ଦେଖା ଦେଇଥାଏ। ଯଦି ଆପଣଙ୍କ ର ଏହି ରୋଗ ପୁରୁଣା ହୋଇଥାଏ ତେବେ ରକ୍ତଚାପ ପରି ରୋଗ ହେବାର ଆଶଙ୍କା ରହିଥାଏ।

ଯଦି ଆପଣଙ୍କ ପେଟ ଭଲ ଭାବରେ ସଫା ହୋଇଥାଏ ତେବେ କୌଣସି ରୋଗ ଆପଣଙ୍କୁ ସ୍ପର୍ଶ କରିପାରେ ନାହିଁ। ଚାଲନ୍ତୁ ଜାଣିବା ଏପରି ଏକ ଉପାୟ ଯାହାଦ୍ୱାରା ଆପଣଙ୍କର ପେଟ ସମ୍ପୂର୍ଣ୍ଣ ଭାବରେ ସଫା ହୋଇଯିବ।ଆପଣଙ୍କୁ କେବଳ ଏହା ଗରମ ପାଣିରେ ନେବାର ଅଛି। ତେବେ ଏହି ଉପାୟ ପାଇଁ ଆପଣଙ୍କୁ ଚାରିଟି ଜିନିଷ ର ଆବଶ୍ୟକତା ପଡ଼ିଥାଏ। ପ୍ରଥମେ ଜିନିଷ ହେଉଛି ଗୁଡ଼, ଦ୍ଵିତୀୟ ଜିନିଷ ହେଉଛି ଜିରା, ତୃତୀୟ ଜିନିଷ ହେଉଛି ସିନ୍ଧାଲୁଣ ଏବଂ ଚତୁର୍ଥ ଜିନିଷ ହେଉଛି ତ୍ରିଫଳା ଗୁଣ୍ଡ।

ଏବେ ଚାଲନ୍ତୁ ଜାଣିବା ଏହା କିପରି ପ୍ରସ୍ତୁତ କରାଯାଏ। ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ପାତ୍ର ରେ ଦୁଇ ଚାମଚ୍ ଜୁଆଣି ନିଅନ୍ତୁ।ଏହି ଜୁଆଣି ଏକ ବହୁତ ଭଲ ପ୍ରାକୃତିକ ଔଷଧି ଅଟେ।ତାପରେ ଆମକୁ ଦୁଇଚାମୁଚ ଜୁଆଣି ନବାର ଅଛି ଓ ସେହି ଜୁଆଣି କୁ ଧିମା ଆଞ୍ଚ ରେ କିଛି ସମୟ ଗରମ୍ କରି ଦିଅନ୍ତୁ,ଆଉ ଥଣ୍ଡା ହେଲା ପରେ ଆପଣ ଏହା ପରେ ତାକୁ ଗୁଣ୍ଡ କରିଦିଅନ୍ତୁ। ସେହି ଜୁଆଣି ଗୁଣ୍ଡ ରେ ନେଇଥିବା ତ୍ରିଫଳା ଗୁଣ୍ଡ ରୁ ତିନି ଚାମଚ୍ ମିଶାଇ ଦିଅନ୍ତୁ, ଧ୍ୟାନ ରଖିବେ ସର୍ବଦା ଭଲ ତ୍ରିଫଳା ଗୁଣ୍ଡ ବ୍ଯବହାର କରିବେ କାହିଁକି ନା ଏହି ସମସ୍ୟା ପାଇଁ ଏହାର ମଧ୍ୟ ବହୁତ ଗୁରୁତ୍ୱ ରହିଛି। ଏହା ପରେ ସ୍ଵାଦ ଅନୁସାରେ ନେଇଥିବା ସିନ୍ଧା ଲୁଣ ରୁ ଅଧା ଚାମଚ୍ ମିଶାଇ ଦିଅନ୍ତୁ। ଆପଣ ସିନ୍ଧା ଲୁଣ କିମ୍ବା କଳା ଲୁଣ ନେଇ ପାରିବେ କିନ୍ତୁ କଳା ଲୁଣ ଠାରୁ ସିନ୍ଧା ଲୁଣ ର ପ୍ରଭାବ ଅଧିକ ରହିଥାଏ।ବର୍ତ୍ତମାନ ସେହି ତିନୋଟି ଜିନିଷ କୁ ଭଲ ଭାବରେ ମିଶାନ୍ତୁ। ଏହି ପରି ଲଗାତର ଭାବରେ ୨-୩ ମିନିଟ୍ ସବୁ ଜିନିଷ ଗୁଡ଼ିକୁ ଭଲ ଭାବରେ ମିଶାଇ ଦିଅନ୍ତୁ, ଯେପରି ସବୁ ଜିନିଷ ନିଜ ନିଜ ମଧ୍ୟରେ ଭଲ ଭାବରେ ମିଶି ଯିବେ।

ଏହା ପରେ ଏକ ଗ୍ଲାସ୍ ରେ ଉଷୁମ ପାଣି ନିଅନ୍ତୁ ଏବଂ ନେଇଥିବା ଗୁଡ଼ ରୁ କିଛି ପାଣି ରେ ମିଶାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଭଲ ଭାବରେ ଗୋଳାଇ ସାରିବା ପରେ ମିଶାଇ ରଖିଥିବା ଜିରା ଗୁଣ୍ଡ, ତ୍ରିଫଳା ଗୁଣ୍ଡ ଓ ଲୁଣ ର ଚୂର୍ଣ୍ଣ କୁ ସେହି ପାଣିରେ ମିଶାଇ ଦିଅନ୍ତୁ। ଏହି ପାଣିକୁ ଆପଣ ରାତ୍ରୀରେ ଶୋଇବା ର ଅଧ ଘଣ୍ଟା ପୂର୍ବରୁ ସେବନ କରନ୍ତୁ କିମ୍ବା ମଧ୍ୟାହ୍ନ ସମୟରେ ଖାଇ ସାରିବା ପରେ କିଛି ସମୟ ଛାଡ଼ି ଏହାର ସେବନ କରନ୍ତୁ, ଦେଖିବେ ଏହାର ସେବନ କରିବା ର ପର ଦିନ ଆପଣଙ୍କୁ ଏହାର ପ୍ରଭାବ ଜଣା ପଡ଼ିଯିବ ଏବଂ ଆପଣଙ୍କ ର କୋଷ୍ଟକଠିନ୍ୟ ଜନିତ କୌଣସି ସମସ୍ୟା ରହିବ ନାହିଁ।ଆପଣ ନିଜ ଖାଦ୍ୟରେ ଭଣ୍ଡା ଓ ପିଜୁଳି ର ସେବନ ଅଧିକ କରନ୍ତୁ ଯାହା ଆପଣଙ୍କ ପେଟ ସଫା କରିବାରେ ସାହାଯ୍ୟ କରେ।

ତେବେ ଯଦି ଆପଣ ମଧ୍ୟ ଏପରି କୋଷ୍ଠକାଠିନ୍ୟ ରୋଗ ରେ ପୀଡ଼ିତ ଅଛନ୍ତି ତେବେ ଏହି ଉପାୟ ଅବଲମ୍ବନ କରି ଆପଣଙ୍କ ର ସମସ୍ୟା କୁ ବହୁତ ସହଜ ରେ ଦୂର କରି ପାରିବେ ଓ ଏହା ଜୀବନସାରା ପାଇଁ ଆଉ ସମସ୍ୟା ହୋଇ ରହିବ ନାହିଁ।

Leave a Reply

Your email address will not be published. Required fields are marked *