December 21, 2024

Odia Express

Here, There and Everywhere

କେଉଁ ବି ଔଷଧରୁ କମ୍ ନୁହେଁ ଗରମ ପାଣି, ଆପଣ ବି କରନ୍ତୁ ଏହାର ବ୍ୟବହାର, ଓ ତାପରେ ଦେଖନ୍ତୁ କମାଲ୍…

1 min read

ଏହା ତ ଆମେ ସମସ୍ତେ ଜାଣିଛେ କି ଆମର ଶରୀରରେ ୬୦-୭୦ ପ୍ରତିଶତ କେବଳ ପାଣିରେ ତିଆରି ହୋଇଛି, ଓ ପାଣି ପିଇବା ଆମ ଶରୀର ପାଇଁ ବହୁତ ଜରୁରୀ ହୋଇଥାଏ, ଗରମ ଦିନରେ ସମସ୍ତେ ଥଣ୍ତା ପାଣି ପିଇବାକୁ ଚାହଁନ୍ତି  ଯାହାକି ତୃଷ୍ଣା ମେଣ୍ଟାଇଥାଏ । ତାହା ସହ ଗରମରୁ ଆଶ୍ୱସ୍ତି ଦେଇଥାଏ , କିନ୍ତୁ କଣ ଆପଣଙ୍କୁ ମାଲୁମ୍ ଅଛି କି ଥଣ୍ତା ପାଣି ନୁହେଁ ବରଂ ଗରମ ପାଣି ଆମର ସ୍ୱାସ୍ତ୍ୟ ପାଇଁ ଭଲ ହୋଇଥାଏ । ହଁ ଆଜ୍ଞା, ଏଥିପାଇଁ ଡାକ୍ତର ବି ରୋଗ ପଡିଲେ ସିଝାପାଣୀ ପିଇବାକୁ କହିଥାନ୍ତି , କେବଳ ଡାକ୍ତର୍ ନୁହେଁ ବରଂ ଆୟୁର୍ବେଦରେ ବି ଗରମ ପାଣିରେ ଔଷଧୀୟ ଗୁଣ ଅଛି ବୋଲି କହିଛନ୍ତି  ତେବେ ଆସନ୍ତୁ ଗରମ ପାଣି ପିଇଲେ କଣ କଣ ଫାଈଦା ହୋଇଥାଏ ତାହା ଜାଣିବା ।

୧) ପାଚନ କ୍ରିୟାକୁ କରିଥାଏ ମଜବୁତ୍ – ସବୁଦିନ ନିୟମିତ ରୁପରେ ସକାଳୁ ଗରମ ପାଣି ପିଇଲେ ପାଚନ ଶକ୍ତି ଠିକ୍ ରହିଥାଏ , ଖାଇବା ବି ଭଲ ଭାବେ ହଜମ ହୋଇଥାଏ , କିଛି ଲୋକ ସବୁବେଳେ କବଜ୍ ର ଅଭିଯୋଗ ରୁହେ,  ଏମିତିରେ ସକାଳୁ ଗରମ ପାଣି ପିଇବା ଫାଈଦାଦାୟକ ହୋଇଥାଏ , ଏକ ରିସର୍ଚ୍ଚରେ କୁହାଯାଇଛି କି ଯଦି ଆମେ ଖାଦ୍ୟ ଖାଇବାପରେ ଥଣ୍ତା ପାଣି ପିଇଦିଅନ୍ତି ,ତେବେ ଆମର ଭୋଜନରେ ମହଜୁତ୍ ତେଲ ଜମା ହୋଇଯାଏ , ଓ ଏହା ଏକ ଚର୍ବୀ ରୁପରେ ଉତ୍ପନ୍ନ ହୁଏ , କିନ୍ତୁ ଭୋଜନ ପରେ ଗରମ ପାଣି ପିଇଲେ ଖାଦ୍ୟ ପଚାଇବାରେ ସାହାଯ୍ୟ କରେ, ଏଥିପାଇଁ କୁହାଯାଇଛି କି ଅଧିକା ଖାଦ୍ୟ ଯେପରି ମଇଦା ପରି ଜିନିଷର ସେବନ ଭୋଜନ ପରେ ଗରମ ପାଣି ନିଶ୍ଚିତ ପିଅନ୍ତୁ ।

୨) ବ୍ଲଡ୍ ସର୍କୁଲେସନ୍ କୁ ଠିକ୍ କରେ- ଶରୀରରେ ରକ୍ତ ସଂଚାଳନ ଠିକ୍ ହେବା ବହୁତ ଜରୁରୀ ହୋଇଥାଏ , ଏଥିପାଇଁ ଗରମ ପାଣି ପିଇବା ଫାଈଦାଦାୟକ ହୁଏ , ଗରମ ପାଣି ପିଇଲେ ବ୍ଲଡ୍ ସର୍କୁଲେସନ୍ ଠିକ୍ ରୁହେ , ଏହା ପୁରା ଶରୀରରେ ବିଷାକ୍ତ ପଦାର୍ଥକୁ ବାହାର କରିଦିଏ , ଓ ବ୍ଲଡ୍ ସର୍କୁଲେସନକୁ ସଠିକ୍ ରଖେ ।

୩) ବାଳ ପାଇଁ ଅଟେ ଫାଇଦାଦାୟକ- ଗରମ ପାଣୀ ସେବନରେ ତ୍ୱଚା ଓ ବାଳ ପାଇଁ ଫାଇଦାଦାୟକ ଅଟେ, ଏହା ବାଳକୁ ଚମକ ଆଣିବା ସହ ଏହାକୁ ଗ୍ରୋଥ୍ କରିଥାଏ , ଗରମ ପାଣି ପିଇଲା ଲୋକଙ୍କର କୋଶିକାର ଉର୍ଜା ପାଇଁ ଭଲ ସ୍ରୋତ ଅଟେ ।

୪) ଓଜନ କମ୍ କରେ – ଗରମ ପାଣି ପ୍ରୟୋଗରୁ ଓଜନ କମ୍ କରିବାରେ କାରଗର ହୁଏ , ଏହା ଶରୀରରେ ମେଟାବଲିଜିମ୍ କୁ ବଢାଇଥାଏ,  ଶରୀର ମଧ୍ୟରେ ମହଜୁଦ୍ ଚର୍ବୀଯୁକ୍ତ ମାଂସକୁ ଭାଙ୍ଗିଦେଇଥାଏ, ଗରମ ପାଣି ଓଜନ କମ କରିବାରେ ଭଲ ଉପାୟ ଅଟେ ।

୫) ତ୍ୱଚାକୁ ସତେଜ ରଖେ- ସବୁଦିନ ଗରମ ପାଣି ପିଇଲେ ତ୍ୱଚାରେ ସତେଜତା ଆସେ , ଯାହାଦ୍ୱାରା ଚେହେରାରେ ବୟସ ଦାଗ ଆସିବାର ଆଶଙ୍କା ନଥାଏ , ଓ ଚେହେରା ଆଗ ଅପେକ୍ଷା ଅଧିକା ସତେଜ ରୁହେ, ନିୟମିତ ରୁପରେ ଗରମ ପାଣି ପିଇଲେ ଡେଡ୍ ସ୍କିନ୍ ରିପେୟାର୍ ହୋଇଯାଏ , ଯାହା ଦ୍ୱାରା ଆପଣଙ୍କ ଚେହେରା ଗ୍ଲୋ କରିବାରେ ଲାଗେ ।

Leave a Reply

Your email address will not be published. Required fields are marked *